Category: Odia

  • mahimaya prabhu prasansaniya

    ମହିମାମୟ ପ୍ରଭୁ ପ୍ରଶଂସନୀୟ ପ୍ରଭୁ
    ପୂଜା ବନ୍ଦନା କରୁଥିବି ସଞ୍ଜ ସକାଳେ ମୁଁ ଆରାଧନା….( ୪ ଥର)
    ପ୍ରିୟ ପ୍ରଭୁ ଯୀଶୁଙ୍କର ମୋ ପ୍ରଭୁ ଯୀଶୁଙ୍କର…. (ଘୋଷା)

    ପବିତ୍ର ଆତ୍ମା ଓହ୍ଲାଇ ଆସ ଶକ୍ତି କର ପ୍ରକାଶ
    ଜୀବନ ମମ ହୋଇବ ଧନ୍ୟ ଦିଅ ତୁମ ଆଶିଷ….|| ୧ ||

    ସୂଚୀମାଳାକୁ ଫେରନ୍ତୁ

  • mana kara prabhu staba gana

    ମନ, କର ପ୍ରଭୁ ସ୍ତବ ଗାନ ପୂଜା
    ସେ ମହାମହିମ ସର୍ବଶକ୍ତିମାନ ଗୌରବ ବିଶିଷ୍ଟ ରାଜା (ଘୋଷା)

    ପ୍ରଭୁ ସ୍ତବ କର, ଆରେ ମନ ମୋର, କରନ୍ତି ସର୍ବ ଶାସନ
    କରୁଣା କରି ସେ କରନ୍ତି ତୋହର ଅସଂଖ୍ୟ ପାପ ମୋଚନ || ୧ ||

    ପ୍ରଭୁ ସ୍ତବ କର, ଆରେ ମନ ମୋର, ସେ କଲେ ତବ ସୃଜନ
    ତାବତ ରୋଗ ସେ କରି ଉପଶମ କରନ୍ତି ତୋର ପାଳନ || ୨ ||

    ପ୍ରଭୁ ସ୍ତବ କର, ଆରେ ମନ ମୋର, ସେ କରି କରୁଣା ଦାନ
    ବୃଷ୍ଟି ରୂପ ବର୍ଷାଇଣ ପ୍ରେମ-ଧନ କରନ୍ତି ତୃପ୍ତ ତୋ ମନ || ୩ ||

    ପ୍ରଭୁ ସ୍ତବ କର, ଆରେ ମନ ମୋର, ନ ପାଶୋର ତାଙ୍କ ପ୍ରେମ
    ଆହେ ସର୍ବ ପ୍ରାଣୀ, କରି ଜୟନି ଗାନ କର ପ୍ରଭୁ ନାମ ||୪||

    ସୂଚୀମାଳାକୁ ଫେରନ୍ତୁ

  • bhuli paribiki se priya jishu

    ଭୁଲି ପାରିବି କି ସେ ପ୍ରିୟ ଯୀଶୁ ମୁଖ
    ଯାହା ବିରହେ କ୍ଷଣେ ଫାଟିଯାଏ ବୁକ (ଘୋଷା)

    ଯଦି କ୍ଷଣେ ମୁଁ ଭୁଲିଯାଏ ସେହି ଆନନ
    ଅନ୍ଧାର ଦିଶୁଥାଏ ତ୍ରିଭୁବନ
    (ଆହା) ସେହି ମୋ ଚାରୁ ମୁଖ, ହରେ ଗୋ ସବୁ ଦୁଃଖ
    ପାଇ ତାହାଙ୍କୁ ପାଏ ଶାନ୍ତି ସୁଖ || ୧ ||

    ସଂସାରେ ପଡ଼ିଯାଏ ମୁଁ ପୂଣ୍ଠିବାତେ
    ଉଠାନ୍ତି କି ସୁହାଗେ ଧରି ହାତେ
    (ଆହା) ଭୁଲିଯାଏ କଷଣ, ନାଚେ ମୋ ପ୍ରାଣ ମନ
    ଆନନ୍ଦ ପାଶୋରଇ ସବୁ ଦୁଃଖ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • bhalalage mote jishu namo

    ଭଲ ଲାଗେ ମୋତେ ଯୀଶୁ ନାମ…ଯୀଶୁ ନାମ
    ଭଲ ପାଏ ଯାହାକୁ ମୋର ପ୍ରାଣ
    ନିତି ଖୋଜେ ଯାହାକୁ ମୋର ପ୍ରାଣ
    ସେଇ ତ ଯୀଶୁ ନାମ (ଘୋଷା)

    ପାଇଲି ଯେବେ ତାଙ୍କ ପ୍ରେମ ତାଙ୍କ ପ୍ରେମ
    କଳଙ୍କ ମନ ହେଲା ପୁଣ୍ୟ ହେଲା ପୁଣ୍ୟ
    ତେବେ କେମିତି ଭୁଲିବି ସେଇ ନାମ…ସେଇ ତ ମୋ ପ୍ରିୟତମ || ୧ ||

    ତାଙ୍କ ନିକଟେ ବିତିଲେ ଦିନ ମିଳଇ ଶାନ୍ତି
    ପ୍ରାଣେ ସୁଖ ସେହି ପ୍ରେମିକ ମୋ ସହାୟକ
    କରେ ମୁଁ ସଦା ତାଙ୍କ ଧାନ
    ସେ ଏକା ସାଥୀ ମୋ ଜୀବନର…ସୁଖ ଦୁଃଖରେ ଅତି ନିଜର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • besatiku badalayi ki labha

    ବେଶଟିକୁ ବଦଳାଇ କି ଲାଭ ପାଇବୁ ଭାଇ
    ଅନ୍ତର ନ ବଦଳିଲେ ସରଗେ ନ ପାରୁ ଯାଇ (ଘୋଷା)

    କେତେ ହେଉ ତୁ ସୁବେଶ ମହାକାଳର ସଦୃଶ
    ମରମ ହେଲେ ପ୍ରକାଶ ସରମେ ମରିବୁ ତୁହି || ୧ ||

    ଦାନ ଧାନ ପୋଷାକରେ ଲୁଚୁ ତୁ ବଡ଼ ଚତୁରେ
    ଧରା କି ପଡ଼ିବୁ ନାହିଁ ସର୍ବଦଶୀ ପାଶେ ଭାଇ || ୨ ||

    ଦେଖାଇ ହଟଚମଟ ନାଶ କରନା ଜଗତ
    ତୋ ଲାଗି ଦେଇଛି ପ୍ରାଣ କୁଶେ ଜଗତର ସାଇଁ || ୩ ||

    ମନ ଦେଇ ପାଠ କର ଧର୍ମ ଗ୍ରନ୍ଥ ପ୍ରତିଦିନ
    ଯତନେ ହୃଦୟେ ଧରି ଜୀବନେ ଦିଅ ଫୁଟାଇ ||୪||

    ଯୀଶୁରେ ହେଲେ ମିଳନ ବଦଳିବ ତୋ ଜୀବନ
    ବାହାର ସୌନ୍ଦର୍ଯ୍ୟ ତୋର ଲୋଡ଼ା ଆଉ ହେବ ନାହିଁ ||୫||

    ସୂଚୀମାଳାକୁ ଫେରନ୍ତୁ

  • buhayee deyicha priya moro

    ବୁହାଇ ଦେଇଛି ପ୍ରିୟ ମୋର
    କାଲବରୀରେ ତୁମ ରକତ
    କ୍ଷମା ମୁଁ ପାଇଛି ଅବିରତ
    ପାପ ଯା କରିଛି ଅଗଣିତ (ଘୋଷା)

    ଦେଇଛି ପ୍ରତିଜ୍ଞା ମୁଁ ତୁମକୁ ଯୀଶୁ ବାର ବାର
    କରିବିନି ପ୍ରଭୁ ଏ ଜୀବନେ ପାପ ଆଉ ଏ ଥର
    ଠକିଲା ପୁନଃ ଏ ଜଗତ
    ଯାଠାରେ ରହିଛି ପାପ ଅସତ
    ହାୟ ମୁଁ ପଡ଼ିଯାଏ ଶତ ଶତ || ୧ ||

    କ୍ଷମା ଦିଅ ନାହିଁ ଏ ଜୀବନେ ପ୍ରଭୁ ଗୋ ଏ ଥର
    ଶାସନ ବାଡ଼ିରେ କର ମୋତେ ପ୍ରେମର ପ୍ରହାର
    ଧରି ଚାଲିବି ତୁମର ହାତ
    ହୋଇ ତୁମଠାରେ ସମର୍ପିତ
    ହାୟ ଏ ଇଚ୍ଛା ମୋର ସତତ || ୨ ||

    ରହିଛି ଅନାଇ ଯୀଶୁ ମୋର ତୁମ ଆସିବାର
    ନେବ ସାଥେ ସାଥେ ପ୍ରଭୁ ମୋତେ
    ସେହି ଅଭୁଲା ନଗର
    ନ ଥିବ ପାପ ତହିଁ ଉପସ୍ଥିତ
    ଦେଖୁଥିବି ତୁମ ମୁଖ ନିରତ
    ପ୍ରଭୁ ଗାଉଥିବି ନୂତନ ସଂଙ୍ଗୀତ || ୩ ||

    ସୂଚୀମାଳାକୁ ଫେରନ୍ତୁ

  • bujhila ki bandhu paritrana

    ବୁଝିଲ କି ବନ୍ଧୁ ପରିତ୍ରାଣର ବାକ୍ୟ ଶୁଣିବା
    କି ସୁମିଷ୍ଟ ଏହି ବାଣୀ ପାପରୁ ମନ ଫେରାଇବା
    ପରିତ୍ରାଣର ବାକ୍ୟ ଶୁଣିବା (ଘୋଷା)

    ସ୍ବର୍ଗରାଜ୍ୟ ଦ୍ୱାର ଖୋଲି ଡାକନ୍ତି ଆତୁରେ
    ଲଭିବା ଅନନ୍ତ ଶାନ୍ତି ଅମର ପୁରରେ
    ସଂସାର ବିଷୟ ତେଜି ଚାଲ ଯିବା ବେଗି ବେଗି
    ନୋହିବ କିଛି ଅଭାବ ଆନନ୍ଦ କାଳ କାଟିବା || ୧ ||

    ଅମାନିଆ ହୁଏ ଯେବେ ମନର ଭାବନା
    ପାପ ପ୍ରତିଫଳ ଭୋଗି ପାଇବୁ ଯାତନା
    ନରକ କୁଣ୍ଡ ତୋହର ସଦା ଜଳିବ ଶରୀର
    କାହିଁକି ଏହି ଜୀବନେ ପ୍ରାଣ ବିକଳେ ଭୋଗିବା_ || ୨ ||

    ଆସିଛି ଶୁଭ ସମୟ ପରମ ସୁଯୋଗ
    ପବିତ୍ରତା ବସ୍ତ୍ର ପିନ୍ଧି ହୁଅରେ ଉଯୋଗ
    ସର୍ବଦା ରୁହ ଜାଗ୍ରତ ହେବ ସେ ଦିନ ଉପସ୍ଥିତ
    ଯୀଶୁ ରାଜା ସମୁଖରେ କି ବୋଲି ଉତ୍ତର ଦେବା || ୩ ||

    ସୂଚୀମାଳାକୁ ଫେରନ୍ତୁ

  • bidhaba naridana

    ବିଧବା ନାରୀଦାନ, ସ୍ଵର୍ଗ ହେଲା ଗ୍ରହଣ
    ପାହୁଲା ଯାହା ଥିଲା କରିଥିଲା ସେ ପ୍ରଦାନ
    ଦାନ ଦେଇ ପ୍ରଭୁଙ୍କୁ, ହୋଇଥିଲା ସେହି ଧନ୍ୟ (ଘୋଷା)

    ସର୍ବ ସୃଷ୍ଟିକର୍ତ୍ତା ରାଜନ, ସର୍ବ ପ୍ରାଣୀ କଲ ସୃଜନ
    ଜଗତର ପାପ ମୋଚନ ପାଇଁ କଲ ପୁତ୍ରଙ୍କୁ ଦାନ
    କରିଲେ ପ୍ରେମ, ରୁଧିର ଦେଇ ଏ ମର୍ତ୍ତ୍ୟଭୁବନେ || ୧ ||

    କର ସର୍ବେ ମନେ ସ୍ମରଣ, ବିଧବା ନାରୀଟିର ଦାନ
    ଆଣିଛ କି କିଛି କିଛି ଦାନ, ଅବା ଯାହାଥିଲା ସମ୍ପୂର୍ଣ୍ଣ
    ଦେବାକୁ ପ୍ରଭୁ ଚରଣେ, ସବୁ ଧନ, ଜନ, ମନ || ୨ ||

    ହେଜ ମନେ ସକଳ ଜନ, ପ୍ରଭୁ ଯୀଶୁଙ୍କ ମଙ୍ଗଳ ଦାନ
    ଅଛି କି ଦେବାକୁ ପ୍ରତିଦାନ, ଦେଇ ତୋଷିବ ତାହାଙ୍କ ମନ
    ଚାହାନ୍ତି ସେହି ଭଗ୍ନ ଅନ୍ତର ପୁଣି ହୃଦୟ ମନ || ୩ ||

    ସୂଚୀମାଳାକୁ ଫେରନ୍ତୁ

  • batoee bare tu pachaku ana

    ବାଟୋଇ ବାରେ ତୁ ପଛକୁ ଅନା
    ପଛପଟୁ ତୋର ଡାକ ଛୁଟୁଛି ଆଗକୁ ଆଗେଇ ଯା’ନା (ଘୋଷା)

    ମରୁ ମରୀଚିକା ଦେଖି ତୁ ଧାଉଁଛୁ ତୋ ପ୍ରାଣ ବିକଳେ ସିନା
    ଆତ୍ମାର ପିପାସା ମେଣ୍ଟିବ ନାହିଁରେ ହୋଇଛୁ ତୁ ପଥ ବଣା || ୧ ||

    ଧାଇଁ ଧାଇଁ ଧନ ଅରଜୁଛୁ ତୁ ତା’ ପାଇଁ ଜୀବନ ଦେ’ନା
    ପଡ଼ିଥିବ ତୋର ସାଇତିଲା ଧନ ଖାଲିହାତେ ଯିବୁ ସିନା || ୨ ||

    ତୋ ଯଉବନର ଏ ଅଭିମାନେ ହୋଇଅଛୁ ଗର୍ବମନା
    ଆର ଘଡିକରେ ଝାଉଁଳି ଯିବୁରେ ନାହିଁ କିରେ ତୋତେ ଜଣା || ୩ ||

    ସେ ପଥ ତେଜି, ଯୀଶୁ ନାମ ଭଜି ସ୍ବର୍ଗୀୟ ପଥକୁ ଅନା
    ସରଗର ସୁଖ ପାଇବୁରେ ଭାଇ ଉଡ଼ାଇବୁ ଜୟବାନା ||୪||

    ସୂଚୀମାଳାକୁ ଫେରନ୍ତୁ

  • baki achi bahuta dura

    ବାକି ଅଛି ବହୁତ ଦୂର
    ଭଲିବାକୁ ନାହିଁ ମୋ ବଳ
    ପଡୁଛି ପୁଣି ମୁଁ ଉଠୁଛି
    ଶକତି ନାହିଁ ମୋହର (ଘୋଷା)

    ତୁମ ପ୍ରିୟ ଦାସ ଏଲିୟ, ଖୁଆଇଲ ସ୍ଵର୍ଗୀୟ ଖାଦ୍ୟ
    ଚାଳିଶି ଦିନର ପଥ, ଚାଲିଥିଲେ ସେ ସହି କ୍ଳେଶ
    ସେହି ପ୍ରଭୁ ତ ତୁମେ ଜୀବିତ
    ବଢ଼ାଅ ଶକତି ମୋହର || ୧ ||

    ସୁନ୍ଦର ନାମକ ଦୁଆରେ ମାତୃ ଗର୍ଭୁ ଖଟି ଥିଲେ
    ଯୀଶୁନାମେ ବଳ ପାଇଲେ କୁଦା ମାରି ସେ ଠିଆହେଲେ
    ସେହି ପ୍ରଭୁ ତ ତୁମେ ଜୀବିତ
    ବଢ଼ାଅ ଶକତି ମୋହର || ୨ ||

    କଫନାଁହୁମରେ ଥରେ ପକ୍ଷାଘାତୀ ବହି ଆଣିଲେ
    ତାର ସବୁ ପାପ କ୍ଷମିଲ ଖଟିଆ ଘେନିଯା’ କହିଲ
    ସେହି ପ୍ରଭୁ ତ ତୁମେ ଜୀବିତ
    ବଢ଼ାଅ ଶକତି ମୋହର || ୩ ||

    ସୂଚୀମାଳାକୁ ଫେରନ୍ତୁ