Category: Odia

  • kede nambra hoi sabu gala

    ହୋ… କେଡ଼େ ନମ୍ର ହୋଇ ସବୁ ଗଲ ସହି
    ପ୍ରାଣ ଦେଲ କୁଶେ ମୋର ପାଇଁ
    ମଥା ପାତି ଦେଇ ନୀରବରେ ରହି
    କେଡ଼େ ଅପମାନ ନିନ୍ଦା ସହି ହୋ… (ଘୋଷା)

    ଯୀଶୁ ଧନ ମୋର ଆହେ ତ୍ରାଣକାରୀ
    କେମିତି ଯିବି ମୁଁ ପାଶୋରି
    ହସ୍ତ ପାଦ ଧରି ଦେଲେ କଣ୍ଟା ମାରି
    ବର୍ଦ୍ଧାଘାତେ ହୃଦ ବିଦାରି
    ନା’ ଦେଖି ହୁଏନା, ନା’ ସହି ହୁଏନା
    ରକ୍ତ ଯାଉଛି ଛାତିରୁ ଝରି ହେ… ରକ୍ତ ଯାଉଛି ଛାତିରୁ ଝଛି || ୧ ||

    ଶତ୍ରମାନେ ଘେରି ପକାଇଲେ ହୁରି
    “ମାର ତାଙ୍କୁ କୁଶରେ ଧରି
    ମୁହଁ ମାଡ଼ ମାରି, ଦାଢ଼ିକୁ ଉପାଡ଼ି
    ଖ୍ରୀଷ୍ଟ ନାମ ଧରି ଧରି
    କୋରଡ଼ାରେ ମାରି ଦୟା ନ ବିଚାରି
    ନ ଥିଲା ଦୋଷ ଯେ ତାଙ୍କରି ହେ… ମୋର ପାପ ପାଇଁ ବଳି ହୋଇ || ୨ ||

    ପାପେ ଥିଲି ମରି ପାପରୁ ଉଦ୍ଧରି
    କରିଲ ମୋତେ ତୁମରି
    ନାହିଁ ତୁମ ପରି ଜଗତେ କେ ମରି
    ଆପଣାକୁ ଚୂର୍ଣ୍ଣ କରି
    ତୁମ ଦୁଃଖ ସ୍ମରି ମନ ହୁଏ ଘାରି
    ଲୁହ ଯାଉଛି ଆଖିରୁ ଝରି ହେ..ଲୁହ ଯାଉଛି ଆଖିରୁ ଝରି || ୩ ||

    ସୂଚୀମାଳାକୁ ଫେରନ୍ତୁ

  • he jishu sarbasaktimana

    ହେ ଯୀଶୁ ସର୍ବଶକ୍ତିମାନ, ଧନ୍ୟ ସଦା ତୁମରି ନାମ
    ତ୍ରିଭୁବନେ ନାହିଁ କେହି ( ୨ ଥର) ତୁମ ସମାନ.. (ଘୋଷା)

    ଯୀଶୁ ଆମ ପଥ, ସତ୍ୟ, ଯୀଶୁ ଆମ ଜୀବନ
    ଜୀବନର ଚଲାପଥେ ଅଟ ଜ୍ୟୋର୍ତିମମ
    ସେ ନାମ ଭଜିଲେ ନିଶ୍ଚ ମିଳେ ପରିତ୍ରାଣ… || ୧ ||

    ଲକ୍ଷ୍ୟ ରଖି ଯୀଶୁଠାରେ ଗଢ଼ି ନେବା ଜୀବନ
    କରୁଥିବା ଧନ୍ୟବାଦ ଦେଇ ମନ ପ୍ରାଣ
    ପ୍ରିୟ ଯୀଶୁ ସାଥି ହୋଇ ( ୨ ଥର) ଥିଲେ ପାଶେ ଆମ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he biswa gouraba jishu tume

    ହେ ବିଶ୍ବ ଗୌରବ ଯୀଶୁ ତୁମେ
    ବନ୍ଦନା କରୁଛୁ ତୁମ ନାମେ
    ସ୍ଵାଗତିକା ଘେନ ସ୍ଵାଗତିକା ଘେନ
    ଆଶିଷ ନେଇ କର ଆଗମନ
    ଆମରି ଏଇ ଧାମେ
    ଆମରି ଏଇ ଧାମେ…. (ଘୋଷା)

    ଆଶାର ସରାଗେ ସୁହାଗ ଆବେଗେ
    ହେଉ ଉଲ୍ଲାସ ଆମ ପରାଣ
    ତୁମରି ଚରଣେ ସୁଶୋଭିତ ହେଉ
    ନିରାଶ ଏଇ ଜୀବନ…
    ଜ୍ୟୋତିର୍ମୟ ତୁମେ ସ୍ୱାଗତିକା ଘେନ
    କରୁ ଆରାଧନା ତୁମେ ରାଜାଧିରାଜନ
    ହେ ଖ୍ରୀଷ୍ଟ ରତନ…..|| ୧ ||

    ଅନାଦି ଅନନ୍ତ ଆହେ ବଳବନ୍ତ
    କରୁ ତୁମରି ରାଜ୍ୟ ନିର୍ମାଣ
    ଜଗତରେ ପୂଜା ପାଅ ସଦା କାଳ
    ସ୍ୱାଗତ ତୁମର ନାମ…
    ଦିପ୍ତିମୟ ତୁମେ ସ୍ଵାଗତିକା ଘେନ
    ପ୍ରଣତି ଜଣାଉ ହେ ରାଜ୍ୟାଧିରାଜନ
    ହେ ଖ୍ରୀଷ୍ଟ ରତନ … || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he nidralu kana karucha

    ହେ ନିଦ୍ରାଳୁ କ’ଣ କରୁଛ ? ଜାହାଜରେ ଶୋଇ ପଡ଼ିଛି !
    କେଉଁଠାରୁ ତୁମେ ଆସିଛି ? କେଉଁ ଭୁଲ ତୁମେ କରିଛି ?
    କୁହ ତୁମରି କେଉଁ ଦେଶ ? କାହା ସେବା ତୁମେ କରୁଛ ?
    ହା..ହା..ହା… ହୋ….. ହୋ…. ହୋ…. (ଘୋଷା)

    ବଡ ସହର ନୀନିବୀ ନଗର ଦୁଷ୍ଟତାରେ ଭରପୁର
    ଲାଗୁଛି ଡର ଯିବାକୁ ମୋର କେମିତି ହେବ ପ୍ରଷ୍ଟର
    ତର୍ଶାଶକୁ ମୁହଁ ଯାଉଛି ମହାପାପ ମୁହଁ କରିଛି
    ହା..ହା..ହା… ହୋ….. ହୋ…. ହୋ…. || ୧ ||

    ଏହି ସଂସାରେ ପାପ ସାଗରେ ଖେଳୁଅଛୁ ସିନା ଆମେ
    ମହା ତୋଫାନ ଆସିବ ଦିନ
    ପାରି ହେବା କେଉଁ ନାମେ ?
    ଜାହାଜର ନାବିକ ଯୀଶୁ, ଜୀବନ ପଥ ହି ଯୀଶୁ
    ହା…ହା…ହା… ହୋ….. ହୋ…. ହୋ…. || ୨ ||

    ଜାହାଜ ଯେବେ ବୁଡ଼େ ସାଗରେ ଆଉ ନାହିଁ ତାର ଗତି
    ଯୀଶୁଙ୍କ ବିନା ନାହିଁ କାହାର, ଦେବା ପାଇଁ ଆଉ ମୁକ୍ତି
    ଉଠ ଉଠ ମଠ ନ କର, ଚାଲ ପ୍ରଭୁ ଯୀଶୁଙ୍କ ପାଶ
    ହା…ହା..ହା… ହୋ….. ହୋ…. ହୋ…|| ୩ ||

    ସୂଚୀମାଳାକୁ ଫେରନ୍ତୁ

  • he raja mohoro parameswara

    ହେ… ରାଜା ମୋହର, ପରମେଶ୍ବର
    ଶୁଣ ମୋ କ୍ରନ୍ଦନ ସ୍ବର ପ୍ରାତଃ କାଳେ ପ୍ରାର୍ଥନା ମୋର (ଘୋଷା)

    ଭୟ ଭକ୍ତିରେ ଆସିଛି ତୁମ ମନ୍ଦିରେ ମସ୍ତକ ମୋ ନତ କରି
    ମହନୀୟ ପ୍ରେମେ ତୁମ ଭରସା ରଖି ଜଣାଉଛି ଦୁଃଖ ଗୁହାରୀ
    ନ୍ୟାୟ ପଥେ ତୁମେ କର ଚାଳନା ପଥ ମୋର କର ସୁଗମ ( ପ୍ରଭୁ)
    ଶୁଣ ବାରେ ଏ ନିବେଦନ || ୧ ||

    କରିବାକୁ ରକ୍ଷା ମୋର ଏହି ଜୀବନ ବାରେ ହୁଅ ।
    ଅ ବିରାଜମାନ
    ବିଳାପେ ମୁଁ କ୍ଲାନ୍ତ, ମୋ ଚକ୍ଷୁ କ୍ଷୀଣ ଶରୀର ମୋ ଜୀର୍ଣ୍ଣ ଶୀର୍ଣ୍ଣ
    ପ୍ରତି ରାତ୍ରିରେ ମୁଁ ଶଯ୍ୟା ଭିଜାଏ ଲୋତକ ଝରାଇ ଝରାଇ ( ପ୍ରଭୁ)
    ଶୁଣ ବାରେ ମୋ ଦୁଃଖ ଗୁହାରି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he prabhu asi mo dhyane

    ହେ ପ୍ରଭୁ ଆସି ମୋ ଧାନେ..ହୋ..ବିରାଜ ମୋ ହୃଦୟେ ତୁମେ
    କେତେ ଆଶା ନେଇ ନୟନେ… ହୋ..ଚାହିଅଛି ତବ ଦର୍ଶନେ (ଘୋଷା)

    ହୋଇଛି ରୁଦ୍ଧ ଯେ ନୟନ ମୋର ପାପ ପ୍ରଲୋଭନେ
    ଦେଖିବି ଭାବୁଛି ପାରେନା ଦେଖି ଅନ୍ଧ ମୁଁ ଯେ ମନେ
    ଦିଅ ଦେଖା ମୋର ଅନ୍ଧ ନୟନେ ନିଅ ତୁମରି ସନ୍ଧାନେ
    ଆହେ ପ୍ରେମମୟ ତୁମ ପ୍ରେମରେ ଦିଅ ଦର୍ଶନ ଏ ଜୀବନେ ହେ || ୧ ||

    ଅନାଦି ଅନନ୍ତ ଅସୀମ ତୁମେ ସର୍ବବ୍ୟାପି ତୁମେ
    ସବୁଠି ରହିଛି ତୁମରି ଶୋଭା ଅନୁଭବୀ ହିଁ ଜାଣେ
    ଦିଅ ଅନୁଭବ ଶକ୍ତି ଜୀବନେ ରହି ମୋ ମନ ଗଗନେ
    ହୋଇ ସହଭାଗୀ ତବ ଦର୍ଶନେ ଧନ୍ୟ ହୋଇବି ଏହି ଜୀବନେ ହୋ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he sadaprabhu mu tumbhara sarana

    ହେ ସଦାପ୍ରଭୁ ମୁଁ ତୁମ୍ଭର ଶରଣ ନେଉଛି
    ମୋତେ କେବେ ଲଜିତ ହେବାକୁ ଦିଅ ନାହିଁ (ଘୋଷା)

    ତୁମ୍ଭ ଧର୍ମ ଗୁଣରେ ମୋତେ, ଉଦ୍ଧାର କରି
    ମୋତେ ରକ୍ଷା କର
    ମୋ ପ୍ରତି ଆପଣା କର୍ଣ୍ଣ ଡେରି ମୋତେ ତ୍ରାଣ କର ||୧||

    କାରଣ ହେ ପ୍ରଭୁ ସଦାପ୍ରଭୁ
    ତୁମ୍ଭେ ହିଁ ଅଟ ମୋହରି ଭରସା
    ମୋ ବାଲ୍ୟ କାଳରୁ ତୁମେ ମୋର ବିଶ୍ବାସ ଭୂମି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he dharmikagana sadacharigana

    ହେ ଧାର୍ମିକଗଣ ସଦାଚାରୀଗଣ
    ପ୍ରଭୁଙ୍କର ମହାନାମେ ପ୍ରଶଂସା କର (ଘୋଷା)

    ନୂତନ ସଙ୍ଗୀତ ଗାଅ ତାଙ୍କ ଉଦ୍ଦେଶ୍ୟରେ
    ଆନନ୍ଦ ବଜାଇ ବାଦ୍ୟ ମଧୁର ତାନରେ
    ପ୍ରଭୁଙ୍କର ବାକ୍ୟ ସଦା ଯଥାର୍ଥ ଓ ସତ୍ୟ
    ବିଶ୍ଵସ୍ତତାରେ ତାହାଙ୍କ କାର୍ଯ୍ୟ ସାତ
    ବିଶ୍ୱ ସମୁଦାୟ ଆହେ ବିଶ୍ୱବାସୀ ପ୍ରଭୁଙ୍କୁ ଭୟ ଆଉ ଭକତି କର || ୧ ||

    ପ୍ରଭୁଙ୍କ ପରିକଳ୍ପନା ଚିର କାଳସ୍ଥାୟୀ
    ତାହାଙ୍କ ସଂକଳ୍ପ ସବୁ ଅଟେ ଚିରସ୍ଥାୟୀ
    ଧନ୍ୟ ସେ ଜାତି ଯା’ର ପ୍ରଭୁ ଯେ ଈଶ୍ବର
    ଧନ୍ୟ ମନୋନୀତ ସବୁ ଲୋକେ ଯେ ତାଙ୍କର ।
    ସହାୟ ସିଏ ଆମ ଢାଲ ସିଏ ନିରନ୍ତର ଥାଏ ଦୟା ପ୍ରେମ ତାଙ୍କର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • he iswara parameswara

    ହେ ଈଶ୍ଵର, ପରମେଶ୍ଵର
    ଖୋଜୁଛି ତୁମକୁ ମୋ ଅନ୍ତର
    ଏହି କ୍ଲାନ୍ତିକର ସ୍ଥାନରେ, ଜଳଶୁନ୍ୟ ଶୁଷ୍କ ପ୍ରାନ୍ତରେ
    ତୁମ ପାଇଁ ତୃଷିତ ମୋ ପ୍ରାଣ, ଆକାଂକ୍ଷିତ ଅଟେ ମୋ ଶରୀର (ଘୋଷା)

    ପବିତ୍ର ଧାମରେ ମୁଁ ଦେଖୁଛି ପରାକ୍ରମ ଗୌରବ ତୁମ୍ଭର
    ଜୀବନ ଅପେକ୍ଷା ଯେ ଉତ୍ତମ ସ୍ନେହପୂର୍ଣ୍ଣ କରୁଣା ତୁମ୍ଭର
    ସାରା ଜୀବନ ସ୍ତୁତି କରିବି…ତୁମ୍ଭ ନାମେ ହସ୍ତ ମୁଁ ତୋଳିବି
    ସାରା ଜୀବନ ସ୍ତୁତି କରିବି… ପରିତୃପ୍ତ ହେବ ପ୍ରାଣ ମୋର || ୧ ||

    ଶଯ୍ୟାରେ ଥାଇ ତୁମ୍ଭକୁ ସ୍ମରେ ଧାୟ ତୁମ୍ଭକୁ ପ୍ରତି ପ୍ରହରେ
    ଯେହେତୁ ତୁମେ ମୋର ସହାୟ ଗାନ କରିବି ପକ୍ଷ ଛାୟାରେ
    ତୁମ ସାନ୍ତି ମୋ ପ୍ରାଣ ରହେ ଦକ୍ଷିଣ ହସ୍ତ ଯେ ତୋଳି ଧରେ
    ତୁମ ସାନ୍ତି ମୋ ପ୍ରାଣ ରହେ ପ୍ରଶଂସା କରିବ ମୋ ଅଧର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • halleluyah halleluyah gaiba

    ହାଲିଲୁୟା ହାଲିଲୁୟା ଗାଇବା ଆସ ଆନନ୍ଦରେ
    ସଦାପ୍ରଭୁ ପରମେଶ୍ୱର ସେବିବା ସତ୍ୟ ଆତ୍ମାରେ (ଘୋଷା)

    ଯିହୋବା-ଯିରି, ତାହାଙ୍କ ନାମ,ଯୋଗାନ୍ତି ସକଳ ପ୍ରୟୋଜନ
    ଯିହୋବା-ନିଶି, ପାପ ବିନାଶି, ଜୟଦାତା ଜୀବନ ସମରେ || ୧ ||

    ଶାନ୍ତିଦାତା ଶାଲେମ ରାଜନ ତାଙ୍କ ରାଜ୍ୟ ଅଟେ ଚିରନ୍ତନ
    ତାଙ୍କ ପରଜା ଆମେ ସରବେ, ଭୋଗିବୁ ସୁଖ ସରଗରେ || ୨ ||

    ନିକଟବର୍ତ୍ତୀ ଯିହୋବା-ଶାମା, କେ ପାରେ ବଣ୍ଟି ତାଙ୍କ ମହିମା
    ଯିହୋବା-ରାଫା ଆରୋଗ୍ୟକାରୀ, ଚିରସାଥୀ ଦୁଃଖ ସୁଖରେ || ୩ ||

    ପାଳକ ଆମ ଯିହୋବା-ରୋହୀ, ମୁକତିଦାତା ସେ ମୃତ୍ୟୁଞ୍ଜୟୀ
    କର ଭଜନ ହେ ଭକ୍ତଗଣ ମଧୁମୟ ଯୀଶୁ ନାମରେ || ୪ ||

    ସୂଚୀମାଳାକୁ ଫେରନ୍ତୁ