Category: Odia

  • krusha mo adori ne

    କୁଶ ମୋ ଆଦରି ନେରେ ପାପୀ
    କୁଶ ମୋ ଆଦରି ନେ
    କୁଶ ତଳେ ତୋ ଅମାପ ପାପ (୨)
    ଗରୀ ଥୋଇ ଦେରେ ପାପୀ (୨) (ଘୋଷା)

    ପାପ କଳଙ୍କ ଧୋଇବା ପାଇଁରେ
    କୁଶେ ଦେଲି ବ୍ଳକୁ ରକତ ନିଗାଡ଼ି
    ହୃଦେଭରା ତୋର କଳଙ୍କ କାଳିମା
    ରକତେ ପଖାଳି ଦେରେ ପାପୀ… |୧|

    ଖୋଜି ମୁଁ ତୋତେ ବାହାର ଅନ୍ଧାରେ
    କେଶ ବେଶ ତିରେ ନିଶିର ଶିଶିରେ
    ଡାକି ଫେରେ ନିତି କୁଟୀର ଦୁଆରେ
    ଦୁଆର ଫିଟାଇ ଦେରେ ପାପୀ… |୨|

    ପାପୀ ମରଣ ପାରେନା ସହିରେ
    କୋଟିନିଧୀ ପାପୀ ଗୋଟିଏ ପାଇଲେ
    ତିଳେ ତିଳେ ସଢି ମରୁଛୁ ପାପରେ
    ଅମର ପଦବୀ ନେରେ ପାପୀ… |୩|

    ସୂଚୀମାଳାକୁ ଫେରନ୍ତୁ

  • he santi maya jishu sundara

    ହେ ଶାନ୍ତିମୟ ଯୀଶୁ ସୁନ୍ଦର
    ଦିଅ ପ୍ରତି ପ୍ରାଣେ ଚିର ଶାନ୍ତି ତୁମର… (ଘୋଷା)

    ତୁମେ କହିଗଲ ହେ ପାପୀ ମାନବେ
    ନିଜ ଶାନ୍ତି ଦାନ କରୁଅଛି ମୁଁ ଯେ
    ଜଗତର ଶାନ୍ତି ନୁହେଁ ସମତାର
    କର ହେ ସନ୍ଧାନ ସେ ଦିବ୍ୟ ଶାନ୍ତିର… |୧ |

    ଆହେ ପରିଶ୍ରାନ୍ତ ପତିତ ମାନବ
    ତୁମ ପାଇଁ ତାହା ହୋଇଛି ପ୍ରଦତ୍ତ
    ସ୍ଵର୍ଗୀୟ ଦାନ ନାହିଁ ଶେଷ ତାର
    ଯୀଶୁ ହିଁ ଅଟନ୍ତି ତହିର ଭଣ୍ଡାର… |୨|

    ସୂଚୀମାଳାକୁ ଫେରନ୍ତୁ

  • jishunka pari au kiye

    ଯୀଶୁଙ୍କ ପରି ଆଉ କିଏ ପ୍ରେମ କରିପାରେ
    ଯୀଶୁଙ୍କ ପରି ଆଉ କିଏ କ୍ଷମା ଦେଇପାରେ… (ଘୋଷା)

    ଜଗତରେ କେହି ନାହିଁ ଦେବା ପାଇଁ ଶାନ୍ତି
    ତାଙ୍କ ବିନା ନାହିଁ ଆଉ କାହାଠାରେ ମୁକ୍ତି
    ନ ହୋଇ ଚିନ୍ତିତ ବିଶ୍ଵାସ ରଖି
    ଭକ୍ତି ଲୟ ତାଙ୍କଠାରେ… |୧|

    ଶାନ୍ତିମୟ ନାମ ତାଙ୍କ ଶାନ୍ତିର ଆଧାର
    ସେହି ନାମ ଦେବ ତୋତେ ସନ୍ଧାନ ସ୍ଵର୍ଗର
    ସେହି ନାମଟି ଯେ ସୁଧାମୟ ନାମ
    ନେବ ତୋତେ ସ୍ଵର୍ଗପୁରେ… |୨|

    ସୂଚୀମାଳାକୁ ଫେରନ୍ତୁ

  • halleluyah gao hai sarbe

    ହାଲିଲୁୟା ଗାଅ ହେ ସର୍ବେ, ଗାଅ ହେ ହୋଶାନ୍ତା
    ଜୟ ଗୀତ ଗାଇ ଗାଇ, କର ହେ ବନ୍ଦନା … (ଘୋଷା)

    ବିଶ୍ଵ ଜନ ମନ ପ୍ରାଣେ, କରିଦେବୁ ଉଦ୍ଦୀପନା
    କହିଯିବୁ କାନେ, କାନେ, ମୁକ୍ତି ନାହିଁ ଯୀଶୁ ବିନା… |୧|

    ତୁମେ ସତ୍ୟ ତୁମେ ପଥ, ତୁମେ ହିଁ ଅଟ ଜୀବନ
    ତୁମ ପାଶେ ରହିଥିଲେ, ନଥିବ ପାପ ଯାତନା… |୨|

    ସୂଚୀମାଳାକୁ ଫେରନ୍ତୁ

  • prabhu he kare minati

    ପ୍ରଭୁ ହେ ପ୍ରଭୁ ହେ କରେ ମିନତି, ମୋ ପ୍ରତି ସୁଦୟା ରହୁ
    ଯୀଶୁଙ୍କୁ ହୃଦୟେ ଧରି ମୋର ପ୍ରାଣପଛେ ଚାଲିଯାଉ… (ଘୋଷା)

    ସେ ନାମ ଗାଆନ୍ତି ସ୍ୱର୍ଗ ଭୁବନେ, ଦିବ୍ଯ ଦୂତଗଣ ହରଷ ମନେ
    ସେ ନାମ ଆସିଲେ ମଭ୍ୟ ଭୁବନେ, ମୋ ପାପର ପ୍ରାୟଶ୍ଚିତ୍ତ କାରଣେ
    ସେହି (ଯୀଶୁ) ମମ ଗାଇ ଗାଇ ମୋର ଦୁଖଛାୟା ରେ ଯାଉ.. ।୧।

    ପାପ ପାଇଁ କଲେ ନର ଯେ, ଯଜ୍ଞ ଅଭିଶପ୍ତ ଧରା ନୋହିଲା ପୁଣ୍ୟ
    ସେ ଛକି କାଠ ନରମେଧ ଯଜ୍ଞ ସାଧିଲେ ଶୂନ୍ଯ ମୋ ଯୀଶୁ ରାଜନ
    ଜୀବନେ ତାହାଙ୍କୁ (ଯୀଶୁ) ଧରି ମୋର ଆତ୍ମା ସ୍ଵର୍ଗ ଗଲିଯାଉ.. ।୨।

    ରୁଧିରେ ସ୍ଥାପିଲେ ସ୍ବର୍ଗୀୟ ପଥ ଅନନ୍ତ ଜୀବନ କଲେ ପ୍ରଦତ୍ତ
    ସର୍ବ ଶାସ୍ତ୍ର ହେଲା ଜଗତେ ବ୍ୟର୍ଥ ସେହି ପ୍ରଭୁ ଯୀଶୁ ରଚିଲେ ସତ୍ୟ
    ସେ ସତ୍ୟ (ଯୀଶୁ) ଶ୍ରେଣୀ ବହି ମୋର ସ୍ଵର୍ଗକୂଳେ ଲାଗିଯାଉ.. ।୩।

    ସୂଚୀମାଳାକୁ ଫେରନ୍ତୁ

  • bandhana ghena

    ବନ୍ଦନା ଘେନ… ବନ୍ଦନା ଘେନ
    ଭକତି ଭରେ ପ୍ରଣମୁଛୁ ।
    ଥୋଇ ହୃଦପଦ୍ମ…ହେ ପ୍ରିୟତମ (ଘୋଷା)

    ଅନ୍ଧକାର ଘେରା ବିଶ୍ୱେ
    ଆଜି ଝଲକେ ଆଲୋକଧାରା
    ଭରି ଯାଉଛି ମଧୁର ଝଙ୍କାର
    ସ୍ବର୍ଗବାହିନୀ ସୁରେ…ପୁରେ ଗଗନ… |୧|

    ଧନ୍ୟ ହେ ତ୍ରାଣରାଜନ ଆମ,
    ଧନ୍ୟ ତୁମରି ପ୍ରେମ .
    ପାପୀ ଜନର ମୁକତି ଲାଗି
    ମର୍ଭେ ହେଲ ଜନମ-ଈଶ ନନ୍ଦନ… |୨|

    ଆସ ହେ ସର୍ବେ ପାତକୀ ବଂଧୁ
    କରିବା ତାଙ୍କୁ ପ୍ରଣାମ
    ଧନ୍ୟ ହେଉ ଗୋ ଆମ ଏ ପରାଣ
    ଲଭି ନବ ଜୀବନ .., ଆଜ ଏ ଦିନ… |୩|

    ସୂଚୀମାଳାକୁ ଫେରନ୍ତୁ

  • gotiye shroto raktare

    ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ
    ଯେଡ଼େ ପାପୀ ହିଁ ଡୁବିଲେ ତା’ କଳଙ୍କ ନାଶେ… |ଘୋଷା|

    ମୋର ବିଶ୍ୱାସ କୁଶରେ, କଲେ ରକ୍ତ ଦାନ
    ମୋ ପରା ପାତକୀ ଯେହ୍ନେ ଲଭେ ପରିତ୍ରାଣ… |୧|

    ସେ ସ୍ରୋତ ଦେଖି ଦସ୍ୟୁର ଶାନ୍ତି ହେଲା ମନେ,
    ହେଲେ ହେଁ ମୁଁ ଅଭାଜନ ବଂଚିବି ତେସନେ… |୨|

    ସେ ମେଷ ରକ୍ତର ଶକ୍ତି ସରୁ ନାହିଁ କିଛି,
    ଯିବାଯାଏ ଭକ୍ତ ସ୍ୱର୍ଗ ପ୍ଲାବିତ ହେଉଛି… |୩|

    ସେ ସ୍ରୋତ ଦେଖି ବିଶ୍ୱସେ କରେ ଜୟଗାନ,
    ଗାଇ ଯିବି ମୁଁ ହରଷେ ତା’ରି କୃତ ତ୍ରାଣ…|୪|

    ଯାଉ ନିସ୍ତେଜ ଏ ରସନା ନିରବ କବରେ,
    ଗାଇବି ଗାନ ଏ ବାସନା ସ୍ୱର୍ଗେ ମୁ ସୁସ୍ବରେ… |୫|

    ସୂଚୀମାଳାକୁ ଫେରନ୍ତୁ

  • ishwara moro asaraya

    ଈଶ୍ଵର ମୋର ଆଶ୍ରୟ ନିକଟ ସହାୟ
    ନିର୍ଭୟ ମୋ ତାଙ୍କ ବଳେ ନାହିଁ ଆଉ ଭୟ …(ଘୋଷା)

    ଦକ୍ଷିଣପାର୍ଶ୍ଵ ଛାୟା ସେ ଯେ ଜୀବନ ସାଥୀ ପ୍ରେମିକ
    ଅଶେଷ ତାଙ୍କ କରୁଣା ଧାର ମଙ୍ଗଳ ଦାନ ଅନେକ
    ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର ନ କରିବ ଆଘାତ
    ଦୃଢ଼ ଶଇଳ ତୁମ ପ୍ରତି ମୋ
    ରହିଛି ଭକ୍ତି ଲୟ… |୧|

    ବ୍ୟସ୍ତ କିମ୍ପା ମନ ହରିଣୀ ଘେରି ଆସେ ଯେବେ ବିପଦ
    ହେଜିଲେ ତାଙ୍କ ମଧୁର ନାମ ଦୂର ହେବ ଯେତେ ସଙ୍କଟ
    ପ୍ରଭୁ କେବଳ ମହୀୟାନ ଆମର ପରିତ୍ରାଣ
    ଧନ୍ୟ ଲଭୁ ଏ ଛାର ଜୀବନ
    ଗାଇ ତାଙ୍କରି ଜୟ… |୨|

    ସୂଚୀମାଳାକୁ ଫେରନ୍ତୁ

  • gao sarabe jishu name

    ଗାଅ ସରବେ ଯୀଶୁ ନାମେ ହୋଶାନ୍ତା ଜୟଗାନ
    ଧନ୍ୟବାଦ ପ୍ରଶଂସାରେ ତୋଳି ତାଙ୍କରି ନାମ…(ଘୋଷା)

    ପ୍ରେମଭରା ତାଙ୍କ ପରଶ, ଆଣିଦେବ ମନେ ହରଷ
    ପରମ ପିତା ଯୀଶୁ ଆମ, ଭରିଦେବେ ଆଶିଷ
    ନିରାଶର ମନ ତଳେ ଆଲୋକ ସଂଚାରିବା
    ଅନ୍ଧାର ଦୂରେ ଯିବା… |୧|

    ପାପ କଳୁଷିତା ଆମର, ଦେଲୁ ପ୍ରଭୁ ତବ ପୟର
    କର ନୂତନ ଏ ଜୀବନ, ସୁନ୍ଦର ମଧୁମୟ
    ବିକଶିତ ହେଉ ସଦା ପୁରି ମଧୁ ସୁବାସ
    ହେଉ ସଦା ହରଷ… |୨|

    ସୂଚୀମାଳାକୁ ଫେରନ୍ତୁ

  • jharigola rudhira moro papo

    ଝରିଗଲା ରୁଧୁର ମୋର ପାପ ପାଇଁରେ
    ସେହି କାଲବରୀ ଚୂଳେ ଝରିଲା ରକତ କେତେ
    ରୁର କେତେ… (ଘୋଷା)

    ନିରବ ମେଷ ପରି ଗଲ ତୁମେ ସବୁ ସହି
    କାନ୍ଧ କୁଶ ଭାର ବହି ଚାଲିଲ ଏକା ହୋଇ
    ଝୁଲିଲ ଏକା ହୋଇ
    କଣ୍ଟା ବିନ୍ଧିଲା ହସ୍ତେ ଝରିଲା ରୁଧୁର କେତେ
    ବଚ୍ଛା ବିନ୍ଧିଲା ବକ୍ଷେ ଆହା ମୋର ପାଇଁରେ… |୧|

    ଆରେ ପାପୀ ଫେରିଆ
    ବାରେ ତ ଫେରି ଚାହିଁ ରକ୍ତ ଝର ଝର ଦେହେ
    ଡାକନ୍ତି କରୁଣ ସ୍ବରେ
    ଶୁଭେ ନାହିଁ କିରେ ତୋତେ ସେ କରୁଣ ଡାକରା
    ରକ୍ତ ଝର ଝର ଦେହେ ଡାକୁଛନ୍ତି ଆଜିରେ… |୨|

    ସୂଚୀମାଳାକୁ ଫେରନ୍ତୁ