Category: Odisha Conventions

  • he saraga chanda jishu ହେ ସରଗ ଚାନ୍ଦ ଯୀଶୁ

    he saraga chanda jishu ହେ ସରଗ ଚାନ୍ଦ ଯୀଶୁ

    ହେ ସରଗ ଚାନ୍ଦ ଯୀଶୁ ଆସିଦେଇ ଯାଅ ସୁଧାଂଶୁ
    ଅନାଇ ବସିଛୁ ମିଳି ପାଇବୁ ବୋଲି ଉର୍ଦ୍ଧ ଆକାଶୁ … (ଘୋଷା)

    ଆଗମନେ କରାଅ ସରସ ପ୍ରତିପ୍ରାଣେ ପରସି ପିୟୁଷ
    ତୁମରି ବିହୁନେ ସକଳେ ଅସୁନ୍ଦର ଦିଶଇ ଆସ୍ୟ
    ଆସି ବସ ପ୍ରତି ବିଶ୍ଵର
    ତବ କରୁଣା ରୂପ ହସୁ … ଅନାଇ .. |୧|

    ପୁଅ ଝିଅ ବିଭିନ୍ନ ସ୍ଥାନରୁ ଆସି ଅଛନ୍ତି ଆହେ ଶିକ୍ଷା ଗୁରୁ
    ଭାଷଣ ଶୁଣାଇ ମନରୁ ଦୂରକର ସନ୍ଧେହ – ଭୀରୁ
    କରି ଜ୍ଞାନଯୁକ୍ତ କରନ୍ତୁ ମୁକ୍ତ
    ସକଳ ପାପ ତ୍ରାଷୁ …. ଅନାଇ … |୨|

    ଜାଇ ଧ୍ୟାୟି କରୁଛୁ ଗୁହାର, ଦେଇ କି – ଧନ ପ୍ରୀତି ଉପହାର
    ତୋଷିବ ଜୀବନ ଅଯୋଗ୍ୟ ଦୀନହୀନ ବାନ୍ଧବ ତୋର
    ଦେଇ ପ୍ରେମରୁଣ କରିବ ଧନ୍ୟ
    ମଧ୍ୟସ୍ଥ ହେବେ ଯୀଶୁ … ଅନାଇ … |୩|

    ଦାୟାଗୁଣେ ନ ହେଜି ଅଭାବ ଦାଇତ୍ୱ ନେଇ ପୁତ ମନଭାବ
    ଦେଖାଇ ପୁରାଣ କରିବ ଶାୟତାନ ଲଜ୍ଜିତ ହେବ
    ପ୍ରେମଛଳେ ହେଇ ବନ୍ଧନ
    ପ୍ରତି ମନରେ ମନ ମିଶୁ … ଅନାଇ … |୪|

    ସୂଚୀମାଳାକୁ ଫେରନ୍ତୁ

    ଗୀତ ରଚନା : ଭିକାରି ବୀର ଓ ଦଣ୍ଡାସି ପାଇକ
    ଗାୟକ ବୃନ୍ଦ : ଆଶାପୂର୍ଣ୍ଣ ବୀର ଓ ଯୀହୋଶିୟ ପାଳ

    ଗଂଜାମ (ଗଜପତି) ମାଳ ଓଡ଼ିଆ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ
    ଅଷ୍ଟ-ଚତ୍ୱାରିଂଶ ବାର୍ଷିକ ଅଧିବେଶନ
    ସ୍ଥାନ : ଛେଳିଗଡ଼ ମଣ୍ଡଳୀ

    ତାରିଖ : ୧୯୭୦ ମାର୍ଚ୍ଚ ୧୫ ଠାରୁ ୧୮ ପର୍ଯ୍ୟନ୍ତ