Category: Odia

  • anitya sansare bhai khrista ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାର

    ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାର
    ଯାହା ଦେଖି ଯାହା କର ସବୁ ଅସାର …(ଘୋଷା)

    ପିତାମାତା ବନ୍ଧୁ ଭ୍ରାତା
    କେ ନୁହନ୍ତି ମୁକ୍ତିକର୍ତ୍ତା
    ଖ୍ରୀଷ୍ଟ ଏକା ହଭା କତ୍ତା ଏ ଜଗତର …|୧|

    ଧନମାନ ଏ ସମ୍ପତ୍ତି କେ ନୁହନ୍ତି ଆତ୍ମା ଗତି
    ନ ଯିବେ ମରଣ କାଳେ ସଙ୍ଗେ କାହାର … |୨|

    ଯାହା କର ଏ ସଂସାରେ ଲେଖା ହୁଏ ସ୍ଵର୍ଗପୁରେ
    କରିବେ ଈଶ୍ୱର ଦିନେ ସବୁ ବିଚାର … |୩|

    ଧାର୍ମିକ ଲୋକଙ୍କୁ ନେବେ ସ୍ଵର୍ଗପୁରେ ବାସ ଦେବେ
    ପାପୀ ଲୋକଙ୍କୁ ରଖିବେ ନରକେ ଘୋର … |୪|

    ସ୍ଵର୍ଗ ସୁଖ ନର୍କ ଦୁଃଖ ଭୋଗିବାକୁ ଅଛି ଦେଖ
    ନ ହୁଅ ସଂସାରେ ରତ ଏ ଯେ ଅସାର … |୫|

    ଏଣୁ ଖ୍ରୀଷ୍ଟ ଆଶ୍ରା ନେଇ ଚଳ ଏ ସଂସାରେ ଭାଇ
    ଭୋଗିବ ସରଗ ସୁଖ ହେଲେ ବିଚାର … |୬|

    ସୂଚୀମାଳାକୁ ଫେରନ୍ତୁ

  • anutapa nira nei ଅନୁତାପ ନୀର ନେଇ.. କାନ୍ଦେ ମୋ ଅନ୍ତର

    ଅନୁତାପ ନୀର ନେଇ.. କାନ୍ଦେ ମୋ ଅନ୍ତର
    ଭାଳେ ମୁହିଁ, ଦେଲ କିମ୍ପା ମୋ ଲାଗି ରୁଧିର … (ଘୋଷା)

    ସୃଷ୍ଟି ପାଇଁ ମନେ କିମ୍ପା ସରାଗ ଯେ ଭରିଲ
    ତୁମେ କିମ୍ପା ନୀରବରେ କୃଶ ବହିଗଲ
    କୁଶ ଝରା ବାଣୀ ତୁମ କେତେ ଯେ ମଧୁର … |୧|

    ପାପ ପଥେ ହଜିଥିଲି ତୁମେ କିମ୍ପା ଖୋଜିଲ
    ମୋ ଜୀବନ ମୁକ୍ତି ଲାଗି ବ୍ୟଥା ସହିଲ
    ପତିତ ମୁଁ ଯାଏ ଛୁଇଁ ତୁମରି ପୟର … |୨|

    ସୂଚୀମାଳାକୁ ଫେରନ୍ତୁ

  • antaru mo jhare anutapa ଅନ୍ତରୁ ମୋ ଝରେ ଅନୁତାପ ନୀର

    ଅନ୍ତରୁ ମୋ ଝରେ ଅନୁତାପ ନୀର
    କ୍ଷମାକର ପ୍ରଭୁ (୩ଥର) ପାପ ମୋର …(ଘୋଷା)

    ପ୍ରତିଜ୍ଞା କରି ମୁଁ ପାରି ନାହିଁ ରଖି
    ନିଜ ପ୍ରାଣେ କରିପ୍ରେମ ତୁମକୁ ଉପେକ୍ଷି
    ଗରବ ଗାରିମା…..ଆ…. ଦୁର କର ମୋର
    ଏହି ମୋ ବିନତି (୩ଥର) ଶ୍ରୀ ପୟରେ …|୧|

    କି କରିବି ଏହି ଜୀବନକୁ ନେଇ
    ଅପରାଧୀ ମୁହି ପ୍ରଭୁ ମଥା ଯାଏ ନଇଁ
    ଜାଣି ଶୁଣି ପ୍ରଭୁ….ଉ… କଲି ମୁଁ ଅସ୍ବୀକାର
    ଥରେ ନୁହେଁ ପ୍ରଭୁ ୩ଥର) ଦୁଇ ଥର … |୨|

    ସୂଚୀମାଳାକୁ ଫେରନ୍ତୁ

  • ଅଭିବାଦନର କବିତା ଝରେରେ anhibadana ra kabita jhare

    ଅଭିବାଦନର କବିତା ଝରେରେ….ଧରଣୀର ଚଉଦିଗେ
    ସମୀର ନାଚଇ ଗହନ ବନରେ….
    ସାଗରେ ଖେଳେ ତରଙ୍ଗରେ
    ସ୍ଵପ୍ନ ଢେଉ ନାଚି ଉଠେରେ ମନ ସାଗରେ….
    ନାଚି ନାଚିକା ଗାଇ ଗାଇକା
    ଭାସି ଯାଉ…..(ଘୋଷା)

    ପୁଲକେ ଧରଣୀ ରାଣୀ ଆକାଶେ ମିଶି
    ଆକାଶ ବକ୍ଷେ ବଉଦ ଯାଉଛି ଭାସି
    ଧରଣୀର ନବ ଗାନେ, କୋଇଲିର ମଧୁସ୍ମନେ ( ୨ ଥର)
    ନାଚିଯିବା, ଗାଇଯିବା, କାନେ କାନେ କହିଯିବା
    ମହାନନ୍ଦରେ…..|୧|

    ପୂରୁବ ଦିଗେ ଜ୍ୟୋତିଷ ତାରକା ଦେଖି
    ନିରୀକ୍ଷନ୍ତି ପୁସ୍ତକକୁ ଶୀଘ୍ର ତନଖି ( ୨ ଥର)
    ସୁନା, କୁନ୍ଦୁରୁ, ଗନ୍ଧରସ, ଭେଟିନେଇଁ ତାଙ୍କ ପାଶ ( ୨ ଥର)
    ଆପାତି ପ୍ରଣମିଲେ, ଆନନ୍ଦରେ
    ବେଥିଲିହିମେ…..| ୨ |

    ସୂଚୀମାଳାକୁ ଫେରନ୍ତୁ

  • ଅର୍ପଣ କରୁଛି ମୁଁ ଦାନ ତୁମରି arpana karuchi mu dana

    ଅର୍ପଣ କରୁଛି ମୁଁ ଦାନ ତୁମରି
    ପ୍ରଭୁ ଗ୍ରହଣ କର ହ୍ମ ଆଦରି …(ଘୋଷା)

    ପାଇନି ବୋଲି କିଛି ନାହିଁ ଆହୁରି
    ଯାହା ମୋଠାରେ ଅଛି ସବୁ ତ ତୁମରି
    ଶୂନ୍ୟରେ ଆସିଛି ଶୂନ୍ୟରେ ଯିବି ଫେରି
    ରହିବନି ଆଉ କିଛି ଦାବି ମୋହରି, ପ୍ରଭୁ…
    ସମର୍ପ ନିଜକୁ ଉତ୍ସର୍ଗ କରି, ହେ ପ୍ରଭୁ … |୧|

    ଦେଇଛି ଉଛୁଲାଇ ଆହୁରି ଯାଚି
    ମାଗିବାକୁ ଆଉ ମୋର ବାକି କି ଅଛି ?
    ତୁମଠୁ ହେ ପିତା ଯୀଶୁକୁ ପାଇଛି
    ତାଙ୍କ ବଳି କି ଆଉ ଲୋଡ଼ିବା ଅଛି ? ପ୍ରଭୁ…
    ସମର୍ପ ନିଜକୁ ଉତ୍ସର୍ଗ କରି, ହେ ପ୍ରଭୁ … |୨|

    ସୂଚୀମାଳାକୁ ଫେରନ୍ତୁ

  • adam adam tume ey ki

    ଆଦମ୍…ଆଦମ୍…ଆଦମ୍… ତୁମେ ଏକି କଲ !
    ପନା ଫଳ ଖାଇ ତୁମେ ଅଭିଶପ୍ତ ହେଲ (ଘୋଷା)

    ଅନନ୍ତ ଜୀବନ ହରାଇ ମୃତ୍ୟୁ କିମ୍ପା ଲଭିଲ
    ଆରୋଗ୍ୟତାକୁ ହରାଇ ରୋଗ କିମ୍ପା ପାଇଲ
    ଶୟତାନ ଫାନ୍ଦେ ପଡ଼ିଗଲ କ୍ଷଣେ
    ଏତେ ବଡ଼ ଭୁଲ କଲି … |୧|

    କଥୋପକଥନ କରୁଥିଲ ଈଶ୍ବରଙ୍କ ଛାମୁରେ
    ବୃକ୍ଷ ଗହନେ ଲୁଚିଲ ତାଙ୍କ ମହାଡାକରେ
    ଫଳଟିକ ପାଇଁ ମନୁଷ୍ୟ ଜୀବନେ
    ପାପ କଳଙ୍କ ବୋଳିଲ … |୨|

    ସୂଚୀମାଳାକୁ ଫେରନ୍ତୁ

  • ame apana samasta manadei

    ଆମେ ଆପଣା ସମସ୍ତ ମନଦେଇ
    ପ୍ରଭୁଙ୍କ ସେବା କରିବା
    ସମସ୍ତ ହୃଦୟ ଶରୀରକୁ ନେଇ
    ପ୍ରଭୁଙ୍କ ସେବା କରିବା … (ଘୋଷା)

    ଜଗତର ବୁକୁପରେ ଆମେ ଲବଣ ସ୍ବରୁପ
    ଲବଣର ଗୁଣ ନେଇ ଭରିଦେବା ସୁସ୍ବାଦ
    ଅନ୍ଧକାର ଦୁନିଆରେ ଯୀଶୁଙ୍କର ଜ୍ୟୋତି ବଳେ ( ୨ ଥର)
    ଅବିରତ ଜ୍ଵଳୁଥିବା ….|୧|

    ପ୍ରଭୁଙ୍କ ବାକ୍ୟ ଅଟେ ଆମ ଜୀବନ ପ୍ରଦୀପ
    ସେ ପ୍ରଦୀପ ବଳେ ସଦା ହଜେ ପାପର ଅନ୍ଧାର
    ଶୁଭ ସମାଚାର ନେଇ, କୋଣେ କୋଣେ ଯିବା କହି ( ୨ ଥର)
    ଯୀଶୁଙ୍କ ସାକ୍ଷୀ ହୋଇବା….|୨|

    ଜୀବନର ଲକ୍ଷ୍ୟ ଆମ, ପହଞ୍ଚିବା ସେ ସିୟାନ
    ଦୁଦ୍ଦିନ ପରୀକ୍ଷାରେ ହେବା ଆମେ ବଳବାନ
    ଏହି ଶେଷକାଳ ପାଇଁ ଯୀଶୁଙ୍କ ଶକତି ନେଇ ( ୨ ଥର)
    ପ୍ରସ୍ତୁତ ହୋଇ ରହିବା…..|୩|

    ସୂଚୀମାଳାକୁ ଫେରନ୍ତୁ

  • akhira luha re dhoibi

    ଆଖିର ଲୁହରେ ଧୋଇବି ଚରଣ ବୋଲି
    ଖୋଜୁଛି କେତେ ମୁଁ ପାଉ ନାହିଁ ଦେଖା
    ଥକିଲିଣି ଚାଲି ଚାଲି ମୁଁ ( ୨ ଥର) …(ଘୋଷା)

    ତୁମେ କହିଥିଲ ଆଘାତ କରିଲେ ଦ୍ୱାରେ
    ଦୁଆର ଫିଟାଇ ପାଶେ ବସାଇବ ବାରେ
    ସେହି ଆଶା ମୋର ଆଶାରେ ରହିଲା
    ନିରାଶାରେ ଘୁରି ମଲି ମୁଁ (୨ ଥର) … |୧|

    ଭାବିଛି ମୋ ମନେ ତୁମକୁ ଖୋଜିଲା ବେଳେ
    ଅବିଶ୍ଵାସ କିଛି ଜାଗିଥିଲା ବୁକୁତଳେ
    ସେଥିପାଇଁ ମୋତେ ଦେଲ ନାହିଁ ଦେଖା
    ନିରାଶାରେ ଝୁରିମଲି ମୁଁ (୨ ଥର) … |୨|

    ପ୍ରଭୁଙ୍କ ପବିତ୍ର ଆତ୍ମାଙ୍କ ପରଶ ଦାନେ
    ଅବିଶ୍ୱାସ ନାଶି, ଚିତ୍ତ ଶୁଦ୍ଧ କଲ ପ୍ରେମେ
    ଦେଖୀ ମୁଁ ପାରିଛି ସେ ରୂପ ମାଧୁରୀ
    ମନ ଆଶା ଗଲା ଭରି ମୋ ( ୨ ଥର) … |୩|

    ସୂଚୀମାଳାକୁ ଫେରନ୍ତୁ

  • akasha mandala parameswaranka

    ଆକାଶମଣ୍ଡଳ ପରମେଶ୍ଵରଙ୍କ ଗଉରବ ବର୍ଣନା କରେ
    ଶୂନ୍ୟମଣ୍ଡଳ ତାଙ୍କ ହସ୍ତକୃତ କର୍ମ ସକଳ ପ୍ରକାଶ କରେ …(ଘୋଷା )

    ଦିନ ପରେ ଦିନ ସିଏ ବାକ୍ୟ ଉଚ୍ଚରେ
    ରାତି ପରେ ରାତି ଜ୍ଞାନ ପ୍ରକାଶ କରେ
    ରବ ତାର ବ୍ୟାପି ଥାଏ ସାରା ପୃଥିବୀରେ
    ବାକ୍ୟ ତାର ପ୍ରସାରିତ ଶେଷ ସୀମା ଯାଏ … |୧|

    ପ୍ରଭୁଙ୍କ ବ୍ୟବସ୍ଥା ସିଦ୍ଧ ପ୍ରାଣ ପାଇଁ ହିତ
    ପ୍ରମାଣବାକ୍ୟ ଅଟଳ ଜ୍ଞାନ ପ୍ରଦାୟକ
    ପ୍ରଭୁଙ୍କ ବିଧୁ ଯଥାର୍ଥ ଆନନ୍ଦଜନକ
    ଆଜ୍ଞା ସକଳ ନିର୍ମଳ ଚକ୍ଷୁର ଆଲୋକ … |୨|

    ତୁମ ବାକ୍ୟ ଦ୍ୱାରା ଦାସ ଚେତନା ଯେ ପାଏ ।
    ପ୍ରତିପାଳନରେ ତାର ମହାଫଳ ଥାଏ
    ମୋର ଶୈଳ ମୁକ୍ତି ଦାତା ଆହେ ସଦାପ୍ରଭୁ ।
    ମୁଖ ବାକ୍ୟ ହୃଦ ଧାନ ତୁମ୍ଭ ଗ୍ରାହ୍ୟ ହେଉ …|୩|

    ସୂଚୀମାଳାକୁ ଫେରନ୍ତୁ

  • awaj uthayenge

    ଆୱାଜ୍ ଉଠାଏଙ୍ଗେ
    ହମ୍ ସାଜ୍ ବଜାଏଙ୍ଗେ
    ହେ ଈଶୁ ମହାନ୍ ଆପନା ୟହ ଗୀତ୍ ସୁନାଏଙ୍ଗେ (ଘୋଷା)

    ସଂସାର କେ ସୁନ୍ଦତାମେ ୟହ ରୂତୋ ତେରା ହେ
    ଇନ୍ ଚାନ୍ଦ ସିତାରୌ ମେ ହି ଅ ଭି ତେରା ହେ
    ମହିମା କି ତେରୀ ବା ହମ୍ ସକୋ ବତାୟେଙ୍ଗ … |୧ |

    ଦିଲ୍ ତେରୀ ଖଜାନା ହେଁ ଏକ୍ ପାକ୍ ମୋହବକା
    ଥା ପାନ୍ ସକା କୋଇ ସାଗର୍ ହି ତୁ ଉଫତ୍ କା
    ହମ୍ ତେରୀ ମହବସେ ଦିଲ୍ ଅପନା ସଜାଏଙ୍ଗେ ..l ୨ l

    ନା ଦେଖ୍ ସକା ହକୋ ତୁ ପାକେ ସାଗର ମେ
    ଔର ବନକେ ମନୁଷ୍ଠ ଆୟା ସରଗ୍ ସେ ଧତି ମୋ
    ମୁକ୍ତି ଦାତା ତୁ ହି ଦୁନିଆ କୋ ବିତାଏଙ୍ଗେ … |୩|

    ସୂଚୀମାଳାକୁ ଫେରନ୍ତୁ