Category: Song Book

  • dauda suta hossanna

    ଦାଉଦ ସୁତ ହୋଶାନ୍ନା ରାଜାଧିରାଜ ହୋଶାନ୍ନା
    ପୁନରୁଥାନ ହୋଶାନ୍ନା…(ଘୋଷା)

    ଆଦି ଓ ଅନ୍ତ ହୋଶାନ୍ନା ଜୀବନ ପଥ ହୋଶାନ୍ନା
    ମୃତ୍ୟୁଞ୍ଜୟୀ ହୋଶାନ୍ନା ପରମପିତା ହୋଶାନ୍ନା….|୧|

    ମୁକତି ଦାତା ହୋଶାନ୍ନା ଶକତିଦାତା ହୋଶାନ୍ନା
    ମୃତ୍ୟୁଞ୍ଜୟୀ ହୋଣାନ୍ନା ପରମପିତା ହୋଶାନ୍ନା…. |୨|

    ସୂଚୀମାଳାକୁ ଫେରନ୍ତୁ

  • dayara sagara prabhu he jishu sundara

    ଦୟାର ସାଗର ପ୍ରଭୁ ହେ ଯୀଶୁ ସୁନ୍ଦର
    ତୁମରି ପ୍ରେମ କରୁଣା ଅନନ୍ତ ଅପାର….ହେ ଦୟାସାଗର
    ପବିତ୍ର ଶୋଣିତେ ଧୋଇ ପତିତ ନର କଲ ଉଦ୍ଧାର …(ଘୋଷା)

    ଡିମ୍ବିରି ଗଛରୁ ପ୍ରଭୁ ଜଖ୍ୟାକୁ ଡାକିଲ ତୁମେ.. ଜଖ୍ୟକୁ ଡାକିଲ
    ଦୂରୁ ତା’ର ଭାବ ଜାଣି ନିକଟକୁ ଗଲ, ତୁମେ.. ନିକଟକୁ ଗଲ
    ନିରାଶ ତା ପରିବାରେ ଆଶା ସଞ୍ଚାରିଲ ହେ ଦୟାସାଗର …|୧|

    ତୁମ ବିନା ମୁହିଁ ପ୍ରଭୁ ପଥହରା ନର ମୁଁ ଯେ ପଥହରା ନର
    ପରସଢ଼ା ଗନ୍ଧ ଅଟେ, ଏ’ ମୃତ ଶରୀର ମୋର, ଏ’ ମୃତ ଶରୀର
    ଅନୁଗ୍ରହେ କ୍ଷମା କରି ପ୍ରାଣ ଦାନ କଲ ହେ ଦୟାସାଗର …|୨|

    ସୂଚୀମାଳାକୁ ଫେରନ୍ତୁ

  • dayara sagara prabhu ma jishu

    ଦୟାର ସାଗର ପ୍ରଭୁ ମୋ ଯୀଶୁଧନ
    କାଲବରୀ କ୍ରିଶୋପରେ ଦେଲ ଜୀବନ …(ଘୋଷା)

    ପୃଷୋପରେ ଦେଖି ତାଙ୍କ କୋରଡ଼ାର ମାଡ଼
    ଝରିପଡ଼େ ସର୍ବାଙ୍ଗରୁ ରକତର ଧାର
    କାଣେ ଭାରି କୁଶ ବୋହି କି ଯାତନା ସହି… |୧|

    ଆସିଥିଲେ ଦିନେ ସିଏ ପାପୀ ମୁକ୍ତି ପାଇଁ
    ପାପ ଧୋଇ କଲେ ମୁକ୍ତି ନିଜ ରକ୍ତ ଦେଇ
    ଯୀଶୁଖ୍ରୀଷ୍ଟ ନାମ ନେଇ ପଥ ସତ୍ୟ ହୋଇ….|୨|

    କରୁଅଛି ନିବେଦନ ହେ ତ୍ରାଣ ରାଜନ
    ଦୟା କରି ଦିଅ ତୁମ୍ଭ ସ୍ଵର୍ଗ ରାଜ୍ୟ ସ୍ଥାନ
    ଆନନ୍ଦରେ ଗାଉଥିବି… ତୁମ ଜୟଗାନ….|୩|

    ସୂଚୀମାଳାକୁ ଫେରନ୍ତୁ

  • daya bahi jodi dhoyiba

    ଦୟାବହି ଯଦି ଧୋଇବ ନାହିଁ ମୋ ଜୀବନ
    ଛୁଇଁବି କିପରି
    ପବିତ୍ର ତୁମରି ଚରଣ ? ….(ଘୋଷା)

    ବ୍ୟାକୁଳ ହୃଦୟ କାନ୍ଦେ ମୋ ପାପଲାଗି
    ଅତୀତର ଶତ କଳୁଷତା ଅନୁଭବ
    ପ୍ରେମ ବହି ଯଦି ଧୋଇବ ନାହିଁ ମୋ ପରାଣ
    ହୋଇବି କିପରି ମୁଁ ପ୍ରିୟ ତୁମରି ସନ୍ତାନ ? …|୧|

    ଆଜିର ଶପଥ ତୁମ ଗଉରବ ପାଇଁ
    ଆଜିର ଲୁହରେ ପ୍ରତାରଣା ଆଉ ନାହିଁ ।
    କ୍ଷମା ଦେଇ ଯଦି ଶୁଣିବ ନାହିଁ ମୋ କ୍ରନ୍ଦନ
    ଆଗାମୀ ଯାତ୍ରା ହେବ ମୋ କିପରି ନୂତନ ? …|୨|

    ସୂଚୀମାଳାକୁ ଫେରନ୍ତୁ

  • teri aradhana karu

    ତେରୀ ଆରାଧନା କରୁ…ତେରୀ ଆରାଧନା କରୁ….
    ପାପ କ୍ଷମା କର ଜୀବନ୍ ଦେ ଦେ ଦୟା କି ଅର୍ଚ୍ଚନା କରୁ ….(ଘୋଷା)

    ତୁହି ମହାନ୍ ସର୍ବଶକ୍ତିମାନ୍
    ତୁହି ହି ମେରା ଜୀବନ୍ କା ସଙ୍ଗାତ୍
    ହୃଦୟ କେ ତାର, ଛେଡ଼େ ଝକାର୍
    ତେରୀ ଆରାଧନା ହେ ମଧୁର ଗୀତ୍
    ଜୀବନ୍ ସେ ମେରେ ତୁ ମହିମା ପାୟ
    ଏକ୍ ହି କାମନା କରୁ…..|୧|

    ସୃଷ୍ଟି କେ ହର-ଏକ କୋ କୋ ମେ
    ଛାୟା ହେ ତେରୀ ମହିମା କା ରାଜ୍
    ପଛି ଭି କର୍ ତେହେଁ ତେରୀ ପ୍ରଶଂସା
    ହର୍ ପଲ୍ ଶୂନା ତେ ହେଁ ଆନନ୍ଦ କା ରାଗ
    ମେରୀ ଭି ଭକ୍ତି ତୁଝେ ଗ୍ରହନ୍ ହୋ
    ହୃଦୟ ସେ କାମନା କହୁଁ ….|୨|

    ସୂଚୀମାଳାକୁ ଫେରନ୍ତୁ

  • tejao jishu hai duku duku

    ତେଜାଅ ଯୀଶୁ ହେ ଦୁକୁ ଦୁକୁ ପ୍ରଦୀପ
    ଜାଳ ଢାଳ ଦୟାକରି ସୁର-ତଇଳ
    ସୁର ତଇଳ ଆହେ ମହାଶଇଳ …(ଘୋଷା)

    ବାଆ ବତାସ ସଙ୍ଗେ ଖଣ୍ଡ ପ୍ରଳୟ
    ଦୀପାବଳୀ ନାଶିବାକୁ ଘରେ ଆଳୟ ଘେରେ ତବ ଆଳୟ …|୧|

    ରାଜାଙ୍କ ଆଗମନ ସୂଚନା କାଳ
    ଦେଖି ସେ ଦୁଃସାହସେ ସିଞ୍ଚଇ ଜଳ ଢାଳ ଢାଳ ଦୟାକରି ସୁରତଇଳ …|୨|

    ସୂଚୀମାଳାକୁ ଫେରନ୍ତୁ

  • tume ma asraya moro drudha durga

    ତୁମେ ମୋ ଆଶ୍ରୟ ମୋର ଦୃଢ଼ ଦୁର୍ଗ
    ଦୁର୍ଦ୍ଦଶା କାଳରେ ମୋ ସହାୟ …|୧|

    ପ୍ରଣମୁଛି ମୁଁ ତୁମ ପୟରେ ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେ
    ତୁମ ସେବା କରିବି ମୋର ସବୁ କିଛିରେ
    ମୁଁ ଏଠାରେ… ପ୍ରଭୁ… ମୁଁ ଏଠାରେ ପ୍ରଭୁ… (୩ଥର) …(ଘୋଷା)

    ମୋ ତ୍ରାଣ କରତା, ମୋ ଆରୋଗ୍ୟ ଦାତା
    ମୋ ଶକ୍ତିଦାୟକ ମୋର ପ୍ରଭୁ …|୨|

    ସୂଚୀମାଳାକୁ ଫେରନ୍ତୁ

  • tume sudura nabhe prabhu

    ତୁମେ ସୁଦୂର ନଭେ ପ୍ରଭୋ ରହିଅଛ ଚାହିଁ
    ରହିଥାଅ ସଦା ମୋର ସାଥେ
    ତୁମେ ନିତି କି ନିତି ଶିଖାଇବ ସୁଗତି
    ଚାଲିବି ଯେହ୍ନ ତବ ପଥେ …(ଘୋଷା)

    ତବ କୁଶୀୟ ରେଖା ହେଉ ଅନ୍ତରେ ଅଙ୍କା….
    ଗାଇବି ପ୍ରେମ ନିରତେ
    ଧରି ଜୟ ପତାକା ବାହି ନେବେ ନଉକା (୨ ଥର)
    ଭାସିଯିବି ସ୍ଵରଗ ସ୍ରୋତେ….|୧|

    ଗାଇବି ଜୟ ଗାନ କର୍ମେ ରହି ମଗନ
    କରିବି ପ୍ରାଣ ପଣ କର୍ମୀ ରହି ମଗନ
    ଶୁଣାଇବି ଏ ମତେ
    ଜାଗ ଉତ୍କଳବାସୀ କରମେ ଲାଗ ଆସି (୨ଥର)
    ବିଜୟୀ ଯୀଶୁ ପଦେ ନିତ୍ୟେ….|୨|

    ସୂଚୀମାଳାକୁ ଫେରନ୍ତୁ

  • tume ki bedana bhare kranta

    ତୁମେ କି ବେଦନା ଭାରେ କ୍ରାନ୍ତ
    ତୁମେ କି ଦୁଃଖୀ ପରିଶ୍ରାନ୍ତ
    ଆସ ଯିବା ମିଳି, କୁଶ ପଥେ ଚାଲି
    ଲଭିବା ନୂତନ ଜୀବନ
    ଜୀବନ ହେବ ଧନ୍ୟ …(ଘୋଷା)

    ସେ କୁଶେ ଝରୁଛି, ଉଷ୍ଣ ରକତ ଧାର ହେବ କ୍ଷମା ପାପ ତୁମର
    ବକ୍ଷେ ତା’ ଭରିଛି, ଉତ୍ସ ପ୍ରେମର ଅଟେ ସେ ଯେ ବନ୍ଧୁ ପାପୀର
    ଯୀଶୁ ଆମ ତ୍ରାଣ, ଲଭି ପରିତ୍ରାଣ
    ଘେନିବା ନୂତନ ଜୀବନ
    ଜୀବନ ହେବ ଧନ୍ୟ …|୧|

    ଘରେ ଏ ଦୁର୍ଦ୍ଦିନ ଧରଣୀ ପରେ ଜାଳିଦେବା ଆଲୋକ ବାରେ
    କାନ୍ଦେ ଯେ ଅନ୍ତର ପାପ ଅନ୍ଧାରେ ଆଣିଦେବା ପ୍ରଭୁ ପୟରେ
    ପାପ ଅନ୍ଧକାର ବେଗେ ହେବ ଦୂର
    ଭରିବା ନୂତନ ଜୀବନ
    ଜୀବନ ହେବ ଧନ୍ୟ …|୨|

    ସୂଚୀମାଳାକୁ ଫେରନ୍ତୁ

  • tume aradhya parameswar

    ତୁମେ ଆରାଧ୍ୟ ପରମେଶ୍ବର
    ତୁମେ ଆଧାର ସର୍ବ ସୃଷ୍ଟିର …(ଘୋଷା)

    ମୋର ସବୁ ଗତି ତୁମେ ଦେଖୁଛି ପରିଚୟ ମୋ ମନର ନେଇଛି
    ହୃଦୟର ଚିନ୍ତା ସବୁ ଜାଣିଛି
    ଅନ୍ତର୍ଯ୍ୟାମୀ ପ୍ରଭୁ ମୋ ଜୀବନର …|୧|

    ଅଙ୍ଗପ୍ରତ୍ୟଙ୍ଗ ପ୍ରେମରେ ଗଢ଼ିଛି ମାତା ଉଦରେ ଯତ୍ନରେ ଝଜିଛି
    ତୁମ ଅପୂର୍ବ ପ୍ରେମ ପ୍ରକାଶିତ
    ତୁମ ସକଳ କାର୍ଯ୍ୟ ଚମକାର …|୨|

    କେଉଁଠାକୁ ଯିବି ତୁମ ଆତ୍ମାଠାରୁ କେଉଁଠାକୁ ଯିବି ତୁମ ସାକ୍ଷାତରୁ
    ତୁମ ଗୌରବ ହୁଏ ବିରାଜିତ
    ପରାକ୍ରମି ପ୍ରଭୁ ଏ ଜଗତର …|୩|

    ସୂଚୀମାଳାକୁ ଫେରନ୍ତୁ