Category: Odia

  • mo priya jishu raja

    ମୋ ପ୍ରିୟ ଯୀଶୁ ରାଜା ସର୍ବେ କରନ୍ତୁ ପୂଜା
    ଆସୁ ସୁଖ, ଆସୁ ଦୁଃଖ, ହେବି ନାହିଁ ଦିଗହରା … (ଘୋଷା)

    ହଜିଥିଲି ଦିନେ ମୁଁ ପାପରେ
    ଭାବି ତ ନଥୁଲି ସପନେ ହୋ..ହୋ…
    କି ହେବ ମୋ ଦଶା ପରପାରେ
    ପ୍ରେମେ ମୋତେ ତୋଳି ନେଲ
    କାଲବରୀ ତୁ ମୋର ଧ୍ବଜା… |୧|

    କଳୁଷିତ ଭରା ଏ ଧରାରେ
    ପାଏନା ମୁଁ ଯାହା ଖୋଜିରେ ହୋ…ହୋ…
    ଏ ମର ଶରୀର ମୋ ଝୁରେ
    ତୁମ ପାଇଁ ହିଁ ତୁମ ପ୍ରେମ
    କାଲବରୀ ତୁ ମୋର ଧୂଜା… |୨|

    ମୋ ପାଥେୟ ତୁମେ ନିଶିଥରେ
    ଧରିଛି ମୋ ହାତ ସତରେ ହୋ… ହୋ…
    ଭରସା ଦେଇଛି ନିଶ୍ଚିତରେ
    ଛାଡ଼ିବନି ମୋତେ କେବେ
    କାଲବରୀ ତୁ ମୋର ଧୂଜା… |୩|

    ସୂଚୀମାଳାକୁ ଫେରନ୍ତୁ

  • manisha jibana atayee kebala

    ମଣିଷ ଜୀବନ ଅଟଇ କେବଳ
    ପାଣି ଫୋଟକାର ସାଥି
    ଉଡ଼ିଯାଏ ପ୍ରାଣ ଭାସିଯାଏ ସ୍ରୋତ
    ଲିଭାଇ ସଂସାର ମୁକ୍ତି… (ଘୋଷା)

    ତୁମେ ତ ଗଢିଛ ଦୁନିଆର ପ୍ରଭୁ
    ନ ଦେଖି ଦୁଃଖୀର ଦୁଃଖ
    ଦେଖି ଦୁଃଖ ଦେଇ ମଉଳି ଯାଉଛି
    ନ ବୁଝୁ ଆମ ବିବେକ… |୧|

    କେତେ ଯେ ଡ଼ାକଇ ଶୁଣିବନି ପ୍ରଭୁ
    କର ମୋତେ ଘାସ ଫୁଲ
    ନିର୍ଜନ ବନସ୍ତେ ଫୁଟି ଝଡ଼ିପଡ଼େ
    କେହି ନ ବୁଝେ ମୋ ମୂଲ … |୨|

    ମନରେ ଦେଉଛି ଶତ ଆଶା ମୋର
    ତୋଳିଛି ଆଶା ସଉଧ
    ତବ କୃପାବଳେ ଆଗେଇ ଚାଲିବି
    ନ ଆସୁ ସର୍ବ ବିଷାଦ… |୩|

    ଦୁନିଆଟି, ମୋତେ ଲାଗେ କ୍ଷୁଦ୍ର ପରି
    ସୁଖକୁ ଦେଇଛି ଠେଲି
    ଶରଣ ନଦେଲେ ମରଣ ଦିଅ ହେ
    ଏହା ମୋର ସଦା ଅଳି….I୪|

    ସୂଚୀମାଳାକୁ ଫେରନ୍ତୁ

  • tumari prema anupama

    ତୁମରି ପ୍ରେମ ଅନୁପମ, ତୁମେ ଧନ୍ୟ ଧନ୍ୟ ହେ
    କେ ଅଛି ମୋହରି ତୁମରି ସମ |ଘୋଷା|

    ତୁମେ ଗୋ ମୋହରି ପ୍ରିୟତମ, ପରମ ସୁହୃଦ ପ୍ରାଣ ସମ
    ତୁମରି ପ୍ରଣୟ ରମଣୀୟ… |୧|

    ଯେଣେ ଫେରାଇଲେ ଆଖି ମୋହର
    ଦେଖଇ ତୁମରି ପ୍ରେମ ଅପାର
    ତୁମରି ସଲିଳ ତୁମ ଅନିଳ… |୨|

    ଜନକ ଜନନୀ ତୁମରି ଦାନ
    ପ୍ରାଣ ପ୍ରିୟତମ ବନ୍ଧୁ ପରିଜନ
    ତୁମରି ପ୍ରସାଦେ ପାଇଛି ସବୁ… |୩ଇ

    ତୁମରି ଅପାର ସେନେହ ଡୋରେ
    ଚିର ସ୍ଥିରେ ନାଥ ବାନ୍ଧିଛି ମୋରେ
    ଜୀବନେ ମରଣେ ମୁହଁ ତୁମରି… I୪I

    ସୂଚୀମାଳାକୁ ଫେରନ୍ତୁ

  • jishu aso mo antare

    ଯୀଶୁ ଆସ ମୋର ଅନ୍ତରେ, ଲଭିବି ପ୍ରାଣ ଦେଖି ତୁମରେ
    ମୋର ତାପିତ ପ୍ରାଣ ଶୀତଳ ହେବ ହେ ବାରେ
    ପାଇଁ ଅନ୍ତରେ (ଘୋଷା)

    ତୁମ ମୋହନ ମୂରତି ଦେଖି ହେ ଯିବ ଦୁଃଖ ଅନ୍ତରେ… |୧|
    ପ୍ରଭୁ ତୁମେ ଯହିଁ ସ୍ଵର୍ଗ ତହିଁ ହେ ଆସ ମୋର ଅନ୍ତରେ… ।୨।
    ତୁମ ସହବାସେ ସ୍ଵର୍ଗ ସୁଖ ହେ, ମିଳେ ଏହି ସଂସାରେ… |୩|
    ତୁମ ଦର୍ଶନେ ମନ ମୁଗଧ କରେ ହେ, ଆସ ମୋର ଅନ୍ତରେ …|୪|

    ସୂଚୀମାଳାକୁ ଫେରନ୍ତୁ

  • aji mana prana kholi bolo

    ଆଜି ମନ ପ୍ରାଣ ଖୋଲି ବୋଲ
    ‘ଜୟ, ଜୟ, ଯୀଶୁ ଜୟ’
    ଜୟ ପିତା ପୁତ୍ର ପବିତ୍ର ଆତ୍ମା ଜୟ ଯୀଶୁଙ୍କ ଜୟ’ (ଘୋଷା)

    ଜୟ ଆମା ଅନାଦି, ଜୟ ପିତା ପୁତ୍ର ନିରବଧୂ,
    (ବୋଲ) ଜୟ ପିତା ଜୟ ଈଶପୁତ୍ର
    ବିଜୟ ଆତ୍ମାଙ୍କର ଜୟ… |୧|

    ଜୟ ସୃଜନ କାରଣ, ଜୟ ପାପ ବିନାଶନ,
    ( ବୋଲ) ଜୟ ପାବକ ସ୍ଵରୂପ ଆମ୍ବା
    ଜୟ ଯୀଶୁଙ୍କ ଜୟ’… |୨|

    ଜୟ ପିତତପାବନ, ଜୟ ଜୟ ବିପଦ ଭଞ୍ଜନ,
    ( ବୋଲ) ଜୟ ଭକତ-ଚିତ୍ତ-ବିନୋଦନ
    ଜୟ ଯୀଶୁଙ୍କ ଜୟୀ… |୩|

    ସୂଚୀମାଳାକୁ ଫେରନ୍ତୁ

  • aso he pranara jishu

    ଆସ ହେ ପ୍ରାଣର ଯୀଶୁ ଆସ ଆଜି ପୂଜିବି,
    ମୋହନ ମୂରତି ଦେଖି ପ୍ରେମ ରସେ ମାତିବି (ଘୋଷା)

    ଭକତିପୂର୍ଣ୍ଣ ଅନ୍ତରେ ପୂଜିବି ନାଥ ତୁମରେ,
    ରଖିବି ହୃଦ ମଧ୍ୟରେ ମୋ ଆଶା ମେଣ୍ଟାଇବି… |୧|

    ରଖି ହୃଦ ସିଂହାସନେ ସେବି ତୁମକୁ ଯତନେ,
    ପ୍ରୀତିପୁଷ୍ପ ଶ୍ରୀଚରଣେ ଦେଇ ସଦା ସାଜିବି… |୨|

    ତବ ସହବାସେ ଯୁବି-ତୁମ ବିନା ନ ଜାଣିବି,
    ତବ ଗୁଣ ଗାନ ଗାଇ ଏ ଜୀବନ ଯାପିବି… |୩|

    ସୂଚୀମାଳାକୁ ଫେରନ୍ତୁ

  • tumara rajya asu amo ehi dhora re

    ‘ତୁମର ରାଜ୍ୟ ଆସୁ, ଆମ ଏହି ଧରା ପରେ
    ପ୍ରଭୁ କରୁଛୁ ପ୍ରାର୍ଥନା, ତୁମ୍ଭର ରାଜ୍ୟ ଆସୁ’… (ଘୋଷା)

    ଚଉଦିଗେ ଆମେ ଯାଇ କହିବୁ
    ତୁମ ପ୍ରେମ ଶୁଣାଇବୁ,
    ସବୁରି ମନ ମନ୍ଦିରେ
    ରାଜ୍ୟ ଆସୁ, ରାଜ୍ୟ ଆସୁ, ଆ … ଆ ଆମେନ୍… |୧|

    ଆହେ ରାଜା ରାଜନ ଆମର
    ରାଜ୍ୟ ସଂସ୍ଥାପିତ ତୁମ୍ଭର
    ଚିରଦିନ ହେବ ସେ ରାଜ୍ୟ
    ରାଜ୍ୟ ଆସୁ, ରାଜ୍ୟ ଆସୁ, ଆ…ଆ…ଆମେନ୍… |୨|

    ସୂଚୀମାଳାକୁ ଫେରନ୍ତୁ

  • krusha upore jhule prabhu

    କୁଶ ଉପରେ ଝୁଲେ ପ୍ରଭୁ ଚୋରାକାରେ (ଘୋଷା)

    ହାତ ପାଦେ ପ୍ରେକ ବିନ୍ଧା, କଣ୍ଟା ମୁକୁଟ ଶିରେ,
    ବାଇଁଣିଆ ବସ୍ତ୍ର ଦେଖି ପିନ୍ଧାଇ ପ୍ରସ୍ତୁରେ… |୧|

    ପୃଷୋ ପରେ କ୍ରୋଡ଼ାମାରେ ସହି ତ ନ ପାରେ
    ଦେହ ହାତେ ଘମିକାରେ ରକ୍ତ ଝରିପଡ଼େ… |୨|

    ନିର୍ଭୟ ସେନା ବର୍ଦ୍ଧାରେ ବିନ୍ଧ କକ୍ଷ ପରେ
    କଳ ଚାହିଁ ନପାଇ ସେ ସିର୍ଜା ପାନ କରେ… |୩|

    ଏଲି ଏଲି ବୋଲି ପ୍ରଭୁ କହିଲେ ପିତାରେ,
    ତବ ଇଚ୍ଛା ମତେ ଏବେ ନିଅ ହେ ମୋହରେ… |୪|

    କି ଯାତନା କି ବେଦନା ସହିବାରେ ବାରେ,
    ମୋ ପାଇଁ ଯୀଶୁ ମରନ୍ତି କାଲବରୀ ପରେ… |୫|

    ହେ ମୋ ପ୍ରଭୁ ମୁହଁ-ପାପୀ କହେ ଯୋଡ଼ି କରେ,
    କରି ତବ ପାଦେ ସ୍ଥାନ ଦିଅ ମୋରେ… |୬|

    ସୂଚୀମାଳାକୁ ଫେରନ୍ତୁ

  • siyanara pothe tani niya

    ସିୟୋନର ପଥେ… ଟାଣି ନିଅ ମୋତେ
    ତୁମରି ପବିତ୍ର ବାହୁ ବଳେ
    ପ୍ରେମ ବାରିଧୀରେ… ଭାସିଯିବି ନାଥା
    ତୁମେ ଥିଲେ ମୋ କତିରେ (ଘୋଷା)

    ତୁମେ ପ୍ରଭୁ ଯେବେ… ଥିବ ମୋ ସପକ୍ଷେ
    ନାହିଁ କେହି ପଛେ ମୋ ବିପକ୍ଷେ
    ନୂଆ ଜୀବନରେ … ନୂଆ ଆଲୋକରେ
    ଚାଲିବି ମହାନନ୍ଦରେ |୧|

    କହେ ଯୋଡ଼ି କର … ଖୋଲି ହୃଦ ଦ୍ବାର
    ଆସ ପଶି ମୋ ଅନ୍ତର
    ଜାଳି ମୋ ଦୀପାଳି… କରୁଅଛି ଅଳି
    ଆଜିର ଏ ଉତ୍ସବରେ |୨|

    ସୂଚୀମାଳାକୁ ଫେରନ୍ତୁ

  • doyamaya jishu dhana

    ଦୟାମୟ ଯୀଶୁ ଧନ ହେ
    ମୋତେ ସବୁଠାରୁ କର ସାନ
    କର ପ୍ରଭୁ ମୋତେ ମାଟିଠାରୁ ହୀନ
    ପିନ୍ଧାଅ ହେ ମୋତେ ନମ୍ରତା ଭୂଷଣ
    ଧୂଳିର ଆହୁତ ଏ ନିରାଟ ସତ୍ୟ
    ନ ଭୁଲିବି କଦାଚନ ହେ … (ଘୋଷା)

    ମର ଶରୀରର ତେଜ ବୀର୍ଯ୍ୟ ବଳ
    ଜାଣେ ଦିନେ ଏହା ହୋଇବ ବିଫଳ
    ଅନିତ୍ୟ ସିନା ଏ ରୂପ ଯଉବନ
    ବୁଝିବାକୁ ଦିଅ, ଜ୍ଞାନ ହେ |୧|

    ଧନ, ଜନ, ମାନ, ଯଶ, ପଉରୁଷ,
    ଫିଙ୍ଗିବାକୁ ଦୂରେ ଦିଅ ହେ ସାହସ,
    ଅନ୍ତର ରାଇଜେ ଦୟା, କ୍ଷମା, ପ୍ରେମ
    ରହିଥାଉ ଚିର ଦିନ ହୋ |୨|

    ସଂସାର ରାଇଜେ ବଢ଼ ସଦା ବଡ,
    ତୁମ ରାଜ୍ୟେ ଏକା ଛୋଟ ହୁଏ ବଡ
    ଶିଶୁର ସ୍ୱଭାବ ଦିଅ ପ୍ରଭୁ ଯେହ୍ନ
    କୋଳରେ ପାଇବି ସ୍ଥାନ ହେ |୩|

    ଲାଜ ଅପମାନ, ହେଉ ମୋ ସନ୍ତାନ,
    ପଦ ଚିହ୍ନ ତବ କରାଅ ଗମନ
    ତୁମରି ପଦରେ ଜୀବନ ସାଥ ଗୋ
    ଏହି ମୋର ନିବେଦନ ହେ |୪|

    ସୂଚୀମାଳାକୁ ଫେରନ୍ତୁ