Category: Odia

  • kete je ucha kete gabhira

    କେତେ ଯେ ଉଚ୍ଚ କେତେ ଗଭୀର
    ବୋଧର ଅଗମ୍ୟ ପ୍ରେମ
    ଯୀଶୁଙ୍କ ପ୍ରେମ କେଡେ ଅସୀମ ଚିରନ୍ତନ ଅନୁପମ… (ଘୋଷା)

    ପାତକୀର ପାଇଁ କିଏ ପାରେ ଦେଇ ଅକାତରେ ନିଜ ପ୍ରାଣ
    କୁଶୀୟ ଯାତନା ସହି ପୁଣି କିଏ କରିପାରେ କ୍ଷମା ଦାନ
    ସେ ମହାପ୍ରେମର ପରିଚୟ ପାଇ ପଦେ ନେଇଛି ଶରଣ… ।୧।

    ଅନୁତପ୍ତ ହୋଇ କୁଶ ପାଶେ ମୁହି ମାନିନେଲି ସବୁ ପାପ
    ମୋତେ କ୍ଷମା ଦେଇ ନିଜ ରକ୍ରେ ଧୋଇ ଘୁଞ୍ଚାଇଲେ ଅଭିଶାପ
    ସେ ମହାପ୍ରେମକୁ ଅନୁଭବି ମୁହିଁ ସମର୍ପିଲି ମୋ ଜୀବନ… |୨|

    ହେ ପ୍ରେମିକ ବର ଏଇ ମନ ମୋର ବାନ୍ଧି ରଖ ପ୍ରେମ ଡୋରେ
    ଦୁଃଖ ଅବା ସୁଖ ନେବ ନାହିଁ ମନେ ତୁମଠାରୁ ମୋତେ ଦୂରେ
    ସେ ମହାପ୍ରେମର ବଶୀଭୂତ ହୋଇ କାଟିବି ସାରା ଜୀବନ… |୩ |

    ସୂଚୀମାଳାକୁ ଫେରନ୍ତୁ

  • sadaprabhunka suristhira ehi dibase

    ସଦାପ୍ରଭୁଙ୍କ ସୃଷ୍ଟିର ଏହି ଦିବସେ
    ଆମେ ହରଷିତ ତୁମ ପାଶେ
    ତୁମ ନାମେ ଉଠୁ ଜୟଗାନ (୪ ଥର)
    ହାଲିୟା, ହାଲିକୁୟା, ହାଲିୟା, ହାଲିୟା, ହାଲିୟା… (ଘୋଷା)

    ଏଇ ଦିବସ ପ୍ରଭୁ ତୁମ ଦାନ
    ପ୍ରଦାନ କଲ ଆଜି ନବ ଜୀବନ
    ଭରି ଉଠୁ ଆଜି ଆମ ହୃଦ ମନ
    ଧନ୍ୟ ପ୍ରଭୁ ତୁମେ କେଡେ ମହାନ୍… |୧|

    ଏହି ଦିବସ ପ୍ରଭୁ ତୁମ ଦାନ
    ଲଭିବାକୁ ଆମ ପରିତ୍ରାଣ
    ଆହେ ଦୟାମୟ ଆହେ ପ୍ରେମମୟ
    ଧନ୍ୟ ପ୍ରଭୁ ତୁମେ କେଡେ ମହାନ୍… |୨|

    ସୂଚୀମାଳାକୁ ଫେରନ୍ତୁ

  • ei satabdhi ra awahana

    ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ ସ୍ପନ୍ଦନ
    ଉତ୍କଳ ବୁକେ ସୁସମାଚାରର ଆସୁ ନବ ଜାଗରଣ …(ଘୋଷା)

    କର ହେ ଘୋଷଣା ଜଗତ ଆଗରେ ମୁକତିର ସନ୍ଦେଶ
    ଏହା ଥିଲା ତୁମ ବିଦାୟ ବେଳାର ପ୍ରେମଭରା ଆଦେଶ
    ପାଳନ କରିବୁ ଆଜ୍ଞା ତୁମରି ହୋଇ ସଦା ସଚେତନ… |୧|

    ସୁସମାଚାରର କାର୍ଯ୍ୟ ସାଧକ ଉଠ ଜାଗ୍ରତ ହୋଇ
    ଅନେକ ଆପ୍ ଆକୁଳ ଆତୁର ଜୀବନର ଜଳ ପାଇଁ
    ପାପ ଅନ୍ଧାରେ ବାକ୍ୟ ଆଲୋକେ ଭରିଦିଅ ଉଦ୍ଦୀପନା… | ୨ |

    ଯାଅ ଏ ଜଗତେ ସବୁ ଜାତି ପାଶେ କୁହ ପରିତ୍ରାଣ କଥା
    ପ୍ରତି ଅନ୍ତରେ ଯୀଶୁ ନାମ ଝରୁ ଫୁଚିଯାଉ ଦୁଃଖ ବ୍ୟଥା
    ପ୍ରାର୍ଥନା ବଳେ ହେ ବୀର ସାଧକ ହୁଅ ଆଜି ଆଗୁଆନ… ।୩।

    ସୂଚୀମାଳାକୁ ଫେରନ୍ତୁ

  • dhusara pahada kalbari

    ଧୂସର ପାହାଡ଼ କାଲବରୀ ତୁମେ
    କି ଗୀତ ଗାଉଛି କୁହ
    ପତିତ ମାନବ ମୁକତି ପାଇଁ କି,
    ତୁମେ କି ଢ଼ାଳୁଛି ଲୁହ… (ଘୋଷା)

    ଧନ, ମାନ, ମୋହେ ପାଗଳ ମଣିଷ,
    ବୁଝେନା ପ୍ରେମର ଡାକ
    ବୁଝିନି ଯିଏ ତା’ ଜୀବନ ଦାତାକୁ, ବିନ୍ଧିଛି ଦାରୁଣ ପ୍ରେକ
    ପଥର ତୁମେ ତ ଭକ୍ତ ସେ ତୁମର, କେମିତି ବୁଝିବି କୁହ,
    ତୁମେ କି ଢ଼ାଳୁଛି ଲୁହ… |୧|

    ଅନ୍ଧ ସେ ତ ଆଜି ଜଗତ ମାୟାରେ
    ଶୁଣେନା ମୁକତି ଡାକ,
    ଶୁଣିନି ଯିଏ ତା ମୁକତିଦାତାକୁ
    ଦେଇଛି ଅଶେଷ ଦୁଃଖ
    ନିଧନ ତୁମେ ତ ଗୀତ ସେ ତୁମର (୨ ଥର)
    କେମିତି ଶୁଣିବ କୁହ
    ତୁମେ କି ଢ଼ାଳୁଛି ଲୁହ… |୨|

    ସୂଚୀମାଳାକୁ ଫେରନ୍ତୁ

  • jibane tumo bina

    ଜୀବନେ ତୁମ ବିନା କିଛି ନୁହେଁ ମୋର
    ତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … (ଘୋଷା)

    ତବ ପ୍ରେମ ଅପାର ହୋଇ ଅବତର
    କୁଶ କାO ଦେଇଛ ପ୍ରାଣ ଆପଣାର
    ସାଧୁଲ ଧରା ପରେ ମୁକତି ଭଣ୍ଡାର
    ତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … |୧|

    ଏଇ ମାୟା ସଂସାର ସବୁ ହିଁ ଅସାର
    ଅଳପ ଦିନ ପାଇଁ ଏଠି କାରବାର
    ମୁଁ ଯେ ମଜି ତହିଁରେ ହେଲିତ ପାଶୋର
    ତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … |୨|

    ଏଇ ଭବସାଗରୁ କରିବାକୁ ପାର
    ତୁମ ବିହୁନେ ପ୍ରଭୁ କେହି ନୁହେଁ ମୋର
    ମୋର ମନ ତିମିର ସବୁ କର ଦୂର
    ତୁମେ ମୋ ତ୍ରାଣକାରୀ ପରମ ଈଶ୍ବର… |୩|

    ସୂଚୀମାଳାକୁ ଫେରନ୍ତୁ

  • ishwara prema chadi parena

    ଈଶ୍ଵର ପ୍ରେମ ଛାଡ଼ି ପାରେନା
    ଈଶ୍ଵର ପ୍ରେମ ଭୁଲି ହୁଏନା… (ଘୋଷା)

    ସୂର୍ଯ୍ୟ ପୂର୍ବ ଛାଡ଼ି ପଶ୍ଚିମେ ଉଇଁପାରେ
    ପଦ୍ମ ପଙ୍କ ଛାଡି ପର୍ବତେ ଫୁଟିପାରେ
    ଈଶ୍ଵର ପ୍ରେମ କେବେ ନ ଛାଡ଼ିବା
    ତୁମରି ସଙ୍ଗେ ସର୍ବଦା ରହିବ … |୧|

    ଛାଡ଼ିପାରନ୍ତି ପିତା ଓ ମାତା ନିଜର
    ଛାଡ଼ିପାରନ୍ତି ଭଗ୍ନୀ ବା ସହୋଦର
    ଛାଡ଼ିପାରନ୍ତି ଘନିଷ୍ଠ ବାନ୍ଧବ
    ଈଶ୍ଵର ପ୍ରେମ କେବେ ନ ଛାଡ଼ିବ |୨|

    ହୋଇଛି ଯଦି ନଗନ୍ୟ ଏ ସମାଜରେ
    ଭୂଷିତ ହୋଇ ନାହିଁ ଉଚ୍ଚ ପଦବୀରେ
    ସମାଜ ଛାଡ଼ିପାରେ ଏ ମାନବ
    ଈଶ୍ଵର ପ୍ରେମ କେବେ ନ ଛାଡ଼ିବ… |୩|

    ଛାଡ଼ିପାରେ ଜଳବାୟୁ ଏହି ମର୍ତ୍ତ୍ୟରେ
    ଝଡ଼ ବର୍ଷା ଅବା ତୁମକୁ ଛାଡ଼ିପାରେ
    ତୁମକୁ ଯଦି ସୃଷ୍ଟି ନ ଚିହ୍ନିବ
    ଈଶ୍ଵର ପ୍ରେମ କେବେ ନ ଛାଡ଼ିବା I୪I

    ସୂଚୀମାଳାକୁ ଫେରନ୍ତୁ

  • jibana sain jibana dei

    ଜୀବନ ସାଇଁ ଜୀବନ ଦେଇ ନେଲ ବହି
    ଅପରାଧ ମୋ ଅପରିସୀମ କିମିତି ପ୍ରଭୁ ଗଲ ସହି.. (ଘୋଷା)

    କୁଶ ପରେ କରୁଣା ଭରେ ଢ଼ାଳିଲ ରକ୍ତଧାର
    ରାଜାଧିରାଜ ସୁର ସୁରୁଜ ସକଳ କାରିଗର
    ବହିଲ କୁଶ କହିଲ ନାହିଁ ହୋ …
    ଆପଣା ଅଙ୍ଗେ ଗଲ ସହି… |୧|

    ହେଲେ ମୁଁ ଦୀନ ନିତାନ୍ତ ହୀନ ତୁମେ ମୋ ମହାଧନ
    ମଣିଲ ପ୍ରିୟ ହେ ପ୍ରେମମୟ ନୁହେଁ ମୁଁ ବିସ୍ମରଣ
    ମୋ ମନ ରଥେ ହୁଅ ସାରଥି ହୋ
    ସରଗପୁରେ ନେବା ପାଇଁ… |୨|

    ସୂଚୀମାଳାକୁ ଫେରନ୍ତୁ

  • ahe ananta asima

    ଆହେ … ଅନନ୍ତ ଅସୀମ
    ତୁମରି ମଧୁର ପ୍ରେମ କେ…କରିପାରେ ବର୍ଣ୍ଣନା
    ତୁମ ପ୍ରେମ ପାଇଁ ଧନ୍ୟ…ଏ ଧରା ଧାମ (ଘୋଷା)

    କାଗଜ ହୁଅନ୍ତା ଯଦି ଆକାଶର ବକ୍ଷ
    ଲେଖନୀ ହୁଅନ୍ତା ଯଦି ପ୍ରତି ଲତା ବୃକ୍ଷ
    ସାଗରର ନୀଳ ନେଇ ସେ ଲେଖନୀଯାକ
    ପ୍ରତିଟି ମଣିଷ ଯଦି ହୁଅନ୍ତେ ଲେଖକ
    ତଥାପି ସରନ୍ତା ନାହିଁ ଆକାଶର ସୀମା ଡେଇଁ
    ବଣ୍ଡିବାକୁ ପ୍ରଭୁ ତୁମ … ଅମୃତ
    ପ୍ରେମ ଆହେ ଅନନ୍ତ ଅସୀମ… I୧|

    ଜଗତକୁ ପ୍ରେମ କଲ ପ୍ରଭୁ ହେ ଏମନ୍ତ
    ଦାନ କଲ ଏକମାତ୍ର ପ୍ରାଣପ୍ରିୟ ପୁତ୍ର
    ତପତ ରୁଧୁର ଢ଼ାଳି କଲ ପାୟଶ୍ଚିତ୍ତ
    ପାପୀ ପାଇଁ ଏତେ ପ୍ରେମ ଦେଖିଲା ମରତ
    ସେ ପ୍ରେମରୁ କଣିକାଏ ଦିଅ ପ୍ରଭୁ ଏ ହୃଦୟ
    ସାରା ବିଶ୍ୱ ଭରିଯାଉ ।
    ସେ ଦିବ୍ୟ ପ୍ରେମ, ଆହେ … ଅନନ୍ତ ଅସୀମ…. |୨|

    ସୂଚୀମାଳାକୁ ଫେରନ୍ତୁ

  • nirasara andhara chiri

    ନିରାଶର ଅନ୍ଧାର ଚିରି କଲବରୀ ଚୂଳେ ଉଇଁଲା
    ଆଶାର ସୁରୁଜ ଶିଖା
    ସେ ତ ଶାଶ୍ବତ ଆଶାର ଶିଖା ପତିତର ମହାସଖା
    ରଖ କୁଶ ତଳେ ଲୟ ଏକା (୨ ଥର) (ଘୋଷା)

    ଯଦି ଥାଏ ତୁମ ଜୀବନେ ପିପାସା ପାଇବାକୁ ସେ ଭରସା
    କର ହେ ଅର୍ପଣ ହୃଦ ଆମ୍ବା ମନ ପୂର୍ଣ୍ଣ ହେବ ଅଭିଳାଷ
    ସେ ତ ଶାଶ୍ବତ ଆଶାର ଶିଖା ପତିତର ମହାସଖା
    ରଖ କୁଶ ତଳେ ଲୟ ଏକା (୨ ଥର)… ।୧।

    ଅସୀମ ସାଗରେ ଦିଗହରା ହୋଇ ଭାସେ ଯେବେ ତୁମ ତରୀ
    କହିବେ ସେ ଧୂରେ ସୁମଧୁର ସ୍ଵରେ ପଥ ଏହି ପଥ ଏହି
    ସେ ତ ଶାଶ୍ବତ ଆଶାର ଶିଖା ପତିତର ମହାସଖା
    ରଖ କୁଶ ତଳେ ଲୟ ଏକା (୨ ଥର)… ।୨।

    ସୂଚୀମାଳାକୁ ଫେରନ୍ତୁ

  • papi toro papo aji

    ପାପୀ ତୋର ପାପ ଆଜି ହେଲା ଅବସାନ
    ମୃତ୍ୟୁଞ୍ଜୟୀ ଈଶ ସୁତ ସେ ଜଗତ ଜନ ରାଜନ ହେ (ଘୋଷା)

    କବରର ତୀରେ ଯିଏ ଖୋଜି ଖୋଜି ଗୀତ ଗାଏ-ହେ
    ସେ ଯେ ତୋର ଅତି ପ୍ରିୟ-ହାବିଦୁରିତା ମରିୟମ… |୧|

    କାଲବରୀ ପରେ ଯିଏ ତା ଶୋଣିତ ଢାଳିଦିଏ
    ତୃତୀୟ ଦିବସେ ଆଜି-ହାହେଲା ତାର ଉତ୍ଥାନ… |୨|

    ସୂଚୀମାଳାକୁ ଫେରନ୍ତୁ