Category: Odia

  • ki monoronjana otte se swargaadyaano

    କି ମନୋରଞ୍ଜନ ଅଟେ ସେ ସ୍ୱର୍ଗୋଦ୍ୟାନ !

    ହେ ମନ, ନାହିଁ ତା ସମାନ ସ୍ଥାନ ମର୍ତ୍ତ୍ୟପୁରେ ଦରଶନ । ଘୋଷା । 

     

    ସେ ଠାବର ରାଜ୍ୟ ଅଟଇ ଅନିର୍ବାଯ୍ୟ,

    ନାହାନ୍ତି ଶତ୍ରୁଗଣ କରିବାକୁ ଆକ୍ରମଣ । ୧ । 

     

    ସେଠାର ମୁକୁଟ ତେଜରେ କି ଶୋଭିତ !

    ସର୍ବଦା ରମଣୀୟ ଗୌରବ ତାର ଅମ୍ଳାନ । ୨ । 

     

    ଅନନ୍ତ ଜୀବନ କରଇ କର୍ତ୍ତାପଣ,

    ତହିଁ ନୁହେଁ ଶ୍ରବଣ ମୃତ୍ୟୁ ଭୟ କଦାଚନ । ୩ । 

     

    ଶୋକ ଭୟ କ୍ଳେଶ ତହିଁ ନ ପାଏ ବାସ,

    ଅନନ୍ତ ସୁଖେ ହୁଏ ତହିଁ କାଳ ସୁକ୍ଷେପଣ । ୪ । 

     

    କ୍ରନ୍ଦନ ସନ୍ତାପ ଯାତନା ପାପ ତାପ କେବେ ନ ଯାଏ ଦେଖା,

    କି ସୁଖମୟ ଭୁବନ ! । ୫ ।

     

     ଶୁକ୍ଳ ବସନରେ ସୁଶୋଭିତ ସକଳେ,

    କେବେ ନ ପ୍ରବେଶଇ କୌଣସି ଅଶୁଚି ଜନ । ୬ ।

     

     କି ଶାନ୍ତି ଭୁବନ ! କି ସୁଖ ଶାନ୍ତି ସ୍ଥାନ !

     ହେବ କି ମୋର ଭାଗ୍ୟ କରିବାକୁ ତା ଦର୍ଶନ ?

    ସୂଚୀମାଳାକୁ ଫେରନ୍ତୁ

  • sworgo ki dibya staano ki monoranjana

    (ସ୍ୱର : ମୋର ଅଟେ ବିହିତ)

    ସ୍ୱର୍ଗ କି ଦିବ୍ୟସ୍ଥାନ ! କି ମନୋରଞ୍ଜନ ସୁଖମୟ ଭୁବନ ! । ଘୋଷା । 

     

    ଯେଉଁଠାରେ ନାହିଁ ଦୁଃଖ ଶୋକ କ୍ରନ୍ଦନ,

    ପୂର୍ଣ୍ଣାନନ୍ଦ ସଦା ଶାନ୍ତି ସୁଖ ବିଶ୍ରାମ । ୧ । 

     

    ଯେଉଁଠାରେ ଆଉ ଶୁଣା ନୁହେଁ ମରଣ,

    ସଦା ଅମର ସେ ପୁର ନିବାସୀଗଣ । ୨ । 

     

    ଯେଉଁଠାରେ ନାହିଁ ପାପ ତାପ ସନ୍ତାପ,

    ହୁଅଇ କି ଜୀବନ-ମୁକୁଟ ପ୍ରାପଣ । ୩ । 

     

    ଯେଉଁଠାରେ ନାହିଁ ରାତ୍ରି, ସଦା ଦିବସ,

    ଈଶ୍ୱରଙ୍କ ମହାତେଜେ ସୁତେଜୋବାନ । ୪ ।

    ଯେଉଁଠାରେ ନାହିଁ ଯୁଦ୍ଧ, ସଦା ବିଶ୍ରାମ,

    ନୁହଇ ନୟନୁ ଆଉ ଅଶ୍ରୁ ପତନ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • aahaa ki aanondore samaya kaatonti saadhugono sworgore

    ( ସ୍ୱର : ମୋର ଅଟେ ବିହିତ )

    ଆହା କି ଆନନ୍ଦରେ ସମୟ କାଟନ୍ତି ସାଧୁଗଣ ସ୍ୱର୍ଗରେ ! । ଘୋଷା । 

     

    ପାପ ସନ୍ତାପରେ ବନ୍ଦୀ ଥିଲେ ଏଠାରେ,

    ସବୁଠାରୁ ମୁକ୍ତ ହୋଇଛନ୍ତି ସେଠାରେ । ୧ । 

     

    ଶୋକ ଚିହ୍ନ ନ ଦିଶଇ ତାଙ୍କ ମୁଖରେ,

    ଚିନ୍ତା ପରୀକ୍ଷା ଆଉ ନ ପଶେ ମନରେ । ୨ ।

    ଝର ଝର ନୀର ନେତ୍ରୁ ଆଉ ନ ଝରେ,

    ପ୍ରଭୁ ଶୁଖାଇଲେ ଅଶ୍ରୁଝର ଶ୍ରୀକରେ । ୩ । 

     

    ବୁଡ଼ି ଖ୍ରୀଷ୍ଟଙ୍କର ମହା ପ୍ରେମ-ସାଗରେ,

    ଗାଆନ୍ତି ଅତି ମଧୁରେ ତାଙ୍କ ଛାମୁରେ । ୪ ।

    ଆଉ ନ ମିଶିବ ଦୁଃଖ ତାଙ୍କ ସୁଖରେ,

    ଅନନ୍ତ ବିଶ୍ରାମ ଭାଗୀ ହେବେ ଶାନ୍ତିରେ । ୫ । 

     

    ଭାବି କହେ ଛାର ଦୀନ ପାପୀ ମନରେ,

    ପ୍ରଭୁ ମୋତେ ନ ଭୁଲିବେ ସେ ସ୍ୱର୍ଗପୁରେ । ୬ ।

  • mone dyaayi kede shanti mote miloyee

    ମନେ ଧ୍ୟାୟୀ କେଡ଼େ ଶାନ୍ତି ମୋତେ ମିଳଇ;

    ମୋ ଦିନ ବହନ ଯାଉଛି ବହି । ଘୋଷା ।

    ପରମ ପିତା ଗୃହରୁ ଅନ୍ତର ମୁଁ ହୋଇ ଶୋକ ପରିପୂର୍ଣ୍ଣ ସଂସାରେ ଅଛି ରହି,

    ସମୟ ତା ଶୀଘ୍ରଗାମୀ ପକ୍ଷେ ମୋର ବହି

    ଦିନୁଁ ଦିନୁଁ ପାଖେ ନିଅଇ । ୧ ।

    କ୍ରମେ ଯାତ୍ରୀ ଯହୁଁ ବାସ ସମୀପ ହୁଅଇ,

    ଦିନୁଁ ଦିନୁଁ ତାହା ଆନନ୍ଦ କି ନ ବଢ଼ଇ ?

    ସେପରି ଆନନ୍ଦ ମୋ ଅନୁଭବ ହୁଅଇ,

    ଦିନକୁ ସ୍ୱପ୍ନ ମୁଁ ମଣଇ । ୨ । 

     

    କି ପରମ ସେହି ସ୍ୱର୍ଗୀୟ ଧାମ ଅଟଇ !

    ତାହାକୁ ଉପମା ଦେବା ପାଇଁ ଆଉ ନାହିଁ,

    ମାନବର ଜନମ ଯେ ସଫଳ ହୁଅଇ ବାରେ ଦୃଷ୍ଟି ପଡ଼ିଲେ ତହିଁ । ୩ ।

    ଯେ ମୋତେ କରିଲେ ପ୍ରେମ ନିଜ ପ୍ରାଣ ଦେଇ,

    ଦେଖିବି ତହିଁ ତାହାଙ୍କୁ ସମୀପରେ ଥାଇ,

    ମଣିବି ସବୁ କାମନା ସିଦ୍ଧ ବୋଲି ମୁହିଁ

    ଦର୍ଶନେ ପରିତୃପ୍ତ ହୋଇ । ୪ ।

    ପାଇବି ଯେଉଁ କାଳରେ ତାଙ୍କ ଭେଟ ମୁହିଁ 

    ଅକଥ୍ୟ ଆନନ୍ଦ ମନେ ଜନ୍ମିବ କି ନାହିଁ ?

    ପଡ଼ିବି ଚରଣେ ପ୍ରେମ ଅଶ୍ରୁ ବରଷାଇ,

    ବଚନ ତ ସ୍ଫୁରିବ ନାହିଁ । ୫ । 

     

    ନିତ୍ୟ ଆନନ୍ଦ ହରଷ ମନ ମଧ୍ୟେ ପାଇ

    ଗତ ଦୁଃଖକୁ ମଣିବି ସ୍ୱପ୍ନ ପରି ମୁହିଁ,

    ପରମାନନ୍ଦେ ପ୍ରଭୁଙ୍କ ସମୀପରେ ରହି କାଟିବି ଚିରକାଳେ ମୁହିଁ । ୬ ।

    ସୂଚୀମାଳାକୁ ଫେରନ୍ତୁ

  • nuhoyee muhin niraasho kole dhuli

    (ସ୍ୱର : ଧନ୍ୟ ଧନ୍ୟ ସଦା ଧନ୍ୟ)

    ନୁହଇ ମୁହିଁ ନିରାଶ କଲେ ଧୂଳି ଶୟନ,

    ଅଥବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ । ଘୋଷା ।

    ପୁନରୁତ୍ଥାନ ଦିନେ    ତୂରୀ ବାଜିଲାକ୍ଷଣେ

    ଖ୍ରୀଷ୍ଟାଶ୍ରିତଙ୍କ ସହିତ ହେବ ମୋର ଉତ୍ଥାନ । ୧ ।

    ଯେବେ ମୁହିଁ ଦୁର୍ବଳେ ଯାଇଥିବି କବରେ,

    ଉଠିବି ମୁଁ ପୁନର୍ବାର ହୋଇଣ ବଳବାନ । ୨ ।

    ଅବା ଅପମାନରେ ଶୋଇଥିଲେ କବରେ

    ଉଠିବି ମୁଁ ଗୌରବରେ, ଘୁଞ୍ôଚବ ଅପମାନ । ୩ ।

     

    ପାଇ ଅକ୍ଷୟ ଦେହ   କରି ମୃତ୍ୟୁକୁ ଜୟ 

    ସୂର୍ଯ୍ୟ ପ୍ରାୟ ତେଜସ୍କର ହୋଇବ ମୋ ବଦନ । ୪ ।

  • mono ki pain muhin doribi hebaaku paari jardono nayee

    ମନ କିପାଇଁ ମୁହିଁ

    ଡରିବି ହେବାକୁ ପାରି ଯର୍ଦ୍ଦନ ନଈ । ଘୋଷା । 

     

    କେତେ ଅପାର ପଥ ଧୀରେ ଚାଲି ଆସିଛି ମୁଁ ଏହି ଠାବର,

    ଅନେକ ଆପଦ ଭୟ ସଙ୍କଟ କରିଛି ଜୟ,

    ଏବେ କି ହଟିବି ପଛେ କାତର ହୋଇ ? । 

     

    କେଡ଼େ ସୁରମ୍ୟ ଦୃଶ୍ୟ ଦିଶୁଛି ସେ ପାରିରେ ସେ ପରମ ଧାମ !

    ଏଡ଼େ ସାଧ ଯହିଁ ପାଇଁ          କରି ଆସିଅଛି ମୁହିଁ,

    ବସିବି କି ତାର ଦ୍ୱାରେ ଦୁଃଖକୁ ଧ୍ୟାୟୀ ?

    ଯୀଶୁ ମୋହରି ଆଗେ ଯାଇଛନ୍ତି ବାରେ ତାକୁ ହୋଇଣ ପାରି,

    ଏବେ ସେ ମୁକୁଟ ଧରି ଡାକନ୍ତି ହସ୍ତ ବିସ୍ତାରି,

    ନ ଯିବି ତାଙ୍କ ଡାକ ଶୁଣି ମୁଁ ଧାଇଁ ?

    ନାହିଁ ହେ ନାହିଁ ନାହିଁ, ନିଶ୍ଚୟେ ପଶିବି ମୁଁ ସେ ଯର୍ଦ୍ଦନେ ଯାଇ,

    ତାର ଗଭୀର କଲ୍ଲୋଳ ହେଉ ପଛକେ ପ୍ରବଳ

    ପ୍ରଭୁ ବଳେ ନିଶ୍ଚେ ପାରି ହୋଇବି ମୁହିଁ । ୪ ।

  • dhanya dhanya khristiano dhanya swargo sodone

    ଧନ୍ୟ ଧନ୍ୟ ଖ୍ରୀଷ୍ଟିୟାନ, ଧନ୍ୟ ସ୍ୱର୍ଗ ସଦନେ,

    ଯେଣେ ତୁମ୍ଭ ମୃତ୍ୟୁକାଳେ ଭରସା ଥାଏ ମନେ । ଘୋଷା । 

     

    ଯେକାଳେ ଏ ଜଗତ    ସୁତ ଦାରାଦି ବିତ୍ତ

    ଅବା ନିଜ କଳେବର ତେଜ ବିନା ଶୋଚନେ । ୧ ।

    ପାପୀ ହୋଇ କାତର, କି ଗତି ହେବ ମୋର ?

    ହତାଶେ ତେଜଇ ପ୍ରାଣ, ନୁହେଁ ତୁମ୍ଭ ସମାନେ । ୨ ।

    ମାତ୍ର ତୁମ୍ଭେ ସେକାଳେ           ଭାସ ଶାନ୍ତି-କଲ୍ଲୋଳେ

    ଆଗତ ଭରସା ବଳେ ଶୋଉଅଛ ସାନ୍ତ୍ୱନେ । ୩ ।

    ଯଦି ମୃତ୍ୟୁ ନାହୁଡ଼ ବିନ୍ଧଇ ଅତି ବଡ଼,

    ତେବେ ନୁହଁ ହଡ଼ବଡ଼ ଉତ୍ତମାଶା କାରଣେ । ୪

    ପ୍ରତିଜ୍ଞାର ମୁଚୁଳେ ଦେଇ ମୁଣ୍ଡ କୁଶଳେ 

    ମହାଦିନ ପ୍ରାତଃସରି ଶୁଅ ସ୍ଥିର ବିଶ୍ରାମେ । ୫ ।

    ଭରସା ଓ ବିଶ୍ୱାସ ଗନ୍ଧଦ୍ରବ୍ୟ ସଦୃଶ 

    ମର୍ଦ୍ଦିତ ହୋଇଣ ତହିଁ ଶୁଅ ଶାନ୍ତି ଶୟନେ । ୬ ।

    ଦିବ୍ୟ ସୁଖ ସମ୍ଭ୍ରମ,    ମହାନନ୍ଦ ବିଶ୍ରାମ,

    ଜୀବନ-ମୁକୁଟ ଥୁଆ ତୁମ୍ଭ ନିତ୍ୟ ଭୁଷଣେ । ୭ ।

     

    ଧନ୍ୟ ହେ ଯୀଶୁ ତ୍ରାତା,              ତୁମ୍ଭେ ମୃତ୍ୟୁ-ସଂହର୍ତ୍ତା,

    ତୁମ୍ଭ ଉତ୍ଥାନରୁ ଜାତ ଏ ଭରସା ମୋ ମନେ । ୮ ।

    ସୂଚୀମାଳାକୁ ଫେରନ୍ତୁ

  • dino more jaauchi kede bohone

    ଦିନ ମୋର ଯାଉଛି କେଡ଼େ ବହନେ !

    ଆସୁଛି ମରଣ ଧାଇଁ ଧାଇଁ ମୋ ସନ୍ନିଧାନେ । ଘୋଷା । 

     

    ଆସୁଛି ଏକ ସମୟ ନ ଥିବି ମୁଁ ସଂସାରେ 

    ନେଇ ମୋ ଶେଷ ବିଦାୟ ଯିବି ମୃତ୍ୟୁ-ଯର୍ଦ୍ଦନେ । ୧ ।

    ଆସୁଛି ଏକ ସମୟ ଶୋଇବି ମୁଁ କବରେ,

    ଯେଉଁଠାରେ କର୍ମ ଧ୍ୟାନ କିଛି ନୋହିବ ଦିନେ । ୨

    ଆସୁଛି ଏକ ସମୟ ଦେବାକୁ ମୋ ନିକାଶ,

    ଠିଆ ହେବି ଖ୍ରୀଷ୍ଟଙ୍କ ସିଂହାସନ ସନ୍ନିଧାନେ । ୩ ।

    ଆସୁଛି ଏକ ସମୟ ହୋଇବ ନିରୂପଣ 

    ମୋହର ଅନନ୍ତ ଗତି ସୁଖ କି ଦୁଃଖ ସ୍ଥାନେ । ୪ ।

     

    ଆହେ ଯୀଶୁ ମୁକ୍ତିଦାତା, ହୁଅ ସଙ୍ଗେ ସେକାଳେ

     ତୁମ୍ଭ ବିନା କେହି ନାହିଁ ସଙ୍ଗେ ଯିବାକୁ ଜଣେ । ୫ ।

    ସୂଚୀମାଳାକୁ ଫେରନ୍ତୁ

  • aaso re khristiyo senaa aaso aaji

    ଆସରେ ଖ୍ରୀଷ୍ଟୀୟ ସେନା ଆସ ଆଜି ଆସ,

    ମୁକ୍ତି ବିନା ଯେତେ ଅଛନ୍ତି ଅନ୍ଧାରେ,

    ଆଲୋକ ତହିଁ ପ୍ରକାଶ । ଘୋଷା ।

    କୁହ କୁହ ହେ ଯାଇ ଦୀନ ପାପୀର ପାଇଁ

    କଣ୍ଟାବିଦ୍ଧ ହସ୍ତ ପଦ, ବରିଲେ ଦୀନ ବେଶ । ୧ । 

     

    ତାଙ୍କରି ତ୍ୟାଗ ମୁକତି ଆଣିଛି ଭବେ

    କୁହ ପାପୀ ତାପୀ ନିରାଶ ନ ହୁଅ କେବେ,

    ତ୍ୟାଗ ମନ୍ତ୍ରଟି ବରି, କ୍ରୁଶ ନିଶାଣ ଧରି ଶତ ମୁକ୍ତିହୀନେ ଆଜି ଆଣ ତାଙ୍କରି ପାଶ । ୨ ।

    ସୂଚୀମାଳାକୁ ଫେରନ୍ତୁ

  • tyaago spikaaro o jishunka rajyo bisthaaro

    ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର

    (ଆଜି) ଭିକାରି ବେଶରେ        ତୁମରି ଦୁଆରେ

    ଉଭା ଯେ ହୋଇଛି ମୁହିଁ,

    ଧରି ଭିକ୍ଷା ଝୋଲି    ଭିକ୍ଷା ଦିଅ ବୋଲି

    ଡାକୁଛି ବିକଳ ହୋଇ; କେତେ ଆଶା କରି ଆସିଛି ମୁହିଁଁ

    ନିରାଶ କରି କି ଦେବ ଫେରାଇ ?

    ତୁମ୍ଭ ଲାଗି ମୁହିଁ       କେତେ ଦୁଃଖ ସହି ହେଲି ଦୀନହୀନ ଭାଇ,

    କି ଭିକ୍ଷା ରଖିଛ       କି ସୁଖ ତ୍ୟଜିଛ

    ତୁମେ ତ ମୋହରି ପାଇଁ ?

    ତ୍ୟାଗ ସ୍ୱୀକାର ଓ ଯୀଶୁଙ୍କ ରାଜ୍ୟ ବିସ୍ତାର 

    କେତେ ଆଶା କରି ଆସିଛି ମୁହିଁ,

    ମୁକ୍ତ ହସ୍ତେ ଭିକ୍ଷା ଦିଅ ହେ ଭାଇ । ୨ ।

    ମୋହରି ହସ୍ତରୁ      ପାଇଛ ଯା’ ସବୁ ହେଜ ତୁମେ ନିରନ୍ତର,

    ମୋହରି ଦାନରୁ ମୋତେ କି ଦେବାକୁ ହେଉଛ ତୁମେ କାତର ?

    କେତେ ଆଶା କରି ଆସିଛି ମୁହିଁ,

    ଯେତେ ଦେବ ସେତେ ବଢ଼ିବ ଭାଇ । ୩ । 

     

    ପ୍ରେମର ଭିକାରି ମୁହିଁ ଯେ ତୁମରି

    ତୁମ ପ୍ରେମ ଲାଗି ମରେ

    ତୁମ ଦାନ ସହ       ତୁମ ପ୍ରେମ ଦିଅ

    ପାଇବ ମୋତେ ଅନ୍ତରେ

    କେତେ ଆଶା କରି ଆସିଛି ମୁହିଁ,

    ନିରାଶ କରି କି ଦେବ ଫେରାଇ ?

    ସୂଚୀମାଳାକୁ ଫେରନ୍ତୁ