Category: Prathana Meeting

  • dhanya jihobanka nama

    ଧନ୍ୟ ଯିହୋବାଙ୍କ ନାମରେ ( ୨ ଥର)
    ସେହି ଅନାଦି ସେହି ଅନନ୍ତ
    ସେହି ଅମର ସେହି ଅଟନ୍ତି ନିତ୍ୟ ଜୀବିତ
    ଖୋଲିଦେଇ ଗଲେ ମୁକତିର ପଥ
    ଯୀଶୁଙ୍କୁ ଦେଇ ବଳିଦାନରେ (ଘୋଷା)

    ଆମ ପାପଭାର କ୍ରଶେ ବହିନେଲେ
    ଜଗତର ପାଇଁ ପରିତ୍ରାଣ ଦେଲେ
    ଭରିଦେଇ ଶାନ୍ତି ଆମ ଜୀବନରେ
    କର ତାଙ୍କ ଜୟ ଗାନରେ ||୧||

    ଆସ ଯିବା ଆମେ ପାପୀ ତାପୀ ଯେତେ
    ଢ଼ାଳିଦେବା ଆମ କଳୁଷ ଶ୍ରୀପାଦେ
    ଧୋଇ ଦେଇ ନେବେ ଆବୋରି ପ୍ରେମରେ
    ହେବା ତାଙ୍କ ସନ୍ତାନରେ ||୨||

    ସୂଚୀମାଳାକୁ ଫେରନ୍ତୁ

  • tumari madhura nama gauthibi

    ତୁମରି ମଧୁର ନାମ ଗାଉଥିବି, ପ୍ରଭୁ ଗାଉଥିବି
    ତୁମ ପାଦେ ଅବିରତ, ହେବି ପ୍ରଭୁ ଅବନତ
    ଯେତେ ଦିନ ପ୍ରଭୁ ବଞ୍ଚିଥିବି… (ଘୋଷା)

    ଶରଣ ନେଉଛି ପ୍ରଭୁ ତୁମ ଛାୟାତଳେ
    ତୁମେ ହିଁ ଆଶ୍ରୟ ମୋର ଦୁର୍ଦ୍ଦିନ କାଳେ
    ଅନନ୍ତ ଅସୀମ ପ୍ରଭୁ ତୁମ ଦୟା ମହା ପ୍ରେମ
    ଅଭୁଲା ସେ ପ୍ରେମ ନିତି ସୃରୁଥିବି
    ଯେତେ ଦିନ ପ୍ରଭୁ ବଞ୍ଚିଥିବି … |୧|

    ସ୍ଥିର ଜଳ ପାଶେ ପାଶେ ତୁମେ ମୋତେ ନେବା
    ଆତ୍ମାର କ୍ଷୁଧା ତୃଷା ତୁମେ ନିବାରିବ
    ଅନନ୍ତ ଜୀବନ ପଥେ ତୁମେ ମୋତେ ନେଇଯିବ
    ସେଥିପାଇଁ କୃଶ ସଦା ବହୁଥିବି
    ଯେତେ ଦିନ ପ୍ରଭୁ ବଞ୍ଚିଥିବି …|୨|

    ସୂଚୀମାଳାକୁ ଫେରନ୍ତୁ

  • tumari bojha uswasa

    ତୁମରି ବୋଝ ଉଶ୍ବାସ
    ଯୁଆଳି ତୁମରି ସହଜ
    ଘେନିବି ସଦା ଜୀବନେ
    ଦିଅ ଶକତି ହେ ଯୀଶୁ ରାଜ …(ଘୋଷା)

    ବଞ୍ଚିବାର ପଥ ଦେଖାଅ ମୋତେ ମୁଁ ଜାଣେନା ବଞ୍ଚି
    ନ ହେଉ ବୃଥା କେବେ ଜୀବନ
    ମୋ ହୃଦରେ ତୁମେ ବିରାଜ
    ନାହିଁ ମୋର ବଳ ବୁଝିବାର
    ଜଗତ ସମସ୍ୟାମାନ
    ହୁଅଇ ପ୍ରାଣ ସଦା ଆକୁଳ
    ବୁଣ ଅନ୍ତରେ ସାନ୍ବନା ବାଣୀ
    ଆସ୍କାଦେ ତୁମକୁ ଜାଣିଲି ଯୀଶୁ
    ତୁମେ ଯେ କେଡ଼େ ମଧୁର
    ପାରେନା ଭୁଲି ତୁମକୁ
    ଶୁଝିଛ ମୋର ପାପ କରଜ … |୨|

    ସୂଚୀମାଳାକୁ ଫେରନ୍ତୁ

  • tuma pari prabhu thau thau

    ତୁମ ପରି ପ୍ରଭୁ ଥାଉ ଥାଉ
    କାହିଁକି ଯିବି ମୁଁ ଅନ୍ୟ ପଥେ ଆଉ
    କେଉଁ ପୂଜା ପାଇଁ ଆଉ
    ତୁମ କୁଶରେ ମୋ ଲୟ ରହୁ (ଇଛା ହେଉ…) ….(ଘୋଷା)

    ଘୋର ବିପଦରୁ ରୋଗ ସଂକଟରୁ
    ଉଦ୍ଧାରିଛି ପ୍ରଭୁ ମୋତେ
    ହଜା ମେଷ ପରି ହଜିଥିଲି ମୁହିଁ
    ଦେଖା ଦେଲ ପ୍ରଭୁ ସତେ
    ସେ ତୁମ ଗୃହରେ ତୁମ ଗୀତି ଗାଇ
    ପ୍ରାଣ ପଛେ ଚାଲିଯାଉ … |୧|

    ପାଗଳଙ୍କ ପରି ବୁଲିଲି ଜଗତେ
    ଦିନଟେ ନଥିଲା ସୁଖ
    ଦିନ ପରେ ଦିନ ଯେତେ ବହି ଗଲା
    ସେତେ ବଢ଼ିଲା ମୋ ପାପ
    ସେ ପାପ ଆଜି ମୁଁ ଦେଉଛି ଚରଣେ
    କ୍ଷମା କର ଦୀନନାଥ … |୨|

    ସୂଚୀମାଳାକୁ ଫେରନ୍ତୁ

  • tuma nama sada gaibi

    ତୁମ ନାମ ସଦା ଗାଇବି
    ତୁମ ନାମ ସଦା ଭଜିବି
    ହେ….ଯୀଶୁ ପ୍ରୟ ଯୀଶୁ….( ୨ ଥର)
    ସେବିବି ଆମ୍ବାଙ୍କ ଦାନେ…..(ଘୋଷା)

    ନାହି ମୋର ବୁଦ୍ଧି ଜ୍ଞାନ
    ନାହିଁ ମୋର ଧର୍ମ କର୍ମ
    ଅଟେ ମୁହିଁ ଅକିନ
    ହୋଇଅଛି ଜୀଶୀ
    ପ୍ରାର୍ଥନା ମୋର କର ବଳବାନ
    ସେବିବି ତୁମ ଶ୍ରୀ ଚରଣେ….|୧|

    ହଜିଥିଲି ଦିନେ ପାପେ
    ପ୍ରେମେ ତୋଳି ନେଲ ମୋତେ
    ସେଥିପାଇଁ ଭଲ ଲାଗେ
    ସେବିବାକୁ ଆନନ୍ଦରେ
    ପ୍ରାର୍ଥନା ମୋର କର ଅଧିକାର….(୨ ଥର)
    ସେବିବି ତୁମ ଶ୍ରୀ ଚରଣେ…. |୨|

    ସୂଚୀମାଳାକୁ ଫେରନ୍ତୁ

  • jhumi jhumi gae mana prabhunkara

    ଝୁମି ଝୁମି ଗାଏ ମନ ପ୍ରଭୁଙ୍କର ଜୟଗାନ… ( ୨ ଥର)
    ହାଲ୍ଲିୟା ଗାଏ ମୋ ପ୍ରାଣ… ( ୨ ଥର)
    ସଞ୍ଜ ସକାଳେ ମୋ ମନ ଜପୁଥାଏ ଯୀଶୁ ନାମ
    ପାଇଛି ମୁଁ ପରିତ୍ରାଣ ଧନ୍ୟ ହୋଇଛି ଜୀବନ
    ହାଲିଲୁୟା ଗାଏ ମୋ ପ୍ରାଣ …(ଘୋଷା)

    ପାପ ଦରିଆରେ ହଜିଥିଲା ମୋ ଜବୀନ
    ସଂସାରରେ ସବୁ ଧନ, ଜନ, ମାନ କରିବାକୁ ଉପାର୍ଜନ
    ସୁଖ, ଶାନ୍ତି ଖୋଜି ବୁଲୁଥିଲା ମୋର ମନ
    ପାପ ଦୁନିଆରେ ବୁଡ଼ି ଯାଇଥିଲା ମୋହର ଏହି ଜୀବନ
    ପ୍ରିୟ ଯୀଶୁ ରାଜନ ଦେଲେ ନୂଆ ଜୀବନ
    ପାଇଛି ମୁଁ ପରିତ୍ରାଣ ଧନ୍ୟ ହୋଇଛି ଜୀବନ
    ହାଲିୟା ଗାଏ ମୋ ପ୍ରାଣ … |୧|

    ଯୀଶୁ ନାମ ଗାଇ ପାଇବି ନୂଆ ଜୀବନ
    ସେହି ଧନ, ଜନ, ଯଶ, ଯଉବନ ସେହି ମୋର ପରିତ୍ରାଣ
    ପ୍ରଭୁ ଯୀଶୁ ପଥ, ସତ୍ୟ, ଅନନ୍ତ ଜୀବନ
    ଦୁଃଖେ ସୁଖେ ସାଥେ ରହିଛନ୍ତି ଆମ ସେହି ଯୀଶୁ ଦୟାବାନ
    ସେହି ଯୀଶୁ ରାଜନ ଦେଲେ ନୂଆ ଜୀବନ
    ପାଇଛି ମୁଁ ପରିତ୍ରାଣ ଧନ୍ୟ ହୋଇଛି ଜୀବନ
    ହାଲିୟା ଗାଏ ମୋ ପ୍ରାଣ … |୨|

    ସୂଚୀମାଳାକୁ ଫେରନ୍ତୁ

  • jharuchi ussa ra aloko

    ଝରୁଛି ଉଷାର ଆଲୋକ
    ଉଇଁଛି ଆଶାର ସ୍ବରୂପ
    ଧରଣୀର ପରେ ପାପର ଅନ୍ଧାରେ
    ଯୀଶୁଙ୍କ ପ୍ରେମର ପରଶେ
    ଗାଅ ଆଜି ହରଷେ …(ଘୋଷା)

    କ୍ଷୁଧିତ ଅବା ତୃଷିତ ଆସ ସର୍ବେ ଯୀଶୁ ପାଶ
    ଅମୃତ ନିଅଁର ବହେ ଝର ଝର ( ୨ ଥର)
    ପୋଛି ଦେବେ ସେ କଳୁଷ ଅନ୍ତର….
    ଭରି ଦେବେ ଆମ ଶୂନ୍ୟ ଜୀବନ
    ରହିଥିବେ ସାଥେ ସଦା ନିଶି ଦିନ
    ଜ୍ବଳାଇ ପ୍ରଦୀପ ଆମ ଏ ଜୀବନ( ୨ ଥର)
    କରିବେ ନିତ୍ୟ ନୂତନ….|୧|

    ଯୀଶୁ କେଡ଼େ ମନୋହର ଜୀବନ ଜ୍ୟୋତି ଆମର
    ଜୀବନର ପଥେ ତାଙ୍କରି ଇଙ୍ଗିତେ ( ୨ ଥର)
    ଗୁଲୁଥିବା ସଦା ଏ ଶୂନ୍ୟ ଜଗତେ
    ସତ୍ୟ ପ୍ରଦୀପ କରି ଆଲୋକିତ
    ଜ୍ବଳାଇବା ଆସ ଆମେ ଅବିରତ
    ହେବାରେ ତାଙ୍କର ପ୍ରିୟ ସନ୍ତାନ ( ୨ ଥର)
    ହୋଇ ସଦା ସମର୍ପଣ….|୨|

    ସୂଚୀମାଳାକୁ ଫେରନ୍ତୁ

  • jibane dekhichu jaha micha sapana

    ଜୀବନେ ଦେଖିଛୁ ଯାହା ମିଛ ସପନ ଆରେ ବାଇମନ … (ଘୋଷା)

    ଗଡ଼ିଗଲା ପାଣି ସେ ଯେ ଫେରିବାର ନାହିଁ
    ହଜିଗଲା ସୃତି ତୋର ପାଇବୁ ନାହିଁ
    ଆହା କି ସୁନ୍ଦର ତୋର ( ୨ ଥର)
    ଗଲା ଏ ଜୀବନ ଫେର ବାଇମନ … |୧|

    କାହିଁକି ଝରାଉ ଲୁହ ଆହାରେ ପାଗଳ
    ଅନ୍ତରେ ଯାଉଛି ଲିଭି ଦୀପେ ନାହିଁ ତୈଳ
    ଯୀଶୁଙ୍କ ଶୋଣିତ ଧାରେ ( ୨ ଥର)
    ଖୋଲିବ ନୟନ ଫେର ବାଇମନ … |୨|

    ସୂଚୀମାଳାକୁ ଫେରନ୍ତୁ

  • jibana amara ate taba

    ଜୀବନ ଆମର ଅଟେ ତବ ଆଶିଷ ଦାନ
    ଭକ୍ତି ଭରା ଅର୍ଘ୍ୟ ଘନ ହେ ଆମର
    ହେ ପିତା ପରମ ତୁମେ ଚିରନ୍ତନ ( ୨ ଥର) …(ଘୋଷା)

    ହେ ଈଶ ନନ୍ଦନ ଚିର ଦୟାବାନ
    କର ସୁଶୋଭିତ ଏହି ମିଳନ
    ନଭରୁ ଦିଶୁଛି ଆମରି ମିଳନ
    ଲକ୍ଷିତ ହେଉ ଯେ ଶୟତାନ ।
    ଭକ୍ତି ଭରା ଅର୍ଘ୍ୟ ଘେନ ହେ ଆମର … |୧|

    ହେ ପିତା ପରମ ଅନନ୍ତ ଅସୀମ
    ଏ ଭବ ସାଗରୁ କର ହେ ପାରି
    ମଧୁମୟ ନାମ ଗାଇ ଗାଇ ଆଜି
    ବିତି ଯାଉ ଆମ ଦିନରାତି
    ଭକ୍ତି ଭରା ଅର୍ଘ୍ୟ ଘନ ହେ ଆମର … |୨|

    ସୂଚୀମାଳାକୁ ଫେରନ୍ତୁ

  • jagi utha he bira alokara

    ଜାଗି ଉଠ-ଜାଗି ଉଠ ହେ ବୀର- ବୀର ଆଲୋକର ସନ୍ତାନ
    ଶୟତାନ ହେଉ ଆଜି ଲଜିତ ପରାଜିତ ଦେଖି ତୁମ ନୂଆ ଜୀବନ…(ଘୋଷା)

    ତୁମ ଘରେ, ବାହାରେ, ଏ ସହରେ, ଏ ଗ୍ରାମରେ
    ଏ ଜାତି, ଏ ସମାଜରେ ପୁଣି ଏହି ସାରା ଜଗତରେ
    ଚାହିଁ ବସିଛନ୍ତି, ଦେଖିବେ ସଭିଏ ଆମ ଜ୍ୟୋତିର ଚିହ୍ନ … |୧|

    ତୁମ ଗଲିଚଳନରେ, ତୁମ ବେଶ ଆଉ ଭୂଷାରେ
    ତୁମ କଥା କାମରେ, ତୁମ ଚିନ୍ତା ଆଉ ବିଚାରେ
    ଦେଖିବେ ଅଛନ୍ତି, ଯେତେ ଯେ ଅନ୍ଧାରେ ତୁମେ ସଭିଙ୍କଠୁ ଭିନ୍ନ … |୨|

    ତୁମକୁ ଦେଖି ଚିନ୍ତିବେ ଆଲୋକ ପଥ ଯେ ଖୋଜିବେ
    ଅନ୍ଧାର ପଥକୁ ତେଜିବେ, ପିତାଙ୍କ ମହିମା ଗାଇବେ
    ସେହି ଯୀଶୁ ଏକା ପଥ, ସତ୍ୟ ଜାଣି ନେବେ ତାଙ୍କ ପଦେ ଶରଣ … |୩|

    ସୂଚୀମାଳାକୁ ଫେରନ୍ତୁ