Category: Odia

  • mu je eka abujha puajhia tumara

    ମୁଁ ଯେ ଏକା ଅବୁଝା ପୁଆଝିଅ ତୁମର
    କ୍ଷମା ଦେଇ ବାରେ ମୋତେ କର ନିଜର (ଘୋଷା)

    କେତେ ଥର ମୁଁ ତୁମକୁ କୃଶେ ଝୁଲାଇଛି,
    ଶରୀରେ ତୁମରି କେତେ କ୍ଷତ କରି ଚାଲିଛି,
    ନୁହେଁ ମୁଁ ତିଳେ ଯୋଗ୍ୟ ତୁମର ( ୨ ଥର)
    କ୍ଷମା ଦେଇ ବାରେ ମୋତେ କର ନିଜର || ୧ ||

    ଅପବ୍ୟୟୀ ପୁତ୍ର ନ୍ୟାୟ ଆଜି ଫେରି ଆସିଛି
    ସବୁ ଦୋଷ ମୋର ତୁମ ଚରଣରେ ରଖୁଛି
    ହୃଦୟ ତୁମ ଅତି ଉଦାର ( ୨ ଥର)
    କ୍ଷମା ଦେଇ ବାରେ ମୋତେ କର ନିଜର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • mu ki nebi jishu pade thoyibi

    ମୁଁ କି ନେବି ଯୀଶୁ ପାଦେ ଥୋଇବି ?
    କି ଦେଇ ତାଙ୍କ ପ୍ରେମ ମୁଁ ଶୁଝିବି ? (ଘୋଷା)

    କି ଅଛି ମୋହର କି ଘେନି ଯିବି ?
    ତାଙ୍କ ପ୍ରେମ ତୁଲ୍ୟ କି ଦ୍ରବ୍ୟ ଦେବି ? || ୧ ||

    ମୁଁ ଦରିଦ୍ର, କାହୁଁ ଧନ ପାଇବି ?
    କି ଧନ ଦେଇ ବା ତାଙ୍କୁ ପୋଷିବି ? || ୨ ||

    ସବୁ ତ ତାଙ୍କର ତାଙ୍କୁ କି ଦେବି ?
    ସୁଯୋଗ୍ୟ ପଦାର୍ଥ କାହୁଁ ଆଣିବି ? || ୩ ||

    ଯଦିବା ମୁଁ ଦେହ ପ୍ରାଣ ଅର୍ପିବି
    ତେବେ ମୁଁ ଧାରୁଆ ହୋଇ ରହିବି || ୪ ||

    ଯାବଜୀବନ ମୁଁ କୃତଜ୍ଞ ହେବି,
    ନମ୍ର ହୋଇ ତାଙ୍କ ପାଦେ ପଡ଼ିବି || ୫ ||

    ତାଙ୍କ ପ୍ରଶଂସାରେ କାଳ କାଟିବି,
    ଦେହ ପ୍ରାଣ ସବୁ ମୁଁ ଉତ୍ସର୍ଗିବି || ୬ ||

    ସୂଚୀମାଳାକୁ ଫେରନ୍ତୁ

  • muktidata jishu muktidata

    ମୁକ୍ତିଦାତା..ଯୀଶୁ ମୁକ୍ତିଦାତା..ସେହି ଏକା ମୋର ପାପ ହରତା (ଘୋଷା)

    ଅନ୍ଧକାରେ ସେ ମୋ ଦିବ୍ୟଶିଖା
    ଭବ ସାଗରେ ମୋ ତ୍ରାଣ ନଉକା ||୧||

    ମୋ ମନ ଆକାଶେ ସେ ସବିତା
    ମୋ ହୃଦ ଦୀପ ଅଲିଭା ବର୍ଭାକା || ୨ ||

    ପାପ ନାଶକାରୀ ଜଗତ ଜିତା
    ସଙ୍କଟ କାଳେ ମୋ ଉଦ୍ଧାରକର୍ତ୍ତା ||୩||

    ସୂଚୀମାଳାକୁ ଫେରନ୍ତୁ

  • micha maya sansare

    ମିଛ ମାୟା ସଂସାରରେ
    ଗଡ଼ି ଚାଲି ଯାଏ ଏ ସମୟ
    କାହିଁ କର ତୁମେ ତହିଁ ଶପଥର ମିଛ ଅଭିନୟ
    ହଁ କଥା ହିଁ ହେଉ, ନା କଥା ନ ହେଉ
    ହେଉ ଜୀବନର ଏ ଅଭିପ୍ରାୟ (ଘୋଷା)

    ଭାଙ୍ଗି ପୁଣି ଗଢ଼ିବାର, ନାହିଁ କିଛି ସକ୍ଷମତା
    ହୃଦୟରେ ଭରିଅଛି, ଶତ ଶତ ଦୁର୍ବଳତା
    ମସ୍ତକର କେଶ ରଙ୍ଗ; ବଦଳାଇ ନ ପାର
    ତେବେ କାହିଁ ନିଅ ତୁମେ
    ଶପଥ ଯେ ତୁମ ମସ୍ତକର || ୧ ||

    ସ୍ଵର୍ଗ ତାଙ୍କ ସିଂହାସନ, ଧରା ତାଙ୍କ ପାଦପୀଠ
    ସୃଷ୍ଟିକର୍ତ୍ତା ସେ ଆମର, ପ୍ରଭୁଙ୍କର ପ୍ରଭୁ ସେ ତ
    ମିଛେ ତାଙ୍କ ନାମ ନେଇ, ଶପଥ ଆଉ ନ କର
    ତାଙ୍କଠି ଭରସା କଲେ
    ହେବ ନାହିଁ କେବେ ପରାଜୟ ||୨||

    ସୂଚୀମାଳାକୁ ଫେରନ୍ତୁ

  • macha dharibu nahi

    ମାଛ ଧରିବୁ ନାହିଁ ଆଉ ମଣିଷ ଧରିବୁ
    ଜାଲ ଧରିବୁ ନାହିଁ ଆଉ ଆମେ ବାକ୍ୟକୁ ଧରିବୁ
    ହା… ହା…ହାଲେୟା (ଘୋଷା)

    ଯୀଶୁଙ୍କ ଡାକ ଶୁଣିଯିବୁ, ଜାଲ, ନଉକା, ଛାଡ଼ିଦେବୁ
    ଭବ ସମୁଦ୍ର ବୁଲି ବୁଲି ସୁସମାଗ୍ଧର କହିଯିବୁ
    ହା… ହା…ହାଲିୟା || ୧ ||

    ସଜାଡ଼ିବୁନି ଚୌକା ସବୁ, ଜନ ମନକୁ ସଜାଡ଼ିବୁ
    ଭଙ୍ଗାଚୁନା ମନ ସବୁକୁ, ଯୀଶୁଙ୍କ କତିକୁ ଆଣିବୁ
    ହା…ହା…ହାଲ୍ଲିଲୁୟା || ୨ ||

    ଜନପୂର୍ଣ ଜାଲ ଟାଣିବୁ ସ୍ଵର୍ଗ ଖୋଳେଇରେ ସବୁ
    ଏକଶ ତେପନ ବଡ଼ ମାଛ ଗୋଟି ଗୋଟି କରି ଗଣିନେବୁ
    ହା…ହା…ହାଲ୍ଲିଲୁୟା || ୩ ||

    ସୂଚୀମାଳାକୁ ଫେରନ୍ତୁ

  • Juba mesa pabitra khrista jisu prabhu

    ଯୁବା ମେଷ ପବିତ୍ର ଖ୍ରୀଷ୍ଟ ଯୀଶୁ ପ୍ରଭୁ ଯୁଦ୍ଧରେ ବୀର ତୁମେ ସ୍ବୟମ୍ଭ
    ତବ ଶ୍ରୀ ଛାମୁରେ ଆଶୁ ଦିଅ ବାରେ ଏ ଦୀନ ପାପୀ ଜନଙ୍କୁ (ଘୋଷା)

    ଯୁବା ଜୀବନରେ ସମ୍ମୁଖ ଯୁଦ୍ଧରେ ଦାଉଦ ନାମ ରଖିଥିଲା
    ପରମେଶ୍ଵରଙ୍କ ମନ ମୁତାବକ ଯୁଦ୍ଧରେ ଜୟୀ ହୋଇଥିଲା
    ପରମେଶ୍ୱର ପକ୍ଷେ ଯୁଦ୍ଧ କରିବାକୁ ନିଜ କୌଶଳ ଦେଲ ତାଙ୍କୁ || ୧ ||

    ଯୁବା ସିଂହ ସିଏ ଆମ ଖ୍ରୀଷ୍ଟ ସେ ତ ଅଟନ୍ତି ସଂଗ୍ରାମରେ ବୀର
    ଭୟ ନାହିଁ ଆଉ ଜୟ କରିବାକୁ କଟି ବନ୍ଧନ ଦୃଢ଼ କର
    ସପକ୍ଷେ ଅଛନ୍ତି ସାହାସ ଦିଅନ୍ତି ବିଶ୍ବାସରେ ଚାଲୁ ଆଗକୁ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • Jodi kehi pachariba mote ଯଦି କେହି ପଚାରିବ ମୋତେ

    ଯଦି କେହି ପଚାରିବ ମୋତେ, ତୁମ ମୁଖେ କାହିଁକି ଏ ଆନନ୍ଦ ?

    କହିବି ମୁଁ…କହିବି ମୁଁ…କହିବି ମୁଁ…
    ପ୍ରିୟ ଯୀଶୁ ଦେଇଛନ୍ତି ଓ ମୋର ସଙ୍ଗୀତ…
    ସେଥିପାଇଁ ଆଜି ମୋର ଆନନ୍ଦ (ଘୋଷା)

    ପଚାରିବି ବନ୍ଧୁ ମମ ଚଲାପଥେ ଆଜି ତୁମେ କି କ୍ଲାନ୍ତ
    ଜୀବନର ଦୁଃଖ ଭୁଲି ଚାହୁଁଛି କି ତୁମେ ସେହି ଆନନ୍ଦ ?
    ଆସ ତେବେ କୁଶ ପାଶେ ଶୁଚି ହେବ ଝରୁଛି ସେ ରକତ
    ନେବ ପୁଣି ଅମୃତ ଶପଥ || ୧ ||

    ମନ ତଳେ ଛନ୍ଦ ତୋଳି ଗାଇବ ମୁକ୍ତିର ନୂତନ ଗୀତ
    ଯୀଶୁ ନାମ ଶାନ୍ତିଭରା ଅନୁଭବ କରିବ ଏ ଜଗତ
    ସଞ୍ଚାରି ଯିବ ତୁମେ ପ୍ରତି ପ୍ରାଣେ ଅଭିନବ ପୁଲକ
    କୁଶ ହେବ ଆଗାମୀ ସଙ୍କେତ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • mahimare purichi mara sehi jishunka

    ମହିମାରେ ପୁରିଛି
    ମୋର ସେହି ଯୀଶୁଙ୍କ ନାମ
    ଗଉରବେ ଭରିଛି
    ମୋର ସେହି ଯୀଶୁଙ୍କ ନାମ (ଘୋଷା)

    ଚିର ମଧୁମୟ, ଚିର ପ୍ରେମମୟ ତାଙ୍କର ଅପାର ଦୟା
    ସଦା ଲୋଡୁଥିବି, ସଦା ମାଗୁଥିବି ମୋ ଜୀବନେ ତାଙ୍କ ଛାୟା
    ଯେବେ ତାଙ୍କୁ ଚାହେଁ, ଜ୍ୟୋତି ଝରୁଥାଏ
    ପ୍ରଭୁ ସେ ମହାମହିମ
    ମନେ ମନେ ଭାଳେ, ସତେ ନେବେ କୋଳେ
    ମୋର ସେ ପ୍ରଭୁ ପରମ || ୧ ||

    ଅନେକ ଆଶାର, ଅନେକ ଖୁସିର ସ୍ଵର୍ଗ ସୁରଭି ସିଏ
    ତାଙ୍କରି ପରଶେ, ନିରାଶ ଜୀବନେ ସରସତା ଭରିଯାଏ
    ସୁନ୍ଦର ଠାରୁ ସୁନ୍ଦର ସିଏ
    ସେଇ ଯେ ସୁନ୍ଦରତମ
    ତାଙ୍କ ପାଦେ ମନ ଅରପଣ କରି
    ସାର୍ଥକ ହେଉ ଜନମ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • mahima heu tumbhara he parama

    ମହିମା ହେଉ ତୁମ୍ଭର ହେ ପରମ ଈଶ୍ବର
    ପ୍ରଶଂସା ହେଉ ତୁମ୍ଭର ହେ ପରମ ଈଶ୍ବର
    ତୁମ୍ଭେ ଅନାଦି ଅନନ୍ତ ତୁମ୍ଭ ଅସୀମ ଅମୃତ
    ହାଲ୍ଡଲୁୟା ହାଲେଲୁୟା ହାଲେଲୁୟା ହାସ୍ନେଲୁୟା
    ହାଲ୍ଲେଲୁୟା ହାଲ୍ଡଲୁୟା ହାଲେଲୁୟା ହୋଶାନ୍ନା (ଘୋଷା)

    ଏ ଆକାଶ ତଳେ ମନୁଷ୍ୟ ମଧ୍ୟରେ
    କେହି ନାହିଁ ତାଙ୍କ ସମ
    କ୍ଷମାର ସାଗର କରୁଣାର ଧାର
    ସେହି ଏକା ଯୀଶୁ ନାମ || ୧ ||

    ଆସ ଆଜି ପ୍ରଭୁ ହୃଦୟ ମନ୍ଦିରେ
    ତୁମ୍ଭ ମୋର ପ୍ରାଣ ଧନ
    ଗାଉଥିବି ନିତି ପ୍ରଶଂସାର ଗୀତି
    ତୁମେ ମୋର ପରିତ୍ରାଣ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • mahima sada prabhunkara sambhrama

    ମହିମା ସଦା ପ୍ରଭୁଙ୍କର…ସଂଭ୍ରମ ସଦା ପ୍ରଭୁଙ୍କର
    ଧନ୍ୟବାଦ ଗଉରବ ଯୁଗେ ଯୁଗେ ତାହାଙ୍କର
    ହାଲୁୟା..ହାଲିଲୁୟା..ହାଲିଲୁୟା.. (ଘୋଷା)

    ତାହାଙ୍କ ଉଦ୍ଦେଶେ ଗାନ କର, ତାହାଙ୍କ ପ୍ରଶଂସା ଗାନକର
    ପରାକ୍ରମ, ଧନ, ଜ୍ଞାନ, ଯୁଗେ ଯୁଗେ ତାହାଙ୍କର || ୧ ||

    ଜଗନ୍ତିବାସୀ ଉଠାଅ ସ୍ଵର, ସର୍ବେ ଦେଇ ଉଚ୍ଚ କରତାଳ
    ମଙ୍ଗଳମୟ କରୁଣାମୟ ସେ ନାମେ ଉଲ୍ଲାସ କର || ୨ ||

    ଅନନ୍ତ ସ୍ଥାୟୀ ଧର୍ମ ତାଙ୍କର ବିଧି ସକଳ ତାଙ୍କ ଅଟଳ
    ତାହାଙ୍କ ନାମ ଆଦରଣୀୟ ସେ ନାମେ ପ୍ରଶଂସା କର || ୩ ||

    ସୂଚୀମାଳାକୁ ଫେରନ୍ତୁ