Category: Odia

  • mu o moro porijana

    ମୁଁ ଓ ମୋର ପରିଜନ କରିବୁ ଆଜିଠୁ
    ପ୍ରଭୁଙ୍କର ଆରାଧନା (ଘୋଷା)

    ପ୍ରଶଂସା ସ୍ତୁତିର ମଧୁ ଝଙ୍କାରରେ, ହସୁଥିବ ନିତି ଘର
    ପବିତ୍ର ବାକ୍ୟର ପ୍ରତି ଶବ୍ଦମାଳା,, ନାଶିବ ପାପ ଅନ୍ଧାର
    ଶୟତାନ ଭୟ ନ ରହିବ ଆଉ କରି ପ୍ରଭୁ ଉପାସନା … I୧I

    ପ୍ରାର୍ଥନା ବଳରେ ଅସାଧ୍ୟ ସାଧନ, ଆମେ ନିଶ୍ଚ କରିଯିବା
    ପ୍ରଭୃବାକ୍ୟ ସୁଦ୍ଧା ପ୍ରତି ଘରେ ଘରେ, ଚାଲ ଆମେ ବାଣ୍ଟି ଦେବା
    ଜୟ ଜୟ ପ୍ରଭୁ ଜୟ ହାଲିଲୁୟା, ଗାଇକରି ଯିବା ବନ୍ଦନା….. |୨|

    ଆମ ପରିବାର ପ୍ରାଣକେନ୍ଦ୍ର ତୁମେ, ହୋଇ ରୁହ ଚିରଦିନ
    ତୁମ ପାଦ ତଳେ ନିଜକୁ ଅରପି, ତୁମକୁ କରିବୁ ଧ୍ୟାନ
    ତୁମ ଇଚ୍ଛା ଲୋଡ଼ି କରମ କରିବୁ, ଏତିକି ଆମର ପ୍ରାର୍ଥନା…. |୩|

    ସୂଚୀମାଳାକୁ ଫେରନ୍ତୁ

  • jishu tumo premo kede mohano

    ଯୀଶୁ ତୁମ ପ୍ରେମ କେଡେ ମହାନ୍ ହେ
    ଆକାଶ, ତାରା, ପର୍ବତ, ସମୁଦ୍ର ସବୁଠୁ ମହାନ୍ ହେ (ଘୋଷା)

    ଅପାର ଆନନ୍ଦରେ ହୃଦୟ ଭରିଯାଏ
    ପ୍ରଭୁଙ୍କର କାର୍ଯ୍ୟ କେଡେ ମହାନ୍ ହେ
    ସଞ୍ଜ ସକାଳେ ପ୍ରତି ନିମିଷେ ପ୍ରଶଂସନୀୟ ହେ |୧|

    ସଙ୍କଟ ସମୟରେ ମନ ନିରାଶେ ଡୁବିଲେ
    ପ୍ରଭୁ ଦୟାକର ଯଦିରେ ଉଚ୍ଚାରେ
    ଡାକିବା ଆଗେ ସେ କହନ୍ତି ମୋତେ
    ଅଛି ତୋ’ ସାଥିରେ |୨|

    ଅନ୍ଧାର ଘାଟିରେ ଯିବାକୁ ହେବ ଯେ,
    ମୃତ୍ୟୁ ଘେରା ପଥରେ ହେବ ନିଶ୍ଚିତ ଗତିରେ
    ହୋଇ ମୋ ପାଳକ ନେବେ ସେ ଚଳାଇ
    ସତତ ଥାଇ ସଙ୍ଗରେ |୩|

    ଅଭାବକୁ ମୋହର ନ ହେବ ଆଉ ଡର
    ତୃଣମୟ ସ୍ଥାନରେ ହୋଇବ ବିଶ୍ରାମ ମୋର
    ସୁସ୍ୱାଦୁ ଖାଦ୍ୟରେ କରିବେ ତୃପ୍ତ ସେ
    ସତତ ଥାଇ ସଙ୍ଗରେ I୪I

    ସ୍ଵର୍ଗୀୟ ଭବନରେ ସ୍ତୁତି କରିବି ମୁଁ ଯେ
    ସେବିବି ଯୀଶୁଙ୍କୁ ଭକ୍ତିପୂର୍ଣ୍ଣ ହୃଦୟ
    ଯୋଗ୍ୟ ସେ ଇଶ୍ଵର ମୋର ପ୍ରଶଂସାର
    ହାଲିଲୁୟା ଆମେନ |୫|

    ସୂଚୀମାଳାକୁ ଫେରନ୍ତୁ

  • mo jibana aakara he

    ମୋ ଜୀବନ ଆକର ହେ ପ୍ରଭୁ
    ତୁମେ ମୋ ଜୀବନ ଆକର (ଘୋଷା)

    ହାତ ମୋର ଧରି ଚଳାଅ ହେ ନାଥ
    ଆଲୋକିତ ହେଉ ମୋର ଚଲାପଥା
    ଅନ୍ଧାରେ ଜ୍ୟୋତି ମୋର ହେ ପ୍ରଭୁ ତୁମେ … |୧|

    ଯାହା ଥିଲା ମୋର ଜୀବନରେ ସାର
    ତୁମଲାଗି ପ୍ରଭୁ ମଣିଛି ଅସାର
    ଯାତ୍ରାର ବନ୍ଧୁ ମୋର ହେ ପ୍ରଭୁ ତୁମେ . |୨|

    ମାଗୁ ନାହିଁ ପ୍ରଭୁ ଧନ-ମାନ-ଯଶ
    ଦିଅ ଖାଲି ତୁମ ସେନେହ ଆଶିଷ
    ଶୁଣ ଏ ଗୁହାରି ମୋର … ହେ ପ୍ରଭୁ ତୁମେ … । ୩ ।

    ସୂଚୀମାଳାକୁ ଫେରନ୍ତୁ

  • ki ananda mo manare

    କି ଆନନ୍ଦ । କି ଆନନ୍ଦ । ମୋ ମନରେ
    ଯେବେ ଯୀଶୁ ମୋତେ ଧରିଲେ ବକ୍ଷରେ
    ଥିଲି ଏକ ହଜା ମେଷ ଅନ୍ଧାରେ
    ଖୋଜି ଖୋଜି ମୋତେ ପାଇଲେ ଶେଷରେ (ଘୋଷା)

    ଜଗତର ସୁଖ ଚିରାଣିର ଲୋଭେ ଚାଲିଗଲି ବହୁ ଦୂରକୁ
    କେବେ ନ ଭାବିଲି ଫେରି ନ ଆସିବି
    ଯାଇଛି ଯେ ପଥ ମୃତ୍ୟୁକୁ
    ତଥାପି ସେ ଉତ୍ତମ ପାଳକ ମୋର ।
    ମୋତେ ସେ ଖୋଜିଲେ ପ୍ରେମରେ .|୧|

    ମୋ ପରି ହେ ବନ୍ଧୁ ତୁମେ କି ହଜିଛି।
    ମୃତ୍ୟୁର ସେହି ପଥରେ
    ଫେରି ଶୁଣ ଥରେ ସେ ପ୍ରେମି ପାଳକ
    ଡ଼ାକନ୍ତି ଯେ କେତେ ଆଦରେ
    ପ୍ରେମିକ ସେ ତୁମ ଲାଗି କୁଶରେ ମଲେ,
    ନେବାକୁ ତୁମକୁ କୋଳରେ … | ୨ |

    ସୂଚୀମାଳାକୁ ଫେରନ୍ତୁ

  • chau dige dekho aaji moru

    ଚଉଦିଗେ ଦେଖ ଆଜି ମରୁ ପ୍ରାନ୍ତର
    ଶୁଣ ସେ ଡାକରା ଫିଟାଅ ପସରା
    ବିତର ଆଜି ତାହାଙ୍କ ବାଣୀ କୁଶର (ଘୋଷା)

    ତୁମ ବିନା ନାହିଁ କେହି ଆଉ ଦେଖାଇବ ସତ୍ୟଜ୍ୟୋତି
    ହେ ଲବଣ ରୂପୀ ହେ ଖ୍ରୀଷ୍ଟଙ୍କ ସାକ୍ଷୀ
    ଆଦେଶ ଘେନ ଯୀଶୁର କର ପ୍ରଚାର । |୧||

    ଆସୁଅଛି ଖରେ ସେହି ଦିନ ବିଚାର କରିବେ ନ୍ୟାୟବାନ
    ଦେଇଛନ୍ତି ଯେତେ ଗୁଣ ରାଗ କରୁଛ କି ତୁମେ ବିନିଯୋଗ
    ହେ ଉତ୍କଳବାସୀ … ହେ ଖ୍ରୀଷ୍ଟ ବିଶ୍ୱାସୀ .
    ଆଦେଶ ଘେନ ଯୀଶୁର କର ପ୍ରଚାର , |୨|

    ସୂଚୀମାଳାକୁ ଫେରନ୍ତୁ

  • kaloborira se je asimo premo

    କାଲବରୀର ସେ ଯେ ଅସୀମ ପ୍ରେମ
    ଭୁଲିପାରୁ ନାହିଁ ମୋର ଯୀଶୁ ରାଜନ
    ସେହି ରକତ ଝରେ ଅନ୍ତରେ ମୋର
    ଜାଣି ତ ନଥୁଲି ପ୍ରଭୁ ଯୀଶୁ ସୁନ୍ଦର (ଘୋଷା)

    ପାପରେ ମୋର ବିତିଯାଇଛି ଅନେକ ଦିନ
    ତଥାପି ମୁହିଁ ଭୁଲି ନଥୁଲି ତୁମରି ଦାନ
    ତୁମ ଚରଣେ ମୁହିଁ ପ୍ରଭୁ ଦେଉଛି ଥୋଇ
    ପାପରେ ପତିତ ମୋ ଭଙ୍ଗା ଜୀବନ |୧|

    ଆସିଛି ମୁହିଁ ପାଇବା ପାଇଁ ନବ ଜୀବନ
    ଦିଅ ହେ ପ୍ରଭୁ ତୁମରି ସେ ଆଶିଷ ଦାନ
    ଏହି ଶୁଭ ଲଗନେ ଏହି ଶୁଭ ମିଳନ
    ଆସ ହେ ଅନ୍ତରେ ମୋ ଯୀଶୁ ରାଜନ |୨|

    ସୂଚୀମାଳାକୁ ଫେରନ୍ତୁ

  • aakasha chanda tara

    ଆକାଶ, ଚାନ୍ଦ, ତାରା ଜଳ ସ୍ଥଳ ସୃଷ୍ଟି ସାରା
    ତୁମରି ମହିମା ଗାଏ ପ୍ରଭୁ, ତୁମରି ମହିମା ଗାଏ
    ତୁମେ ତ ବିଶ୍ବପତି, ସବୁ ତ ତୁମ ସଂପତ୍ତି
    ସକଳ ମାନବ ଜାତି (ଯୀଶୁ) ତୁମରି ମହିମା ଗାଏ … (ଘୋଷା)

    ହେ ନିରାକାର ପ୍ରେମେ ହୋଇଛି ସାକାର
    ଆସନ ପାତି ଯେ, ବସିଛି ଅନ୍ତରେ ମୋର
    ତୁମରି କରୁଣା ପାଇ, ଲଭିଛି ସକଳ ମୁହିଁ
    କରୁଣା ନିଧାନ ପ୍ରଭୁ ( ଯୀଶୁ) ତୁମରି ମହିମା ଗାଏ … | ୧ |

    ଫୁଲେ ଫୁଲେ କେତେ ସୁବାସ ଦେଇଛି ଭରି
    ପତରେ ପତରେ ସବୁଜ ରଙ୍ଗ କରି
    ଧନ୍ୟ ହେ କଳାକାର, ଘେନ କୋଟି ନମସ୍କାର
    ଦୀନ ଜନେ ଦୟା କର (ଯୀଶୁ ) ତୁମରି କରୁଣା ପାଏ … |9 |

    ମେଲିଦିଅ ତୁମ ପ୍ରେମବାହୁ ତୋଳି ନିଅ ଯେତେ କ୍ଲାନ୍ତ ବନ୍ଧୁ
    ମୁଁ ଦୀନ ପାପୀ ଡାକୁଛି ହୋଇ କାତର
    ପାପ ଭାର ନେଇ ଧୁଅ ହେ ଅନ୍ତର ମୋର
    ତୁମରି ପରଶ ପାଇ ହୋଇବି ନୂତନ ମୁହିଁ
    ଯାପିବି ଜୀବନ ପ୍ରଭୁ …(ଯୀଶୁ) ତୁମରି ମହିମା ଗାଏ ।୩।

    ସୂଚୀମାଳାକୁ ଫେରନ୍ତୁ

  • jishu uttama, jishu uttama

    ଯୀଶୁ ଉତ୍ତମ, ଯୀଶୁ ଉତ୍ତମ, ଯୀଶୁ ଉତ୍ତମ,ମୋ ପାଇଁ (ଘୋଷା)
    ଯୀଶୁ ଆସିଲେ ( ୩ ଥର) ସ୍ଵର୍ଗରୁ ମୋ ପାଇଁ … |୧|
    ଯୀଶୁ ମରିଲେ ( ୩ ଥର) କୃଶରେ ମୋ ପାଇଁ .. |୨|
    ଯୀଶୁ ଉଠିଲେ (୩ ଥର) କବରୁ ମୋ ପାଇଁ । I୩I
    ଯୀଶୁ ଜୀବିତ (୩ ଥର) ସର୍ବଦା ମୋ ପାଇଁ |୪|
    ଯୀଶୁ ଆସିବେ ( ୩ ଥର) ଆକାଶେ ମୋ ପାଇଁ |୫|

    ସୂଚୀମାଳାକୁ ଫେରନ୍ତୁ

  • jeu dina dekhili se chabi

    ଯେଉଁ ଦିନ ଦେଖିଲି ସେ ଛବି
    କାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ (ଘୋଷା)

    କହିଲି ଯୀଶୁ ହେ ତୁମ ଦେହେ କିମ୍ପା ବେଦନାର କଷାଘାତ ।
    କହିଲେ ସେ ମୋତେ ପାପ ପାଇଁ ତୋର କରୁଛି ପ୍ରାୟଶ୍ଚିର
    ପଚାରିଲେ, ପ୍ରେମରେ ସେ ମୋତେ ତୋର ମୁକ୍ତି ପାଇଁ
    ସହୁଛି ଏ ଦୁଃଖ ପାରୁକି ଅନୁଭବି…ପାରୁକି…ଅନୁଭବି |୧|

    ଢାଳି ମୁଁ ଲୋତକ କହିଲି ଅଧୀରେ ଅଟେ ମୁଁ ଯେ ପ୍ରତାରକ
    କ୍ଷମା କର ପ୍ରଭୁ ପାପ ଯେତେ ମୋର କରୁଛି ଅନୁତାପ
    ପ୍ରେମ ବହି କହିଲେ ସେ ମୋତେ, ଆଜିଠାରୁ ମୁହଁ .
    ସାରା ଜୀବନ ତୋ’ ପାଶେ ପାଶେ ଥିବିକେବେ ନ ଛାଡ଼ିବି |୨|

    ସୂଚୀମାଳାକୁ ଫେରନ୍ତୁ

  • jishu tuma premo smari

    ଯୀଶୁ ତୁମ ପ୍ରେମ ସ୍ମରି ବନ୍ଦନା
    କରୁଛୁ ପୁଣ୍ୟ ଚରଣେ (ଘୋଷା)

    ଉଚ୍ଚାରିଲେ ସେହି ପ୍ରିୟ ମଧୁ ନାମ
    ଯାଏ ଦୂରେ ଦୁଃଖ ଯାତନା
    ଦେଖୁଲେ ତୁମ ସୁଖ ଅନୁପମ,
    କେବେ ତାହା ଭୁଲି ହୁଏନା
    ସଙ୍ଗୀତେ ତୋଳୁ ମୂଚ୍ଛନା ଆମେ,
    ଅମର ଦିବ୍ୟ ଚରଣେ |୧|

    ଆମ ଜୀବନର ଗଳାହାର ପ୍ରଭୁ …
    ତୁମେ ହୁଅ ନିତ୍ୟ ଭାବନା
    ମନ ମରୁତୀରେ ହୋଇ ଜଳଧାର,
    କର ନାହିଁ ଉଣା କରୁଣା
    ଅର୍ଜନା ଘେନ ମଙ୍ଗଳମୟ,
    ମିନତି ତୁମ ଚରଣେ |୨|

    ସୂଚୀମାଳାକୁ ଫେରନ୍ତୁ