Category: Uncategorized

  • probhu jishu poraye kehi

    ପ୍ରଭୁ ଯୀଶୁ ପରାଏ କେହି,

    ତାଙ୍କ ସମାନ କେ ଅଟଇ । ଘୋଷା ।

    ଯା’ ରେ ଅଛି ଦୟା ପୂରି ସମୁଦ୍ର ପରି,

    କି ଦେବି ତା’ର ଉପମା ଯା’ର ଅଶେଷ ମହିମା,

    ଦୟା ପ୍ରକାଶି ବୁଲିଲେ ନଗର ସାହି । ୧ ।

    କଲେ ନାନାବିଧ ଅତି ଆଶ୍ଚର୍ଯ୍ୟ କର୍ମ,

    କୁଷ୍ଠୀ ବଧିରାଦି ଯେତେ ସୁସ୍ଥ କରିଲେ ସେ କେତେ,

    ଆଜ୍ଞାମାତ୍ରକେ ମଲା ଯେ କଥା କହଇ । ୨ । 

     

    କେ ଦେବ ନିଜ ଜୀବନ ଶତ୍ରୁ କାରଣ

    ଏମନ୍ତ ଅଟେ କି କେହୁ ଯୀଶୁ ଖ୍ରୀଷ୍ଟ ବିନା ଆଉ,

    ଏତେ ବିଚିତ୍ର ପ୍ରେମ ଖୋଜିଲେ ନ ପାଇ । ୩ । 

     

    ତେଜିଲେ ନିଜ ଜୀବନ ଶତ୍ରୁ କାରଣ,

    ସେ କ୍ରୁଶେ ହତ ହୋଇଲେ, ସନ୍ତାପ କଷ୍ଟ ସହିଲେ,

    ଦୟା ଆବର ରୁଧିର ଢାଳିଲେ ସେହି । ୪ ।

    ପୁଣି ମୃତ୍ୟୁ ଜୟକରି ସ୍ୱଦେହ ଧରି 

    ଶିଷ୍ୟଙ୍କୁ ଦେଇ ଦର୍ଶନ ସେ କଲେ ସ୍ୱର୍ଗେ ଗମନ,

    ଦ୍ୱିତୀୟ ଥର ଆସିବେ ସେ ରାଜା ହୋଇ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • no tejo probhu mu dino jana

    ନ ତେଜ ପ୍ରଭୁ, ମୁଁ ଦୀନ ଜନ;

    କହିଅଛ, “ନ ଛାଡ଼ିବା କଦାଚନ” । ଘୋଷା ।

    ପାପପୂର୍ଣ୍ଣ ଏ ସଂସାର,              ପାପରେ ଘୋର ଅନ୍ଧାର

    ପ୍ରାଣ ହୁଏ ଦେଖି ଥର ଥର;

    ହସ୍ତ ଧରି କର ସ୍ଥିର,

    ବିଶ୍ୱାସ ହେଉ ସବଳ ବିଶ୍ୱାସେ ମୁଁ ପଶୁଛି ଶରଣ । ୧ ।

    ଦୁଃଖ ଶୋକ ଭୟ ରୋଗ        ଘେରିଲେ ମୋ ଚତୁର୍ଦ୍ଦିଗ,

    ସେ କାଳେ ଦୟାରେ ପ୍ରଭୁ ରଖ;

    ନୋହିଲେ ନିରାଶେ ବୁଡ଼ି         ଯିବି ଧର୍ମ ପଥ ଛାଡ଼ି,

    ହୁଅ ପ୍ରଭୁ ମୋଠାରେ ପ୍ରସନ୍ନ । ୨ ।

    ଆସିଲେ ପରୀକ୍ଷା କାଳ          ସଙ୍ଗେ ଥାଇ ଦିଅ ବଳ;

    ଯେସନେ ନ ହୋଇବି କାତର,

    ଆନନ୍ଦରେ କରି ରଣ,               ଶତ୍ରୁ କରି ବିନାଶନ,

    ହୋଇବି ସ୍ୱପଥେ ଧାବମାନ । ୩ ।

    ମରଣ ନିକଟ କାଳ   ହେଲେ ଉପସ୍ଥିତ ମୋର

    ନ ତେଜ ନ ତେଜ କ୍ଷଣକାଳ; ହସ୍ତ ଧରି ପାରି କର,

    ପହଞ୍ଚାଅ ସ୍ୱର୍ଗପୁର

    ନିଜ ପ୍ରତିଜ୍ଞା କର ସ୍ମରଣ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • jishu hai suni tobo protigyaa bochono

    ଯୀଶୁ ହେ, ଶୁଣି ତବ ପ୍ରତିଜ୍ଞା ବଚନ 

    କେଡ଼େ ଭରସା ପାଇଲି ମନେ ମୁଁ ଏକ୍ଷଣ । ଘୋଷା ।

    ବୁଡ଼ି ନିରାଶ-ସାଗରେ ଥିଲି ବିଚାରି ମନରେ

    ଆଉ ନାହିଁ ଉପାୟ ମୋହର,

    ପାପ ମୋହର ଅଗଣ୍ୟ ସତେ କି ହେବ ମାର୍ଜନ ?

    ନିଶ୍ଚୟ ଭୋଗିବି ମୁହିଁ ନରକ ଯାତନ । ୧ । 

     

    ତୁମ୍ଭ ଅମୂଲ୍ୟ ବଚନ କରନ୍ତେ କର୍ଣ୍ଣେ ଶ୍ରବଣ

    ଆନନ୍ଦେ ନାଚି ଉଠିଲା ମନ,

    ଯେଣୁ ସେହି ନିମନ୍ତ୍ରଣ ଅଟେ ପାପୀଙ୍କ କାରଣ,

    ନିଶ୍ଚେ ତାଙ୍କ ମଧ୍ୟେ ମୁହିଁ ଗଣା ଏକ ଜନ । ୨ ।

    ତୁମ୍ଭ ପ୍ରତିଜ୍ଞାରେ ଲେଶ ନାହିଁ ମୋର ଅବିଶ୍ୱାସ,

    ଦୟା ସତ୍ୟତା ତୁମ୍ଭ ଭୂଷଣ,

    କେଉଁ କାଳେ କଦାଚନ ନୋହିଛି କାହିଁ ଶ୍ରବଣ

    ନିରାଶ ହେବାର ତବ ପଦାଶ୍ରିତ ଜନ । ୩ । 

     

    ମୁହିଁ ପାପୀ ଦୀନହୀନ, ନାହିଁ ମୋର ଜ୍ଞାନ ପୂଣ୍ୟ,

    ଛାମୁକୁ ଆସିଛି ହିଁ ତେସନ,

    ଶ୍ରୀମୁଖରେ ଉଚ୍ଚାରଣ କରିଛ ପ୍ରଭୁ ଆପଣ

    ନ କରିବା ଦୂର କାହାକୁ କେଉଁ କାରଣ । ୪ ।

  • no paasoro tanku mono n paasoro kodaachana

    ନ ପାସୋର ତାଙ୍କୁ ମନ, ନ ପାସୋର କଦାଚନ,

    ଯେଉଁ ପ୍ରିୟତମ ମିତ୍ର ତୋ ପାଇଁ ଦେଲେ ଜୀବନ । ଘୋଷା ।

    କରିବାକୁ ଧନବାନ   ହେଲେ ମୋ ପାଇଁ ନିର୍ଦ୍ଧନ,

    ମୁହିଁ ଅତି ଦୀନହୀନ  କି କରିବି ପ୍ରତିଦାନ   ା ୧ ।

    ବହିଲେ ମୋର ଦୂରିତ,             ହେଲେ ମୋ ପାଇଁ ଲଜ୍ଜିତ,

    ଢାଳିଲେ ନିଜ ଶୋଣିତ,             ଆହା କି ବିଚିତ୍ର ପ୍ରେମ     ା ୨ ।

    ମୋତେ ଦେବାକୁ ଜୀବନ        ଭୋଗିଲେ କ୍ରୁଶେ ମରଣ,

    ଶତ୍ରୁଙ୍କ ପାଇଁ ଏସନ  ପ୍ରେମ ନୋହିଲା ଦର୍ଶନ    ା ୩ ।

    ହେଉ ମନୁଁ ବିସ୍ମରଣ ସର୍ବ ମୋହ ମାୟାମାନ,

    ତାଙ୍କୁ ନ ପାସୋର ମନ,           ସେହି ମୋର ଧ୍ୟାନ ଗାନ   ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • he mono moro no paasoro

    ହେ ମନ ମୋର,

    ନ ପାସୋର ନ ପାସୋର ତାଙ୍କୁ । ଘୋଷା । 

     

    ଯେଉଁ ପ୍ରିୟ ବନ୍ଧୁ ମୋ ଦୁଃଖ ସନ୍ତାପ,

    ଭୋଗିଥିଲେ ମୋର ପାପ ଅଭିଶାପ,

    ଆଉ ମୋ ବଦଳେ ଜୀବନ ତେଜିଲେ,

    ପାସୋରି ଯିବି କି ତାଙ୍କୁ ?         ା ୧ ।

    କରିବାକୁ ମୋତେ ପାପୁଁ ପରିଷ୍କାର

    ଢାଳିଲେ ଆପଣା ଅମୂଲ୍ୟ ରୁଧିର,

    କଲେ ଶୁଭ୍ରବର୍ଣ୍ଣ ହିମ ସରିସମ,

    ପାସୋରି ଯିବି କି ତାଙ୍କୁ ? । 

     

    ଈଶ୍ୱରଙ୍କ ସଙ୍ଗେ ମୋତେ ମିଳାଇଲେ,

    ରାଜା ପୁରୋହିତ ପଦରେ ସ୍ଥାପିଲେ,

    କଲେ ନିଜ ମହା ଗୌରବର ଭାଗୀ,

    ପାସୋରି ଯିବି କି ତାଙ୍କୁ ?         ା ୩ ।

    ଯା’ଙ୍କୁ ପ୍ରେମ ତ୍ରିଭୁବନେ ଅନୁପମ,

    ଯା’ଙ୍କ ପ୍ରେମ ବୋଧ ଜ୍ଞାନର ଅଗମ୍ୟ,

    ଯା’ଙ୍କ ପ୍ରେମ ଦାବୀ କରେ ଦେହ ପ୍ରାଣ,

    ପାସୋରି ଯବି କି ତାଙ୍କୁ ?         ା ୪ ।

    ଦୂରେ ଯାଉ ପାପ ଅଧର୍ମର ପ୍ରେମ,

    ଦୂରେଇ ଯାଉ ଏ ଅନିତ୍ୟ ଜଗଦ୍ଧନ,

    ଯାଉ ହେ ପାସୋର ଜ୍ଞାତି ପରିବାର,

    ପାସୋରିବି ନାହିଁ ତାଙ୍କୁ          ା ୫ ।

    ସୂଚୀମାଳାକୁ ଫେରନ୍ତୁ

  • khriste deho praano samarpino kaatibi mu dino

    ଖ୍ରୀଷ୍ଟେ ଦେହ ପ୍ରାଣ ସମର୍ପିଣ କାଟିବି ମୁଁ ଦିନ । ଘୋଷା

    କରିବାକୁ ମୁଁ ଏସନ  ସେ କରି ସ୍ୱ ରକ୍ତ ଦାନ

    ତଦ୍ଦ୍ୱାରା କିଣି ଅଛନ୍ତି ମୋହର ଏ ଦେହ ପ୍ରାଣ         ା ୧ । 

     

    ଏଣୁ ଖ୍ରୀଷ୍ଟେ ଦେହ ପ୍ରାଣ          ସମର୍ପିଣ ପ୍ରତିଦିନ

    ଲୋଡ଼ିବି ତାଙ୍କ ସମ୍ଭ୍ରମ ହୋଇ ଅତି ଯତ୍ନବାନ          ା ୨ । 

     

    ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ       ପାପ କ୍ଷିତି ଶୟତାନ 

    କେହି ମୋର କ୍ଷତି କରି ନ ପାରେ ଯାବଜ୍ଜୀବନ           ା ୩ । 

     

    ଖ୍ରୀଷ୍ଟେ ଦେଲେ ଦେହ ପ୍ରାଣ       ଈଶ୍ୱର ହୋଇ ପ୍ରସନ୍ନ 

    ସୁଦୟାରେ ସ୍ୱସନ୍ତାନ କରିନେବେ ସ୍ୱର୍ଗସ୍ଥାନ           ା ୪ ।

    ଏଣୁ କରି ଆରେ ମନ, ଖ୍ରୀଷ୍ଟେ ଦେଇ ଦେହ ପ୍ରାଣ

    ଇହ ପର ସୁକଲ୍ୟାଣ ପ୍ରଚୁର ହୁଅ ପ୍ରାପଣ ା ୫ । 

     

    ହେ ପ୍ରଭୁ, କର କଲ୍ୟାଣ           ଯେହ୍ନେ ମୁହିଁ 

    ଦେହ ପ୍ରାଣ ସମର୍ପି ତବ ଚରଣ ସେବିବି ଯାବଜ୍ଜୀବନ            ା ୬ ।

  • jishu tobo srimohima prokaasho muhin

    ଯୀଶୁ, ତବ ଶ୍ରୀମହିମା ପ୍ରକାଶ ମୁହିଁ

    କରିବା ପାଇଁ

    ଉଦ୍‌ଯୋଗୀ କରାଅ ତବ ଇଚ୍ଛାନୁଯାୟୀ । ଘୋଷା ।

    ତୁମ୍ଭ ଅମୂଲ୍ୟ ରକ୍ତରେ            ମୁଁ ହୀନ କିଣା ହେବାରେ

    ନିଜ ଦେହ ଆତ୍ମା ଆଉ ମୋର ନୁହଇ । ୧ ।

    କର୍ମରେ କି ବଚନରେ,              ଯାହା ଯାହା ମୁହିଁ କରେ

    କରିବି ଯେସନେ ତବ ମହିମା ପାଇଁ । ୨ ।

    ଯେବେ କିଛି ସୁବିଷୟ            ମନରେ ହୁଏ ଉଦୟ

    କରିବି ଯେସନେ ତବ ଶାସ୍ତ୍ରକୁ ଧ୍ୟାୟି । ୩ ।

    ତବ ଶ୍ରୀଛାମୁ ମୋହର ଅଗ୍ରେ ନୋହିଲେ ବାହାର

    ନ ଯିବି କୌଣସି ସ୍ଥାନେ ସାହସୀ ହୋଇ । ୪ ।

    ମୋର ନିତ୍ୟ ପ୍ରାର୍ଥନାରେ ତୁମ୍ଭ ଇଚ୍ଛା ଲୋଡ଼ିବାରେ ଭୁଲି 

    ଏକ କ୍ଷୁଦ୍ର କର୍ମେ ନ ଯିବି ଧାଇଁ । ୫ ।

    ସୁଖରେ କିବା ଦୁଃଖରେ,           ଜୀବନେ ବା ମରଣରେ

    ଥ ।ନ୍ତୁ ସଦା ଧର୍ମାତ୍ମା ମୋ ସହାୟ ହୋଇ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • jishu tumbhe sribodono kebe netre darshana

    ଯୀଶୁ ତୁମ୍ଭେ ଶ୍ରୀବଦନ କେବେ ନେତ୍ରେ ଦର୍ଶନ ? ଘୋଷା ।

    ଏ ଭୁବନେ ମୋ ନୟନ          କଲା ଯେତେ ବିଲୋକନ,

    ସର୍ବ ଅସାର ସ୍ୱପନ,          ତହିଁ ନୋହିଲା ତୃପ୍ତ ମୋ ମନ । ୧ ।

    ଦେଖି ତୁମ୍ଭ ଶ୍ରୀବଦନ ତୃପ୍ତ ହେବ ମୋର ମନ,

    କି ଆନନ୍ଦ ହେବ ଜନ୍ମ,               ତାହା କେ କରିବ ନିବାରଣ      ା ୨ ।

    ମୋର ପାଇଁ ଦେଲେ ପ୍ରାଣ,      କି ଦେବି ମୁଁ ପ୍ରତିଦାନ ?

    ପାଇଲେ ଶ୍ରୀ ପାଦପଦ୍ମ          ତୋଷେ ଧରି କରିବି ଚୁମ୍ବନ     ା ୩ ।

    ହେବ ମୋ ଚିତ୍ତେ ଉଲ୍ଲାସ,        ଦୂରେ ଯିବ ଦୁଃଖ କ୍ଳେଶ,

    ହେବ ପୂର୍ଣ୍ଣ ମୋ ମାନସ         ଦେଖି ତୁମ୍ଭ ଗୌରବ ଆନନ     ା ୪ ।

    ରହି ସଙ୍ଗେ ଅନୁକ୍ଷଣ ଭୋଗି ଅନନ୍ତ ଜୀବନ,

    ତୁମ୍ଭ ପ୍ରଶଂସା କୀର୍ତ୍ତନ ନିରନ୍ତର କରିବି ଗାୟନ

    ସୂଚୀମାଳାକୁ ଫେରନ୍ତୁ

  • mohono jishu hrudaya dhana

    ମୋହନ ଯୀଶୁ ହୃଦୟ ଧନ,

    ହୃଦ ଗଗନେ ଆସ ଗୋ ଉଇଁ,

    କାଳିମାଭରା ହୃଦୟ ମୋର ଚାହିଁ ବସିଛି ତୁମରି ପାଇଁ । ଘୋଷା । 

     

    ପ୍ରେମ-ଜାଗର ଜାଳିଛି ସଖା ତୁମ ପୀରତି ହୃଦୟେ ଭରି,

    ମାଳା ଗୁନ୍ଥିଛି ପ୍ରେମ ସୁମନେ, ଦେବି ଗଳାରେ ହୃଦୟ ସାଇଁ । ୧ । 

     

    ସବୁରି କଣ୍ଠେ ମୋହନ ଗୀତି ବାଜି ଉଠେଗୋ ତୁମରି ଲାଗି,

    ଭକତି ଅଞ୍ଜଳି ପୀରତି ଢାଳି ଚରଣ ତୁମ ଦେବା ଗୋ ଧୋଇ । ୨ ।

    Click the link below to listen full song and know the tune

  • jaya jaya jishu jaya jaya jishu

    ଜୟ ଜୟ ଯୀଶୁ, ଜୟ ଜୟ ଯୀଶୁ,

    ତୁମ୍ଭ ନାମେ ଉଠୁ ଜୟ ଜୟକାର,

    ତୁମ୍ଭେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ଘୋଷା । 

     

    ପାପୀର ପାପ ଦୁଃଖ ହରତା, ହୃଦୟରେ ଶାନ୍ତି ଶକତିଦାତା,

    ଆହେ ମନୋରଞ୍ଜନ, ସର୍ବ ଦୁଃଖ ଭଞ୍ଜନ,

    ଉଠୁ ଜୟକାର, ତୁମେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ୧ ।

    ସ୍ୱାର୍ଥର ଯୁଦ୍ଧ, ପାପର ଦ୍ୱନ୍ଦ୍ୱ,

    ଦୂରେ ଯାଉ ମନ୍ଦ, ଶଠତା, ଛନ୍ଦ, ଶାନ୍ତି ରାଜ୍ୟ ତୁମର ଆସୁ ପ୍ରତି ହୃଦର,

    ଉଠୁ ଜୟକାର, ତୁମେ ସତ୍ୟ, ଶାନ୍ତି, ଜୀବନ, ମୁକ୍ତି, ତୁମେଇ ଦ୍ୱାର । ୨ ।

    ସୂଚୀମାଳାକୁ ଫେରନ୍ତୁ