Category: Odia

  • bolo dhanya bolo dhanya

    ବୋଲ ଧନ୍ୟ ବୋଲ ଧନ୍ୟ ଯିହୋବାଙ୍କ ନାମ,
    ସେ ମହତ ନାମ,
    ବଂଚାଇଣ ଦେଖାଇଲେ ବରଷ ନୂତନ (ଘୋଷା)

    ଗତ ସନେ ବହୁଜନ, ପାପରେ ତେଜି ଜୀବନ
    ନରକେ କଲେ ଗମନ, ମୋ ପ୍ରତି କି ପ୍ରେମ… |୧|

    ଅନେକ ରୋଗ ଶୋକରେ, ଅନ୍ନ ବସ୍ତ୍ର ଅଭାବରେ
    ପତିତ ନାନା କ୍ଳେଶରେ, ମୁଁ ନୁହେଁ ତେସନ … |୨|

    ସବଳ ସୁସ୍ଥ ଶରୀରେ ନୂଆ ବର୍ଷ ଦେଖାଇଲେ,
    ସେ ଦୟା ହେଜି ମନରେ, କର ଗୁଣ ଗାନ … |୩|

    ମୋର ପାପ ଅନୁସାରେ ପ୍ରତିଫଳ ସେ ନ ଦେଲେ,
    ଦୟା କରି ରକ୍ଷା କଲେ, ଧନ୍ୟ ତାଙ୍କ ପ୍ରେମ … |୪|

    ଏହି ନୂତନ ବରଷେ ଯେହ୍ନେ ନୂଆ ମନ ଆସେ
    ଧର୍ମରୂପ ଫଳ ପୁଖେ ହୋଇ ଫଳବାନ … |୫|

    ଅଫଳନ୍ତି ବୃଷ ପରି, ମୁଁ ବୃଥା ସ୍ଥାନ ଆବୋରି
    ଛେଦନେ ନମ୍ର କହିଲେ, ଆଉ କିଛି ଦିନ … |୬|

    ଆହେ ପ୍ରଭୁ, ମୂଳ ଖୋଳି, ଖତ ଦିଅ ଯେହ୍ନେ ଫଳି
    ହୋଇ ଯୋଗ୍ୟ ତବ ପୁରୀ, ଶେଷେ ପାଇ ସ୍ଥାନ … |୭|

    ସୂଚୀମାଳାକୁ ଫେରନ୍ତୁ

  • mana hejire prabhu krupa

    ମନ, ହେଜିରେ ପ୍ରଭୁ କୃପା ସଦା ଭାବ,
    କରି ଧନ୍ୟବାଦ ହୋଇ ଆହ୍ଲାଦିତ
    ନିରବ ତାଙ୍କୁ ସେବା … (ଘୋଷା)

    ସେ ତୋହର ପାପ କରନ୍ତି ମାର୍ଜନା,
    ନାଶନ୍ତି ତୋ ରୋଗ ନାନା
    ଘୋର ବିପଦରୁ ବଂଚାଇଣ ପ୍ରାଣ
    ନ କରନ୍ତି ଦୟା ଉଣା … |୧|

    ଉତ୍ତମ ବସ୍ତୁରେ ସଦା ତୃପ୍ତ କରି
    ଦିଅନ୍ତି ମଙ୍ଗଳଦାନ
    ଉକ୍ରୋଶ ପକ୍ଷୀର ପରାଏ କରି
    ଦିଅନ୍ତି ନୂଆ ଯୌବନ … |୨|

    ଅତ୍ୟନ୍ତ ଦୟାଳୁ, କ୍ରୋଧରେ ସେ ଧୀର,
    ନ କରନ୍ତି ସଦା କ୍ରୋଧ,
    ପାପର ପ୍ରମାଣେ ନ ଦିଅନ୍ତି ଦଣ୍ଡ,
    ଅଟନ୍ତି ପର୍ବତ ଗଡ଼ … |୩|

    ଭକ୍ତ ଜନ ପ୍ରତି ତାହାଙ୍କ କରୁଣା
    ସବିଦା ଥାଏ ସମାନ,
    ପିତୃ ଭାବ ବହି କଟାକ୍ଷ ପକାଇ
    କରୁଥାନ୍ତି ସ୍ନେହ ପ୍ରେମ … |୪|

    କହଇ ଅଧମ, ଆରେ ମନ ମୋର,
    ନ ପାଶୋର ତାଙ୍କ କୃପା,
    ନାଶିବେ ସଙ୍କଟ, ହୋଇବ ନିକଟ,
    ସଦା ଥୁବ ଅନୁକମ୍ପା .. |୫|

    ସୂଚୀମାଳାକୁ ଫେରନ୍ତୁ

  • karunamaya ahe karunamaya

    କରୁଣାମୟ ଆହେ କରୁଣାମୟ
    କରୁଛି ତୁମକୁ ମୁଁ ଆସ୍ବାଦନ
    ମୁ ଚାଖି ଜାଣିଚି ତୁମେ ପ୍ରେମମୟ … (ଘୋଷା)

    ହଜାର ହଜାର ସୁନାରୁପା ଠାରୁ
    ତୁମ ମୁଖର ବାକ୍ୟ ମୋ ପ୍ରତି ଉତ୍ତମ (୨ଥର)
    ତୁମେ ମଙ୍ଗଳକାରୀ ମୋ ମଙ୍ଗଳମୟ
    କରୁଛି ତୁମକୁ ମୁଁ ଆଶ୍ଵାଦନ … |୧|

    ହଜାର ହଜାର ମଣି ମୁକ୍ତା ଠାରୁ
    ତୁମରି ମଧୁର ବାକ୍ୟ ମୋ ପ୍ରତି ଉତ୍ତମ (୨ ଥର)
    ତୁମେ ମଙ୍ଗଳକାରୀ, ମୋ ମଙ୍ଗଳମୟ
    କରୁଛି ତୁମକୁ ମୁଁ ଆଶ୍ଵାଦନ … |୨|

    ମୋହର ପ୍ରିୟତମ ଶ୍ଵେତ ଓ ରକ୍ତବର୍ଣ୍ଣ
    ଦଶ ସହସ୍ର ମଧ୍ୟରେ ମୋ ପ୍ରଭୁ ପ୍ରଧାନ (୨ ଥର)
    ତୁମେ ମଙ୍ଗଳକାରୀ, ମୋ ମଙ୍ଗଳମୟ
    କରୁଛି ତୁମକୁ ମୁଁ ଆଶ୍ଵାଦନ … |୩|

    ସୂଚୀମାଳାକୁ ଫେରନ୍ତୁ

  • bhai re aji bada ananda

    ଭାଇରେ ଆଜି ବଡ଼ ଆନନ୍ଦ,
    ମୃତ୍ୟୁଜୟୀ ମହାପ୍ରଭୁ ପରମ ଆନନ୍ଦ (ଘୋଷା)

    ଟାଣପଣ ନରକର ଭାଗିଲା ଏଥର
    ବଦ୍ଧ ପାପୀ ଲଭେ ପ୍ରାଣେ ମୁକତି ଆନନ୍ଦ … |୧|

    ମୃତ୍ୟୁ ଶକତି ନିଦାନ ଭୀତ ଶୟତାନ
    ଲୁଚିଲା ନର ଜୀବନ ମରଣ ବିଷାଦ … |୨|

    ଅଗଢ଼ା ଅନନ୍ତ ଜ୍ୟୋତି ନାଶି ମୃତ୍ୟୁ-ରାତି
    ମତେ ବିତରିଲାଣି ଅମୃତ-ଆନନ୍ଦ … |୩|

    ପ୍ରଭୁ ( ଯୀଶୁ) ପାଦ କୋକନଦ ସୁପ୍ରେମ ମରନ୍ଦ
    ପିଅରେ ଆକଣ୍ଠ ଭୋଳେ ଭକତି ମିଳନ୍ଦ … |୪|

    ସୂଚୀମାଳାକୁ ଫେରନ୍ତୁ

  • kemiti hebi mu parire

    କେମିତି ହେବି ମୁଁ ପାରିରେ ନାଉରି
    ଯିବାକୁ ଅଛିରେ, ମୁଁ ତ ସେପାରି
    ଯୀଶୁ ଡାକନ୍ତି ମୋତେ ହାତ ଠାରି … (ଘୋଷା)

    ପାପର ସାଗରେ ଜୀବନ ନାଆରେ ପାଏ ନାହିଁ ଥଳକୁଳ
    ଘନ ଅନ୍ଧକାରେ ବିଶାଳ ସାଗରେ
    ହେବ କିଏ ସାହା ମୋର
    ମୋ ଯୀଶୁ କହନ୍ତି ପାଇବୁ ଜୀବନ,
    ବୋହିନେବେ ହାତ ଧରିରେ ନାଉରି … |୧|

    ମୋହ ମାୟା ଭରା, ଏ ଦୁନିଆ ସାରା
    ଦୁଇ ଦିନିଆ ଏହି ମେଳା
    ମାଟିର ମଣିଷ ମାଟିରେ ମିଶିବ,
    ଏହି ଏକ କଣ୍ଡେଇ ଖେଳ
    ସେ ପାରି ଦୁନିଆ, ଅନନ୍ତ ନିରିମା
    ଡାକେ ଅନନ୍ତ ଜୀବନ ଧରି … |୨|

    ସୂଚୀମାଳାକୁ ଫେରନ୍ତୁ

  • sathi jiba chalago

    ସାଥି ଯିବା ଚାଲ ଗୋ
    ଯିବା ଚାଲ ବେଥଲିହିମ .. ବେଥଲିହିମ
    ଦୂରେ ଚାହିଁ ଦେଖି ହସୁଛି ତାରା
    ହାତ ଧରି ତୋତେ ଡାକୁଛି ପରା
    ହୋଇଛନ୍ତି ଯହିଁ ଯୀଶୁ ଜନମ ଯୀଶୁ ଜନମ…. (ଘୋଷା)

    ସରଗର ସୁଖ ଛାଡ଼ି ଆମ ଦୁଃଖ ନେବେ ବୋହି
    ପାପୀ ପାପ ସବୁ ନେବେ ନୂଆ ଜୀବନ ସେ ଦେବେ
    ତାଙ୍କ ପାଦେ ଆମେ ଭକତି ଭରି
    ଜଣାଇବା ଚାଲ ଆମ ପ୍ରଣାମ … |୧|

    ପୁଲକିତ ହୁଏ ଧରା ଝରେ ଆନନ୍ଦର ଧାରା
    ଶୁଭେ ପ୍ରଭୁଙ୍କର ଗୀତି ଭରିଯାଏ ଶାନ୍ତି ପ୍ରୀତି
    ରାଜାଙ୍କର ରାଜା ଆମ ଯୀଶୁ ରାଜା
    ସେହି ଯେ ମଶୀହ ଶାନ୍ତି ପରମ … |୨|

    ସୂଚୀମାଳାକୁ ଫେରନ୍ତୁ

  • e pruthibi janu ame

    ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର
    ଦେଖି ଆମ ପ୍ରେମ ଏ ଜଗତ ଜାଣୁ
    ଆମେ ଯୀଶୁଙ୍କର ଆମେ ଯୀଶୁଙ୍କର …. (ଘୋଷା)

    ଈଶ୍ଵରଙ୍କ ଠାରେ ଆମେ ସର୍ବେ ଏକ
    ପ୍ରାର୍ଥନା ବିଶ୍ଵାସେ ସାଜି ( ସଇନିକ)
    ଆମ କାମ ଦେଖି ଜଗତ ଚାଣିବ (ଆମେ ଯୀଶୁଙ୍କର) … |୧|

    ଦେଖାଇଛୁ ପଥ ଆମେ ଅନ୍ଧକାରେ
    କ୍ଷମି ଯିବୁ ଶତୁ ପୁଣି ପ୍ରେମଭରେ
    ସେହି ପ୍ରେମ ଦେଖି ଜଗତ କହିବ (ଆମେ ଯୀଶୁଙ୍କର) … |୨|

    ପ୍ରଶଂସା କରିବୁ ରାଜା ରାଜାଙ୍କର
    ପିତା ପୁତ୍ର ପୁଣି ପବିତ୍ରାତ୍ମାଙ୍କର
    ଦେଖି ସେ ପ୍ରଶଂସା ସରବେ ଜାଣିବେ (ଆମେ ଯୀଶୁଙ୍କର) … |୩|

    ସୂଚୀମାଳାକୁ ଫେରନ୍ତୁ

  • seba kariba kahara aji

    ସେବା କରିବ କାହାର ଆଜି ମନୋନୀତ କର
    ଜଗତ ଅବା ଯୀଶୁଙ୍କର ଆଜି ମନୋନୀତ କର
    ଦୁଇ ମୁନିବର ସେବା କରି ନପାର
    ସେବା କରିବ କାହାର … (ଘୋଷା)

    ଜଗତର ସୁଖ ଅଟେ କ୍ଷଣ ଭଙ୍ଗୁର
    ଦେଖା ଏ ଜୀବନେ ପ୍ରଲୋଭନ ପ୍ରଚୁର
    ମାୟା ମରିଚିକା ପଛେ ହଜାଇ ସପନ ମିଳେ
    କିମ୍ପା କରୁଛି ଉଛୁର ଆଜି ମନୋନୀତ କର… |୧|

    ଅମାନିଆ ଜୀବନ ଯେ ଅଟେ ଅସାର
    କାଲବରୀ ଚୁଳେ ଡାକେ ଯୀଶୁ ସୁନ୍ଦର
    ତୋଳିନେବେ ନିଜ ହାତେ
    ଗଢିବେ ଯତନେ ତୋତେ
    ବଂଧୁ ଅଟନ୍ତି ପାପିର ଆଜି ମନୋନୀତ କର
    ସେବା କରିବ କାହାର … |୨|

    ସୂଚୀମାଳାକୁ ଫେରନ୍ତୁ

  • bhabi thili mu jibane

    ଭାବିଥିଲି ମୁଁ ଜୀବନେ (ପ୍ରଭୁ) ହେବି ଏକା ତୁମର
    ଟାଣିନେଲା ମୋତେ ମୋହ ମାୟା ସଂସାର (ଏହି) … (ଘୋଷା)

    ମନ ଅଇନାରେ, ଯେବେ ଦେଖେ ନିଜକୁ
    କଳ୍କିତ କଲି ତୁମରି ଆତ୍ମାକୁ
    ଦେବାକୁ ତୁମରି ହାତେ ଖାଲି ପାପ ଅଛି ମୋହର … |୧|

    କର୍ମପଥେ ଚାଲିଛି ଚାଲିବି ବହୁ ଦୂର
    ଧର୍ମପଥେ ଟିକିଏ, ପାଦ କଢ଼ାଇ ନିଅ ପ୍ରଭୁ
    ଶୁଣିଛି ପ୍ରଭୁ ହେ ତୁମେ ସହାୟ ସେ ଅସହାୟର … |୨|

    ସୂଚୀମାଳାକୁ ଫେରନ୍ତୁ

  • prabhu tume ruha sathe

    ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରା
    ମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)
    ଏ ଜୀବନ ସାରା … |୧|

    ବହୁ ଦୂର ପଥ ମୋର ପଥେ କେତେ ଅନ୍ଧାର
    ତୁମେ ଯଦି ଜ୍ୟୋତି ମୋର ହେବି ନାହିଁ ଦିଗହରା
    ଏ ଜୀବନ ସାରା …. |୨|

    ଦୁଃଖ ଯେବେ ଆସେ ମନେ ଯିବି । ତୁମ ସନ୍ନିଧାନେ
    ତୁମେ ଯଦି ସାନ୍ବନା ମୋ ଝରିବନି ଅଶୁଧାରା
    ଏ ଜୀନ ସାର …. |୩|

    ପରୀକ୍ଷା ଓ ପ୍ରଲୋଭନ ଅଛି ଆଗାମୀ ଜୀବନେ
    ତୁମେ ଯଦି ସାଥ୍ ମୋର ହେବି ନାହିଁ ଧୈର୍ଯ୍ୟହରା
    ଏ ଜୀବନ ସାରା …..|୪|

    ସୂଚୀମାଳାକୁ ଫେରନ୍ତୁ