Category: Song Book

  • se nadira upakule

    ସେ ନଦୀର ଉପକୂଳ
    କି ସୁରମ୍ୟ ଛଳ ଛଳ
    ବହେ ତହିଁ ପ୍ରେମ ଜଳ ଉପୁରି ତା ସ୍ବର୍ଗସ୍ଥଳ (ଘୋଷା)

    ସେ ନଦୀ ଜଳରେ ଭାଇ ପାପ ଦାଗ ଯାଏ ଧୋଇ
    ଯେତେ ପାପୀ ସବୁ ଚାଲ ଯିବା ସେ ନଦୀର କୂଳ || ୧ ||

    ପାପୀ ଜନ ନିରାଶାରେ ମରୁଥିଲେ ଯେ ତୃଷାରେ
    ଦେବାକୁ ଅମୃତ ଜଳ, ବହିଲା ସେ ନଦୀ ଜଳ || ୨ ||

    ଅମୃତ ଜଳର ଉତ୍ସ ନିଜେ ପ୍ରଭୁ ଯୀଶୁ ଖ୍ରୀଷ୍ଟ
    ଡାକୁଛନ୍ତି ଆସ ପିଇ ବଞ୍ଚିବ ଅନନ୍ତ କାଳ || ୩ ||

    ସୂଚୀମାଳାକୁ ଫେରନ୍ତୁ

  • jishura nama priya nama

    ଯୀଶୁର ନାମ
    ଯୀଶୁର ନାମ
    ଯୀଶୁର ନାମ ପ୍ରିୟ ନାମ
    ହାଲ୍ଲିଲୁୟା ଯୀଶୁ ହାଲୁୟା (ଘୋଷା)

    ହୃଦେ ନିଅ ଯୀଶୁ ନାମ, ଧାନେ ନିଅ ସେହି ନାମ ହୋ..
    ମହାନ ଅଟେ ସେ ନାମ, ଜ୍ଞାନେ ଭରା ସେହି ନାମ
    ଯୀଶୁର ପ୍ରିୟ ନାମ ଗାଅ ଗାଅ ହେ || ୧ ||

    ମୁକ୍ତି ଦିଏ ଯୀଶୁ ନାମ, ଶାନ୍ତିମୟ ସେହି ନାମ, ହୋ…
    ଜୟ ଦିଏ ଯୀଶୁ ନାମ, ଲୟ ଦିଏ ସେହି ନାମ
    ଯୀଶୁର ପ୍ରିୟ ନାମ ଗାଅ ଗାଅ ହେ || ୨ ||

    ଆଶାଦିଏ ଯୀଶୁ ନାମ, ଦିଏ ଶରଣ ସେହି ନାମ ହୋ..
    ଆନନ୍ଦମୟ ସେ ନାମ, ଅନନ୍ତ କାଳୀନ ନାମ
    ଯୀଶୁର ପ୍ରିୟ ନାମ ଗାଅ ଗାଅ ହେ || ୩ ||

    ସୂଚୀମାଳାକୁ ଫେରନ୍ତୁ

  • jishu nama gaijiba se pabitra

    ଯୀଶୁ ନାମ ଗାଇଯିବା ସେ ପବିତ୍ର ନାମ
    ଯୀଶୁ ନାମ କହିଯିବା ସେ ପବିତ୍ର ନାମ
    ଏକ ମାତ୍ର ସେ ନାମ ଦିଏ ନୂଆ ଜୀବନ
    ତ୍ରିଭୁବନେ ନାହି ଆଉ ସେ ନାମ ସମ (ଘୋଷା)

    ହୃଦେ ନେଇ ଯୀଶୁ ନାମ କରିବା ଧାନ
    ଅତୁଳ ଅମର ସେହି ସୁଧା ନାମ
    ଅମୃତ ନିଝିର ସେ ଯେ ବହେ ଝର ଝର
    ଅଟଇ ସେ ମିଷ୍ଟତମ ସେ ଯୀଶୁ ନାମ
    ଯୀଶୁଙ୍କ ଚରଣେ
    ନେବା ଆଜି ଶରଣ || ୧ ||

    ସେ ନାମରେ ଅଛି ପ୍ରେମ ସେ ନାମେ ମିଳନ
    ସେ ନାମରେ ଲଭେ ପାପୀ ଅନନ୍ତ ଜୀବନ
    ସେ ନାମରେ ଭୟ ଦୁଃଖ ଦୂର ହୁଏ ଜାଣ
    ସେ ନାମରେ ଅଛି ଶକ୍ତି ଶାନ୍ତିର ସନ୍ଧାନ
    ଯୀଶୁ ନାମେ ହେଉ ସଦା
    ମହା ଜୟଗାନ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • jishu krushe jhuli prana dele

    ଯୀଶୁ କୁଶେ ଝୁଲି ପ୍ରାଣ ଦେଇ
    ମୋ ପରି ପାପୀ ପାଇଁ
    ଝରାଇଲ ରକତ ଧାର ଝରିଗଲା ଝରଝର (ଘୋଷା)

    କୁଶ ବହି ଚାଲେ ଯୀଶୁ ମୋର
    ଥକି ପଡ଼େ ସେ ଥରକୁ ଥର
    ପିଠିରେ କୋରଡ଼ାର ଶିଆର କ୍ଷତ ବିକ୍ଷତ ହେଲା ସେ ଶରୀର
    ଝରାଇଲ ରକତ ଧାର ||୧||

    ମସ୍ତକେ ମୁକୁଟ ସେ କଣ୍ଟାର
    ହାତ ପାଦେ ଆଘାତ କଣ୍ଟାର
    ବଚ୍ଛାଘାତେ ଦାରୁଣ ବକ୍ଷର ବଳିକୃତ ଯୁବା ମେଷଙ୍କର
    ଝରାଇଲ ରକତ ଧାର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • jishu asa moro antara

    ଯୀଶୁ ଆସ ମୋର ଅନ୍ତରେ ଲଭିବି ପ୍ରାଣ ଦେଖି ତୁମରେ (ଘୋଷା)

    ମୋର ତାପିତ ପ୍ରାଣ ଶୀତଳ ହେବ ହେବାରେ ପାଇ ଅନ୍ତରେ || ୧ ||
    ତୁମ ମୋହନ ମୂରତି ଦେଖି ହେ, ଯିବ ଦୁଃଖ ଅନ୍ତରେ || ୨ ||
    ପ୍ରଭୁ ତୁମେ ଯହିଁ ସ୍ଵର୍ଗ ତହିଁ ହେ, ଆସ ମୋର ଅନ୍ତରେ || ୩||
    ତୁମ ସହବାସେ ସ୍ଵର୍ଗ ସୁଖ ହେ, ମିଳେ ଏହି ସଂସାରେ || ୪ ||
    ତୁମ ଦର୍ଶନେ ମନ ମୁଗୁ କରେ ହେ, ଆସ ମୋର ଅନ୍ତରେ || ୫ ||

    ସୂଚୀମାଳାକୁ ଫେରନ୍ତୁ

  • jishu amara sikhyaka

    ଯୀଶୁ ଆମର ଶିକ୍ଷକ, ଯୀଶୁ ଆମର ଶିକ୍ଷକ
    ଯାହା ସେ ଶିଖାନ୍ତି ତା’ ଆମେ ଶିଖିବୁ
    ଜଗତେ ତାହା ପ୍ରକାଶିବୁ ଆମେ (ଘୋଷା)

    କରିବାକୁ ପ୍ରେମ ଶିଖିଅଛୁ ଆମେ
    ଶିକ୍ଷକଙ୍କ ନିକଟରୁ ( ୨ ଥର)
    ସେ ପ୍ରେମ ଗୁଣରେ ଭେଦାଭେଦ ଭୁଲି
    ପ୍ରେମରେ ଅନ୍ୟକୁ କହିବୁ ଆମେ….|| ୧ ||

    ବାଧ୍ୟତା, ନମ୍ରତା, ଦୟା, କ୍ଷମା, ଗୁଣ,
    ଶିଖାଇଛନ୍ତି ଆମକୁ (୨ ଥର)
    ତାଙ୍କ ଆଦର୍ଶରେ ଗଢ଼ି ଏ ଜୀବନ ( ୨ ଥର)
    ସତ୍ୟ ପଥରେ ଚାଲିବୁ ଆମେ……|| ୨ ||

    ସେହି ଆମ ଗୁରୁ ପାଶେ ପାଶେ ଥାଇ
    ରକ୍ଷା କରିବେ ପାପରୁ (୨ ଥର)
    ତାଙ୍କରି ନାମରେ ଏ ସାରା ବିଶ୍ୱରେ
    ପ୍ରଶଂସା ଗୀତ ଗାଇବୁ ଆମେ…..||୩||

    ସୂଚୀମାଳାକୁ ଫେରନ୍ତୁ

  • jishu amoku prana dele

    ଯୀଶୁ ଆମକୁ ପ୍ରାଣ ଦେଲେ (୪ ଥର)
    ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ତ୍ରାଣକର୍ତ୍ତା
    ହାଲିଲୁୟା… ଆମେନ୍… ହାଲ୍ଲିୟା || ୧ ||

    ଯୀଶୁ ଆମକୁ ସୁସ୍ଥ କଲେ (୪ ଥର)
    ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ସୁସୁକ
    ହାଲୁୟା… ଆମେନ୍… ହାଲିୟା || ୨ ||

    ଯୀଶୁ ଆମକୁ ଶାନ୍ତି ଦେଲେ (୪ ଥର)
    ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ଶାନ୍ତିଦାତା
    ହାଲ୍ଲିଲୁୟା… ଆମେନ୍… ହାଲୁୟା || ୩ ||

    ଯୀଶୁ ଆମକୁ ମୁକ୍ତି ଦେଲେ (୪ ଥର)
    ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ମୁକ୍ତିଦାତା
    ହାଲିଲୁୟା… ଆମେନ୍… ହାଲିଲୁୟା || ୪ ||

    ସୂଚୀମାଳାକୁ ଫେରନ୍ତୁ

  • jihobah jiri seta jihobah

    ଯିହୋବା-ଯିରି, ସେ ତ ଯିହୋବା-ଶାନ୍ତା
    ଯିହୋବା-ନିଶି ମୋର ପତାକା
    ହାଲ୍ଲିଲୁୟା… ଗାଅ… ହାଲିଲୁୟା ସର୍ବ ପ୍ରାଣୀ ଗାଅ ହାଲିଲୁୟା
    ହାଲିଲୁୟା… ହୋଶାନ୍ନା (ଘୋଷା)

    ଯିହୋବା-ସିଦ୍ଧିକେନ୍ନ, ଯିହୋବା-ରାଫା
    ଏଦୋନାଇ, ଏସାଦା, ଯା8
    ଯିହୋବା-ରୋହି, ଯିହୋବା-ଏଲକା || ୧ ||

    ସେ ମଙ୍ଗଳମୟ ଶାନ୍ତି ରାଜା
    ଦାଉଦ ସୂତ ଯୀଶୁ ରାଜା ହୋଶାନ୍ନା
    ପ୍ରେମମୟ ସେ ତ ଶାନ୍ତି ଦାତା
    ସଚ୍ଚିଦାନନ୍ଦ ସେ ତ କ୍ଷମାଦାତା କରୁଣାମୟ ସେ ତ୍ରାଣକରତା || ୨ ||

    ସୂଚୀମାଳାକୁ ଫେରନ୍ତୁ

  • jaha rakhicha gupate

    ଯାହା ରଖିଛ ଗୁପତେ ଯାହା ରଖିଛ ହୃଦେ
    ଭାବଗ୍ରାହୀ ଯୀଶୁ ପଦେ ଯାଇ ସବୁ କହିଦେ (ଘୋଷା)

    ଯେତେ ଗୁପତ ପାପ ହୃଦେ କଳଙ୍କ ଛାପ
    ନେଇ ବୁଜୁଳା ଫିଟାଇ ତାଙ୍କ ପାଶେ ଥୋଇଦେ
    ଭାବଗ୍ରାହୀ ଯୀଶୁ ପଦେ ଯାଇ ସବୁ କହିଦେ… || ୧ ||

    ଅଛି ରକତେ ଶକ୍ତି ଗଲେ ପାଇବ ମୁକ୍ତି
    ନ ଗଲେ ହେବ ଦୁର୍ଗତି ଯାହା ଅଛି ଫିଙ୍ଗିଦେ
    ଭାବଗ୍ରାହୀ ଯୀଶୁ ପଦେ ଯାଇ ସବୁ କହିଦେ…. || ୨ ||

    ସୂଚୀମାଳାକୁ ଫେରନ୍ତୁ

  • jao jagatara kone kone

    ଯାଅ ଜଗତର କୋଣେ କୋଣେ
    କୁହ ପ୍ରତ୍ୟେକର କାନେ କାନେ
    ଯୀଶୁ ଆମର ଶାନ୍ତି ଆକର
    ଭରିଦେବେ ଶାନ୍ତି ପରାଣେ (ଘୋଷା)

    ଦୁଷ୍ଟ ଯେବେ ଆପଣା ସଂକଳ୍ପ ଛାଡ଼ିବ
    ଈଶ୍ଵରଙ୍କ ନିରୂପିତ ପଥରେ ଚାଲିବ
    କୈଶ ଭୟ ସଙ୍କଟରୁ ଉଦ୍ଧାର ପାଇବ
    ଏ ଜଗତେ ମହାନନ୍ଦ ସାକ୍ଷ୍ୟ ପ୍ରକାଶିବ
    ଚିର ନିବାସ ସେ ସ୍ଵର୍ଗଧାମ ପାଇବ ବିଶ୍ରାମ ଜୀବନେ || ୧ ||

    ପାପୀ ମରଣେ ତାଙ୍କୁ ନ ଥାଏ ସନ୍ତୋଷ
    ଡାକୁଛନ୍ତି ଆହେ ପାପୀ; ଶୀଘ୍ର ଫେରିଆସ
    ମୁକ୍ତି ମଶାଲ ଘେନ, ଶାନ୍ତଗାମୀ ହୁଆ
    ଜୀବନର ଚଲାପଥେ ହୁଅ ଅଗ୍ରସର
    ସେ ଯେ ଆମରି ଆଶ୍ରୟଗଡ଼ ନୋହୁଁ ଭୀତ ଏ ଜୀବନେ || ୨ ||

    ସୂଚୀମାଳାକୁ ଫେରନ୍ତୁ