Category: Odia

  • chaalo trano potokaa dhori

    ଚାଲ ତ୍ରାଣ-ପତାକା ଧରି ଯୀଶୁ ବଳେ ଦୃଢ଼ ନିର୍ଭର କରି । ଘୋଷା ।

    କର ମଳିନ ବସ୍ତ୍ର ତ୍ୟାଗ, ଖ୍ରୀଷ୍ଟ ରୂପ ବସ୍ତ୍ରେ ହୁଅ ହେ ସଜ;

    ଯୀଶୁ ନାମେ ଧରି ବିଶ୍ୱାସର ଢାଲ ଆଗ ବଢ଼ି ଚାଲ ସାହସ କରି । ୧ ।

    ପଥେ ଅଛି ଆପଦ ଘେରି, ଲାଗିଅଛି ପୁଣି ସମର ଭାରି;

    ଶତ୍ରୁ ଶୟତାନ ପାପ ମୃତ୍ୟୁ ପୁଣ ବସିଣ ଅଛନ୍ତି ପଥ ଓଗାଳି । ୨ ।

     

     ବାକ୍ୟରୂପ କଠଉ ମାଡ଼ି ପଛକୁ ନ ହଟ ଆପଦ ଡରି

    ଦ୍ୱିଧାର ଖଡ୍ଗ କଟି ଦେଶରେ ଭିଡ଼ି ଭରସା-ଟୋପର ମସ୍ତକେ ପିନ୍ଧି । ୩ । 

     

    କି କରିବ ସଙ୍କଟକାଳ ? ସଙ୍ଗରେ ଅଛନ୍ତି ଇମ୍ମାନୁଏଲ;

    ସଦା ସର୍ବକ୍ଷଣେ ସେ ରଖିବେ ଧରି ନିଜ ବାହୁବଳ ବିସ୍ତାର କରି । ୪ ।

  • koru ki naahun re mono doshi tu aaponaaku

    କରୁ କି ନାହୁଁରେ ମନ ଦୋଷୀ ତୁ ଆପଣାକୁ

    ଅବିରତ ଭୁଲି ସେହି ପ୍ରିୟତମ ତ୍ରାତାଙ୍କୁ ? ଘୋଷା ।

    କେଡ଼େ ନିଶ୍ଚିନ୍ତ ରହିଛୁ ସୁଖେ ସମୟ କାଟୁଛୁ !

    ଗଞ୍ଜଣା ଦିଏ କାହିଁକି ବିବେକ ତୋ ମନକୁ ?

    କନ୍ୟା କି ନିଜ ଭୂଷଣ କେବେ ହୁଏ ବିସ୍ମରଣ ?

    କେମନ୍ତେ ଭୁଲି ରହିଛୁ ନିଜ ପ୍ରାଣପତିଙ୍କୁ ?

    ନେତ୍ର ପିତୁଳି ସମାନ କରନ୍ତି ସେ ତୋତେ ଜ୍ଞାନ,

    ତୋର କି ବିହିତ ତାଙ୍କୁ ଅପ୍ରେମ କରିବାକୁ ?

    କେଡ଼େ ପ୍ରେମ ସେ କରନ୍ତି ! କ୍ଷଣେ ତୋତେ ନ ଭୁଲନ୍ତି,

    କରୁ କି ଏଡ଼ିକି ତୁଚ୍ଛ ସେ ଅତୁଲ୍ୟ ପ୍ରେମକୁ । ୪ ।

    ଅନ୍ତରୁ ହେଲେ ଅନ୍ତର ଉଚ୍ଛୁଳେ ଦୁଃଖ-ନିର୍ଝର

    ଏହା ଜାଣି କିପାଁ ପୁଣି ଭୁଲୁଅଛୁ ତାହାଙ୍କୁ ?

     

    ନ ଭୁଲ ଭୁଲଣ ମନ, ନ ଭୁଲ ତୁ କଦାଚନ,

    ହେବଟି ସବୁ ଅନ୍ଧାର ମନୁଁ ଛାଡ଼ିଲେ ତାଙ୍କୁ । ୬ ।

  • aaha! jebe mono moro huoantaa dhorme susthiro

    ଆହା ! ଯେବେ ମନ ମୋର ହୁଅନ୍ତା ଧର୍ମେ ସୁସ୍ଥିର,

    କିପରମାନନ୍ଦ ଜାତ ହୁଅନ୍ତା ତହୁଁ ମୋହର ! । ଘୋଷା । 

     

    ଚଞ୍ଚଳ ମୋହର ମନ ଘନେ ବିଦ୍ୟୁତ ସମାନ,

    ମୋହରି ଧର୍ମ ଆବର ଯେହ୍ନେ ପ୍ରତ୍ୟୁଷ କାକର । ୧ । 

     

    ସମଭାବେ ଧର୍ମ ପ୍ରତି ନିତି ନ ଥାଏ ମୋ ମତି,

    କ୍ଷୟ ବୃଦ୍ଧି ନିରନ୍ତର ଯେହ୍ନେ ହୁଏ ସୁଧାକର । ୨ । 

     

    ପ୍ରବର୍ତ୍ତିଲେ ପ୍ରାର୍ଥନାରେ ଭ୍ରମେ ମନ ଚରିଆଡ଼େ,

    ଭକ୍ତିଭାବ ହୋଇ ଦୂର ଭାବନା ହୁଏ ଅସ୍ଥିର । ୩ ।

    ପ୍ରଭୁ ପ୍ରତି ପ୍ରେମ ଭକ୍ତି ନିଶ୍ଚଳ ନ ଥାଏ ନିତି,

    ତାଙ୍କ ପ୍ରେମେ ଆକର୍ଷିତ ନୁହେଁ ମନ ନିରନ୍ତର । ୪ ।

    ଆହା ! ଏ ଅସ୍ଥିର ଭାବ କେବେ ମୋ ମନୁ ଘୁଞ୍ôଚବ ?

    କେବେ ପ୍ରେମ ଭକ୍ତି ମୋର ବଢ଼ିବ ହୋଇ ସୁସ୍ଥିର । ୫ ।

     

    ପ୍ରଭୁ ହେ ପ୍ରେମ ରଜ୍ଜୁରେ ବାନ୍ଧ ମୋତେ ଶ୍ରୀପାଦରେ 

    ଯେହ୍ନେ ମୁହିଁ ହୋଇ ସ୍ଥିର ଥିବି ତହିଁ ନିରନ୍ତର । ୬ ।

  • chaalo premo poche godaayee

    ଚାଲ ପ୍ରେମ ପଛେ ଗୋଡ଼ାଇ ପ୍ରଭୁ ଯୀଶୁ ପ୍ରେମ ଉପମା ଚାହିଁ । ଘୋଷା ।

    କର ଏକ ଆରେକ ପ୍ରେମ, ଖ୍ରୀଷ୍ଟଙ୍କର ଏହି ନୂଆ ବିଧାନ;

    ଅଟେ ପରସ୍ପର ପ୍ରେମ ବ୍ୟବହାର ଖ୍ରୀଷ୍ଟଙ୍କ ଶିଷ୍ୟର ଲକ୍ଷଣ ଏହି । ୧ । 

     

    ଦେଖ ତାହାଙ୍କ ମହା ପ୍ରେମ, ପ୍ରେମେ କଲେ ସେ ନିଜ ପ୍ରାଣ ଦାନ;

    ତାଙ୍କର ବିଧାନ କର ହେ ପାଳନ, ପ୍ରେମେ ହେଉ ସବୁ ନିଷ୍ପନ୍ନ ଭାଇ । ୨ । 

     

    ପ୍ରେମ ନ କରେ କ୍ରୋଧ କଳି, ପ୍ରେମେ ହୁଅ ସମସ୍ତେ ଏକମେଳି;

    ଅଟେ ପ୍ରେମ ବିଧି ବହୁମୂଲ୍ୟ ନିଧି, ପ୍ରେମ ସଦାକାଳ ରହଇ ଭାଇ । ୩ । 

     

    ପ୍ରେମ ଦୀର୍ଘକାଳ ସହଇ, ବହୁଳ ପାପକୁ ଡାମ୍ପଇ ସେହି;

    ପେମ୍ର ସଙ୍ଗ ଧର, ପେମ୍ରାଳାପ କର, ପେମ୍ର ବିନା କାହିଁରେ ଋଣୀ ନୋହି । ୪ । 

     

    ପ୍ରେମ ରଜ୍ଜୁରେ ବନ୍ଧା ହୋଇ ଚାଲ ଖ୍ରୀଷ୍ଟ ପ୍ରେମ ପଛରେ ଧାଇଁ;

    ପେମ୍ର ସ୍ୱର୍ଗପୁରେ ଧର୍ମଦୂତ ମେଳେ, ପ୍ରେମେ ରହିବା ଏକମେଳି ହୋଇ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • kede mistha bani sunili ki hrusto heli

    କେଡ଼େ ମିଷ୍ଟବାଣୀ ଶୁଣିଲି ! କି ହୃଷ୍ଟ ହେଲି !

    ଦହନ କାଳରେ ହିମଲେପ ସମ ମଣିଲି । ଘୋଷା ।

    ପୂର୍ଣ୍ଣାନୁଗ୍ରହ ଆମ୍ଭର   ତୁମ୍ଭର ପାଇଁ ପ୍ରଚୁର 

    ମୋ ପ୍ରଭୁଙ୍କ ଏ ବଚନ ମୋ ପାଇଁକି ଜାଣିଲି । ୧ ।

    କେଡ଼େ ସୁମିଷ୍ଟ ବଚନ !          କେବେ ନୋହିଲା ଶ୍ରବଣ,

    ମାନବ ଉକ୍ତି ତା ତୁଲ୍ୟ ନୋହିବ ମୁଁ ବୁଝିଲି । ୨

    ରୌପ୍ୟ ନିର୍ମିତ ପାତ୍ରରେ ସୁବର୍ଣ୍ଣ ଫଳ ପରିରେ,

    ନୟନକୁ ମୋର ଅତି ପ୍ରୀତିକର ମଣିଲି । ୩

    ପ୍ରତି ଶବଦ ଅଟଇ ଯେହ୍ନେ ଅମୃତ ଉନୁଇ,

    ଝରୁଅଛି ଅବିରତ ପିଇ ତୃପ୍ତ ହୋଇଲି । ୪ ।

    ବଢ଼ିଲା କ୍ଳେଶ ଯେସନ, ଅନୁଗ୍ରହ ହିଁ ତେସନ,

    ଅଧିକ ହୋଇଲା, ଏହା ଅନୁଭବ କରିଲି । ୫ ।

    ଦୁଇକି ରଖି ନିକ୍ତିରେ ତଉଲିଲି ମୁଁ ଯତ୍ନରେ;

    ଅନୁଗ୍ରହ ତ ମହୀକି ଚୁମ୍ବିଲା, ମୁଁ ଦେଖିଲି । ୬ ।

    ଏହି ନିଗୂଢ଼ ବ୍ୟାପାର ମନେ କରିଣ ବିଚାର 

    ହେବ ଯେବେ କ୍ଳେଶାଧିକ ହେଉ ବୋଲି ଇଚ୍ଛିଲି । ୭ ।

    ସୂଚୀମାଳାକୁ ଫେରନ୍ତୁ

  • he ishwara tumbho paase kaahaaro hoibo baaso

    ହେ ଈଶ୍ୱର, ତୁମ୍ଭ ପାଶେ କାହାର ହୋଇବ ବାସ ?

    ତୁମ୍ଭ ଅନୁଗ୍ରହ କେହୁ ପାଇବ ସ୍ୱର୍ଗ ନିବାସ ? ଘୋଷା ।

    ଯେ ଜନ ସରଳାଚାରୀ, ସଦା ଧର୍ମକର୍ମକାରୀ,

    ଅନ୍ତରେ ସତ୍ୟବାଦୀ ଯେ ହୁଏ ସିଦ୍ଧ ପୁରୁଷ । ୧ ।

    କାହାର ନ କରେ ଗ୍ଳାନି ମିତ୍ରର ନ କରେ ହାନି,

    ପ୍ରତିବାସୀ ଅପବାଦ ନ କରେ କାହାରି ପାଶ । ୨ ।

    କୁଜନକୁ ଅନାଦର, ସାଧୁଜନେ ସମାଦର,

    ଧ ର୍ମାଧର୍ମ ଭିନ୍ନ ବୋଧ ଯାର ବିଚାରେ ପ୍ରକାଶ । ୩ ।

    ଆପଣା ସ୍ୱୀକୃତ କଥା ନ କରଇ ତଦନ୍ୟଥା,

    ପୂର୍ଣ୍ଣ କରେ ସଦାକାଳ ହାନି ହୋଇଲେ ବିଶେଷ । ୪ ।

    ସୁଧଲୋଭେ କଦାଚନ           କାହାକୁ ନ ଦିଏ ଋଣ 

    ଲାଞ୍ଚ ନେଇ ନିର୍ଦ୍ଦୋଷକୁ ନ ଦିଅଇ କେବେ ଦୋଷ । ୫ ।

    ପାପ ଲାଗି ଯେଉଁ ଜନ ଅତି ଖେଦଯୁକ୍ତ ମନ,

    ଯୀଶୁ ପ୍ରତି ଭକ୍ତି କରି ହୁଏ ସଦା ତାଙ୍କ ଦାସ । ୬ ।

    ଛାଡ଼େ ପାପ ଅଭିଳାଷ କୁସଂସର୍ଗ ପାନ ଦୋଷ,

    ଧର୍ମ ଆତ୍ମା ସୁସ୍ୱଭାବ ଯାର ମନ-ଗୃହେ ବାସ । ୭ ।

    ପ୍ରାର୍ଥନାରେ ଜାଗି ରହି ଭରସାରେ ସ୍ଥିର ହୋଇ

    ଅଗ୍ରସର ବିଶ୍ୱାସରେ, ପ୍ରେମେ ସଦା କରେ ବାସ । ୮ ।

    ଏହି ମତ ଆଚରଣ  ଯେ କରେ ଯାବଜ୍ଜୀବନ,

    ମୁକ୍ତି ପାଇ ଭବାର୍ଣ୍ଣବୁ ତାର ସଦା ସ୍ୱର୍ଗ ବାସ

    ମାଗୁଣି ମୋର ବିଶେଷ ଧର୍ମେ ରଖ ମୋ ମାନସ,

    କୃପା କରି ଜଗଦ୍ଦୀଶ ଶେଷେ ନିଅ ସ୍ୱନିବାସ । ୧୦ ।

  • dhanya ishwaraasrito jono

    ଧନ୍ୟ ଈଶ୍ୱରାଶ୍ରିତ ଜନ,

    ଧ ନ୍ୟ ଧନ୍ୟ ସଦା ଧନ୍ୟ, ଧନ୍ୟ ତାହାର ଜୀବନ । ଘୋଷା । 

     

    କି ସୁଖ ବଚନ, ଅଭିମାନ ଶୂନ୍ୟ ଲୋକେ ଅଟନ୍ତି ଧନ୍ୟ;

    ଅନୁଗ୍ରହର ଭଣ୍ଡାର ସେମାନଙ୍କ ଅଧିକାର,

    ସ୍ୱର୍ଗପୁରରେ ରକ୍ଷିତ ଜୀବନ ମୁକୁଟ ଜାଣ । ୧ ।

    ପୁନର୍ବାର ଶୁଣ, ଭଗ୍ନାନ୍ତଃକରଣ ଲୋକେ ଅଟନ୍ତି ଧନ୍ୟ,

    ପାପ ପାଇଁ ଯେଉଁ ଜନ କରଇ ଖେଦ କ୍ରନ୍ଦନ,

    ହୁଏ ତା ପାପ ମୋଚନ, ପାଏ ପୂର୍ଣ୍ଣ ଶାନ୍ତି ଦାନ । ୨ ।

    ଧନ୍ୟ ନମ୍ରଶୀଳ, ଯେ କରଇ ଈର୍ଷା କ୍ରୋଧ ଗର୍ବାଦି ଦୂର କ୍ଷିତି ତାର ଅଧିକାର,

    ଈଶ୍ୱର ହେବେ ତାହାର,

    କରିବେ ଅଭାବ ଦୂର, ହେବେ ତାର ସୁରକ୍ଷଣ । ୩ ।

    ଧନ୍ୟ ଧର୍ମ ପାଇଁ କ୍ଷୁଧିତ ତୃଷିତ ଯେଉଁ ଜନ ଅଟଇ,

    ହେବ ସଦା ପରିତୃପ୍ତ ହୋଇ ଅତି ହୃଷ୍ଟପୁଷ୍ଟ,

    ଅନନ୍ତ ଜୀବନ ଭକ୍ଷ୍ୟ ଜଳ ହୋଇବ ପ୍ରାପଣ । ୪ ।

    ଧନ୍ୟ ଦୟାଶୀଳ, ଯେ କରେ ଦରିଦ୍ର ଦୁଃଖୀର ଉପକାର,

    ଯାହାର ଅନ୍ତଃକରଣ ପ୍ରେମରେ ତରଳେ ପୁଣ,

    ପ୍ରଭୁଠାରୁ ସେ ପାଇବ ସଦା ଆଶୀର୍ବାଦ ଦାନ । ୫ ।

    କି ମିଷ୍ଟ ବଚନ, ନିର୍ମଳାନ୍ତଃକରଣ ଲୋକେ ସଦା ଧନ୍ୟ,

    ଅନ୍ତଃକରଣ ଯାହାର ଅଟେ ଶୁଚି ପରିଷ୍କାର,

    ହେବ ମହା ସୁଖ ପ୍ରାପ୍ତ କରି ଈଶ୍ୱର ଦର୍ଶନ । ୬ । 

     

    ଯେ ମିଳନକାରୀ ଧନ୍ୟ ସେ ପୁଣି, ଧନ୍ୟ ଜୀବନ ତାହାରି;

    ଦେଖ ତାହାର ସୌଭାଗ୍ୟ, ହେବ ପ୍ରାପ୍ତ ସ୍ୱର୍ଗରାଜ୍ୟ

    ହୋଇବ ବିଖ୍ୟାତ ସେ ସର୍ବ ଶକ୍ତିମାନ-ସନ୍ତାନ । ୭ ।

    ଧ ନ୍ୟ ଯୀଶୁ ଲାଗି ନିନ୍ଦିତ ତାଡ଼ିତ ଦୁଃଖିତ ଲଜ୍ଜାଭୋଗୀ,

    ସଦା ସେମାନଙ୍କ ଚିତ୍ତ ହେବ ଖ୍ରୀଷ୍ଟେ ଆନନ୍ଦିତ,

    ଗୌରବଜନକ ପୁରସ୍କାର ହୋଇବ ପ୍ରାପଣ । ୮ ।

    ସୂଚୀମାଳାକୁ ଫେରନ୍ତୁ

  • dhanya dhanya khristiano kede bhagyo bano hai

    ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ କେଡ଼େ ଭାଗ୍ୟବାନ ହେ । ଘୋଷା ।

    ନାହିଁ ସିନା ତାର ରାଜ୍ୟ ସିଂହାସନ ଜଗତର ସୁଖ୍ୟାତି ସମ୍ଭ୍ରମ ଧନ,

    ତଥାପି ତାହାକୁ ସରି ହୋଇବାକୁ ଅଟଇ କେଉଁ ରାଜନ ହେ      । ୧ । 

     

    ଅଛି ତାର ଯେଉଁ ଉତ୍ତମାଧିକାର ଜଗତ ଜାଣିବେ କାହୁଁ ମୂଲ୍ୟ ତାର,

    ତାଙ୍କ ଇଷ୍ଟ ସିନା ଅଷ୍ଟରତ୍ନ ସୁନା, ଏତ ମୂଲ୍ୟେ ଅତି ହୀନ ହେ । ୨ । 

     

    ଦେଖ ଜଗତର ରାଜାଗଣ ପ୍ରତି, ଅଭାବ ନ ଥାଇ କେହି କି ଅଛନ୍ତି ?

    ମାତ୍ର ଖ୍ରୀଷ୍ଟିୟାନ ନୁହଇ ତେସନ, ସର୍ବ ଅଟେ ତା ଅଧୀନ ହେ    । ୩ । 

     

    ଈଶ୍ୱର ତାହାର ପିତା ଓ ପାଳକ, ଖ୍ରୀଷ୍ଟ ଜ୍ୟେଷ୍ଠ ଭ୍ରାତା ଆଉ ତା ତାରକ,

    ସୁଖ ଶାନ୍ତିଦାତା ଅଟନ୍ତି ଧର୍ମତ୍ମା, ଆଉ ତାର କି ଭାବନା ହେ ? । 

     

    ଜଗତ ନୁହେଁ ତାର ନିତ୍ୟ ବସତି, ଅଟେ ସେ ଅମର ସ୍ୱର୍ଗପୁର ଯାତ୍ରୀ,

    ଆହା ! ତହିଁ ତାର ଯେ ସୁଖ ସମ୍ଭ୍ରମ ବୁଝିବେ କି ଜଗଜ୍ଜନ ହେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • aaha ki subho dino mono pherono boro mu heli prapono

    ଆହା କି ଶୁଭ ଦିନ ! ମନଫେରଣ ବର ମୁଁ ହେଲି ପ୍ରାପଣ । ଘୋଷା । 

     

    କି ଭାଗ୍ୟବାନ ମୁହିଁ ! ହେଲି ଈଶ୍ୱରଙ୍କ ସଙ୍ଗେ ମିଳିତ ଯାଇ;

    ଯୀଶୁରେ ହେଲି ସଂଯୁକ୍ତ ଦ୍ରାକ୍ଷାଲତା ଶାଖାମତ,

    ସ୍ୱର୍ଗ-କପୋତ ମନେ କଲେ ଅଧିଷ୍ଠାନ । ୧ । 

     

    କେଡ଼େ ମିଷ୍ଟସ୍ୱରରେ ଗାୟନ କରନ୍ତି ଦୂତେ ଅମରପୁରେ ! 

    କରି ମୋତେ ଦୃଷ୍ଟିପାତ ହୁଅନ୍ତି କି ଆନନ୍ଦିତ !

    ମର୍ତ୍ତ୍ୟପୁରେ ସାଧୁଗଣ କରନ୍ତି ଗାନ

    ମନୁଷ୍ୟଙ୍କ ଛାମୁରେ ଆଉ ଧର୍ମ ଦୂତଗଣଙ୍କ ସାକ୍ଷାତରେ

    କରିବି ମୁହିଁ ସ୍ୱୀକାର ନାମ ମୋ ପ୍ରିୟ ପ୍ରଭୁର,

    କ୍ରୁଶ ବହି ପଛେ ପଛେ ଯିବି ବହନ । ୩ ।

    ଆହେ ଆନନ୍ଦ ଦିନ, ହେ ଆନନ୍ଦଦାୟୀ ଯୀଶୁ ମୋର ରାଜନ,

    ଆଜିଠାରୁ ମୁଁ ତୁମ୍ଭର ତୁମ୍ଭେ ହିଁ ସର୍ବ ମୋହର,

    ତୁମ୍ଭ ବିନା ନିଷ୍ଫଳ ସର୍ବ ଧନ ମାନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • kimpaa nimagna hebi mu bipodore

    କିପାଁ ନିମଗ୍ନ ହେବି ମୁଁ ବିପଦରେ ?

    କେଡ଼େ ଶାନ୍ତି ମିଳଇ ଧର୍ମ ପଥରେ । ଘୋଷା । 

     

    ଈଶ୍ୱର ଅଟନ୍ତି ମୋର ଦୃଢ଼ ଆଶ୍ରୟ,

    ଦୂର ହୋଇବ ମୋହର ସକଳ ଭୟ; କିପାଁ ଅଭାବ ଆର ?

    ସେ ପାଳକ ମୋହର, ସ୍ଥିର ଜଳ ନିକଟେ   ଚରାଇବେ ସେ ମୋତେ,

    ତାଙ୍କ ବାଡ଼ି ପାଞ୍ଚଣ   କରିବ ଶାନ୍ତି ଦାନ,

    ସଦା ହୋଇବେ ମୋର ସଙ୍ଗରେ । ୧ । 

     

    ଯୀଶୁ ମୋହର ତାରକ, ଭୋଗୀ ମୋ ପାପ 

    ମୋ ବଦଳେ ଭୋଗିଛନ୍ତି ବ୍ୟାବସ୍ଥା ଶାପ;

    ନିଜ ଜୀବନ ଦେଲେ  ରୁଧିର ସେ ଢାଳିଲେ,

    ପୁଣି ମୋହର ଲଜ୍ଜା  ଅପମାନ ଭୋଗିଲେ,

    ଏହି ମିଷ୍ଟ ବଚନ ମନେ କରନ୍ତେ ଧ୍ୟାନ କେଡ଼େ ଶାନ୍ତି ଜନ୍ମଇ ମନରେ । ୨ ।

    ଯେଉଁ ସମୟେ ପରୀକ୍ଷା କରେ ବେଷ୍ଟନ,

    ଅବା ଶୋକ ଭୟେ ମନ ହୁଏ ଆଚ୍ଛନ୍ନ,

    ସେ କାଳେ ବିଶ୍ୱାସରେ କାଲ୍‌ବରୀ ପର୍ବତରେ,

    ଦେଖିବି ମୁଁ ଯୀଶୁଙ୍କ ଯାତନା ଲଜ୍ଜା ଶୋକ,

    ପାଇବି ମହାଶାନ୍ତି, ଘୁଞ୍ôଚବ ଭୟ ଭ୍ରାନ୍ତି, ସ୍ଥିରେ ଚାଲିବି ଯୀଶୁ ପଛରେ । ୩ ।

    ସୂଚୀମାଳାକୁ ଫେରନ୍ତୁ