Category: Odia

  • aaso prabhu aaso aaji ehi sobhaasthaane hai

    ଆସ ପ୍ରଭୋ ! ଆସ, ଆଜି ଏହି ସଭାସ୍ଥାନେ ହେ;

    ଚାହିଁ ବସିଅଛୁ ଶୂନ୍ୟ ହୃଦୟେ ପୂଜା ଆୟୋଜନେ ହେ । ଘୋଷା ।

    ପାପର ପ୍ରମାଦ       ସାଧେ ଯଦି ବାଦ

    ତବ ଆଗମନେ ହେ,

    ପାପ ତାପ ବିଷ କରି ହେ ନିଃଶେଷ ବସ ହୃଦାସନେ ହେ । ୧ ।

    ସଂଜୀବିତ କରି       ଉତ୍ସାହେ ତୁମ୍ଭରି,

    ତୁମ୍ଭ ଆତ୍ମାଗୁଣେ ହେ,

    ଉଜ୍ଜାଗର କର ଜୀବନ ଆମର ବାନ୍ଧି ପ୍ରାଣେ ପ୍ରାଣେ ହେ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • prabhu tobo su kalyaano ey poribaaronku daano

    ପ୍ରଭୁ ତବ ସୁକଲ୍ୟାଣ ଏ ପରିବାରକୁ ଦାନ 

    କରି ତୁମ୍ଭ ପ୍ରତି ପ୍ରେମ ଜନ୍ମାଅ ଯାବଜ୍ଜୀବନ । ଘୋଷା ।

    ଏ ପରିବାର ତୁମ୍ଭର ପ୍ରିୟପୁତ୍ର ଯୀଶୁଙ୍କର

    ନାମରେ ଦୃଢ଼ ବିଶ୍ୱାସ ରଖି କାଟନ୍ତୁ ଜୀବନ । ୧ ।

    ତୁମ୍ଭ ପ୍ରତି ଭୟ ପ୍ରେମ, ଧର୍ମଶାସ୍ତ୍ର ଅଧ୍ୟୟନ

    ନିବେଦନ ବା ଗାୟନ କରିବାର ନୋହୁ ଶୂନ୍ୟ । ୨ ।

    ତବ ମନ୍ଦିରର ପ୍ରତି   ସର୍ବ ଧର୍ମ କର୍ମ ପ୍ରତି 

    ସର୍ବାବସ୍ଥାରେ ଏହାଙ୍କ ଭକ୍ତି କରାଅ ଉତ୍ପନ୍ନ । ୩ ।

    ଏ ପରିବାରର କର୍ତ୍ତା ପ୍ରେମ ବିଶ୍ୱାସ ଭରସା

    ଧରି ପରିବାର ପ୍ରତି ଦେଖାନ୍ତୁ ସଦାଚରଣ । ୪ ।

    ଏ ପରିବାର-ସନ୍ତାନ ସାନ୍ତାଣୀ ସମସ୍ତ ଜନ 

    ସତ୍ୟ ଧର୍ମେ ଆଚରଣ କରିବାକୁ ଦିଅ ଜ୍ଞାନ । ୫ ।

    ଏ ପରିବାର ତୁମ୍ଭର ଗୌରବ ଓ ମହିମାର

    ପ୍ରକାଶକାରୀ ହେଉନ୍ତୁ ଅନ୍ଧାରେ ଆଲୁଅ ସମ । ୬ ।

    ଶେଷେ ଅତି ସମ୍ଭ୍ରମରେ ତୁମ୍ଭ ସ୍ୱର୍ଗ ପରିବାରେ

    ପ୍ରବେଶି ଅମର ସୁଖ ଭୋଗନ୍ତୁ ଅନନ୍ତ ଦିନ । ୭ ।

    ସୂଚୀମାଳାକୁ ଫେରନ୍ତୁ

  • praathonaa re huo probruto

    ପ୍ରାର୍ଥନାରେ ହୁଅ ପ୍ରବୃତ୍ତ, ଦୟା ସିଂହାସନ ଆଗେ ଆଣ୍ଠୁ ପକାଅ ସମସ୍ତ । ଘୋଷା ।

    ପ୍ରାର୍ଥନା କାଳରେ କେତେ ବିଷୟ ଜନ୍ମାଏ ବାଧା ମନରେ !

    ତେବେ ମଧ୍ୟ ଯେଉଁ ନର         ପ୍ରାର୍ଥନାକୁ ଜାଣେ ସାର,

    ହୁଅଇ ସେ ସଚେଷ୍ଟିତ ପ୍ରାର୍ଥନାରେ ଅବିରତ । ୧ ।

    ପ୍ରାର୍ଥନାର ଗୁଣ, ନିବିଡ଼ ମେଘକୁ କରଇ ଛିନ୍ନଭିନ୍ନ,

    ଯାକୁବର ଦୃଶ୍ୟ-ଶିଢ଼ି ପ୍ରାର୍ଥନାରେ ତହିଁ ଚଢ଼ି 

    ହୁଏ ଆଶୀର୍ବାଦ ଦତ୍ତ, ଧର୍ମେ କରେ ସ୍ଥିର ଚିତ୍ତ । ୨ ।

    ମୋଶା ଯେ ପର୍ଯ୍ୟନ୍ତ ହାତ ଟେକି ପ୍ରାର୍ଥନାରେ ଥିଲେ ଏକାନ୍ତ ?

    ଇସ୍ରାୟେଲ ଜୟ କଲେ,            ଅମାଲେକ ହାରିଗଲେ;

    ମାତ୍ର ସେ ନୁଆନ୍ତେ ହାତ ଇସ୍ରାୟେଲ ପରାଜିତ । ୩ ।

    ପ୍ରାର୍ଥନା ନିବୃତ୍ତି କଲେ ହୁଅଇ ଦୁର୍ବଳ ବିଶ୍ୱାସ ଭକ୍ତି,

    ପ୍ରାର୍ଥନାରେ ପରିଷ୍କୃତ ହୁଏ ଧର୍ମ-ଅସ୍ତ୍ରଶସ୍ତ୍ର;

    ପ୍ରାର୍ଥନା ଦେଖି ହୁଅଇ ଶୟତାନ ମହାଭୀତ । ୪ ।

     

     ଭାଇ, ଅବିରତ ପ୍ରାର୍ଥନାରେ ହୁଅ ତୁମ୍ଭେ ଉଦ୍‌ଯୋଗୀ ଚିତ୍ତ,

    ପ୍ରାର୍ଥନା କରାଏ ପୁଷ୍ଟି,               ପ୍ରାର୍ଥନା ଜନ୍ମାଏ ତୁଷ୍ଟି;

    ହୋଇଲେ ପ୍ରାର୍ଥନା ଶୂନ୍ୟ ଖ୍ରୀଷ୍ଟିୟାନ ଅଟେ ମୃତ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • kara proti dino dhyaano probhunka bochono

    କର ପ୍ରତି ଦିନ ଧ୍ୟାନ ପ୍ରଭୁଙ୍କ ବଚନ,

    ଅଟେ ମନୋହର ଦିବ୍ୟ ଜ୍ଞାନାକର,

    ମହାନନ୍ଦ କରେ ଦାନ । ଘୋଷା । 

     

    ତହିଁ ସୁପ୍ରକାଶ ପିତା ମହା ପ୍ରେମ, ଦିଶେ ଯୀଶୁଙ୍କ ବଦନ;

    ମନୋହର ଜ୍ଞାନ ଉପମା ବଚନ ପ୍ରତି ପତ୍ରରେ ଲେଖନ । ୧ । 

     

    ଶାନ୍ତ ଭାରଗ୍ରସ୍ତ ଲୋକଙ୍କର ପ୍ରତି ଦାନ କରେ ମହାଶାନ୍ତି;

    ଯୀଶୁଙ୍କ ଶ୍ରୀମୁଖ ମଧୁର ବଚନ ତହିଁରେ ହୁଏ ଶ୍ରବଣ । ୨ । 

     

    ବିପଥ ଗମନ କରେ ନିବାରଣ, ପାଦ ନିମନ୍ତେ ପ୍ରଦୀପ;

    ସନ୍ତାପ ଘୁଞ୍ଚାଏ, ବିନାମୂଲ୍ୟେ ଦିଏ ଅନନ୍ତଜୀବନ-ଧନ। 

     

    କ୍ଷୁଧିତକୁ ଦିଏ ଜୀବନ-ଆହାର, ତୃଷିତେ ଅମୃତ ନୀର;

    ଯୁବାଙ୍କର ପଥ କରେ ପରିଷ୍କାର, ଧନ୍ୟ ସେ ଦିବ୍ୟ ବିଧାନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • dharmo grantho bochono maala

    ଧର୍ମଗ୍ରନ୍ଥ ବଚନମାଳା ! ଭବାବ୍ଧି ତରଣେ ତରୀ ହୋଇଲା,

    ଏ ଭବ-ଅରଣ୍ୟେ ପାପୀ ନରଗଣେ

    ତ୍ରାଣର ଆଲୁଅ ଉଦୟ କଲା । ଘୋଷା ।

    ତହିଁ ପାପ ମୋଚନ ବାଟ ଅଛି ସ୍ପଷ୍ଟ ରୂପେ ପ୍ରକଟ;

    ତାହା ପାପୀ ମନ କରଇ ଫେରଣ, କରେ ନିବାରଣ ନରକ ଜ୍ୱାଳା । ୧ । 

     

    ମଧୁଠାରୁ ଅତି ସୁମିଷ୍ଟ, ଶୁଦ୍ଧ ସୁବର୍ଣ୍ଣରୁ ସେ ଇଷ୍ଟ,

    ଧ ର୍ମଗ୍ରନ୍ଥ ବାଣୀ ଅତି ଶୁଦ୍ଧ ମଣି, ଅମୂଲ୍ୟ ରତନ ହୃଦୟ ମାଳା । ୨ ।

    ନୁହେଁ ମନୁଷ୍ୟର କଳ୍ପିତ, ହୋଇଅଛି ସେ ପରୀକ୍ଷିତ,

    ଆଦ୍ୟ ପ୍ରାନ୍ତ ତାର ଅତି ସୁମିଳିତ, ଘଟିବ ବିନାଶ କରିଲେ ହେଳା । ୩ ।

    ଆଚରିବା ପାଇଁ ବ୍ୟବସ୍ଥା, ପଥ ଦର୍ଶନାର୍ଥେ ବଇଠା,

    ଦେଇ ଧର୍ମ ଦୀପ୍ତି କରେ ନୂଆ ମତି, ପାପାନ୍ଧାର ଭୟ ସବୁ ନାଶିଲା । ୪ ।

    ଅଜ୍ଞାନର ଜ୍ଞାନଦାୟକ ମନର ସେ ପରିବର୍ତ୍ତକ,

    କହଇ ପତିତ, ଏହି ଧର୍ମଗ୍ରନ୍ଥ ଈଶ୍ୱର ଆଦେଶେ ଦତ୍ତ ହୋଇଲା । ୫ ।

  • aaji uthileni dharma bhanu

    ଆଜି ଉଠିଲେଣି ଧର୍ମ-ଭାନୁ,

    ଅଳସେ ଶୟନ       କରିଛୁରେ ମନ,

    ତାହା କିରେ ତୁହି ଜାଣୁ ? ଘୋଷା । 

     

    କେତେ ନରନାରୀ ପ୍ରତି ନିମିଷେ

    ନାଶ ହେଉଛନ୍ତି କାଳର ଗ୍ରାସେ !

    ସ୍ୱାର୍ଥ-ମଦିରା କି      ଅଚେତା କରାଇ

    ଜରାଉଥିବ ତୋ ତନୁ ?

    ଉଠ, ଉଠ, ମୋହ ନିଦ୍ରା ସମ୍ବର,

    ଜନ ହିତେ ମନ ନିବେଶ କର,

    ତୋଳି ପ୍ରେମ-ପୁଷ୍ପେ ଭକତି-ମଣ୍ଡପେ

    ପୂଜା କର ଭାଙ୍ଗି ଜାନୁ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • prabhu sabu to jaane mu je oporaadhi

    ପ୍ରଭୁ, ସବୁ ତ ଜାଣ, ମୁଁ ଯେ ଅପରାଧୀ ଅକିଞ୍ଚନ,

    ନାହିଁ ଧର୍ମ କର୍ମ ଜ୍ଞାନ ପୁଣ୍ୟ । ଘୋଷା ।

    ପାପ ପୁରୁଷର ଖର ଶାଣ ଶର ବରଷି 

    ବିଜୁଳି ସମ ବିଦାରି ଅନ୍ତର ଶାନ୍ତି କରେ ଦୂର ସମ୍ବଳ ମାତ୍ର କ୍ରନ୍ଦନ । ୧ । 

     

    ବିଷୟ ଜଞ୍ଜାଳ କାମନା ଗରଳ ଘାରି ଦିଏ ନିଶିଦିନ

    ପ୍ରତିହିଂସା ବିଷ ଆଳସ୍ୟ ବିଳାସ ଜୀବନ କରି ଆଚ୍ଛନ୍ନ । ୨ । 

     

    ଶ୍ରୀଚରଣ ଧ୍ୟାନ ବେଳକୁ ଗୋପନ ଅପକର୍ମ ଅନୁଷ୍ଠାନ

    ଜଗାଇ ସ୍ମୃତିକି ଜଳାଏ ଛାତିକି ଚିନ୍ତା-ଚିତା ଅବିରାମ । ୩ ।

    ନଇରାଶ୍ୟ ତମ-ବିଧ୍ୱଂସୀ ତପନ, ଆଶାନନ୍ଦ ଉଦ୍ଦୀପନ,

    ଏ ଘୋର ସଙ୍କଟେ ଚିଦାକାଶେ ପଟେ ଉଇଁ ଆସ ପୂର୍ଣ୍ଣ-ବ୍ରହ୍ମ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • mone mone paapo no koro

    ମନେ ମନେ ପାପ ନ କର । ଘୋଷା ।

    କେ ଜାଣୁ ନାହିଁ ବୋଲି କେବେ ତୁ ନ ଯା’ ଭୁଲି,

    ପ୍ରଭୁ ଦେଖୁଛନ୍ତି ତୋର ଅନ୍ତର । ୧ ।

    ମନ ମୂଳ ପାପର ମଞ୍ଜି ଯେହ୍ନେ ଫଳର,

    ମନ ସିନା ହେବ ଜବାବଦାର । ୨ ।

    ପର ଅନିଷ୍ଟ ଚିନ୍ତା ପରଶ୍ରୀକାତରତା,

    ମନରୁ ଏ ପାପ କର ବାହାର । ୩ ।

    କୁଦୃଷ୍ଟି ଅନୁରକ୍ତି      କୁତ୍ସିତ କଥାଶକ୍ତି,

    ଏଥିରେ ହୁଅଇ ମନ ପାମର । ୪ ।

    ଗର୍ବ ଦାମ୍ଭିକ ପଣ     ଗୁମାନ ଅହଂଗୁଣ,

    ଏହା ବହି ମନ ହୁଏ ଏସାର । ୫ ।

    ଯେତେ କୁଅଭିଳାଷ, ଯାହା ନୋହେ ପ୍ରକାଶ,

    ପ୍ରଭୁ ତା ନିକାଶ ନେବେ ନିକର । ୬ ।

    ଏସବୁ ପାପଯାକ     ହେଲେ ହେଁ ମାନସିକ 

    ଗୋଟି ଗୋଟି ହୋଇ ହେବ ବିଚାର । ୭ ।

    ମନକୁ ଜଗିଥାଅ      ପାପେ ଛାଡ଼ି ନ ଦିଅ,

    ପ୍ରାର୍ଥନାରେ ତାକୁ ଆୟତ୍ତ କର । ୮ ।

    click the link below to listen full song and know the tune

  • koribi ki pori ede ghoro duskormo

    କରିବି କିପରିରେ ଏଡ଼େ ଘୋର ଦୁଷ୍କର୍ମ 

    ଅମର ଈଶ୍ୱରଙ୍କ ଦୃଷ୍ଟିରେ ହେ ?

    ମୋର ଦୃଢ଼ ନିୟମ ଲଙ୍ଘିବି ମୁଁ କେସନ

    ଯାହା କରିଛ ତାଙ୍କ ଛାମୁରେ ହେ ? ଘୋଷା । 

     

    ସେ ମୋ ପରମ ପିତା, ସର୍ବ ମଙ୍ଗଳ ଦାତା,

    କରିଛନ୍ତି କି କୃପା ମୋ ପରେ ହେ!

    ବିରୁଦ୍ଧରେ ତାଙ୍କରି ପାରିବି କି ମୁଁ କରି

    ଏଡ଼େ ପାପ ମୋ ଶତ୍ରୁ ଶିକ୍ଷାରେ ହେ ? । 

     

    ମୋହର ପାପ ପାଇଁ କି ଦୁଃଖ ନିନ୍ଦା ସହି 

    ବିଦ୍ଧ ହେଲେ ସେ କ୍ରୁଶ ଉପରେ ହେ,

    କରି ପାପ ଏସନ ବାନ୍ଧିବି କି ମୁଁ ପୁନଃ 

    ତାଙ୍କୁ ଅତ୍ୟନ୍ତ ଅପମାନରେ ହେ ? । 

     

    ସେ ମୋ ପ୍ରବୋଧକର୍ତ୍ତା ଶୋକସନ୍ତାପହର୍ତ୍ତା,

    ଦିଅନ୍ତି କି ଶାନ୍ତି ମୋ ମନରେ ହେ !

    ଏଡ଼େ ଉପକାରୀଙ୍କି ଦେଇ ଘୋର ଦୁଃଖ 

    କି ଦୂର କରିବି ଅକାରଣରେ ହେ ? । 

     

    ସେ ସକଳାନ୍ତର୍ଯ୍ୟାମୀ ଜାଣନ୍ତି ସବୁ ପୁଣି,

    ଦୃଷ୍ଟି ପଡୁଛି ତାଙ୍କ ମୋ ପରେ ହେ;

    କରି ପାପ ଏମନ୍ତ ପାରେ କି କରି ଗୁପ୍ତ ?

    କିସ ଅଜଣା ତାଙ୍କ ଗୋଚରେ ହେ ?

    ଏ ମୋର ଦୃଢ଼ ଜ୍ଞାନ, ସେ ସର୍ବ ଶକ୍ତିମାନ,

    ନୁହନ୍ତି ତୁଷ୍ଟ କେବେ ପାପରେ ହେ;

    ତାଙ୍କ ଆଗେ ଏପରି କୁକର୍ମ ମୁହିଁ କରି

    ପାଇବି ମଙ୍ଗଳ କେଉଁଠାରେ ହେ ?

    ନାହିଁ ନାହିଁ, ଏସନ ପାପ ମୁଁ କଦାଚନ

    କରିବି ନାହିଁ କେଉଁ କାଳରେ ହେ,

    ହୋଇ ତାର ବିରୁଦ୍ଧ କରିବି ନିତ୍ୟ ଯୁଦ୍ଧ

    ଥାଏ ଯେଯାଏ ପ୍ରାଣ ପିଣ୍ଡରେ ହେ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • khristo punyo re to papo hebo duro

    ମନ ମୋର

    ଖ୍ରୀଷ୍ଟ ପୂଣ୍ୟରେ ତୋ ପାପ ହେବ ଦୂର ରେ । ଘୋଷା ।

    କାହିଁକିରେ ମନ ଡରୁ ଆଉ ?

    ଖ୍ରୀଷ୍ଟ ପ୍ରେମ ତୁଲ୍ୟ ନାହିଁ ଆଉ ସତ୍ୟ ପ୍ରକାଶନେ ପାପୀ ଉଦ୍ଧାରଣେ

    ଏ ମଞ୍ଚେ ଜନମି ଥିଲେ ସେହୁ ରେ । ୧ ।

    ତାଙ୍କ ଆଜ୍ଞା ନାନା ଶସ୍ତ୍ର ପରି; ମନରେ ରଖ ତୁ ଯତ୍ନ କରି;

    ପାପ ଦୁଷ୍ଟ ଶୟତାନ ଜଗଜ୍ଜନ

    ନ ପାରିବେ ତୋତେ ଜୟ କରି ରେ । ୨ । 

     

    ସତ୍ୟତା-କଟିବନ୍ଧନୀ ବାନ୍ଧ,

    ଧର୍ମରୂପ ବୁକୁପଟା ପିନ୍ଧ, ଶାନ୍ତି ସମାଚାର-କଠାଉ ପିନ୍ଧିଣ

    ସର୍ବଦା ଅଟଳ ହୋଇ ରହରେ । ୩ । 

     

    ଯେହ୍ନେ ଅଗ୍ନିବାଣ ପାପାତ୍ମାର ସମର୍ଥ ହୋଇ ନିଭାଇ ପାର,

    ଏସନ ବିଶ୍ୱାସ ସ୍ୱରୂପର ଢାଲ ଘେନି ସ୍ଥିର ହୁଅ ନିରନ୍ତରରେ । ୪ । 

     

    ମୁଣ୍ଡେ ପିନ୍ଧି ତ୍ରାଣର ଟୋପର,

    ଈଶ୍ୱର ବାକ୍ୟ-ଖଣ୍ଡାକୁ ଧର, ସବୁ ନିବେଦନ ପୁଣି ମାଗିବାରେ

    ଆତ୍ମା ଦେଇ ତୁ ପ୍ରାର୍ଥନା କର ରେ । ୫ ।

    ସୂଚୀମାଳାକୁ ଫେରନ୍ତୁ