Category: Odia

  • ahe moro jishu sundara

    ଆହେ ମୋର ଯୀଶୁ ସୁନ୍ଦର
    ମୋ ପାଇଁ କି ଦୁଃଖ ସହିଲ
    ହୋଇ ଈଶସୁତ ମାନବର ପାଇ
    ନିଜ ଜୀବନ ବଳି ଦେଲ… (ଘୋଷା)

    ଦୋଷୀ ନୋହିଁ ମହା ଦୋଷୀ ଭାବରେ
    ବନ୍ଧା ହେଲ ଯାଇ କୃଶ ଉପରେ
    କଣ୍ଟା ବିଦ୍ଧ ହୋଇ କଣ୍ଟାର ମୁକୁଟ
    ନିଜ ଶିରେ ଧାରଣ କଲ… |୧|

    ମୁହିଁ ମହାପାପୀ ଅଯୋଗ୍ୟ ତୁମର
    ଭୋଗିଛି ଜୀବନେ ସୁଖ ଅପାର
    ଧୋଇଦିଅ ପ୍ରଭୁ ମୋତେ ସେ ରକତେ
    କର ମୋତେ ପାପୁ ଉଦ୍ଧାର… |୨|

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune

  • kalabori dake bare tu କାଲବରୀ ଡାକେ ବାରେ ତୁ

    କାଲବରୀ ଡାକେ ବାରେ ତୁ ଫେରିଆ ଫେରିଆ
    ଛକି କାଠକୁ ପାପୀ ମନ ଚାହିଁ ଯା (ଦେଖି ଯା)
    ତୋର୍ ପାପ ପାଇଁ କୁଶରେ ଝୁଲୁଛି ତ୍ରାଣକର୍ତ୍ତା… (ଘୋଷା)

    ରାଜାମାନଙ୍କ ରାଜା ଶିରେ କଣ୍ଟା ମୁକୁଟ ବାନ୍ଧି ଦେଇ
    ବଳି ଦେଇ ତୁ ତାଙ୍କୁ କୁଶେ କେଉଁ ସୁଖ ପାଇଲୁ ତୁହି
    ଲୁହଧାର ବହିଯାଏରେ ଚାହିଁଯା ଚାହିଁଯା… |୧|

    ଝୁଲୁଛନ୍ତି ଯେ କୃଶ ପରେ ତ୍ରାଣକର୍ତ୍ତା ସେ ତୋ ଅଜଣା
    ଏବେ ବି ସମୟ ଅଛି ତୁ ଫେରିଆ… ଫେରିଆ… |୨|

    ଦୟାବାନ ସେ କ୍ଷମାମୟ ପ୍ରେମ ବହେ ହୋଇ ରୁଧିର
    ସେହି ରୁଧିର ପାନ କଲେ ଦୂର ହେବ ପାପ ଅନ୍ଧାର
    ହାତ ମେଲି ସେ ଡାକୁଛନ୍ତି ଫେରିଆ… ଫେରିଆ…|୩|

    ସୂଚୀମାଳାକୁ ଫେରନ୍ତୁ

  • jishu tuma pase amo

    ଯୀଶୁ ତୁମ ପାଶେ ଆମ ଆଜି ଏହି ନିବେଦନ
    ଚାହୁଁନା, ଯା’ ତୁମେ ଚାହିବୁନି ଆମେ
    ଚାହିଁବୁନି କଦାଚନ… (ଘୋଷା)

    ଅଟଳ ବିଶ୍ବାସ ପ୍ରଭୁ ଥାଉ ତୁମ ଠାରେ
    ଧାର୍ମିକତା ଈଶ୍ବର ପରାୟଣତା ଭରି ଉଠୁ ହୃଦୟରେ
    ଉତ୍ତମ ଯୁଦ୍ଧରେ ଯେହ୍ନେ କରିବୁ ପ୍ରାଣପଣ
    ଦିଅ ଆଶିଷ ଶେଷେ ପାଇବୁ ଅନନ୍ତ ଜୀବନ… |୧|

    ପଥଭ୍ରଷ୍ଟ ହେବାକୁ ଆମେ ଚାହୁଁ ନାହୁଁ
    ଦୁଃଖରେ ହୃଦୟ ଆମ ବିଦୀର୍ଣ୍ଣ କେବେ ନ ହେଉ
    ଦିଅ ସହିବାକୁ ଧୈର୍ଯ୍ୟ ତୁମ ପବିତ୍ର ସେ ପ୍ରେମ
    ସାକ୍ଷୀ ହୋଇ ଧର୍ମବି କରିବୁ ପାଳନ… |୨|

    ସୂଚୀମାଳାକୁ ଫେରନ୍ତୁ

  • mu tumari choto mesha

    ମୁଁ ତୁମରି ଛୋଟ ମେଷ ତୁମେ ମୋ ପାଳକ ( ୨ ଥର)
    କଢ଼ାଅ ହେ ସତ୍ୟ ପଥେ
    ହୋଇ ମୋ ଚାଳକ… ଲା… ଲା… (ଘୋଷା)

    ଜାଣ ତୁମେ ପ୍ରଭୁ ପ୍ରୟୋଜନ ଯାହା ମୋର ଭଲ ପାଇଁ
    ଚାହଁ ଖାଲି ତୁମେ ରହିବାକୁ ମୋତେ ତୁମରି ପିଲାଟି ହୋଇ
    ନ ହଜିବି ମୁଁ ନିଜକୁ ପ୍ରତିଟି ପଲକ… ଲା … ଲା … |୧|

    ଅଛି ଧରା ପରେ କେତେ ଦୁଃଖ ସୁଖ, ପରୀକ୍ଷା ଯେତକ
    ସବୁ ପାଇଁ ରୁହ ସାଥେ ମୋର ଦେଇ ତୁମରି ଆଲୋକ ଟିକ
    ପାରିବନି କେବେ ଜିତି ଜଗତ ଅଳିକ… ଲା … ଲା … |୨|

    ପ୍ରେମ ବହି ତୁମେ ଯେଉଁ କ୍ଷମା କଲ ଦେଇ ସେ ଝଲକ
    କ୍ଷମିବାକୁ ମୋର ଶତ୍ରା ପାଇଁ ମନେ ପ୍ରେମର ମହକ ରଖ
    ମୋ ଜୀବନ ହେଉ ତୁମ ବାରତା ବାହକ.. ଲା…ଲା… |୩|

    ସୂଚୀମାଳାକୁ ଫେରନ୍ତୁ

  • chalapatha dhare prabhu

    ଚଲାପଥ ଧାରେ ପ୍ରଭୁ ତୁମେ ସାଥୀ ହେବ
    ତୁମେ ମୋତେ ଜୀବନର ପଥ ଦେଖାଇବ (ଘୋଷା)

    ପାପ ଅନ୍ଧକାରେ ଭରିଛି ଦୁନିଆ, ସବୁରେ ବିପଦ ଭୟ
    ଡରିବିନି ପ୍ରଭୁ ଚାଲୁଛି ସାହସେ, ତୁମଠି ରଖି ମୋ ଲୟ
    ଝୁଣ୍ଟିବା ଆଗରୁ ଜାଣେ ମୁଁ ତୁମେ ତ,
    ହାତ ମୋର ଧରି ନେବା… |୧|

    ଛୋଟ ହୃଦୟଟି ତୁମ ଲାଗି ପ୍ରଭୁ, ରଖିବି ସଦା ମୁଁ ଖୋଲି
    ଆହେ ମହାଜ୍ୟୋତି ମୋ ହୃଦ ବେଦୀରେ,
    ପ୍ରେମ ଦୀପ ଦିଅ ଢ଼ାଳି
    ସେ ଆଲୋକ ଶିଖା ନିତି ଜଳି ଜଳି,
    ତୁମ ସ୍ତୁତି ଗାଉଥିବା… |୨|

    ସୂଚୀମାଳାକୁ ଫେରନ୍ତୁ

  • mo papara khyama pain

    ମୋ ପାପର କ୍ଷମା ପାଇଁ ଯୀଶୁଙ୍କୁ ମୁଁ ପାଇଛି।
    ଯେତେ ମୋର ପାପ ଦାଗ ତାଙ୍କ ରକ୍ତ ଧୋଇଛି… (ଘୋଷା)

    ଗୋଟି ଗୋଟି ପାପ ମୋର ହେଲା ପରବତ ସମ
    ଚାପିଗଲି ଯେବେ ମୁହିଁ ପାପେ ପରାଜିତ ହୋଇ
    ଉଦ୍ଧାରିଲେ ଯୀଶୁ ମୋତେ ନିଜର ଶୋଣିତ ଦେଇ… |୧|

    ମୃତ୍ୟୁଛାୟା ପାରିନି ମୋତେ ବାନ୍ଧିବାକୁ ତାର ସୁତେ
    ବନ୍ଧା ଯାଇଅଛି ମୁହଁ ଯୀଶୁଙ୍କ ରକତ ଦେଇ
    ବସିଅଛି ତାଙ୍କ ପାଦେ ନୂତନ ଜୀବନ ପାଇ… |୨|

    ସୂଚୀମାଳାକୁ ଫେରନ୍ତୁ

  • stuti bandana puja aradhana

    ସ୍ତୁତି ବନ୍ଦନା ପୂଜା ଆରାଧନା ପାଇବାକୁ ଯୋଗ୍ୟ ତୁମେ
    ହେ ଯୀଶୁ ଈଶ ଜୟ ଯୁବା ମେଷ
    ସଦା ଜୟ ତୁମ ନାମେ… (ଘୋଷା)

    ତୁମେ ହେ ପ୍ରଭୁ ଅନାଦି ଅନନ୍ତ ସୃଷ୍ଟି କରତା ହେଲ ଦେହବନ୍ତ
    ସରଗ ତେଜିଲ ହେ ଇମ୍ମାନୁୟେଲ ଜନମିଲ ଧରାଧାମୋ… |୧|

    ତୁମେ ହେ ପ୍ରଭୁ କଳୁଷହାରୀ,
    କୁଶୀୟ ଯାତନା ନେଲି ଅଙ୍ଗେ ବରି
    ହେଲ ବଳିକୃତ କଲ ପ୍ରାୟଶ୍ଚିତ ତୁମରି ମହାପ୍ରେମେ… |୨|

    ତୁମେ ହେ ପ୍ରଭୁ ରାଜାରାଜନ ନିତ୍ୟ ଜୀବିତ ସର୍ବଶକ୍ତିମାନ
    କରନ୍ତୁ ଗାୟନ ସର୍ବ ପ୍ରାଣୀଗଣ,
    ହାଲେଲୁୟା ତୁମ ନାମେ… |୩|

    ତୁମେ ହେ ପ୍ରଭୁ ମରଣ ବିଜୟୀ, ଜଗତଜୟୀ ପାପ ବିଜୟୀ
    ରାଜ୍ୟ କର୍ତ୍ତାପଣ ମହିମାସଂଭ୍ରମ ପାଇବା ଯୋଗ୍ୟ ତୁମେ… |୪|

    ସୂଚୀମାଳାକୁ ଫେରନ୍ତୁ

  • jaya jaya jishu jaya

    ଜୟ ଜୟ ଯୀଶୁ ଜୟ ଜୟ ଜୟ ମୃତ୍ୟୁଞ୍ଜୟ
    ଜୟ ପିତା ପୁତ୍ର ଜୟ ଜୟ
    ଜୟ ପବିତ୍ରାପା ଜୟ ଜୟ (ଘୋଷା)

    ବିଶ୍ଵସ୍ରଷ୍ଟା ପିତା ପରମେଶ୍ବର
    ମଙ୍ଗଳମୟ ପ୍ରେମ ପାରାବାର
    ନିତ୍ୟ ପରାତ୍ପର ଜୀବନ ଆକର
    ଜୟ ପ୍ରେମମୟ ଜୟ ଜୟ
    ଜୟ ବିଶ୍ବପିତା ଜୟ ଜୟ… |୧|

    ପ୍ରେମ ଅବତାର ଈଶ ନନ୍ଦନ
    ମୁକତି ପଥ ସତ୍ୟ ଜୀବନ
    କଳୁଷହାରୀ ପତିତପାବନ
    ଜୟ ଯୁବା ମେଷ ଜୟ ଜୟ
    ଜୟ ଈଶସୁତ ଜୟ ଜୟ… |୨|

    ପବିତ୍ର ଆପ୍ ଚିର ସହାୟକ
    ପାପ ପୁଣ୍ୟ ବୋଧ ଦାୟକ
    ସ୍ଵର୍ଗୀୟ ଶାନ୍ତି ଶକ୍ତି ଦାୟକ
    ଜୟ ଜ୍ୟୋର୍ତିମୟ ଜୟ ଜୟ
    ଜୟ ପବିତ୍ରଆତ୍ମା ଜୟ ଜୟ… |୩|

    ସୂଚୀମାଳାକୁ ଫେରନ୍ତୁ

  • prabhunkara prasangsa gita

    ପ୍ରଭୁଙ୍କର ପ୍ରଶଂସା ଗୀତି, ଆମେ ଯିବା ଗାଇ,
    ଅନ୍ତରେ ସର୍ବେ କୁଶୀୟ ପ୍ରେମ ଭାବ ନେଇ… (ଘୋଷା)

    ମହିମା ଗୌରବ ପ୍ରଭୁଙ୍କର,
    ଧନ୍ୟବାଦ ସ୍ତୁତି କରି ନିରନ୍ତର
    ପବିତ୍ରତା ସୌନ୍ଦର୍ଯ୍ୟରେ ଭଳିବା ଆମେ ଆମ୍ରାରେ
    ଭକତି ସମ୍ଭାର ଅରପି ଦେଇ… I୧|

    ଏ ଜଗତ ତାଙ୍କ ହସ୍ତକୃତ ନିରୂପିତ ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ର
    ମଙ୍ଗଳ ଦାନେ ତାଙ୍କରି ଭରା ଜୀବନ ଆମରି
    ଦିବା ନିଶି ସାଥେ ଅଛନ୍ତି ରହି… |୨|

    ହେ ସର୍ବଦେଶୀୟ ସଦାପ୍ରଭୁ ତୁମରି
    ଆଶ୍ରିତ ଅଟୁ ଆମେ ସବୁ
    କଳୁଷିତ ଜଗତରେ ମୁକତି କେ ଦେଇପାରେ ?
    ତୁମରି ବିହୁନେ ଆଉ କେ ନାହିଁ… |୩|

    ସୂଚୀମାଳାକୁ ଫେରନ୍ତୁ

  • dekhini se rupa kebe

    ଦେଖିନି ସେ ରୂପ କେବେ ପାଇଛି ଅନୁଭବେ
    ଅଦେଖା ହୋଇ ଅବିରତ ଅଛନ୍ତି ମୋ ସାଥେ… (ଘୋଷା)

    ହେଲେ ଅନ୍ତର ନିମିଷେ ଯଦି ଭଲ ଲାଗେନା
    ଶୂନ୍ୟ ଏ ବିଧୁର ମନ ସେ ପ୍ରେମ ବିନା
    ଜୀବନ ମୋର ଅରପିଛି ମୁଁ ତାଙ୍କରି ହାତେ… |୧|

    ଚିର ସୁନ୍ଦର ମିନତି ମୋର ଥାଅ ମୋ ପାଶେ
    ଭଙ୍ଗା ଏ ଜୀବନ ମୋର ତୁମ ପରଶ୍
    ସାଇତା ମୋର ମନକଥା କହିବି ତା’ ପାଶେ… |୨|

    ସୂଚୀମାଳାକୁ ଫେରନ୍ତୁ

    Click the link below to listen full song and know the tune