Category: Prathana Meeting

  • bujhila ki bandhu paritrana

    ବୁଝିଲ କି ବନ୍ଧୁ ପରିତ୍ରାଣର ବାକ୍ୟ ଶୁଣିବା
    କି ସୁମିଷ୍ଟ ଏହି ବାଣୀ ପାପରୁ ମନ ଫେରାଇବା
    ପରିତ୍ରାଣର ବାକ୍ୟ ଶୁଣିବା (ଘୋଷା)

    ସ୍ବର୍ଗରାଜ୍ୟ ଦ୍ୱାର ଖୋଲି ଡାକନ୍ତି ଆତୁରେ
    ଲଭିବା ଅନନ୍ତ ଶାନ୍ତି ଅମର ପୁରରେ
    ସଂସାର ବିଷୟ ତେଜି ଚାଲ ଯିବା ବେଗି ବେଗି
    ନୋହିବ କିଛି ଅଭାବ ଆନନ୍ଦ କାଳ କାଟିବା || ୧ ||

    ଅମାନିଆ ହୁଏ ଯେବେ ମନର ଭାବନା
    ପାପ ପ୍ରତିଫଳ ଭୋଗି ପାଇବୁ ଯାତନା
    ନରକ କୁଣ୍ଡ ତୋହର ସଦା ଜଳିବ ଶରୀର
    କାହିଁକି ଏହି ଜୀବନେ ପ୍ରାଣ ବିକଳେ ଭୋଗିବା_ || ୨ ||

    ଆସିଛି ଶୁଭ ସମୟ ପରମ ସୁଯୋଗ
    ପବିତ୍ରତା ବସ୍ତ୍ର ପିନ୍ଧି ହୁଅରେ ଉଯୋଗ
    ସର୍ବଦା ରୁହ ଜାଗ୍ରତ ହେବ ସେ ଦିନ ଉପସ୍ଥିତ
    ଯୀଶୁ ରାଜା ସମୁଖରେ କି ବୋଲି ଉତ୍ତର ଦେବା || ୩ ||

    ସୂଚୀମାଳାକୁ ଫେରନ୍ତୁ

  • bidhaba naridana

    ବିଧବା ନାରୀଦାନ, ସ୍ଵର୍ଗ ହେଲା ଗ୍ରହଣ
    ପାହୁଲା ଯାହା ଥିଲା କରିଥିଲା ସେ ପ୍ରଦାନ
    ଦାନ ଦେଇ ପ୍ରଭୁଙ୍କୁ, ହୋଇଥିଲା ସେହି ଧନ୍ୟ (ଘୋଷା)

    ସର୍ବ ସୃଷ୍ଟିକର୍ତ୍ତା ରାଜନ, ସର୍ବ ପ୍ରାଣୀ କଲ ସୃଜନ
    ଜଗତର ପାପ ମୋଚନ ପାଇଁ କଲ ପୁତ୍ରଙ୍କୁ ଦାନ
    କରିଲେ ପ୍ରେମ, ରୁଧିର ଦେଇ ଏ ମର୍ତ୍ତ୍ୟଭୁବନେ || ୧ ||

    କର ସର୍ବେ ମନେ ସ୍ମରଣ, ବିଧବା ନାରୀଟିର ଦାନ
    ଆଣିଛ କି କିଛି କିଛି ଦାନ, ଅବା ଯାହାଥିଲା ସମ୍ପୂର୍ଣ୍ଣ
    ଦେବାକୁ ପ୍ରଭୁ ଚରଣେ, ସବୁ ଧନ, ଜନ, ମନ || ୨ ||

    ହେଜ ମନେ ସକଳ ଜନ, ପ୍ରଭୁ ଯୀଶୁଙ୍କ ମଙ୍ଗଳ ଦାନ
    ଅଛି କି ଦେବାକୁ ପ୍ରତିଦାନ, ଦେଇ ତୋଷିବ ତାହାଙ୍କ ମନ
    ଚାହାନ୍ତି ସେହି ଭଗ୍ନ ଅନ୍ତର ପୁଣି ହୃଦୟ ମନ || ୩ ||

    ସୂଚୀମାଳାକୁ ଫେରନ୍ତୁ

  • batoee bare tu pachaku ana

    ବାଟୋଇ ବାରେ ତୁ ପଛକୁ ଅନା
    ପଛପଟୁ ତୋର ଡାକ ଛୁଟୁଛି ଆଗକୁ ଆଗେଇ ଯା’ନା (ଘୋଷା)

    ମରୁ ମରୀଚିକା ଦେଖି ତୁ ଧାଉଁଛୁ ତୋ ପ୍ରାଣ ବିକଳେ ସିନା
    ଆତ୍ମାର ପିପାସା ମେଣ୍ଟିବ ନାହିଁରେ ହୋଇଛୁ ତୁ ପଥ ବଣା || ୧ ||

    ଧାଇଁ ଧାଇଁ ଧନ ଅରଜୁଛୁ ତୁ ତା’ ପାଇଁ ଜୀବନ ଦେ’ନା
    ପଡ଼ିଥିବ ତୋର ସାଇତିଲା ଧନ ଖାଲିହାତେ ଯିବୁ ସିନା || ୨ ||

    ତୋ ଯଉବନର ଏ ଅଭିମାନେ ହୋଇଅଛୁ ଗର୍ବମନା
    ଆର ଘଡିକରେ ଝାଉଁଳି ଯିବୁରେ ନାହିଁ କିରେ ତୋତେ ଜଣା || ୩ ||

    ସେ ପଥ ତେଜି, ଯୀଶୁ ନାମ ଭଜି ସ୍ବର୍ଗୀୟ ପଥକୁ ଅନା
    ସରଗର ସୁଖ ପାଇବୁରେ ଭାଇ ଉଡ଼ାଇବୁ ଜୟବାନା ||୪||

    ସୂଚୀମାଳାକୁ ଫେରନ୍ତୁ

  • baki achi bahuta dura

    ବାକି ଅଛି ବହୁତ ଦୂର
    ଭଲିବାକୁ ନାହିଁ ମୋ ବଳ
    ପଡୁଛି ପୁଣି ମୁଁ ଉଠୁଛି
    ଶକତି ନାହିଁ ମୋହର (ଘୋଷା)

    ତୁମ ପ୍ରିୟ ଦାସ ଏଲିୟ, ଖୁଆଇଲ ସ୍ଵର୍ଗୀୟ ଖାଦ୍ୟ
    ଚାଳିଶି ଦିନର ପଥ, ଚାଲିଥିଲେ ସେ ସହି କ୍ଳେଶ
    ସେହି ପ୍ରଭୁ ତ ତୁମେ ଜୀବିତ
    ବଢ଼ାଅ ଶକତି ମୋହର || ୧ ||

    ସୁନ୍ଦର ନାମକ ଦୁଆରେ ମାତୃ ଗର୍ଭୁ ଖଟି ଥିଲେ
    ଯୀଶୁନାମେ ବଳ ପାଇଲେ କୁଦା ମାରି ସେ ଠିଆହେଲେ
    ସେହି ପ୍ରଭୁ ତ ତୁମେ ଜୀବିତ
    ବଢ଼ାଅ ଶକତି ମୋହର || ୨ ||

    କଫନାଁହୁମରେ ଥରେ ପକ୍ଷାଘାତୀ ବହି ଆଣିଲେ
    ତାର ସବୁ ପାପ କ୍ଷମିଲ ଖଟିଆ ଘେନିଯା’ କହିଲ
    ସେହି ପ୍ରଭୁ ତ ତୁମେ ଜୀବିତ
    ବଢ଼ାଅ ଶକତି ମୋହର || ୩ ||

    ସୂଚୀମାଳାକୁ ଫେରନ୍ତୁ

  • baimana dine hele samaya diya

    ବାଇମନ ଦିନେ ହେଲେ ସମୟ ଦିଆ
    ଯୀଶୁ ନାମକୁ ଭୁଲି ଯାଉଛୁ
    ନିଜକୁ ଜ୍ଞାନୀ ବୋଲାଉ ଅଛୁ।
    ତୋତେ ଲାଗିଛିରେ ମାୟା ମୋହ (ଘୋଷା)

    ଗଲାଦିନ ଆଉ ଫେରିବ ନାହିଁରେ
    ପାପ କରିଅଛୁ ଯେତେ
    ମୋ ପାପକୁ କେହି ଦେଖୁ ନାହିଁ ବୋଲି
    ଘୋଡ଼ାଇ ହେଉଛୁ କେତେ
    ଛାଡ଼ିଦେ ଛାଡ଼ିଦେ ଅହଂକାର ଯୀଶୁଙ୍କଠାରେ ବିଶ୍ବାସ କର
    ତାଙ୍କ ବିନା ବଞ୍ଚିବୁ କି କହ ? || ୧ ||

    ହେବୁ ଯଦି ତୁହି ତାହାଙ୍କ ଦାସ ରେ
    ଯୀଶୁରେ ବିଶ୍ବାସ ରଖ
    ବିପଦ ଆପଦେ ରୋଗ ଦୁଃଖ ଶୋକେ
    ରଖିବେ ସେ ତୋର ଟେକ
    ହୁଅ ତାହାଙ୍କର ଅନୁଗାମୀ ସେ ତ ଆମ ଜୀବନର ସ୍ବାମୀ
    ତାଙ୍କୁ ହୃଦୟରେ ସ୍ଥାନ ଦିଆ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • bahigala lahudhara papi to pain

    ବହିଗଲା ଲହୁଧାର ପାପୀ ତୋ ପାଇଁ
    ଶେଷ ହେଲା ବଳିଦାନ ପାପୀ ତୋ ପାଇଁ (ଘୋଷା)

    କାଲବରୀ ବୁକେ ଝରିଲା, ତପତ ରୁଧିର
    ରୁଧିର ନୁହେଁ ସେ ପ୍ରେମର ଅମୃତ ଧାର
    ଜଗତରେ ସେ ପ୍ରେମର ତୁଳନା ନାହିଁ ( ୨ ଥର)
    ପାପୀ ତୋ ପାଇଁ || ୧ ||

    ପାପ ଶୂନ୍ୟ ହୋଇ ଭୋଗିଲେ ମୃତ୍ୟୁ କଷଣ
    ଦୀନ ହୀନ ହୋଇ ତୋତେ ସେ କଲେ ଧନବାନ
    ସ୍ଵର୍ଗୀୟ ସେ ଧନର କଳନା ନାହିଁ… (୨ ଥର)
    ପାପୀ ତୋ ପାଇଁ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • bandhura giri pathare

    ବନ୍ଧୁର ଗିରି ପଥରେ ବନ୍ଧୁ ନାହିଁ ତୋ ସାଥିରେ
    କାନ୍ଧ କୁଶ ବହି ନେଲ ହେ ମରଣ ବରି (ଘୋଷା)

    କ୍ଷୁଧା ତୃଷାରେ ଗୁଲିବା ପଥେ ପ୍ରହାର ବାଜେ ସାଥେ ସାଥେ
    କେହି ଛେପ ପକାଉଅଛି ସବୁ ସହି ନୀରବରେ || ୧ ||

    ମସ୍ତକେ କଣ୍ଟାର ମୁକୁଟ
    ପିଠିରେ କୋରଡ଼ାର ଛାଟ
    ହସ୍ତ ପାଦେ ରକତ ଧାର ଝରୁଛି ଅଙ୍ଗରୁ ରୁଧିର || ୨ ||

    ମଥା ପାତି ସବୁ ସହିଲ
    କବର ଭିତରେ ରହିଲ
    ମୃତ୍ୟୁର ନାହୁଡ଼ ଭାଙ୍ଗିଲା ତୃତୀୟ ଦିବସେ ଉଠିଲା ||୩||

    ସୂଚୀମାଳାକୁ ଫେରନ୍ତୁ

  • bandhana karuchu tumara

    ବନ୍ଦନା କରୁଛୁ ତୁମର
    ଅର୍ଚ୍ଚନା କରୁଛୁ ତୁମର ( ୨ ଥର)
    ହେ ପ୍ରିୟ ଯୀଶୁ ଆମର
    ନ ପ୍ରଭୁ ବନ୍ଦନା ଆମର
    ଘେନ ପ୍ରଭୁ ଅର୍ଚ୍ଚନା ଆମର (ଘୋଷା)

    ଅରପୁଛୁ ଆମ ଏ ଜୀବନ…. ତୁମ ଚରଣେ
    ଜାଳ ପ୍ରଭୁଗୋ ତୁମରି ଆଶିଷ… ପ୍ରତି ଜୀବନେ
    ଢାଳ ଆଶିଷ ପ୍ରତି ଜୀବନେ ( ୨ ଥର) || ୧ ||

    ତୁମ ଗଉରବ ବଣ୍ଡିବାକୁ… ଆସିଛୁ ଆମେ
    ଭଗ୍ନ ଓ ଚୂର୍ଣ୍ଣ ଅନ୍ତରକୁ… ରଖୁଛୁ ଚରଣେ
    ଗ୍ରହଣ କରି ଗୋ ପ୍ରଭୁ ତୁମେ (୨ ଥର) || ୨ ||

    ସୂଚୀମାଳାକୁ ଫେରନ୍ତୁ

  • banai krusaku kandha delu

    ବନାଇ କୁଶକୁ କାନ୍ଧ ଦେଲୁ, ପ୍ରିୟତମଙ୍କୁ ତୋହର (ଘୋଷା)

    ମମତା ଭରା ହାତରେ କିମ୍ପା, ଦେଲୁ କଣ୍ଟା ଉପହାର
    ଶରୀର କ୍ଷେତ୍ର କୋରଡ଼ାକୁ ନେଇ କାଟିଦେଲୁ ତୁ ଶିଆର
    ନିର୍ମମ ବଚ୍ଛା ହାତରେ ନେଇ ବକ୍ଷେ ବିନ୍ଧିଲୁ ତାହାର || ୧ ||

    ସୂରୁଯ ଲାଜେ ମୁଖ ଢ଼ାଙ୍କିଲା ଦେଖି ତାଙ୍କ ଅପମାନ
    ଧରିତ୍ରୀ ନିଜ ବକ୍ଷକୁ ଚିରି ଜଣାଏ ନିଜ ସନମାନ
    ଏତିକି ପ୍ରେମ ଭୁଲି ତୁ ଯାଇ ଦେଲୁ କଣ୍ଟାର ଟୋପର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • bajao re turi dia karatali

    ବଜାଅରେ ତୁରୀ ଦିଅ କରତାଳି
    ଝୁମି ଝୁମି ଆସି ନାଚରେ..
    ଆସୁଛନ୍ତି ଯୀଶୁରାଜା ମେଘ ରଥରେ
    ଧରା ଥରିବ, ବିଚାର ହେବ
    ବେଳ ଥାଉଁ ଥାଉଁ ତାଙ୍କରି ଚରଣେ ଶରଣ ନିଅରେ (ଘୋଷା)

    ଭଲରୁ ମନ୍ଦକୁ ଅଲଗା କରି ପାପୀକୁ ଦେବେ ନରକ
    ଗପୁରକୁ ସାଙ୍ଗରେ ନେବେ ଅଛନ୍ତି ଯେତେ ଧାର୍ମିକ
    ଧରା ଥରିବ ବିଗ୍ଧର ହେବ….. || ୧ ||

    ନୂତନ ରାଇଜ ଗଢ଼ିବେ ପ୍ରଭୁ ରହିବେ ଖାଲି ଭକତ
    ଛଳନା କପଟ ନ ଥିବ କିଛି ଶୁଭିବ ପ୍ରେମ ସଙ୍ଗୀତ
    ଧରା ଥରିବ ବିଚାର ହେବ …. || ୨ ||

    ସୂଚୀମାଳାକୁ ଫେରନ୍ତୁ