Category: Odia

  • au kichi prabhu chahenna jibane

    ଆଉ କିଛି ପ୍ରଭୁ ଚାହେଁନା ଜୀବନେ
    ତୁମ୍ଭେ ଯଦି ଥାଅ କତିରେ,
    ସୁଖ ଦିଅ ଅବା ଦୁଃଖ ଦିଅ ପ୍ରଭୁ
    ସମାନ ସବୁ ମୋ କତିରେ … (ଘୋଷା)

    ହୁ ପାଇ ଯେବେ ତୁମଠୁ ପଳାଏ
    ବୁଲେ ମୁଁ ବାହାର ଅନ୍ଧାରେ,
    ଅଙ୍କୁଶ ପ୍ରହାରେ ଟାଣିଆଣ ମୋତେ
    ତୁମରି ପ୍ରଣୟ-କାରାରେ … |୧|

    ସୁଖ ଆଶା କରି ତୁମକୁ ମୁଁ ଛାଡ଼ି
    ବୁଲେ ସିନା ମରୀଚିକାରେ,
    ରବି ଶଶୀ ତାରା ଥାଉଁ ଦିଶାହରା
    ବୁଲିବୁଲି ମରେ ଅନ୍ଧାରେ … |୨|

    ଦୁଃଖ ଦେଇ ଯଦି ତୁମ୍ଭ ଦେଖା ପାଏଁ
    ରଖ ପ୍ରଭୁ ମୋତେ ଦୁଃଖରେ,
    ଯେଉଁ ସୁଖ ପାଇ ତୁମକୁ ହରାଏ
    (ମୋର) ଲୋଡ଼ା ନାହିଁ ସେହି ସୁଖରେ … |୩|

    ସୂଚୀମାଳାକୁ ଫେରନ୍ତୁ

  • mago diyaa jiba khojo paiba

    ମାଗ ଦିଆଯିବ ଖୋଜ ପାଇବା
    ଦୁଆରେ ଆଘାତ କର ଦୁଆର ଖୋଲାଯିବ … (ଘୋଷା)

    ଯୀଶୁପଥ ଯୀଶୁ ସତ୍ୟ ଯୀଶୁ ହିଁ ଜୀବନ
    ପାପୀ କ୍ଷମା ପାଏ ପୁଣି ପାଏ ପରିତ୍ରାଣ
    ଆସ ପରିଶ୍ରାନ୍ତ-ଭାରଗ୍ରସ୍ତ ସମସ୍ତ
    ଆସ ଆଜି ତୁମକୁ ବିଶ୍ରାମ ଦିଆଯିବା … |୧|

    ତୁମ ରାଜ୍ୟ ଆସୁ ପ୍ରଭୁ ସାରା ଏ ଜଗତେ
    ସେବା ଆରାଧନା ନିତି ତୁମ ଇଚ୍ଛା ମତେ
    ଯୀଶୁ ଦ୍ରାକ୍ଷାଲତା ପିତା କୃଷକ
    ତାଙ୍କରି ପାଇଁ ଉତ୍ତମ ଫଳ ଯେ ଫଳୁଥିବୁ … |୨|

    ସୂଚୀମାଳାକୁ ଫେରନ୍ତୁ

  • sarana neuchi charane tumari

    ଶରଣ ନେଉଛି ଚରଣେ ତୁମରି
    ହେ ପ୍ରଭୁ ପରମେଶ୍ଵର (୨ଥର)
    ଚଲାପଥେ ମୋର ଶୟତାନ ଠାରୁ
    ତୁମେ ମୋତେ ରକ୍ଷାକର (ଘୋଷା)

    ବିଦୀର୍ଣ୍ଣ କରିବ ସିଂହ ପରି ସେ ଯେ
    ଏହି ମୋର ଦେହ ପ୍ରାଣ
    ଚୂର୍ଣ୍ଣ କର ହେ ପରାକ୍ରମତାରେ
    ରଖ ତୁମେ ମୋର ପ୍ରାଣ
    କହି ପାରିବନି ଯେହ୍ନେ ସେ କେବେ ବି
    କିଏ ଅଛି ସାହା ତୋର … |୧|

    ଜୀବନର ସାହା ଚଲାପଥେ ରାହା
    ତୁମେ ତ ମୋହର ସବୁ
    ତୁମଲାଗି ମୋର ସକଳ ଗୌରବ
    ତୁମେ ତ୍ରିଭବନ ପ୍ରଭୁ
    ସେହି ପରାକ୍ରମେ ରକ୍ଷା କରି ମୋତେ
    ଆସିଲେ ହିଁ ଦୁର୍ଦ୍ଦିନ ଘୋର … |୨|

    ସୂଚୀମାଳାକୁ ଫେରନ୍ତୁ

  • jishu mo pranora bandhu

    ଯୀଶୁ ମୋ ପ୍ରାଣର ବନ୍ଧୁ
    ତୁମେ ଦୀନ ଦୟା ସିନ୍ଧୁ
    ଭାଙ୍ଗେ ମୋ ଅନ୍ତର, କାନ୍ଦେ ମୋ ଅନ୍ତର
    ଘେନ ମୋ ଲୋତକ ବିନ୍ଦୁ
    ତୁମେ ଦୀନ ଦୟା ସିନ୍ଦୁ (ଘୋଷା)

    ପାପର ବ୍ୟାଧୁ ଘେରିଛି ହୃଦେ
    କଳିଙ୍କିତ ଏ ଜୀବନ
    ଅନୁତାପର ଲୋତକ ଧାର
    ଝରାଏ ମୁଁ ଅନୁକ୍ଷଣ
    ଛୁଇଁ ଦିଅ ନାଥ କ୍ଷମାର ସେ ହାତ (୨ଥର)
    କ୍ଷମା ମୟ ପାପୀ ବନ୍ଧୁ
    ତୁମ୍ଭେ ଦୀନ ଦୟା ସିନ୍ଧୁ … |୧|

    ସଞ୍ଜ ସକାଳେ ମଧ୍ୟାହ୍ନ କାଳେ
    ଶୁଣ ମୋ ଆଉଁ କ୍ରନ୍ଦନ
    ତୁମ୍ଭ ପାତ୍ରରେ ମୋ ନେତ୍ର ଜଳ
    ରଖହେ ଦୁଃଖ ନାଶନ
    ପୋଛି ଦିଅ ନାଥ ମୋର ହୃଦ ତାପ
    ତୁମେ ମୋ ଆନନ୍ଦ ସିନ୍ଧୁ
    ତୁମ୍ଭେ ଦୀନ ଦୟା ସିନ୍ଧୁ … |୨|

    ସୂଚୀମାଳାକୁ ଫେରନ୍ତୁ

  • jagata tannibashi sada prabhunkara

    ଜଗତ ତନିବାସୀ, ସଦା ପ୍ରଭୁଙ୍କର ପ୍ରଶଂସା ଗାନ କର
    ହାଲିଲୁୟା (୭ଥର) …. (ଘୋଷା)

    ପ୍ରଭୁ ମହାନ ପ୍ରଶଂସନୀୟ
    ସବୁ ଦେବତା ମ ଭୟ ଯୋଗ୍ୟ
    ସକଳ ଦେବତା ପ୍ରତିମା ମାତ୍ର
    ମୋ ଯୀଶୁ ରାଜନ ଈଶ୍ଵର ସତ୍ୟ
    ମହିମା ସମ୍ଭମ, ତାଙ୍କ ନିକଟବର୍ତ୍ତୀ
    ଶକ୍ତି ସଂଭ୍ରମ ତାଙ୍କ ସମ୍ମୁଖବର୍ତ୍ତୀ
    ମହିମା ତାଙ୍କରି ପରାକ୍ରମ ତାଙ୍କରି (୨ଥର)
    ସର୍ବଦା ଗାନ କର … |୧|

    ସ୍ଵର୍ଗ ଯାହାର ସିଂହାସନ
    ପୃଥିବୀଯାହାକୁ ଯେ ପାଦ ପୀଠ
    କରନ୍ତି ନ୍ୟାୟ ସେ ବିଚାର ମଧୋ
    କରନ୍ତି ରାଜ୍ୟ ସେ ଗୋଷ୍ଠୀ ବର୍ଗ ମଧେ
    ଆକାଶ ପୃଥିବୀ ଆନନ୍ଦ କରୁ
    ସମୁଦ୍ର ବାରି ଗର୍ଜନକରୁ
    ମହିମା ତାଙ୍କରି, ଗୌରବ ତାଙ୍କରି (୨ଥର)
    ସର୍ବଦା ଗାନ କର … |୨|

    ସୂଚୀମାଳାକୁ ଫେରନ୍ତୁ

  • gaore jaya khristaname

    ଗାଆରେ ଜୟ ଖ୍ରୀଷ୍ଟନାମେ
    ହାଲୁୟା ହୋଶାନ୍ତା
    ସର୍ଗତେଜି ଆସିଛନ୍ତି ଦେଖି ନର ବେଦନା
    ହାଲିଲୁୟା ହୋଶାନ୍ତା (୨ଥର) … (ଘୋଷା)

    ଜାତ ସେ ବେଥିଲିହିମେ
    ପ୍ରେମ ସୁଧା ଝରଣା
    ଦୀନ ହୀନ ପାପୀ ଜନେ
    ବିତରଣେ କୁରଣା …ହୋ …(୨ଥର) … |୧|

    ଚାଲ ଗୋ ପାଳକ ସଙ୍ଗେ
    କରିବା ଗୋ ବନ୍ଦନା
    ସାର୍ଥକ ହେବ ଜୀବନ
    ଆମ ମନ କାମନା… ହୋ … |୨|

    ମାନବ ମୁକତି ଲାଗି
    ମହାପ୍ରେମ ସାଧନା
    ହାଲୁୟା …ହୋଶାନ୍ତା …(୨ଥର) … |୩|

    ସୂଚୀମାଳାକୁ ଫେରନ୍ତୁ

  • asuchanti dekha jishu meghamale

    ଆସୁଛନ୍ତି ଦେଖ ଯୀଶୁ ମେଘମାଳେ, ଯୀଶୁ ମେଘମାଳେ
    ଅୟୁତ ଅୟୁତ ଦୂତ ସାଧୁଦଳେ … ଏହି ଶେଷ କାଳେ (ଘୋଷା)

    ଛାଡ଼ ରଙ୍ଗ ରସ ଏହି ଶୁଭ ବେଳେ, ଶୁଭ ବେଳେ
    ପାପରୁ ଫେରିବା ଆଉ କେତେବେଳେ ?
    ଶରଣ ନିଅହେ ତାଙ୍କ ବାହୁ ତଳେ … ଏହି ଶୁଭ ବେଳେ … |୧|

    ଆକର୍ଷଣ କରି ନେବେ ଶୂନ୍ୟ ମଣ୍ଡଳେ… ଶୂନ୍ୟ ମଣ୍ଡଳେ
    ଅମାନ ମୁକୁଟ ଦେବେ ସେହି ସ୍ଥଳେ
    ମହାନନ୍ଦେ ଭାସୁଥିବା କାଳେ କାଳେ … ଆମେ ସାଧୁ ମେଳେ … |୨|

    ଅନ୍ଧ, ଛୋଟା ଅବେ ନାହିଁ ସେତେବେଳେ
    ନୂଆ ହୋଇଯିବେ ତାଙ୍କ ଶକ୍ତି ବଳେ
    ହରଷେ ନାଚିବେ ଯୀଶୁଙ୍କର କୋଳେ ତାଙ୍କ ଶକ୍ତି ବଳେ … |୩|

    ପ୍ରାର୍ଥନାରେ ଲାଗିଥାଅ ସବୁବେଳେ
    ଗର୍ଜନ କରୁଛି ଶତ୍ରୁ ସିଂହ ବଳେ
    ପରିକ୍ଷାରେ ପକାଇଦେବ ଶତ୍ରୁ କାଳେ ଅଜାଗ୍ରତ ହେଲେ … |୪|

    ସୂଚୀମାଳାକୁ ଫେରନ୍ତୁ

  • ଅତୁଳ ସେହି ପ୍ରେମର ଝର atula sehi premara jhara

    ଅତୁଳ ସେହି ପ୍ରେମର ଝର
    ଦେଖ ଝରିଯାଏ ।
    କାଲବରୀଠାରେ …ହୋ … (୨ଥର) … (ଘୋଷା)

    କେହି ପାରେ ନି ଜୀବନ ଦେଇ
    ଏହି ଜଗତରେ
    ପାପର ଦାଗ ଲିଭାଇ ଦେଇ ନିଜ ରକତରେ
    ରୁର ସେହି ପାପୀ ପାଇଁ ( ୨ ଥର)
    ଦେଖ ଝରି ଯାଏ
    କାଲବରୀ ପରେ …ହୋ … (୨ ଥର) … |୧|

    ସେ ମହା ପ୍ରେମ ପାଇବା ପାଇ
    ଯାହାକୁ ସେ ଥରେ
    ଜୀବନ ପାପ ଧୋଇବା ପାଇଁ
    କ୍ଷମା ଲହୁ ଧାରେ
    ଅସୀମ ସେହି ତ୍ୟାଗର କଥା
    କୁଶ କହି ଯାଏ …
    କାଲବରୀ ପରେ …ହୋ… (୨ଥର) … |୨|

    ସୂଚୀମାଳାକୁ ଫେରନ୍ତୁ

  • anutapo nira jharai dhaluchi

    ଅନୁତାପର ନୀର ଝରାଇ ଢ଼ାଳୁଛି ମୋ ଅନ୍ତର
    ଆମା ମନମୋର ୱଳି ଉଠୁଛି
    ପାପେ ପଡ଼ି ବାରମ୍ବାର (ଘୋଷା)

    କଣ୍ଟକ ଭରା ହୃଦୟ ମୋର
    ମାଗୁଛି ଆଶ୍ରା ତୋର ( ୨ ଥର)
    ସ୍ୱୀକାର କରି ସମସ୍ତ ଦୋଷ ମାଗୁଛି ମନ ମୋର (୨ ଥର)
    କ୍ଷମା କରହେ ସ୍ବର୍ଗୀୟ ପିତା
    ପାପ କାଳିମା ମୋର … |୧|

    ଭ୍ରାତା ଭଗ୍ନୀ ଓ ପ୍ରଭୁ ବିରୁଦ୍ଦ କରିଛି ପାପ ମୁହଁ (୨ଥର)
    ମାଗୁଛି କ୍ଷମା ପ୍ରାର୍ଥନା କରି ଆହେ ଜଗତ ସାଇଁ (୨ ଥର)
    ଶାନ୍ତି ଦିଅହେ ସ୍ବର୍ଗୀୟ ପିତା
    ତବକୋଳେ ବସାଇ … |୨|

    ସୂଚୀମାଳାକୁ ଫେରନ୍ତୁ

  • ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର anao thare krusha upare

    ଅନାଅ ଥରେ କୁଶ ଉପରେ ଝୁଲୁଛି ତାଙ୍କ ଶରୀର
    ମୁକତି ଘେନ ଯାଉଛି ଝରି ତାଙ୍କ ରୁଧୁର (ଘୋଷା)

    ହେଲେ ସେ ଦୁଃଖୀ ଆମରି ପାଇଁ ତେଜିଲେ ସରଗ
    ମରଣେ ତାଙ୍କ ଖୋଲିଲେ ପଥ ଅମର ପ୍ରେମର … |୧|

    ଆସରେ ଆସ ପାପୀ ମାନବ ଯୀଶୁଙ୍କ ଚରଣେ
    ହୋଇବ ସୁଚି ଗାଇବା ସ୍ତୁତି ତାଙ୍କରି ନାମରେ …. |୨|

    ସୂଚୀମାଳାକୁ ଫେରନ୍ତୁ