Category: Song Book

  • mara priya prabhu jishu dhanya

    ମୋର ପ୍ରିୟ ପ୍ରଭୁ ଯୀଶୁ ଧନ୍ୟ
    ମୋର ପ୍ରିୟତମ ଯୀଶୁ ଧନ୍ୟ
    ଧନ୍ୟ ଧନ୍ୟ ଧନ୍ୟ ବୋଲି
    ପ୍ରତି ଜିହ୍ବା କରୁ ଗାନ (ଘୋଷା)

    ମୋର ପାପ ମୁକ୍ତି ପାଇଁ ସହିଲେ କେତେ କଷଣ
    କାଲବରୀ କୁଶ ପରେ ଦେଲେ ସେ ନିଜର ପ୍ରାଣ
    ଦେଲେ ସେ ନିଜର ପ୍ରାଣ ||୧||

    ସରଗର ସୁଖ ଛାଡି, ଜଗତକୁ କଲେ ପ୍ରେମ
    କଳଙ୍କିତ ପାପୀ ପାଇଁ ହେଲେ ନିଜେ ବଳିଦାନ
    ହେଲେ ନିଜେ ବଳିଦାନ || ୨ ||

    ପରିଶ୍ରାନ୍ତ ଭାରଗ୍ରସ୍ତ ଶୁଣରେ ତାଙ୍କ ଆହ୍ବାନ
    ଫେରି ଆସ ତେଜି ପାପ ମିଳିବ ଶାନ୍ତି ବିଶ୍ରାମ
    ମିଳିବ ଶାନ୍ତି ବିଶ୍ରାମ || ୩ ||

    ସୂଚୀମାଳାକୁ ଫେରନ୍ତୁ

  • moro e jibane prati khyane

    ମୋର ଏ ଜୀବନେ ପ୍ରତି କ୍ଷଣେ କ୍ଷଣେ
    ତୁମକୁ ଯେ ମୁହଁ ଚାହେଁ
    ସୁଖ ଆସୁ ଅବା ଘେରି ଯାଉ ଦୁଃଖ,
    ତୁମ କୃପା ମୁଁ ଯେ ଚାହେଁ (ଘୋଷା)

    ଯଦି କେବେ ଆସି ପ୍ରଲୋଭନ ଘୋର
    ତୁମ ଠାରୁ ମୋତେ କରିବ ଅନ୍ତର
    ସେହି ମୁହୁର୍ତ୍ତେ ଅଭୟବାଣୀ ଗୋ
    ଶୁଣିବାକୁ ମୁଁ ଯେ ଚାହେଁ…. ଶୁଣିବାକୁ ମୁଁ ଯେ ଚାହେଁ || ୧ ||

    ଭଙ୍ଗା ମୋର ଏହି ଜୀବନ କୁଟୀରେ
    ଭଜୁଥିବି ତୁମ ନାମ ଆନନ୍ଦରେ
    ଯେଉଁ ଗୀତି ସୁର ମଉଳେ ନା କେବେ
    ସେହି ଗୀତ ମୁଁ ଯେ ଚାହେଁ.. ସେହି ଗୀତ ମୁଁ ଯେ ଚାହେଁ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • mo jibana jishu labhichi patrana

    ମୋ ଜୀବନ…. ଯୀଶୁ ଲଭିଛି ପରିତ୍ରାଣ
    ଯୀଶୁ ରାଜା ସବୁ ପାପ କ୍ଷମା କରି
    ଦେଲେ ଅନନ୍ତ ଜୀବନ
    କରି ମହାନନ୍ଦେ ଗାଏ ମୋ ଜୀବନ
    ଯୀଶୁ ଲଭିଛି ପରିତ୍ରାଣ….(ଘୋଷା)

    ଯୀଶୁ କଥା ଭୁଲି ଯୀଶୁ ବାଟ ଭୁଲି ପଡ଼ିଥିଲି ପାପ ଜାଲେ
    ଛାଡ଼ି ଅନେଶ୍ୱତ ଖୋଜି ଉଦ୍ଧାରି ଆଣିଲେ
    ଜୀବନଟା ମୋର ତାଙ୍କଠାରେ ରହି
    ହେଲା ତ ପରିବର୍ତ୍ତନ କରି ମହାନନ୍ଦ ଗାଏ ମୋ ଜୀବନ
    ଯୀଶୁରେ ଲଭିଛି ପରିତ୍ରାଣ….|| ୧ ||

    ନୁହେଁ ମୁହିଁ ଏଠି ଆଉ ତ କାହାର ନୁହେଁ ଅବା ମୋ ନିଜର
    ପ୍ରାଣ, ଆତ୍ମା ପୁଣି ଏହି ଶରୀର ତାଙ୍କର
    ନୂଆ ଜନମର, ନୂଆ ଅନୁଭବ
    ଲାଗେ ଅନନ୍ତ ସମାନ କରି ମହାନନ୍ଦ, ଗାଏ ମୋ ଜୀବନ
    ଯୀଶୁ ଲଭିଛି ପରିତ୍ରାଣ….|| ୨ ||

    ସୂଚୀମାଳାକୁ ଫେରନ୍ତୁ

  • mo jibana jatrare prabhu he

    ମୋ ଜୀବନ ଯାତ୍ରାରେ ପ୍ରଭୁ ହେ
    ତୁମ ପାଦେ ଶରଣ
    ଏହି ଜଗତରେ ଅନ୍ୟ ଆଶ୍ରା ନାହିଁ ତୁମରି ବିନା (ଘୋଷା)

    ଅଜ୍ଞାନରେ ମାତି ଥିଲି ପାପ ପଙ୍କ ହୋଇ ବାଟବଣା
    ଦିନୁ ଦିନୁ ବଢ଼ି ଥିଲି ଅଇରି ଫାଣେ….( ୨ ଥର)
    କରିଛି ତୁମକୁ ଘୃଣା || ୧ ||

    ଜାଣିଲି ମୁଁ ଆଜି ତୁମେ ପାପୀ ପାଇଁ
    ସହି କେତେ ଯାତନା
    ହସ୍ତ ପାଦ ଚିରି ପ୍ରେମେ ଝରାଇଛି…..(୨ ଥର)
    କୁଶେ ରକ୍ତ ଝରଣା || ୨ ||

    ଡାଳୁଅଛି ଆଜି ମୁହଁ ନିରାଶ୍ରୟ
    ଘେନ ମୋର ବେଦନା
    ମୁଁ ପାପୀକୁ ଆଶ୍ରା ଦେବାପାଇଁ…( ୨ ଥର)
    କେ ଅଛି ତୁମ ବିନା || ୩ ||

    ସୂଚୀମାଳାକୁ ଫେରନ୍ତୁ

  • mu je kiye prabhu mate kahinki ete

    ମୁଁ ଯେ କିଏ ପ୍ରଭୁ, ମୋତେ କାହିଁକି ଏତେ ପ୍ରେମ କର
    ମୁଁ ନଗଣ୍ୟ ଧୂଳିରୁ ହୀନ,
    କାହିଁକି ତୁମେ ମୋତେ କୋଳେ ଧର (ଘୋଷା)

    ହୋଇଛି ମୁଁ ନିର୍ମିତ ଅପରାଧେ ପାପରେ ମୋର ଜନମ
    ନାହିଁ ତ ମୋର କିଛି ଧାର୍ମିକତା
    ମୁଁ ଯେ ନିତାନ୍ତ ଅଧମ ( ୨ ଥର)
    କରି ଚିନ୍ତା ନିତ୍ୟ ତୁମେ ମୋ ପାଇଁ
    ଦେଉଛି ମଙ୍ଗଳ ଦାନ ପ୍ରଚୁର || ୧ ||

    ମୋର ଭାବନା ସଂକ ସବୁ, ତୁମେ ତ ଦୂରରୁ ଜାଣ
    ତୁମଠୁ ଲୁଚିପାରେ କାହିଁ,
    ନାହିଁ କେଉଁଠି ସେ ସ୍ଥାନ ( ୨ ଥର)
    ତୁମେ ତ ପ୍ରଭୁ ଗୋ ସବୁଠି ଅଛ,
    କରୁଛି ରକ୍ଷା ନିତି ମୋ ପ୍ରାଣର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • mu je eka abujha puajhia tumara

    ମୁଁ ଯେ ଏକା ଅବୁଝା ପୁଆଝିଅ ତୁମର
    କ୍ଷମା ଦେଇ ବାରେ ମୋତେ କର ନିଜର (ଘୋଷା)

    କେତେ ଥର ମୁଁ ତୁମକୁ କୃଶେ ଝୁଲାଇଛି,
    ଶରୀରେ ତୁମରି କେତେ କ୍ଷତ କରି ଚାଲିଛି,
    ନୁହେଁ ମୁଁ ତିଳେ ଯୋଗ୍ୟ ତୁମର ( ୨ ଥର)
    କ୍ଷମା ଦେଇ ବାରେ ମୋତେ କର ନିଜର || ୧ ||

    ଅପବ୍ୟୟୀ ପୁତ୍ର ନ୍ୟାୟ ଆଜି ଫେରି ଆସିଛି
    ସବୁ ଦୋଷ ମୋର ତୁମ ଚରଣରେ ରଖୁଛି
    ହୃଦୟ ତୁମ ଅତି ଉଦାର ( ୨ ଥର)
    କ୍ଷମା ଦେଇ ବାରେ ମୋତେ କର ନିଜର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • mu ki nebi jishu pade thoyibi

    ମୁଁ କି ନେବି ଯୀଶୁ ପାଦେ ଥୋଇବି ?
    କି ଦେଇ ତାଙ୍କ ପ୍ରେମ ମୁଁ ଶୁଝିବି ? (ଘୋଷା)

    କି ଅଛି ମୋହର କି ଘେନି ଯିବି ?
    ତାଙ୍କ ପ୍ରେମ ତୁଲ୍ୟ କି ଦ୍ରବ୍ୟ ଦେବି ? || ୧ ||

    ମୁଁ ଦରିଦ୍ର, କାହୁଁ ଧନ ପାଇବି ?
    କି ଧନ ଦେଇ ବା ତାଙ୍କୁ ପୋଷିବି ? || ୨ ||

    ସବୁ ତ ତାଙ୍କର ତାଙ୍କୁ କି ଦେବି ?
    ସୁଯୋଗ୍ୟ ପଦାର୍ଥ କାହୁଁ ଆଣିବି ? || ୩ ||

    ଯଦିବା ମୁଁ ଦେହ ପ୍ରାଣ ଅର୍ପିବି
    ତେବେ ମୁଁ ଧାରୁଆ ହୋଇ ରହିବି || ୪ ||

    ଯାବଜୀବନ ମୁଁ କୃତଜ୍ଞ ହେବି,
    ନମ୍ର ହୋଇ ତାଙ୍କ ପାଦେ ପଡ଼ିବି || ୫ ||

    ତାଙ୍କ ପ୍ରଶଂସାରେ କାଳ କାଟିବି,
    ଦେହ ପ୍ରାଣ ସବୁ ମୁଁ ଉତ୍ସର୍ଗିବି || ୬ ||

    ସୂଚୀମାଳାକୁ ଫେରନ୍ତୁ

  • muktidata jishu muktidata

    ମୁକ୍ତିଦାତା..ଯୀଶୁ ମୁକ୍ତିଦାତା..ସେହି ଏକା ମୋର ପାପ ହରତା (ଘୋଷା)

    ଅନ୍ଧକାରେ ସେ ମୋ ଦିବ୍ୟଶିଖା
    ଭବ ସାଗରେ ମୋ ତ୍ରାଣ ନଉକା ||୧||

    ମୋ ମନ ଆକାଶେ ସେ ସବିତା
    ମୋ ହୃଦ ଦୀପ ଅଲିଭା ବର୍ଭାକା || ୨ ||

    ପାପ ନାଶକାରୀ ଜଗତ ଜିତା
    ସଙ୍କଟ କାଳେ ମୋ ଉଦ୍ଧାରକର୍ତ୍ତା ||୩||

    ସୂଚୀମାଳାକୁ ଫେରନ୍ତୁ

  • micha maya sansare

    ମିଛ ମାୟା ସଂସାରରେ
    ଗଡ଼ି ଚାଲି ଯାଏ ଏ ସମୟ
    କାହିଁ କର ତୁମେ ତହିଁ ଶପଥର ମିଛ ଅଭିନୟ
    ହଁ କଥା ହିଁ ହେଉ, ନା କଥା ନ ହେଉ
    ହେଉ ଜୀବନର ଏ ଅଭିପ୍ରାୟ (ଘୋଷା)

    ଭାଙ୍ଗି ପୁଣି ଗଢ଼ିବାର, ନାହିଁ କିଛି ସକ୍ଷମତା
    ହୃଦୟରେ ଭରିଅଛି, ଶତ ଶତ ଦୁର୍ବଳତା
    ମସ୍ତକର କେଶ ରଙ୍ଗ; ବଦଳାଇ ନ ପାର
    ତେବେ କାହିଁ ନିଅ ତୁମେ
    ଶପଥ ଯେ ତୁମ ମସ୍ତକର || ୧ ||

    ସ୍ଵର୍ଗ ତାଙ୍କ ସିଂହାସନ, ଧରା ତାଙ୍କ ପାଦପୀଠ
    ସୃଷ୍ଟିକର୍ତ୍ତା ସେ ଆମର, ପ୍ରଭୁଙ୍କର ପ୍ରଭୁ ସେ ତ
    ମିଛେ ତାଙ୍କ ନାମ ନେଇ, ଶପଥ ଆଉ ନ କର
    ତାଙ୍କଠି ଭରସା କଲେ
    ହେବ ନାହିଁ କେବେ ପରାଜୟ ||୨||

    ସୂଚୀମାଳାକୁ ଫେରନ୍ତୁ

  • macha dharibu nahi

    ମାଛ ଧରିବୁ ନାହିଁ ଆଉ ମଣିଷ ଧରିବୁ
    ଜାଲ ଧରିବୁ ନାହିଁ ଆଉ ଆମେ ବାକ୍ୟକୁ ଧରିବୁ
    ହା… ହା…ହାଲେୟା (ଘୋଷା)

    ଯୀଶୁଙ୍କ ଡାକ ଶୁଣିଯିବୁ, ଜାଲ, ନଉକା, ଛାଡ଼ିଦେବୁ
    ଭବ ସମୁଦ୍ର ବୁଲି ବୁଲି ସୁସମାଗ୍ଧର କହିଯିବୁ
    ହା… ହା…ହାଲିୟା || ୧ ||

    ସଜାଡ଼ିବୁନି ଚୌକା ସବୁ, ଜନ ମନକୁ ସଜାଡ଼ିବୁ
    ଭଙ୍ଗାଚୁନା ମନ ସବୁକୁ, ଯୀଶୁଙ୍କ କତିକୁ ଆଣିବୁ
    ହା…ହା…ହାଲ୍ଲିଲୁୟା || ୨ ||

    ଜନପୂର୍ଣ ଜାଲ ଟାଣିବୁ ସ୍ଵର୍ଗ ଖୋଳେଇରେ ସବୁ
    ଏକଶ ତେପନ ବଡ଼ ମାଛ ଗୋଟି ଗୋଟି କରି ଗଣିନେବୁ
    ହା…ହା…ହାଲ୍ଲିଲୁୟା || ୩ ||

    ସୂଚୀମାଳାକୁ ଫେରନ୍ତୁ