Category: Prathana Meeting

  • koti koti phule bachineli

    କୋଟି କୋଟି ଫୁଲେ ବାଛିନେଲି “ଶାରୋଣ ଗୋଲାପ” ମୁଁ
    କି-ବାସନା ! କି-ମହକ ! ନାହିଁ ତୁଳନା ଜଗତର ଫୁଲ …(ଘୋଷା)

    ଫୁଟିଥିଲା ଦିନେ ଫୁଲ ବେଥିଲିହିମେ ଗୋଶାଳେ
    ଚହଟିଲା ତା’ ସୁବାସ ଗ୍ରାମେ ଗ୍ରାମେ ଦେଶେ ଦେଶେ
    କି-ବାସନା ! କି-ମହକ ! ନାହିଁ ତୁଳନା ଜଗତର ଫୁଲ …|୧|

    ସେ ଗୋଲାପ ଯିଏ ପାଏ… ଅନନ୍ତ ଜୀବନ ପାଏ
    ସଦା ପ୍ରାର୍ଥନାରେ ଥିଲେ ସେହି ଫୁଲଟିଏ ମିଳେ !
    କି-ବାସନା ! କି ମହକ ! ନାହିଁ ତୁଳନା ଜଗତର ଫୁଲ … |୨|

    ସୂଚୀମାଳାକୁ ଫେରନ୍ତୁ

  • kede madhura nama tankara

    କେଡ଼େ ମଧୁର ନାମ ତାଙ୍କର ମୋହର ମୁଖକୁ
    କେଡ଼େ ଅସୀମ ପ୍ରେମ ତାଙ୍କର ମୋହର ପ୍ରାଣକୁ … (ଘୋଷା)

    ତୁମେ ସତ୍ୟ ମାୟା ସଂସାରେ ପଥ ତୁମେ ପ୍ରଭୁ ଅନ୍ଧକାରେ
    ତୁମେ ହିଁ ଜୀବନ ଜ୍ୟୋତିରେ ପୂରଣ ତ୍ରାଣଧନ ଦୟାବାନ |୧|

    ଭକ୍ତି ପ୍ରୀତି ଦିଅ ଅନ୍ତରେ ପୂଜିବାକୁ ନାଥ ଶ୍ରୀପୟରେ
    ନିରାଶ ପରାଣେ ଦିଅ ଉଦ୍ଦୀପନା ଗାଇଯିବୁ ସ୍ତୁତିଗାନ |୨|

    ସୂଚୀମାଳାକୁ ଫେରନ୍ତୁ

  • kete bhala mara prabhu jishu

    କେତେ ଭଲ ମୋର ପ୍ରଭୁ ଯୀଶୁ ହେ
    କେତେ ଭଲ ମୋର ପ୍ରଭୁ …(ଘୋଷା)

    ତୁମେ ମୋ ବିଶ୍ୱାସ ଭୂମି ଯୀଶୁ ହେ
    ତୁମେ ମୋ ବିଶ୍ୱାସ ଭୂମି | ୧ |

    ତୁମେ ମୋ ଜୀବନ୍ତ ଜଳି ଯୀଶୁ ହେ
    ତୁମେ ମୋ ଜୀବନ୍ତ ଜଳ | ୨ |

    ତୁମେ ମୋ ପ୍ରତିପାଳକ ଯୀଶୁ ହେ
    ତୁମେ ମୋ ପ୍ରତିପାଳକ |୩|

    ତୁମେ ମୋ ଆରୋଗ୍ୟକାରୀ ଯୀଶୁ ହେ
    ତୁମେ ମୋ ଆରୋଗ୍ୟକାରୀ I୪I

    ତୁମେ ମୋର ମୁକ୍ତି ଦାତା ଯୀଶୁ ହେ
    ତୁମେ ମୋର ମୁକ୍ତିଦାତା |୫|

    ତୁମେ ମୋର ଶାନ୍ତି ଦାତା ଯୀଶୁ ହେ
    ତୁମେ ମୋର ଶାନ୍ତି ଦାତା |୬|

    ତୁମେ ମୋ ସବୁରେ ସବୁ ଯୀଶୁ ହେ
    ତୁମେ ମୋର ସବୁରେ ସବୁ |୭|

    ସୂଚୀମାଳାକୁ ଫେରନ୍ତୁ

  • kehi nahi mara jagata nijara

    କେହି ନାହିଁ ମୋର ଜଗତେ ନିଜର
    ଆଶ୍ରା ନେବି ମୁଁ କାହାର
    ଏ ମାୟା ସଂସାର ସବୁ ହିଁ ଅସାର
    ଦିନେ ହେବ ନାରଖାର … (ଘୋଷା)

    ଅସାର ଜଗତେ ଚାଲିବି କେମନ୍ତେ
    ବଳ ଶକ୍ତି ନାହିଁ ମୋର
    ଦିନେ କାନ୍ଦୁଥାଏ ଦିନେ ଭାବୁଥାଏ ।
    ଯୀଶୁ ମୋତେ ଦୟାକର … |୧|

    ଭିକାରୀ ସମାନ ଅଟଇ ଜୀବନ
    କାଟେ ଦୁଃଖେ ଦିନ ମୋର
    ଭୋକିଲା ଜୀବନେ ଚାହେଁ ମୋର ପ୍ରାଣ
    ଦେବ କେ ମୁO ଆହାର …. |୨|

    ସଂସାର ଜଞ୍ଜାଳ ଦିନ ପ୍ରତିଦିନ
    ଆସେ ହୋଇ ଭୟଙ୍କର
    ହେଉଛି କାତର ମୋ ପ୍ରାଣ ଅସ୍ଥିର
    ଦିଅ ସ୍ଥିର ମତି ମୋର … |୩|

    ଆହେ ପ୍ରିୟ ଯୀଶୁ କରଇ ନିର୍ଭର
    ତୁମେ ଏକା ଆଶ୍ରା ମୋର
    ଅରପିବି ଆତ୍ମା କୁଶ ତଳେ ତବ
    ରଖି ସୁସ୍ମିର ନିରନ୍ତର … |୪|

    ସୂଚୀମାଳାକୁ ଫେରନ୍ତୁ

  • keu dina saragaru asibe

    କେଉଁ ଦିନ ସରିଗରୁ ଆସିବେ ମୋ ରାଜା
    କରିବି ତାଙ୍କୁ ମୁଁ ଚରଣେ ପୂଜା …(ଘୋଷା)

    ଝୁରୁଛି ନିତି ଦିବସ ରାତି ଚାହିଁ ବସିଛି ଜାଳି ନୟନ ବତୀ
    ଦେଖିବାକୁ ଅନୁପମ… ମୁଖର ଶୋଭା … |୧|

    ଭକତି ଭରେ, ଲୋତକ ଝରେ ଧୋଇବି ପାଦ ମୁଁ ମମତା ଭରେ
    ମନ ଦେବି ବସାଇବି… ମୋ ହୃଦେ ସଦା … |୨|

    ପୀରତି ଫୁଲ ଗୁଛିଛି ମାଳ ପ୍ରେମ ସରାଗେ ଦେବି ଗଳେ ତାଙ୍କର
    ପ୍ରିୟତମ ଆସିବେ ମୋ… ଜଗିବି ସଦା … |୩|

    ସୂଚୀମାଳାକୁ ଫେରନ୍ତୁ

  • kuhare kahaku khojucha tumbhe

    କୁହରେ …କୁହରେ …ହେ…କୁହ..କୁହରେ କାହାକୁ ଖୋଜୁଛ ତୁମ୍ଭେ
    ନାହାନ୍ତି ଆଉ ସେ ଏଠାରେ
    ସ୍ଵୟଂଜୀବୀ ସ୍ଵୟନ୍ତୁ ସେହି ମୃତ୍ୟୁର ବନ୍ଧନ ଛିଣ୍ଡାଇ…ହୋ
    ସେ ତ ଉଠିଛନ୍ତି କବର ଫିଟାଇ
    ଦେଖ କବର ପଡ଼ିଛି ଶୂନ୍ୟ ହୋଇ
    ଶୁଭେ ବାଣୀ ଦୂତ ମୁଖରେ …(ଘୋଷା)

    ଥର ଥର ହୋଇ କମ୍ପିଲା ଏ ମହୀ
    ସ୍ରଷ୍ଟାଙ୍କୁ ପାରିନି ରଖି କବର ଲୁଚାଇ
    ଛିଣ୍ଡିଲା ଜଞ୍ଜିର ଘୁଞ୍ଚିଲା ପଥର
    ଉଠିଲେ ଜୀବନ ପାଇ ସେ ଯୀଶୁ ମୃତ୍ୟୁଞ୍ଜୟୀ
    ଚହଳ ପଡ଼ିଲା ଧରାରେ, ଜୟଧ୍ବନି ଉଠେ ସ୍ଵର୍ଗରେ… ହୋ…
    ସେ ତ ଉଠିଛନ୍ତି କବର ଫିଟାଇ … |୧|

    ଘୁଞ୍ଚିଲା ଜୀବନ୍ମ ମରଣର ଭୟ
    ମୃତ୍ୟୁକୁ ଗ୍ରାସ କରିଛି ଖ୍ରୀଷ୍ଟଙ୍କର ଜୟ
    ମାନବ ଜଗତ ହୁଅ ଉଲ୍ଲସିତ
    ଯୀଶୁ ଆମ ଖୋଲିଦେଲେ ସରଗର ପଥ
    ଗାଅ ସର୍ବେ ଉଚ୍ଚ କଣ୍ଡରେ ବିଜୟୀ ଯୀଶୁଙ୍କ ନାମରେ… ହୋ…
    ସେ ତ ଉଠିଛନ୍ତି କବର ଫିଟାଇ … |୨|

    ସୂଚୀମାଳାକୁ ଫେରନ୍ତୁ

  • kuha kalabari niraba na rahi

    କୁହ କାଲବରୀ; ନୀରବ ନ ରହି
    କୁଶର କରୁଣ କଥା
    ସତେ କି ତୋ’ ଦେହେ ଝୁଲିଥିଲେ ସେହି ନୂଆଁଇ ଆପଣା ମଥା
    କାଲବରୀ, କାଲବରୀ କୁହ କାଲବରୀ …. (ଘୋଷା)

    ଆକୁଳ କରେ ସିଏ ଉଚ୍ଚାରିଲେ ସେହି ବାଣୀ
    ଏଲୋହି ଏଲୋହି ଲାମା ସବଥାନି ପୂର୍ଣ୍ଣ କରି ଭାବବାଣୀ … |୧|

    ବେଦନାର ଏ ଗୁହାରି ଶୁଭିଲା କି ତୋ ଉପରେ
    ପିତା କ୍ଷମା କର, ପାପ ମନୁଷ୍ୟର ଅଜ୍ଞାନେ ଯାଆନ୍ତି କରି” … |୨|

    ଅନ୍ଧକାର ଭେଦ କରି ନୀରବତା ଛିନ୍ନ କରି
    “ସମାପ୍ତ ହୋଇଲା ତା’ କଣ୍ଟୁ ଶୁଭିଲା ବିଜୟର ଏହି ବାଣୀ …. |୩|

    ସୂଚୀମାଳାକୁ ଫେରନ୍ତୁ

  • kie se jagataku asithila

    କିଏ ସେ ଜଗତକୁ ଆସିଥିଲା ପରିତ୍ରାଣର ପଥ ଖୋଲିଦେଲା
    ପାଇଅଛୁ କିରେ ତାଙ୍କୁ ହୃଦୟରେ
    ଯୀଶୁ ନାମ ଜଗତେ ଚହଟି ଗଲାରେ
    ଜୟ ଜୟ ଗାନେ ଉଡ଼ାଇ ଧୂଜା
    ଆସିବେ ଆମର ସରଗ ରାଜା
    ତାଙ୍କ ପାଇଁ ହୃଦୟ ସଜା …(ଘୋଷା)

    ଆମକୁ ନେବାପାଇଁ ସରଗରୁ
    ଯୀଶୁ ରାଜା ଆସି ଗଲେଣି (ଭାଇ) ଆସି ଗଲେଣି
    ଆକାଶୁ ତୁରୀଶବ୍ଦ ମହାନନ୍ଦେ
    ଆମ ପାଇଁ ଶୁଭି ଯିବଣି (ଭାଇ) ଶୁଭି ଯିବଣି
    ଜଗତ ଯିବ ଜୁଳି ଅନ୍ଧାର ଯିବ ଚାଲି ଆସିଯିବ ଏକ ନୂଆଁ ପୃଥିବୀରେ … |୧|

    କିସ ଭାବି ରହିଛୁ ମନେ ତୋର
    ଦିନ ସବୁ ସରି ଗଲାଣି (ଭାଇ) ସରି ଗଲାଣି
    ଯିବା ପରା ଯୀଶୁଙ୍କ ସାଥେ ତାଙ୍କ
    କଥା ସବୁ ଭୁଲି ଗଲୁଣି (ସବୁ) ଭୁଲି ଗଲୁଣି
    ପ୍ରାର୍ଥନା ନିରନ୍ତର କର ତାଙ୍କ ପୟରେ ପରିତ୍ରାଣ ପାଇ ଯିବୁ ସରଗରେ … |୨|

    ସୂଚୀମାଳାକୁ ଫେରନ୍ତୁ

  • ki dina ki rati jishu amara sathi

    କି ଦିନ କି ରାତି ଯୀଶୁ ଆମର ସାଥି ( ୨ ଥର)
    ତାଙ୍କ ସାଥିରେ ମହା ଆନନ୍ଦ
    ଜୀବନ ଯାଉ ବିତି … (ଘୋଷା)

    ତାଙ୍କ ଆଶିଷ ଧାରା ସଦା ପ୍ରେମରେ ଭରା
    ଅନ୍ଧ ପାଏ ପୁଣି ଆଖି ଖଞ୍ଜି ଚାଲଇ ସଳଖି
    ମୃତ ପାଏ ତା ଜୀବନ ଫେରି
    ଅପାର ତାଙ୍କ ଶକ୍ତି । … |୧|

    ତାଙ୍କ ଚରଣ ତଳେ ଶରଣ ନେଲେ ଥରେ
    ଅଧରେ ଫୁଟେ ହସ ଦୁଃଖର ହୁଏ ଶେଷ
    ସେହି ଯେ ପଥ ସେହି ଜୀବନ
    ସେହି ପରମ ଶାନ୍ତି … |୨|

    ସୂଚୀମାଳାକୁ ଫେରନ୍ତୁ

  • ki utkala se alua

    କି ଉତ୍କଳ ସେ ଆଲୁଅ ! ପ୍ରାଣ ଖୋଲି ଦେଖାଏ
    (ଦେଖ) ସୂର୍ଯ୍ୟ ପାରୁ ନାହିଁ, ସେ ଆଲୁଅରେ ହାରିଯାଏ ….(ଘୋଷା)

    ସେ ଆଲୁଅ ମୋ ହୃଦୟେ ଭଲ ମନ୍ଦ ବୋଧ ଦିଏ
    (ତେଣୁ) ସଦା ଜାଗିଥାଏ କରି ନିର୍ଭର ଯୀଶୁ ପରେ … |୧|

    ଏତେ ଜ୍ଞାନ ପାଇଲେ ହିଁ ବୁଝାଇବା ଭାଷା ନାହିଁ
    (ତେଣୁ) ଯୀଶୁ ଗାନ ନିଜେ ଗାଇ ଧରିଛି ସେ ତାନରେ … |୨|

    ଭକ୍ତଗଣ ସାବଧାନ, ମିଳି ଆଲୁଅରେ ପ୍ରାଣ
    (ସଦା) ଚାଲୁଥାଅ କେ ନ ରୁହ ସର୍ବ ପୂର୍ଣ୍ଣତାଯାଏ … |୩|

    ସୂଚୀମାଳାକୁ ଫେରନ୍ତୁ