Category: Uncategorized

  • prabhu jishu naamo horshe kara gaano

    ପ୍ରଭୁ ଯୀଶୁ ନାମ ହର୍ଷେ କର ଗାନ,

    ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ । ଘୋଷା ।

    ଯୀଶୁ ଅବତୀର୍ଣ୍ଣ ହେଲେ ପାପୀଙ୍କ କାରଣ,

    ପାପୀ ପାପ ଅଙ୍ଗେ ବହି ହେଲେ ବଳିଦାନ । ୧ । 

     

    ସେହି ସିନା ଜଗତର ପତିତପାବନ,

    ଜଗଜ୍ୟୋତିଃ ଦୀନବନ୍ଧୁ କୃପାରେ ମହାନ । ୨ । 

     

    ପ୍ରେମମୟ ସ୍ୱୟମ୍ଭୁ ସେ ଯୀଶୁ ସନାତନ,

    ପାପୀ ପାଇଁ ଦେଇ ପ୍ରାଣ କଲେ ମୁକ୍ତିଦାନ । ୩ । 

     

    କି କୋମଳ କି ମଧୁର ତାଙ୍କର ବଚନ !

    ନିରାଶ ପାପୀକୁ ଲାଗେ ଅମୃତ ସମାନ । ୪ । 

     

    କେଡ଼େ ପବିତ୍ର ନିର୍ମଳ ତାଙ୍କ ଆଚରଣ !

    କି ଐଶ୍ୱର୍ଯ୍ୟ ତେଜଶକ୍ତି କଲେ ପ୍ରକାଶନ । ୫ । 

     

    ବୋଲ ଧନ୍ୟ, ଧନ୍ୟ, ଧନ୍ୟ, ସେ ଯୀଶୁଙ୍କ ନାମ,

    ଧ ର୍ମ, ଧର୍ମ, ଧର୍ମ ବୋଲି କର ସମ୍ବୋଧନ । ୬ ।

     

    ସୂଚୀମାଳାକୁ ଫେରନ୍ତୁ

  • gaano bhojono koro hai maanobo gana jishunka premo guno hai

    ଗାନ ଭଜନ କର ହେ ମାନବଗଣ ଯୀଶୁଙ୍କ ପ୍ରେମ ଗୁଣ ହେ । ଘୋଷା । 

     

    ସେ ଯୀଶୁ ଦୟାବାନ, ପ୍ରେମରେ ପରିପୂର୍ଣ୍ଣ, କ୍ଷମାଶୀଳ ସମ୍ପନ୍ନ, ପତିତର ପାବନ,

    ପାପୀ ପରିତ୍ରାଣ ସାଧିବା କାରଣ ପ୍ରେମେ ଆସି ହେଲେ ମଞ୍ଚେ ଅବତୀର୍ଣ୍ଣ,

    ଦେବାକୁ ଜୀବନ ଭୋଗିଲେ ମରଣ,

    ସତତ ସେ ପ୍ରେମ-ସୁଧା କର ପାନ । ୧ ।

    ବୀଣା ବଂଶୀ ବେହେଲା ଭେରୀ ତୂରୀ ତବଲା

    ତମ୍ବୁରା କରତାଳ ଝାଞ୍ଜ ଗିନି ମର୍ଦ୍ଦଳ

    ଖଞ୍ଜଣୀ ମୃଦଙ୍ଗ ସିତାର ସାରଙ୍ଗ ନାନା ଯନ୍ତ୍ର ଧରି,

    ସ୍ୱର ମେଳ କରି ବଜାଅ ତାନରେ, ଗାଅ ଆନନ୍ଦରେ,

    ଧ ନ୍ୟବାଦ କର ପ୍ରଭୁ ଯୀଶୁଙ୍କର । ୨ ।

    ସୂଚୀମାଳାକୁ ଫେରନ୍ତୁ

  • kara jishunka naame jaya gaano

    କର ଯୀଶୁଙ୍କ ନାମେ ଜୟଗାନ,

    ପ୍ରାର୍ଥନା ପ୍ରଶଂସା ଘେନିବାକୁ ସେହି କେବଳ ସିନା ସୁଭାଜନ । ଘୋଷା ।

    ସ୍ୱର୍ଗରେ ଦୂତଗଣ ସିଂହାସନ    ଚତୁର୍ଦ୍ଦିଗରେ ଥାଇ ଅନୁକ୍ଷଣ 

    ବୋଲୁଥାନ୍ତି ସଦା ଧର୍ମ ଧର୍ମ ଧର୍ମ ଯୀଶୁ ପ୍ରଶଂସାକୁ ଭାଜନ । ୧ ।

    ଆସ ଯୋଗ କରିବା ଆମ୍ଭ ଗୀତ ସ୍ୱର୍ଗ ଦୂତମାନଙ୍କର ସହିତ,

    ଏକ ସ୍ୱରେ ଯୁବାମେଷ ଧନ୍ୟବାଦ ପ୍ରଶଂସା କରିବା ଗାୟନ । ୨ ।

    କାରଣ ଆପଣା ରୁଧିର ଦେଇ ଆମ୍ଭମାନଙ୍କୁ ସେ ପାପରୁ ଧୋଇ

    କରିଛନ୍ତି ଈଶ୍ୱରଙ୍କ ନିକଟରେ ରାଜା ଯାଜକ ସଂସ୍ଥାପନ । ୩ ।

    ତାଙ୍କ ମହିମା ଆଉ କର୍ତ୍ତାପଣ ସର୍ବଦା ଥାଉ ଗୌରବ ସମ୍ଭ୍ରମ,

    ଧନ୍ୟବାଦ ସ୍ତୁତି ଗ୍ରହଣ କାରଣ ସେହି କେବଳ ସୁଭାଜନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • nitya aanonda je jishu tumo premo guno guni

    ନିତ୍ୟେ ଆନନ୍ଦ ଯେ ଯୀଶୁ ତୁମ୍ଭ ଗୁଣ ଗୁଣି,

    ପାପୀଙ୍କ କାରଣ ଅମର ଭୁବନ ତେଜିଥିଲ ପ୍ରଭୁ ପୁଣି । ଘୋଷା ।

    ନର ଦେହ ଧରି ମଞ୍ଚେ ଅବତରି ବହିଥିଲ ଦାସାକାର

    ଈଶ୍ୱର ମହାମହିମା ପ୍ରକାଶିଲ ପାପୀଙ୍କି କରି ନିସ୍ତାର । ୧ ।

    ପଙ୍ଗୁମାନେ ଯହିଁ ପାଦ’ଛନ୍ତି ପାଇ ଅନ୍ଧେ ଦେଇଛ ନୟନ,

    କେତେକେତେ ନୁଲା ହସ୍ତଇ ପାଇଲେ ମୃତ୍ୟୁଙ୍କୁ ଦେଇ ଜୀବନ । ୨ ।

    ପରହିତକାରୀ ମହାପାପୀ ତାରି ଆପେ ପରାଣ ଦେଇଛ,

    ପୁନରପି ଉଠି ମୃତ୍ୟୁ ଜୟ କରି ସ୍ୱର୍ଗେ ବିଜେ କରିଅଛ । ୩ ।

     

     ସ୍ୱର୍ଗ ସଭା ମଧ୍ୟେ ଈଶ୍ୱର ଦକ୍ଷିଣେ ନିତ୍ୟେ ନିବେଦନ କରି,

    ନିଜ ଶିଷ୍ୟଗଣେ ଅନନ୍ତ ଜୀବନ ଦେଉଅଛ କୃପା କରି । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aahe jishu doyaa bano

    ଆହେ ଯୀଶୁ ଦୟାବାନ୍‌,

    ଦୟା ତୁମ୍ଭ ମୁକୁଟ ଭୂଷଣ,

    ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୂର୍ଣ୍ଣ । ଘୋଷା ।

    ସ୍ୱର୍ଗ ସୁଖ ତେଜିଲ,   ମଞ୍ଚେ ଅବତରିଲ

    ସାଧିବାକୁ ମୋର ପରିତ୍ରାଣ,

    ମୋର ଲଗା ହୋଇଲ, ମୋ ପାପେ ବଳି ହେଲ, ମୋ ଦୁରିତ ଖଣ୍ଡିଲ,

    ଆହେ କୃପାବାନ,

    ଆହେ କେଡ଼େ ପ୍ରେମ କଲ ଦେଇ ନିଜ ପ୍ରାଣ । ୧ ।

     

     କୁଷ୍ଠୀ ଆଦି ରୋଗୀଙ୍କୁ  ଭୂତଗ୍ରସ୍ତ ପ୍ରାଣୀଙ୍କୁ

    ଆଜ୍ଞାମାତ୍ରେ କଲ ବିମୋଚନ, ମୃତଜନଙ୍କୁ ପ୍ରାଣ,

    ଜନ୍ମାନ୍ଧଙ୍କୁ ନୟନ, ବଧିରକୁ ଶ୍ରବଣ,

    ପଙ୍ଗୁକୁ ଗମନ ବିନାମୂଲ୍ୟେ କଲ ଦାନ ହୋଇ କରୁଣ । ୨ ।

    ପାପ-ତୁମେ ପୂରିତ  ଥିଲା ଏହି ଜଗତ

    ଘନ ଅମାନିଶାର ସମାନ,

    ଧର୍ମ-ଭାନୁ ସଦୃଶ ତୁମ୍ଭେ ହୋଇ ପ୍ରକାଶ ପାପ-ତିମିର ନାଶ

    କଲ ଦୀପ୍ତି ଦାନ,

    ପୃଥିବୀରେ ମୁକ୍ତିରାଜ୍ୟ କଲ ସଂସ୍ଥାପନ । ୩ ।

    ଧରିଛି ଶ୍ରୀପୟର     ମୁଁ ପାପୀ ଦୁରାଚାର,

    ତୁମ୍ଭ ବିନା ନାହିଁ ଗତି ଆନ, ଘେନ ମୋ ଅନୁତାପ,

    ଫେଡ଼ ମୋ ଶୋକ ତାପ, କ୍ଷମା କରି ମୋ ପାପ

    କର ଶାନ୍ତି ଦାନ, ମାଗୁଅଛି ଏହି ବର ଆହେ କ୍ଷମାବାନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • aau kichi probhu chaahen na jibone

    ଆଉ କିଛି ପ୍ରଭୁ ଚାହେଁନା ଜୀବନେ

    ତୁମ୍ଭେ ଯଦି ଥାଅ କତିରେ, ସୁଖ ଦିଅ ଅବା ଦୁଃଖ ଦିଅ ପ୍ରଭୁ

    ସମାନ ସବୁ ମୋ କତିରେ       । ଘୋଷା ।

    ଦୁଃଖ ପାଇ ଯେବେ ତୁମଠୁଁ ପଳାଏ ବୁଲେ ମୁଁ ବାହାର ଅନ୍ଧାରେ,

    ଅଙ୍କୁଶ ପ୍ରହାରେ ଟାଣିଆଣ ମୋତେ

    ତୁମରି ପ୍ରଣୟ-କାରାରେ

    ସୁଖ ଆଶା କରି ତୁମକୁ ମୁଁ ଛାଡ଼ି ବୁଲେ ସିନା ମରୀଚିକାରେ,

    ରବି ଶଶୀ ତାରା ଥାଉଁ ଦିଶାହରା           ା ୧ ।

    ବୁଲିବୁଲି ମରେ ଅନ୍ଧାରେ        ା ୨ ।

    ଦୁଃଖ ଦେଇ ଯଦି ତୁମ୍ଭ ଦେଖା ପାଏଁ ରଖ ପ୍ରଭୁ ମୋତେ ଦୁଃଖରେ,

    ଯେଉଁ ସୁଖ ପାଇ ତୁମକୁ ହରାଏ

    (ମୋର) ଲୋଡ଼ା ନାହିଁଁ ସେହି ସୁଖରେ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • jishu priyo guno nidhi tume amara ousadha hai

    ଯୀଶୁ ପ୍ରିୟ ଗୁଣନିଧି, ତୁମ୍ଭେ ଅମର ଔଷଧ ହେ

    ନରଗଣ ପାପ-ବ୍ୟାଧି ସବୁ ଆପେ କଲ ଶୁଦ୍ଧି ହେ । ଘୋଷା

    ଅସୀମ ଗୁଣ ଅନାଦି ରୂପ ଧରି ପ୍ରେମନିଧି

    ପରଲାଗି ଆପେ ମରି, ଏପରି କେ ପାରେ ସାଧି ହେ । ୧ ।

    ଅଭିଷିକ୍ତ ତ୍ରାଣନିଧି, ଅଛ ପୂବୁଁ ଅଦ୍ୟାବଧି,

    ମୁକ୍ତିଦାନେ ସୁପ୍ରସିଦ୍ଧି, ହର ପାପ-ମହାବ୍ୟାଥି ହେ      ା ୨ । 

     

    ଉତ୍ତମ ବୈଦ୍ୟ ସୁବୁଦ୍ଧି, ବିନା ମୂଲ୍ୟରେ ଔଷଧି

    ଯାଚୁଅଛ ନିରବଧି, ନିଅ ଖାଅ ହୁଅ ଶୁଦ୍ଧି ହେ          ା ୩ । 

     

    ଏସନ ଦିବ୍ୟ ଔଷଧି ଦେଇ ଗଲ ସ୍ୱର୍ଗ ଗାଦି,

    ଦୂତଗଣେ ସେବାବିଧି କରୁଛନ୍ତି ନିରବଧି ହେ          ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • jishu parama boidya

    ଯୀଶୁ ପରମ ବୈଦ୍ୟ,

    କରି କୃପା ନୟନ କର ମୋ ରୋଗ ସୁସ୍ଥ ହେ । ଘୋଷା । 

     

    ମୁଁ ପାପ-ରୋଗେ ଅତି ପୀଡ଼ିତ,

    ସର୍ବାଙ୍ଗଯାକ କ୍ଷତ ହେ,

    ରୋଗେ କ୍ଷୀଣ ଦେହ ପ୍ରାଣ,

    ବିଷରେ ପୂର୍ଣ୍ଣ ଆତ୍ମା ହେ । ୧ ।

    ଢାଳ ମୋ ପରେ ତୁମ୍ଭ ରକ୍ତ,

    କର ମୋ କ୍ଷତ ସୁସ୍ଥ ହେ,

    ଏ ପାପ-ବିଷ କର ଧ୍ୱଂସ ଦେଇ ଧର୍ମାତ୍ମା ଦାନ ହେ । ୨ । 

     

    ବିନାଶ କର ପାପାନ୍ଧାର ଦେଇ ସ୍ୱର୍ଗୀୟ ଦୀପ୍ତି ହେ,

    ପାପ ଜ୍ୱାଳା କର ଦୂର ଦେଇ ଅକ୍ଷୟ ଶାନ୍ତି ହେ । ୩ । 

     

    ହେ ଦୟାମୟ ପରମ ବୈଦ୍ୟ, କର ମୋ’ ପରେ ଦୃଷ୍ଟି ହେ,

    ତୁମ୍ଭ ଚରଣ ତଳେ ପଡ଼ି କରେ ଏହି ବିନତି ହେ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • probhu jishu somaano tribhubone otte ki

    ପ୍ରଭୁ ଯୀଶୁ ସମାନ ତ୍ରିଭୁବନେ ଅଟେ କି ?

    କେବା ତାହାଙ୍କର ସଙ୍ଗେ ହେବ ସରିକି ?

    ଉପମାରହିତ ଅନାଦି ଅନନ୍ତ,

    ଉପାମା ଦେଇ କେ ବର୍ଣ୍ଣିପାରେ କି ? ଘୋଷା । 

     

    ସେ ମହାମହିମା-ସାଗର ମହାପରାକ୍ରମୀ ଅମର

    ଈଶ୍ୱର କୁମର

    ଧରି କଳେବର ହେଲେ ଅବତାର,

    ଦୟାରେ ଅଇଲେ ମର୍ତ୍ତ୍ୟପୁରୀକି ।ା 

     

    ତାଙ୍କ କର୍ମ ଆଶ୍ଚର୍ଯ୍ୟ ଅତି,

    ସମୁଦ୍ରରେ ସେ କଲେ ଗତି,

    ଅନ୍ଧେ ଦେଲେ ଦୃଷ୍ଟି

    ଆଜ୍ଞା ମାତ୍ର ଦେଇ ମୃତକୁ ଜୀଆଇ 

    ସୁସ୍ଥ କଲେ ନାନାବିଧ ରୋଗୀକି

    ଆପେ ହୋଇ କ୍ଷତବିକ୍ଷତ  

    କଲେ ନିଜ ରୁଧିରପାତ,

    କ୍ରୁଶେ ହେଲେ ହତ,

    ପାଇ କେତେ ନିନ୍ଦା କଲେ ପାପୀ ସେବା,

    ପ୍ରାଣ ସମର୍ପିଲେ ଶତ୍ରୁ ପାଇଁକି ।ା

    ପ୍ରକାଶିଲେ ସୁସମାଚାର 

    ଯହିଁ ପାପର ପ୍ରତିକାର

    ଅନନ୍ତ ମଙ୍ଗଳ,

    କରି ମୃତ୍ୟୁଜୟ କଲେ ପାପକ୍ଷୟ,

    ବିଜେ କଲେ ନିଜ ସ୍ୱର୍ଗପୁରୀକି ।ା

    ସୂଚୀମାଳାକୁ ଫେରନ୍ତୁ

  • bhuli paaribikise priyo jishu mukho

    ଭୁଲି ପାରିବି କି ସେ ପ୍ରିୟ ଯୀଶୁ ମୁଖ

    ଯାହା ବିରହେ କ୍ଷଣେ ଫାଟିଯାଏ ବୁକ ? ଘୋଷା ।

    ଯଦି କ୍ଷଣେ ମୁଁ ଭୁଲିଯାଏ ସେହି ଆନନ

    ଅନ୍ଧାର ଦିଶୁଥାଏ ତ୍ରିଭୁବନ,

    (ଆହା) ସେହି ମୋ ଚାରୁମୁଖ, ହରେ ଗୋ ସବୁ ଦୁଃଖ,

    ପାଇ ତାହାଙ୍କୁ ପାଏ ଶାନ୍ତି ସୁଖ । ୧ । 

     

    ସଂସାରେ ପଡ଼ିଯାଏ ମୁଁ ଘୂର୍ଣ୍ଣିବାତେ,

    ଉଠାନ୍ତି କି ସୁହାଗେ ଧରି ହାତେ,

    ( ଆହା) ଭୁଲିଯାଏ କଷଣ, ନାଚେ ମୋ ପ୍ରାଣ ମନ,

    ଆନନ୍ଦେ ପାସୋରଇ ସବୁ ଦୁଃଖ

    ସୂଚୀମାଳାକୁ ଫେରନ୍ତୁ