Category: Song Book

  • sakala akhi aaji krusha

    ସକଳ ଆଖି ଆଜି କୁଶୋପରେ
    କି ମହାପ୍ରେମ ଘେନି ସେ ରକ୍ତ ଝରେ
    ବଞ୍ଚିବାକୁ ଚାହେଁ ଯେ ଜୀବନରେ
    କେବଳ ତାହାରି ପାଇଁ ସେ ରକ୍ତ ଝରେ (ଘୋଷା)

    ପ୍ରାଣ ରକ୍ଷା କରିବାକୁ ଯେ ଚାହିଁବା
    କେବଳ ସିନା ସେ ପ୍ରାଣ ହରାଇବା
    ଆପଣା କୁଶ ଘେନି ଯିବାକୁ ହେବ
    ନିଜକୁ ଅସ୍ବୀକାର କରି ଅନ୍ତରେ
    କି ମହାଶକ୍ତି ଘେନି ! ( ୨ ଥର) ||୧||

    ଧନୀ ହେଲେ ହେଁ ନିଜେ ଦରିଦ୍ର ହେଲେ
    କି ମହା ଅନୁଗ୍ରହ ସେ ଆଜି କଲେ
    ଅନୁଗ୍ରହ ଧନେ ହୁଅ ଧନବାନ
    ଯେ ଧନ କେହି ଚୋରି କରି ନ ପାରେ
    କି ମହାଧନ ଘେନି ! ( ୨ ଥର) || ୨ ||

    ରାଜା ହୋଇ ସେ ପିନ୍ଧିଲେ କଣ୍ଟା ମୁକୁଟ
    ନୀରବେ ସହିଲେ ସେ କୋରଡ଼ା ଛାଟ
    ନୀରବେ ସହିଲେ ସେ ଦାରୁଣ ପ୍ରେକ
    ତଥାପି ଅସ୍ୱୀକାର କଲେ ପିତର
    ଆମେ ବି କରୁ ନାହୁଁ କି ବାର ବାର ?
    କି ମହାପ୍ରେମ ଘେନି ! ( ୨ ଥର) || ୩ ||

    ସୂଚୀମାଳାକୁ ଫେରନ୍ତୁ

  • samarpibi jishu pade jaha achi

    ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହର
    କରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର || ୧ ||

    ସବୁ ମୁଁ ଦେବି, ସମର୍ପି ଦେବି
    ପ୍ରିୟ ଯୀଶୁ ପାଦେ ତୁମ ସମର୍ପି ଦେବି (ଘୋଷା)

    ସବୁ ଦେବି ଯୀଶୁ ପାଦେ ନତ ହେବି ଚରଣେ
    ଲୋଡ଼ା ନାହିଁ ପୃଥିବୀର ସୁଖ ଯେତେ ଜୀବନେ || ୨ ||

    ସବୁ ଦେବି ତୁମ ପାଦେ କର ଯୀଶୁ ତୁମର
    ତବ ପୂଣ୍ୟ ଜ୍ଞାନ ଦାନେ ହୁଅ ତୁମେ ମୋହର ||୩||

    ସବୁ ଦେବି ଯୀଶୁ ପାଦେ ଦେବି ମୋର ସର୍ବସ୍
    ରଖି ପ୍ରାଣ ପ୍ରେମେ ତୁମ ଢାଳିଦେଇ ସର୍ବସ୍ || ୪ ||

    ସବୁଦେବି ଯୀଶୁ ପାଦେ ଘେନି ପୂଣ୍ୟ ଆଲୋକ
    ପରିତ୍ରାଣ ଆନନ୍ଦରେ ଗାଇବି ଜୟ ଗୀତ ||୫||

    ସୂଚୀମାଳାକୁ ଫେରନ୍ତୁ

  • saraga nandana aji

    ସରଗ ନନ୍ଦନ ଆଜି….ଅପରାଧୀ ବେଶ ସାଜି
    ଗଗଥା ପଥେ କାନ୍ଧ କୁଶ ନେଇ ଯାଉଛନ୍ତି ପାପ ବହି (ଘୋଷା)

    ଅଧୀର ଆବେଗେ ପାପିନୀ କହେ
    କ୍ଷମିଲେ ଯେ ପାପ ତାର
    ନିରିଦୋଷ ହୋଇ ସେହି ପୁଣି ଆଜି
    ବହେ ପାପୀ ପାପ ଭାର
    ଈଶ୍ବର ନନ୍ଦନ ନିଃସଙ୍ଗ ଯେ ଆଜି
    ପାଶେ ତାର ନାହିଁ କେହି ( ୨ ଥର) || ୧ ||

    ଝୁଣ୍ଟି ଦେଇ ପାଦ କୁଶର ଭାରେ
    ଶିର ହୁଏ ସଂକୁଚିତ
    ବୁଜି ଦେଇ ଆଖି ପିତର କାନ୍ଦେ
    କାନ୍ଦ ବାଟୀମୟ ଅନ୍ଧ,
    ଅନ୍ଧ ଆଖି ତା’ର ଖୋଲି ଅଛି ଯିଏ,
    ତା’ର ପୁଣି ଦଶା ଏହି ( ୨ ଥର) || ୨ ||

    କୋରଡ଼ାର ମାଡ଼ ଶିଆର ଟାଣି
    କୋମଳ ପୃଷ୍ଠ ଦେଶେ
    କାନ୍ଦି ଉଠେ ନାରୀ ଦେଖି ଏ ଦୁଃଖ
    ପଥରର କୋହ ଆସେ
    ତଥାପି କୋମଳେ ଯାଆନ୍ତି କହି
    ସାନ୍ତନା ବାଣୀ ସେହି ( ୨ ଥର) || ୩ ||

    ସୂଚୀମାଳାକୁ ଫେରନ୍ତୁ

  • sada prabhu moro pratipalaka

    ସଦାପ୍ରଭୁ ମୋର ପ୍ରତିପାଳକ
    ସଦାପ୍ରଭୁ ମୋର ପ୍ରିୟପାଳକ
    ଅଭାବ ମୋହର ହେବ ନାହିଁ
    ହେବ ନାହିଁ, ହେବ ନାହିଁ (ଘୋଷା)

    ତୃଣମୟ ସ୍ଥାନରେ ଶୟନ କରାନ୍ତି ।
    ସ୍ଥିର ଜଳ ପାଖେ ପାଖେ କଢ଼ାଇ ନିଅନ୍ତି
    ସେ ମୋ ପ୍ରାଣକୁ ସୁସ୍ଥ କରନ୍ତି
    ଧର୍ମ ପଥେ ମୋତେ କଢ଼ାଇ ନିଅନ୍ତି || ୧ ||

    ମୃତ୍ୟୁଚ୍ଛାୟା ପଥରେ କରିଲେ ଗମନ
    ଆପଦକୁ କେବେହେଲେ କରିବିନି ଭୟ
    ତୁମେ ସହବଢୀ ତୁମେ ମୋର ସାଥୀ
    ସାନ୍ତନା ମୋହର ପ୍ରଭୁ ତୁମ ଯଷ୍ଟି || ୨ ||

    ଶତୃଗଣ ସମୁଖେ ମେଜ ସଜାଇଛି
    ତଇଳ ଢ଼ାଳି ମସ୍ତକ ସିକ୍ତ କରିଅଛୁ
    ପାନ ପାତ୍ର ମୋର ଉଛୁଳି ପଡୁଛି
    ମଙ୍ଗଳ, ଦୟା ମୋ ହେବ ଅନୁବର୍ତ୍ତୀ
    ପ୍ରଭୁଙ୍କ ଗୃହ ମୋ ହେବ ନିବାସ
    ଚିରକାଳ ତହିଁ କରିବି ବାସ || ୩ ||

    ସୂଚୀମାଳାକୁ ଫେରନ୍ତୁ

  • sagaru gabhira akasharu ucha

    ସାଗରୁ ଗଭୀର ଆକାଶରୁ ଉଚ୍ଚ ( ୨ ଥର)
    ଯୀଶୁ ତୁମ ପ୍ରେମ ଅସୀମ
    ଗାଇ ଗାଇ ସେହି ନାମ, ଭଜି ଭଜି ତୁମ ପ୍ରେମ
    ବିତିଯାଉ ଏହି ଜୀବନ (ଘୋଷା)

    ଅପବ୍ୟୟୀ ପୁତ୍ର ପରି ବୁଲୁଥିଲି
    ହୋଇ ବାଟବଣା ଦିନେ ମେଷ ମୁଁ ତୁମରି
    ପାଦରେ ପାଦୁକା ହାତ ମୁଦି ଦେଇ
    ନୂଆଁ ଏକ ଗୀତ ମୋର ଓଠ ଦେଲ ଭରି
    ଗାଇ ରାତି ଦିନ ତୁମ ସ୍ତୁତି ଗାନ ( ୨ ଥର)
    ବିତି ଯାଉ ଏହି ଜୀବନ
    କରୁଥିବି ଜୟଗାନ ମନ ଉପବନେ ପ୍ରଭୁ
    ଜାଳିଦିଅ ଆତ୍ମାଙ୍କ ଦାନ || ୧ ||

    କହିଗଲ ତୁମେ ଆସି ନେଇ ଯିବା
    ଚିରକାଳ ସାଥେ ତୁମ ସରଗେ ରଖିବା
    ସେ ବାଟକୁ ଚାହିଁ ଜାଗିଅଛି ମୁହିଁ
    ହୃଦୟ ମନ୍ଦିରେ ତୁମ ପ୍ରଦୀପ ସଜାଇ
    ଲୋଡ଼ା ନାହିଁ ମୋର ଧନ ଜନ ମାନ
    ବିତି ଯାଉ ଏହି ଜୀବନ
    ପ୍ରଭୁ ତୁମ ପାପୁଲିର କୋମଳ ପରଶେ ମୋର
    ଧନ୍ୟ ହେଉ ଏହି ଜୀବନ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • sata ranga sata sure gaijiba

    ସାତରଙ୍ଗ ସାତ ସୁରେ ଗାଇଯିବା ମିଳନର ସୁମଧୁର ସଙ୍ଗୀତ
    ମୁକତି ଯୀଶୁ ନାମରେ ଶକତି ଯୀଶୁ ନାମରେ
    କହି ଯିବା ସାରା ଜଗତେ (ଘୋଷା)

    ଖ୍ରୀଷ୍ଟ ଆମ ମଣ୍ଡଳୀର ମସ୍ତକ
    ମାନି ଯିବା ସଦା ତାଙ୍କ ନିର୍ଦ୍ଦେଶ
    ରକତେ କିଣା ଯେ ଆମେ
    କନ୍ୟା ରୂପେ ଗଣା ଯେ ଆମେ
    ଏହି ତ ଆମରି ଗଉରବ || ୧ ||

    ଏକତା ଆମ ମୂଳ ମନ୍ତର
    ବିଶ୍ବାସ ଅଟେ ସ୍ଵର୍ଗୀୟ ଜାଲ
    ପ୍ରେମରେ ବଢ଼ିବା ଆମେ
    ଶାନ୍ତିରେ ଚାଲିବା ଆମେ
    ଏହି ତ ଖ୍ରୀଷ୍ଟିୟ ମହକ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • sathi jiba chalago jiba chalo

    ସାଥି ଯିବା ଚାଲଗୋ
    ଯିବା ଚାଲ ବେଥିଲିହିମ… ବେଥିଲିହିମ…
    ଦୂରେ ଚାହିଁ ଦେଖି ହସୁଛି ତାରା
    ହାତ ଠାରି ତୋତେ ଡାକୁଛି ପରା
    ହୋଇଛନ୍ତି ଯହିଁ ଯୀଶୁ ଜନମ, ଯୀଶୁ ଜନମ (ଘୋଷା)

    ସରଗର ସୁଖ ଛାଡ଼ି; ଆମ ଦୁଃଖ ନେବେ ବହି
    ପାପୀ ପାପ ସବୁ ନେବେ; ନୂଆଁ ଜୀବନ ସେ ଦେବେ
    ତାଙ୍କ ପାଦେ ଆମେ ଭକତି ଭରେ ।
    ଜଣାଇବା ଚାଲ ଆମ ପ୍ରଣାମ
    ଯିବା ଚାଲ ବେଥିଲିହିମ… ବୈଥିଲିହିମ… || ୧ ||

    ପୁଲକିତ ହୁଏ ଧରା, ଝରେ ଆନନ୍ଦର ଧାରା
    ଶୁଭେ ପ୍ରଭୁଙ୍କର ଗୀତି, ଭରିଯାଏ ଶାନ୍ତି ପୀତି
    ରାଜାଙ୍କର ରାଜା ଆମ ଯୀଶୁ ରାଜା
    ସେହି ଯେ ମସୀହ ଶାନ୍ତି ପରମ
    ଯିବା ଚାଲ ବେଥିଲିହିମ.. ବେଥିଲିହିମ… || ୨ ||

    ସୂଚୀମାଳାକୁ ଫେରନ୍ତୁ

  • sana sana pila ame

    ସାନ ସାନ ପିଲା ଆମେ
    ସରଗ କଳି..ଆମେ ସରଗ କଳି….
    ଛୋଟ ଦୀପ ପରି ଆମେ ଯିବୁରେ ଜଳି..ଆମେ..(ଘୋଷା)

    ଆମ ମନେ ନାହିଁ ଭେଦ ଛଳନା କେବେ
    ଆମ ଲୁହ ଆର କ୍ଷଣେ ହସରେ ଲିଭେ
    ସେହି ହସ ଝରିଯାଏ ମୁକୁତା ଭଳି…ସେ ଯେ ମୁକୁତା ଭଳି || ୧ ||

    ଯୀଶୁ ବାପା ଆମ ସାଥି ଆମେ ତ ମେଷ
    ନେଇଯାନ୍ତି ସେ ଆମରି ଦୁଃଖ ଅଶେଷ
    ଆମେ କରୁ ତାଙ୍କ ଜୟ ପ୍ରଶଂସା ତୋଳି… ତାଙ୍କ ପ୍ରଶଂସା ତୋଳି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • sukha dine mu ta tumaku

    ସୁଖ ଦିନେ ମୁଁ ତ, ତୁମକୁ ଦେଇଛି ପାଶୋରି
    ଆଜି ଦୁଃଖ ବେଳେ ତୁମକୁ ଡାକିଲେ
    ଆଜି ଦୁଃଖ ଦିନେ ତୁମକୁ ହେଜିଲେ
    କରୁଣା ଦେବ କି ଜାଳି
    ପ୍ରଭୁ ତୁମକୁ ଦେଇଛି ପାଶୋରି (ଘୋଷା)

    ଅଳୀକ ଜଗତେ ସୁଖର ମୂଳ୍ପନା
    ରଖିଥିଲା ମୋତେ କରି ବନ୍ଦାପନା
    ସେ ବେଳେ ତୁମକୁ ଡାକିନାହିଁ ପ୍ରଭୁ
    ସୁଖ ସାଗରରେ ସନ୍ତରି
    ପ୍ରଭୁ ତୁମକୁ ଦେଇଛି ପାଶୋରି || ୧ ||

    କରି ଅନୁତାପ ଡାକୁଛି ହେ ପ୍ରଭୁ
    କ୍ଷମା କର ଆଜି ମୋର ପାପ ସବୁ
    ଅବାଧ ମୁଁ ଦୀନ ଶପଥ କରୁଛି
    ହେଜିବି ତୁମକୁ ମନରେ ମୁଁ ନିତି
    ଦୁଃଖ ନିଅ ହେ ମୋହରି
    ପ୍ରଭୁ ତୁମକୁ ଯିବିନି ପାଶୋରି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • simahina akasha ra nilimare ସୀମାହୀନ ଆକାଶର ନୀଳିମାରେ

    ସୀମାହୀନ ଆକାଶର ନୀଳିମାରେ
    କହିଯାଏ ତାରାଟିଏ
    ଜନମିଛି ତୁମପାଇଁ ଧରାପରେ….
    ସରଗର ଶିଶୁଟିଏ (ଘୋଷା)

    ସୁନ୍ଦର ଶିଶୁ ରୂପରେ, ଶାନ୍ତିରାଜା ଜନମିଲେ
    ସରଗ ଶାନ୍ତିର ବାଣୀ, ପ୍ରେମରେ ସେ ଢାଳିଦେଲେ
    ମୁକତିର ପଥ କରି ଆଲୋକିତ ପ୍ରଣୋଦନ ସେ ହୋଇଲେ
    ସରଗର ଶିଶୁଟିଏ || ୧ ||

    ବାକ୍ୟରୁପି ହୋଇ ନିଜେ ମାନବ ରୂପ ଧରିଲେ
    ତାଙ୍କ ମହା କରୁଣାରେ, ଦୁଃଖୀ ଦୁଃଖ ନେଇଗଲେ
    ପାପୀ ମାନବକୁ ଆମର ପ୍ରେମରେ ଅନନ୍ତ ଜୀବନ ଦେଲେ
    ସରଗର ଶିଶୁଟିଏ || ୨ ||

    Lyrics/Composition: Late Mr. Tapan Suna (Balangir, Odisha)

    ସୂଚୀମାଳାକୁ ଫେରନ୍ତୁ