Category: Prathana Meeting

  • stiti aradhana urdha ku jae

    ସ୍ତୁତି ଆରାଧନା ଉର୍ବକୁ ଯାଏ ଆଶିଷ ସ୍ଵର୍ଗରୁ ତଳକୁ ଆସେ
    ଯୀଶୁ ଆମର କେତେ ମହାନ ଦେଖ ଆମକୁ କରନ୍ତି ପ୍ରେମ
    ହାଲେଲୁ… ହାଲ୍ଲିଲୁୟା…ହାଲେଲୁ…ହାଲିଲୁୟା || ୧ ||

    ପ୍ରାର୍ଥନା ବିନତି ଊର୍ବକୁ ଯାଏ ଆଶିଷ ନେଇ ତଳକୁ ଆସେ
    ଯୀଶୁ ଆମର କେତେ ମହାନ ଦେଖ ଆମକୁ କରନ୍ତି ପ୍ରେମ
    ହାଲେଲୁ… ହାଲ୍ଲିଲୁୟା..ହାଲେଲୁ….ହାଲ୍ଲିଲୁୟା || ୨ ||

    ସ୍ତୁତି ଆରାଧନା ଉପର ଜାତି ହି ଆଶିଷ୍ଟ ଲେକର୍ ନି ଆତୀ ହି
    ପ୍ରଭୁ ହମାରା କିତନା ମହାନ୍ଦେ ଖୋ ହସେ କତା ହି ଫାର୍
    ହାଲେଲୁ… ହାଲ୍ଲିଲୁୟା… ହାଲେଲୁ…ହାଲିଯା…|| ୧ ||

    ପ୍ରାର୍ଥନା ବିତି ଉପର ଜାତି ହି ଆଶିଷ ଲେକର ନିଚେ ଆତି ହି
    ପ୍ରଭୁ ହମାରା କିତନା ମହାନ୍ ଦେଖୋ ହସେ କତା ହୈ ପ୍ୟାର
    ହାଲେଲୁ… ହାଲିଲୁୟା… ହାଲେଲୁ… ହାଲିଲୁୟା…|| ୨ ||

    ସୂଚୀମାଳାକୁ ଫେରନ୍ତୁ

  • sada prabhu mara pratipalaka

    ସଦାପ୍ରଭୁ ମୋର ପ୍ରତିପାଳକ
    ମୋର ଅଭାବ ହେବ ନାହିଁ
    ହେବ ନାହିଁ.. ହେବ ନାହିଁ… (ଘୋଷା)

    ସୁକୋମଳ-ତୃଣ ଶେଯେ ଶୟନ କରାନ୍ତି
    ସ୍ଥିର ଜଳ ପାଶେ ପାଶେ ମୋତେ ଧରି ଚଳାନ୍ତି
    ମୃତ୍ୟୁଚ୍ଛାୟା ପଥେ ମୋର
    ଆଉ ଆପଦର ଭୟନାହିଁ || ୧ ||

    ପାଶେ ରହି ଶାସନରେ ସାନ୍ତନା ଦିଅନ୍ତି
    ମୋ ଶତ୍ର ସମ୍ମୁଖେ ମୋତେ ଆଶୀର୍ବାଦ କରନ୍ତି
    ତାହାଙ୍କ ମଙ୍ଗଳ ଦୟା
    ମୋତେ କେବେ ହେଁ ଛାଡ଼ିବ ନାହିଁ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • sehi prema jana

    ସେହି ପ୍ରେମ ଜାଣ
    ସେହି ପ୍ରେମ ମଣ
    ସେହି ପ୍ରେମରେ ଅଛି ପରିତ୍ରାଣ
    କର ସନ୍ଧାନ, ପ୍ରେମରେ ଅଛି ପରିତ୍ରାଣ (ଘୋଷା)

    ସେ ପ୍ରେମ ଅଟେ କେଡ଼େ ମହାନ
    ସେ ପ୍ରେମ ଅଟେ କେଡ଼େ ଅନୁପମ
    ସେ ପ୍ରେମ ଦୈର୍ଘ୍ୟରେ ଚାଲୁଥିବି
    ସେ ପ୍ରେମ ପ୍ରସ୍ଥରେ ଘୁରୁଥିବି
    ସେ ପ୍ରେମ ଗଭୀରେ ବୁଡ଼ିଥିବି
    ସେ ପ୍ରେମ ଉଚ୍ଚରେ ଉଡୁଥିବି || ୧ ||

    ସେ ପ୍ରେମରଜୁ ଅଟେ ଚିରନ୍ତନ
    କେହି କରିପାରେନା ତାହାଠୁ ବିଚ୍ଛିନ୍ନ
    ନା ଦୁଃଖ ମୋତେ ଭାଙ୍ଗି ପାରେ
    ନା ଖଡ୍ଗ ମତେ କାଟି ପରେ
    ନା ମୃତ୍ୟୁ ମୋତେ ମାରି ପାରେ
    ଏହା ତା ନିଶ୍ଚୟ ମୁ ଜାଣେ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • jishu raja mo karata tume hin

    ଯୀଶୁ ରାଜା ମୋ କରତା ତୁମେ ହି ମୋ ଭରସା (ଘୋଷା)

    ଥିଲି ଦିନେ ଅନ୍ଧାରେ ବୁଡ଼ି ପାପରୂପ ପଙ୍କରେ
    ଉଠାଇଲ ମୋତେ ନିଜ ହସ୍ତେ
    ସ୍ଥାପିଲ ଦୃଢ଼ ଶଇଳେ || ୧ ||

    ଥିଲି ମରଣ ପଥେ ଚାଲି ଶୟତାନ ଇଙ୍ଗିତେ
    କଲ ସଞ୍ଜୀବିତ ପ୍ରେମେ ମୋତେ
    ବସାଇଲ ସରଗ ଦେଶେ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • jishu jibane asile saraga ananda

    ଯୀଶୁ ଜୀବନେ ଆସିଲେ ସରଗ ଆନନ୍ଦ ଦେଲେ
    ପାପ କାଳିମା ରକତ ଢାଳି ( ୨ ଥର)
    ଧୋଇ ଉଦ୍ଧାରିଲେ
    ହାଲିଲୁୟା ହାଲିଲୁୟା ହାଲିଲୁୟା (ଘୋଷା)

    ଯୀଶୁ ଜୀବନେ ଆସିଲେ ସରଗ ଆନନ୍ଦ ଦେଲେ
    ମୁକ୍ତି ଶାନ୍ତି ଶକତି ଦେଲେ (୨ ଥର) ତାଙ୍କ ନାମ ଗାଇବି || ୧ ||

    ଯୀଶୁ ଜୀବନେ ଆସିଲେ ପଥ ଆଲୋକିତ କଲେ
    ଅନ୍ଧାର ତେଜି ପଥ ଖୋଲିଲେ ( ୨ ଥର) ଅବିରତ ଗାଇବି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • jishu sundara jibaneswara

    ଯୀଶୁ ସୁନ୍ଦର !
    ଜୀବନେଶ୍ବର !
    ଧନ୍ୟ ତୁମ ନାମ, ଧନ୍ୟ ପ୍ରେମ ତୁମର (ଘୋଷା)

    ତୁମେ ମୋ ପ୍ରାଣ-ଧନ, ଶକ୍ତି ସମ୍ପରି ଜ୍ଞାନ
    ତୁମରି ବିହୁନେ ଆନ କି ଅଛି ମୋର…(୩ଥର) || ୧ ||

    ମୋର ମୁକତି ଲାଗି ସରଗ ସୁଖ ତ୍ୟାଗୀ
    କ୍ରଶୀୟ ମରଣ ଭୋଗୀ କଲ ନିଜର (୩ଥର) || ୨ ||

    ମୁଁ ଛାର ଦୀନହୀନ; କି ଦେବି ପ୍ରତିଦାନ
    ଯୁଗେ ଯୁଗେ ଗାଇବି ମୁଁ ଗୁଣ ତୁମର (୩ଥର) || ୩ ||

    ତୁମରି ପଦେ ମତି, ରଖ ହେ ପ୍ରାଣପତି,
    ଜୀବନେ ମରଣେ ସାଥି, ହୁଅ ମୋହର (୩ଥର) || ୪ ||

    ସୂଚୀମାଳାକୁ ଫେରନ୍ତୁ

  • jishu moro priyatama

    ଯୀଶୁ ମୋର ପ୍ରିୟତମ..ପ୍ରଭୁ ମୋର ପ୍ରିୟତମ..ଦଶ ସହସ୍ର ମଧ୍ୟରେ
    ସେ ମୋହର ମୁଁ ତାଙ୍କର ଏ ଅଳୀକ ଜଗତରେ (ଘୋଷା)

    ଆପଣାର ପଲ ନେଇ ଚରାନ୍ତି ଫୁଲ ବନରେ
    ସେ ପଲର ପାଳକଙ୍କୁ ପାଇଛି ମୁଁ ଜୀବନରେ…|| ୧ ||

    ଯାହା ପାଇଁ ଗଳି କନ୍ଦି ଖୋଜି ବୁଲି ମୁଁ ପଚାରେ
    ପାଇଗଲେ ଅନ୍ତଃପୁରୁ ତାହାକୁ ଧରି ଓଗାଳେ…|| ୨ ||

    ପ୍ରିୟ ମୋର କି ସୁନ୍ଦର ଦେଖିବାକୁ ମନୋହର
    ସେହି ଏକା ଶାରୋଣର ଗୋଲାପ ଫୁଲଟି ମୋର…|| ୩ ||

    ସୂଚୀମାଳାକୁ ଫେରନ୍ତୁ

  • jihobah namo tumo sarbocha

    ଯିହୋବା ନାମ ତୁମ ସର୍ବୋଚ୍ଚ ଶ୍ରେଷ୍ଠ ନାମ
    କରୁ ପ୍ରଶଂସା ତୁମ ମହିମା ହେଉ ତୁମ (ଘୋଷା)

    ମୋଶାଙ୍କ ଡାକ ଶୁଣିଲ ମାନ୍ନା ବରଷାଇ ଦେଲ
    ଡାକୁଛୁ ଆମେ ପ୍ରଭୁ ତୁମେ ଆମ ଆଶ୍ରୟ || ୧ ||

    ଏଲିୟଙ୍କ ଡାକ ଶୁଣିଲ ଅଗ୍ନିରେ ଉତ୍ତର ଦେଲ
    ଡାକୁଛୁ ଆମେ ପ୍ରଭୁ ତୁମେ ଆମ ଆଶ୍ରୟ || ୨ ||

    ଦାନିୟେଲଙ୍କ ଡାକ ଶୁଣିଲ ସିଂହ ମୁଖ ବନ୍ଦ କଲ
    ଡାକୁଛୁ ଆମେ ପ୍ରଭୁ ତୁମେ ଆମ ଆଶ୍ରୟ || ୩ ||

    ହାନ୍ନାଙ୍କ ଡାକ ଶୁଣିଲ ରୁଦ୍ଧ ଗର୍ଭ ଫିଟାଇଦେଲ
    ଡାକୁଛୁ ଆମେ ପ୍ରଭୁ ତୁମେ ଆମ ଆଶ୍ରୟ || ୪ ||

    ସୂଚୀମାଳାକୁ ଫେରନ୍ତୁ

  • rakhuchi hai mo jibana /ରଖୁଛି ହେ ମୋ ଜୀବନ

    ରଖୁଛି ହେ ମୋ ଜୀବନ,
    ପ୍ରିୟ ପ୍ରଭୁ ତୁମୋ ପାଦ ତଳେ
    ପାପର ନିଆଁ ଜୀବନେ ନେଇ
    ମୋ ଜୀବନ ଆଜି ଜଳେ — ୦

    ମରୀଚିକା ନିରାଶା ଯେ,
    ଭରିଛି ଏ ଧରା କୋଳେ
    ଆଶା ମୋତେ ଦିୟ ପ୍ରଭୁ,
    ତୁମ ବାହୁ ଛାୟା ତଳେ
    ଯହିଁ ଚିର ଶାନ୍ତି ମିଳେ

    ଜାଣିଛି ମୁଁ ପିତା ତୁମେ,
    ବାଟ ମୋର ଅଛ ଚାହିଁ
    ତୁମ ଦୟା କ୍ଷମା ପାଇଁ,
    ଫେରିଛି ମୁ ଅଶ୍ରୁ ଜଳେ
    ନିୟ ମୋତେ ତୁମୋ କୋଳେ

    ସୂଚୀମାଳାକୁ ଫେରନ୍ତୁ

  • raja mananka rajanka dhanyabada

    ରାଜାମାନଙ୍କ ରାଜାଙ୍କ ଧନ୍ୟବାଦ କର,
    ପ୍ରଭୁମାନଙ୍କ ପ୍ରଭୁଙ୍କ ଧନ୍ୟବାଦ କର…ଧନ୍ୟବାଦ କର (ଘୋଷା)

    ଭକ୍ତମାନଙ୍କ ସମାଜରେ ତାଙ୍କ ପ୍ରଶଂସା ଗାନ କର
    ଲୋକମାନଙ୍କ ସାକ୍ଷାତରେ ତାଙ୍କ ମହିମା ଗାନ କର
    ଦେବମାନଙ୍କ ଦେବଙ୍କ ଧନ୍ୟବାଦ କର
    ପରାକ୍ରମୀ ପ୍ରଭୁଙ୍କର ଧନ୍ୟବାଦ କର
    ଧନ୍ୟବାଦ କର…ଧନ୍ୟବାଦ କର…|| ୧ ||

    ସଦାପ୍ରଭୁଙ୍କ ପ୍ରାଙ୍ଗଣରେ ତାଙ୍କ ଗୁଣାନୁବାଦ କର
    ତାହାଙ୍କ ପବିତ୍ର ତମ୍ବୁରେ ଗଉରବ କୀର୍ତ୍ତନ କର
    ମହାମହିମ ପ୍ରଭୁଙ୍କ ଧନ୍ୟବାଦ କର
    ସୈନ୍ୟାଧିପତି ପ୍ରଭୁଙ୍କ ଧନ୍ୟବାଦ କର
    ଧନ୍ୟବାଦ କର…ଧନ୍ୟବାଦ କର…|| ୨ ||

    ସୂଚୀମାଳାକୁ ଫେରନ୍ତୁ