Category: Odia

  • mono aatma jishunku debi tanku sebibi

    ମନ ଆତ୍ମା ଯୀଶୁଙ୍କୁ ଦେବି, ତାଙ୍କୁ ସେବିବି;

    ସବୁ ବଳ ବୁଦ୍ଧି ପ୍ରାଣ ଦେଇ ପ୍ରେମ କରିବି । ଘୋଷା ।

    ଯୀଶୁ ମୋର ସୃଷ୍ଟିକର୍ତ୍ତା, ମୋ ଆତ୍ମାର ସେ ବେବର୍ତ୍ତା;

    ତାଙ୍କ ହସ୍ତେ ସବୁ ଭାର ଦେଇ ଶାନ୍ତି ଭୋଗିବି । ୧ ।

    ଯୀଶୁ ମୋ ଜୀବନାକର, ସତ୍ୟ ଜ୍ୟୋତିଃ ସେ ମୋହର;

    ଜୀବନ ଜ୍ୟୋତିଃ ଶକ୍ତିରେ ନିତ୍ୟଜୀବୀ ହୋଇବି । ୨ ।

    ଯୀଶୁ ମୋତେ ପ୍ରେମ କଲେ, ମୋ ପାଇଁ ସେ ପ୍ରାଣ ଦେଲେ;

    ତାଙ୍କୁ ପ୍ରେମ ମୁଁ ନ କଲେ ଆତ୍ମଘାତୀ ହୋଇବି । ୩ ।

    ଯୀଶୁ କେଡ଼େ ମନୋହର,          ସର୍ବାଙ୍ଗରେ ସେ ସୁନ୍ଦର;

    ହୃଦ-ମନ୍ଦିରେ ବସାଇ ତାଙ୍କୁ ପୂଜା କରିବି । ୪ ।

    ଯୀଶୁ ଜିତେନ୍ଦ୍ରିୟ ବର, ପାପହର୍ତ୍ତା ଧର୍ମବୀର;

    ମୃତ୍ୟୁଞ୍ଜୟ ନରେଶ୍ୱର, ମୁଁ କି ବର୍ଣ୍ଣି ପାରିବି । ୫ ।

  • ki sukhodaayoko potho koroyee ki aanondito

    କି ସୁଖଦାୟକ ପଥ, କରଇ କି ଆନନ୍ଦିତ,

    ଅଟଇ କି ଶାନ୍ତିଯୁକ୍ତ ତାହାର ସକଳ ପଥ । ଘୋଷା ।

    ଧ ର୍ମ ପଥେ ଆଶୀର୍ବାଦ ଜନ୍ମାଏ କେଡ଼େ ଆହ୍ଲାଦ,

    ଘୁଞ୍ଚାଏ ସର୍ବ ପ୍ରମାଦ କରଇ କି ହୃଷ୍ଟ ଚିତ୍ତ । ୧ । 

     

    ରକ୍ଷା କରେ ପରୀକ୍ଷାରୁ, ଉଦ୍ଧାରଇ ବିପଦରୁ,

    ଫେରାଏ ପାପ ମନ୍ଦରୁ, ଦାନ କରେ ଶାନ୍ତି ଚତ୍ତ । ୨ । 

     

    ôଲେ ଘୋର ବନ୍ଧନରେ ଅଥବା ସିଂହ ଗହ୍ୱରେ,

    କି ଅବା ମରଣକାଳେ ପୂର୍ଣ୍ଣ କରେ ମନୋରଥ । ୩ ।

    ଇହ ପର ଦୁଇ ଲୋକ ପ୍ରତି ସେ ଫଳଦାୟକ,

    ଜନ୍ମାଏ କି ମହାସୁଖ ହୋଇଣ ପ୍ରତିଜ୍ଞାଯୁକ୍ତ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • jishunka kara mukuto bhushana

    ଯୀଶୁଙ୍କ କର ମୁକୁଟ ଭୂଷଣ । ଘୋଷା ।

    ଜୟ ହେଉ ତାଙ୍କ ନାମର ବଳ,

    ଭୂମିଷ୍ଠ ହେଉନ୍ତୁ ଦୂତ ସକଳ,

    ରାଜମୁକୁଟ କରି ଆନୟନ

    କର ତାହାଙ୍କୁ ମୁକୁଟ ଭୂଷଣ । ୧ ।

    ଧ ର୍ମ ଲାଗି ହତ ଯେତେକ ଭକ୍ତ,

    ବେଦି ତଳୁଁ ଡାକେ ଯାହାଙ୍କ ରକ୍ତ,

    ଯିଶିର ଗଣ୍ଡି ଶାଖା ଯା’ଙ୍କ ନାମ କର ତାହାଙ୍କୁ ମୁକୁଟ ଭୂଷଣ । ୨ ।

     

     ହେ ଇସ୍ରାୟେଲ ମନୋନୀତ ବଂଶ,

    ଯେ ଅବଶିଷ୍ଟ ଦୁର୍ବଳ କ୍ଷୁଦ୍ରାଂଶ,

    କୃପାରେ ଯେ କରନ୍ତି ତୁମ୍ଭ ତ୍ରାଣ,

    କର ତାହାଙ୍କୁ ମୁକୁଟ ଭୂଷଣ । ୩ ।

    ଆବର ଆହେ ସର୍ବ ପାପୀଗଣ,

    ଯାଙ୍କ ପ୍ରେମ ନୁହଇ ବିସ୍ମରଣ,

    ତାଙ୍କ ପାଦେ ଥୋଇ ସର୍ବ ସମ୍ଭ୍ରମ

    କର ତାହାଙ୍କୁ ମୁକୁଟ ଭୂଷଣ । ୪ । 

     

    ହେ ପୃଥ୍ୱୀସ୍ଥ ସକଳ ଭାଷା ଜାତି,

    ଗାଅ ତାଙ୍କ ଜୟ ପ୍ରଶଂସା ସ୍ତୁତି,

    ରାଜ୍ୟ ଗୌରବ କରିଣ ଅର୍ପଣ

    କର ତାହାଙ୍କୁ ମୁକୁଟ ଭୂଷଣ । ୫ ।

    ଆହା ! ସେ ପବିତ୍ର ଜନତା ତୁଲେ

    ଆମ୍ଭେମାନେ ପଡ଼ି ସେ ପାଦ ତଳେ ଅନନ୍ତ ଗୀତ ଗାୟନ କରିଣ

    କରୁଁ ତାହାଙ୍କୁ ମୁକୁଟ ଭୂଷଣ । ୬ ।

    ସୂଚୀମାଳାକୁ ଫେରନ୍ତୁ\

  • aaha ki monohoro raajya aasoyee santi rajaro

    ଆହା କି ମନୋହର ରାଜ୍ୟ ଆସଇ ଶାନ୍ତି ରାଜାର,

    ଜୟ ଜୟ ଶବ୍ଦ ତିନିପୁର । ଘୋଷା ।

    ପୃଥ୍ୱୀ ସର୍ବଦେଶୀ କିବା ସର୍ବଭାଷୀ ଦାସ ହୋଇବେ ତାଙ୍କର

    ସଦା ସର୍ବକ୍ଷଣ ରାଜତ୍ୱ ଗୌରବ ପରାକ୍ରମ ତାହାଙ୍କର 

    ସର୍ବ ନରାତ୍ମାରେ ମହାଶାନ୍ତି ହେବ, ହୃଦେ ବାସ ଧର୍ମାତ୍ମାର,  

    ଶୂନ୍ୟ ଦେଶେ ମହା ଆନନ୍ଦ;

    ବନସ୍ତ ଗୋଲାବ ପ୍ରାୟେ ପ୍ରଫୁଲ ଅନ୍ଧଙ୍କର ଚକ୍ଷୁ 

    ପ୍ରସନ୍ନ ହୋଇବ କର୍ଣ୍ଣେ ଶୁଣିବେ ବଧିର,   

    ହରିଣର ପ୍ରାୟେ ଡିଆଁ ମାରୁଥିବେ ଛୋଟା 

    ନେଙ୍ଗଡ଼ା ସକଳ ମହାନନ୍ଦେ ସ୍ତୁତି ଗାୟନ 

    କରିବ ଜିହ୍ୱା ଘୁଙ୍ଗାମାନଙ୍କର,        

    ଅନୁର୍ବରା ଭୂମି ଉର୍ବରା ହୋଇବ ମରୁଭୂମିରେ ନିର୍ଝର । ୪ ।

    ଯୁବାସିଂହ ହୃଷ୍ଟପୁଷ୍ଟ ପଶୁ ଆଦି ହୋଇବେ ଏକତ୍ର ମେଳ,

    ଜନ୍ତୁ ନ ମାରିଣ ଗୋରୁ ପ୍ରାୟେ ନଡ଼ା, ସିଂହ କରିବ ଆହାର       । ୫ ।

    ତତ୍ତ୍ୱଜ୍ଞାନେ ପୃଥ୍ୱୀ ପରିପୂର୍ଣ୍ଣ ହେବ ଯେସନେ ସମୁଦ୍ରେ ନୀର,

    ବିଧର୍ମୀ ନାସ୍ତିକ କେହି ନ ରହିବେ,

    ନାହିଁ ହିଂସା ଅହଙ୍କାର ତାହାଙ୍କ ରାଜ୍ୟର ଶେଷ ନ ହୋଇବ,

    ବର୍ଦ୍ଧିଷ୍ଣୁ ଅନନ୍ତ କାଳ,   

    ପ୍ରଜାଗଣଙ୍କର ଆନନ୍ଦ ଉଲ୍ଲାସ, ଶୋକ ବିଳାପର ଦୂର

    ଧନ୍ୟ ଧନ୍ୟ ଧନ୍ୟ ଅଦ୍ୱିତୀୟ କର୍ତ୍ତା, ଧନ୍ୟ ହେ ଯୀଶୁ ଈଶ୍ୱର,      

    ସମୁଦାୟ ରାଜ୍ୟେ ତୁମରି ମହିମା ପୂର୍ଣ୍ଣ ହେଉ ହେ ସତ୍ୱର        । ୮ ।

    ସୂଚୀମାଳାକୁ ଫେରନ୍ତୁ

  • bojaao bojaao aaji somoro bheri

    ବଜାଅ ବଜାଅ ଆଜି ସମର ଭେରୀ

    ଦ୍ୟାବଳ ସେନାଦଳ ଚୌଦିଗେ ଘେରି । ଘୋଷା । 

     

    ଉଡ଼ାଅ ଜୟଧ୍ୱଜା ନଗରେ ଗ୍ରାମେ,

    ଗୌରବେ ପୁରୁ ଧରା ଯୀଶୁଙ୍କ ନାମେ,

    ଦେଖି ଏ ରଣରଙ୍ଗ   ଦେଉ ଛତ୍ରଭଙ୍ଗ,

    ପଳାଉ ସ୍କନ୍ଧେ ଶତ୍ରୁ ଶିବିର ଡ଼େରି । ୧ । 

     

    ତ୍ରାଣର ଶିରସ୍ତ୍ରାଣ ପିନ୍ଧି ମସ୍ତକେ,

    ଆତ୍ମାଙ୍କ କରବାଳ ଧରି ପ୍ରତ୍ୟେକେ,

    ବିଶ୍ୱାସ-ଢାଲ ସ୍କନ୍ଧେ, ସତ୍ୟ କଟି ବନ୍ଧେ,

    ଆଦେଶେ କ୍ଷିପ୍ରପଦେ ଆସ ବାହାରି । ୨ ।

  • jishu karanti raajyo ki gourabo re

    ଯୀଶୁ କରନ୍ତି ରାଜ୍ୟ କି ଗୌରବରେ,

    ଆଣ୍ଠୁ ପକାଅ ସର୍ବଦେଶୀ ଛାମୁରେ । ଘୋଷା ।

    ଆସ ଆସ ସକଳ ରାଜା ପ୍ରଜାଗଣ,

    କର ତାଙ୍କୁ ଗୌରବେ ମୁକୁଟ ଭୂଷଣ;

    ଧନ୍ୟବାଦ ପ୍ରାର୍ଥନା ପ୍ରଶଂସାରୂପ ବଳି,

    ଜୟ ସ୍ୱରୂପ ଧୂପ ତାଙ୍କୁ ଉତ୍ସର୍ଗ କରି ରାଜଦଣ୍ଡ ତାଙ୍କର ଆଲିଙ୍ଗନ ହେ କର,

    ଗାଅ ଧାର୍ମିକେ ଜୟ ସ୍ତୁତିରେ । ୧ ।

    କର ହେ ଆନନ୍ଦ ଧ୍ୱନି ଅତି ଉଚ୍ଚରେ,

    ତ୍ରାଣକର୍ତ୍ତା କରୁଛନ୍ତି ରାଜ୍ୟ କ୍ଷିତିରେ;

    ରାଜାମାନଙ୍କ ରାଜା, ସକଳେ ତାଙ୍କ ପ୍ରଜା

    ପ୍ରଭୁମାନଙ୍କ ପ୍ରଭୁ ଅଟନ୍ତି ସେ ସ୍ୱୟମ୍ବୁ,

    ଏହି ମହତ ନାମ ହୋଇଅଛି ଲେଖନ

    ତାଙ୍କ ଜଙ୍ଘ ବସନ ଉପରେ । ୨ ।

    ଅଟଇ ଯେ ଅବିନାଶ୍ୟ ତାହାଙ୍କ ରାଜ୍ୟ,

    ତାଙ୍କ କର୍ତ୍ତାପଣ ଅଟଇ ଅନିବାର୍ଯ୍ୟ;

    ହୋଇଛି ତାଙ୍କୁ ଦତ୍ତ ସମୁଦାୟ ଜଗତ,

    ମୃତ୍ୟୁ ପରଲୋକର କଞ୍ôଚ ତାଙ୍କୁ ଅର୍ପିତ,

    ଉଠହେ ଶତ୍ରୁଗଣ ହୋଇଣ କମ୍ପମାନ,

    ଆଣ୍ଠୁ ପକାଅ ତାଙ୍କ ଛାମୁରେ । ୩ ।

    ଆସ ଭେଟୀ ଘେନି ଯୀଶୁ ରାଜାଙ୍କ ପାଶ,

    ସେହି କାଟନ୍ତି ପାପ ଶୟତାନ ଫାଶ;

    ସେ ତ୍ରିପୁର ରାଜନ, କର ତାଙ୍କ ସମ୍ଭ୍ରମ,

    କର ହେ ତାଙ୍କ ଅଗ୍ରେ ଦଣ୍ଡବତ ପ୍ରଣାମ,

    ସ୍ୱର୍ଗ କି ମର୍ତ୍ତପୁର ସର୍ବ ନିବାସୀଗଣ ଉବୁଡ଼ ହୁଅ ତାଙ୍କ ଛାମୁରେ । ୪ ।

  • ( aaji) nogore nogore grammo re grammo re ( ଆଜି) ନଗରେ ନଗରେ ଗ୍ରାମରେ ଗ୍ରାମରେ 

    ( ଆଜି) ନଗରେ ନଗରେ ଗ୍ରାମରେ ଗ୍ରାମରେ 

    ଶୁଭୁ ଯୀଶୁଙ୍କର ଜୟଗୀତ । ଘୋଷା । 

    ଯାଇଛି ଅତୀତ ପାପେ ବିତି ସତ,

    ଯୀଶୁ ଆଶା ମୋର କରିବେ ଜୀବିତ,

    ନବ ଜାଗରଣେ ଜାଗ ହେ ସକଳ,

    ଶୁଭୁ ଏ ଉତ୍କଳେ ଜୟ ଗୀତ । ୧ ।

    ସତେ ଜାଗିବ କି ମୋର ଏ ଉତ୍କଳ;

    ତା ହୃଦୟନାଥେ ଚିହ୍ନିବ ସତ୍ୱର,

    ଜୟ ଜୟ ଗୀତି       ତା କଣ୍ଠୁ ଶୁଭିବ,

    ନାଥ ଚାହିଁବେ ଗୋ ହୋଇ ପ୍ରୀତ । ୨ ।

    ହୃଦୟ କବାଟ ଦିଅ ଆଜି ଖୋଲି,

    ଆସନ୍ତୁ ରାଜନ ନବ ବର ଧରି,

    ଶୁଭାଶିଷ ଫୁଲ ନିଅ ନିଅ ତୋଳି

    ଜୀବନେ ବିକଶୁ ଫଳ ଶତ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • he salom raajono

    ହେ ଶାଲମ ରାଜନ !

    ତବ ପ୍ରିୟ ନାମେ ଏ ମର୍ତ୍ତ୍ୟ ଭୁବନେ ହେଉ ସଦା ଜୟଗାନ । ଘୋଷା ।

    ଆଉ କେତେ କାଳ ରାଜତ୍ୱ କରିବ ଜଗତ୍ପତି ଶୟତାନ ?

    ତାର ପରାକ୍ରମ କର ସର୍ବ ଚୂର୍ଣ୍ଣ, ରାଜ୍ୟ କର ନରମନ । 

     

    ସଂଗ୍ରାମ ସମ୍ବାଦ ଯୁଦ୍ଧ ଆଡ଼ମ୍ବର ଆଉ ନ ହେଉ ଶ୍ରବଣ,

    ଲଙ୍ଗଳର ଫାଳ କରୁ ସର୍ବ ନର ଅସ୍ତ୍ରଶସ୍ତ୍ର କରି ଚୂର୍ଣ୍ଣ । ୨ । 

     

    ହେଉ ଦୟା ସତ୍ୟତାର ସୁମିଳନ, ଧର୍ମ ଶାନ୍ତିର ଚୁମ୍ବନ,

    ସର୍ବଦେଶୀ ଭାଷୀ ଯିହୂଦୀ ବିଦେଶୀ ହେଉ ପ୍ରେମରେ ବନ୍ଧନ । ୩ ।

    ସୂଚୀମାଳାକୁ ଫେରନ୍ତୁ

  • kohile probhu sworgo raajono

    କହିଲେ ପ୍ରଭୁ ସ୍ୱର୍ଗ ରାଜନ

    ପ୍ରିୟ ପୁତ୍ର ଖ୍ରୀଷ୍ଟଙ୍କୁ ଏ ବଚନ । ଘୋଷା ।

    ଯେ ଯାଏ ତୁମ୍ଭର ଶତ୍ରୁ ସମସ୍ତ   

    ନୁହଁନ୍ତି ତବ ପାଦ ତଳେ ନତ । ୧ ।

    ସେ ପର୍ଯ୍ୟନ୍ତ ବସ ଆମ୍ଭ ଦକ୍ଷିଣେ 

    ହେବେ ଶତ୍ରୁଗଣ ତୁମ୍ଭ ଅଧୀନେ । ୨ ।

    ସିୟୋନଠାରୁ ତୁମ୍ଭ ବଳବନ୍ତ     

    ରାଜଦଣ୍ଡ ନିଶ୍ଚେ ହେବ ନିର୍ଗତ

    ଶତ୍ରୁଗଣ ମଧ୍ୟେ କରିବ ରାଜ୍ୟ,

    ତୁମ୍ଭ ମହାନାମ ହୋଇବ ପୂଜ୍ୟ । ୪ ।

    ଦେଖ ତୁମ୍ଭର ବିକ୍ରମ ଦିନରେ    

    ଆବର ଧର୍ମର ସୁଶୋଭନରେ । ୫ ।

    ତୁମ୍ଭ ଲୋକମାନେ ସ୍ୱଚ୍ଛନ୍ଦ ହେବେ,

    ଆନନ୍ଦେ ତବ ପ୍ରଶଂସା ଗାଇବେ । ୬ ।

    ପ୍ରଭାତର ଗର୍ଭଜାତ କାକର 

    ତହୁଁ ବୃଦ୍ଧି ହେବ ତୁମ୍ଭ ବଂଶର । ୭ ।

  • dhanya dhanya sodaa dhanya heontu

    ଧନ୍ୟ ଧନ୍ୟ ସଦା ଧନ୍ୟ ହେଉନ୍ତୁ ଯୀଶୁ ରାଜା 

    ସର୍ବ ଜଗତ କରନ୍ତୁ ତାଙ୍କ ଶ୍ରୀ ପାଦ ପୂଜା । ଘୋଷା ।

    ତାଙ୍କ ରାଜ୍ୟ ପ୍ରବଳେ ବ୍ୟାପୁ ସର୍ବ ଅଞ୍ଚଳେ 

    ବିନାଶ ହେଉ ବହନ ପାପାନ୍ଧକାର-ରାଜା । ୧ ।

    ତାଙ୍କ ଶତ୍ରୁ ସମସ୍ତ    ହେଉନ୍ତୁ ପରାଜିତ,

    ସ୍ଥାନ ତେଜି ପଳାଉନ୍ତୁ ସର୍ବେ ପାଇଣ ଲଜ୍ଜା । ୨ ।

    ଯେତେକ ମିଥ୍ୟା ମତ            ସମୂଳେ ହେଉ ଲୁପ୍ତ,

    ବାଜୁ ସର୍ବ କର୍ଣ୍ଣେ ତାଙ୍କ ସୁସମାଚାର ବାଜା । ୩ ।

    ତାଙ୍କ ପରମ ନାମ ହେଉ ଜଗତେ ଗାନ 

    ଦେଉନ୍ତୁ ପ୍ରଶଂସାବଳି ସକଳ ରାଜା ପ୍ରଜା । ୪ ।

    ସୂଚୀମାଳାକୁ ଫେରନ୍ତୁ