Category: Odia

  • asara dipali jali karuachi

    ଆଶାର ଦିପାଳୀ ଜାଳି କରୁଅଛି ପଦେ ଅଳି
    ଦିଅ ବାରେ ଡେଣା ମେଲି ବାହୁ ତୋଳି ତବ ଶାନ୍ତି (ଘୋଷା)

    ଆଶ୍ରୀହୀନ ହୋଇ ରହିଛି ମୁହିଁ
    ତୁମ ବିନା ଜଗତେ କେହି ନାହିଁ
    ଝରାଇ ଦିଅ ତୁମ ପ୍ରେମ ବାରି
    ନିବିଡ଼ ଘନ ଅନ୍ଧାରେ, ଡାକଇ ଅତି କାତରେ
    ଘନ ବାରେ ମୋ ମିନତି, ମୋ ମିନତି, ଏ ଆରତି… |୧|

    ଅନ୍ଧର ଲଉଡ଼ି ମୋ ଦୀନ ନାଥ,
    ଅନ୍ଧାରେ ଆଲୁଅ ଯେ ସତ୍ୟ ଈଶ
    ଦିଅ ବାରେ ଦେଖାଅ ତବ ମୁଖ
    ଆହେ ମୋ ଉଦ୍ଧାରକାରୀ ଏ ଭବୁ କର ହେ ପାରି
    ତୁମ ନାମ ଗାଇ ଗାଇ ଯାଉ ଦିନ ମୋର ସରି … |୨|

    ସୂଚୀମାଳାକୁ ଫେରନ୍ତୁ

  • asibe se mo priya jishu raja

    ଆସିବେ ସେ ମୋ ପ୍ରିୟଯୀଶୁ ରାଜା ମୋ ପ୍ରିୟଯୀଶୁ ରାଜା
    ଚମକିବ ଧରା ହେବ ଭୀତି ଭରା …(ଘୋଷା)

    ଆସିଥିଲେ ଦିନେ ଥରେ ଏହି ଧରା କୋଳେ
    ଦୁଃଖୀର ଦୁଃଖରେ ପୁଣି ଦୁଃଖୀ ସେ ହୋଇଲେ
    ଏଡ଼ାଇଲେ ପ୍ରତିବାଧା କଷଣ ସହିଲେ
    ପାପର ଅନଳ ଝାସେ ଆହୁତୀ ସାଜିଲେ
    କୁଶ ମଲେ ମୋ ପ୍ରିୟ ଯୀଶୁ ରାଜା…ମୋ ପ୍ରିୟ ଯୀଶୁ ରାଜା
    ମେଘରଥେ ଚଢ଼ି ନଭ ଦେଶ ଚିରି…ଆସିବେ ସେ ମୋ … |୧|

    ଶୁଭିବ ତୂରୀର ନାଦ ହଜିବ ଧରାର ନିଦ
    ଭାଙ୍ଗିବ ପଥର ଛାତି ଦୁରେ ଯିବ ଦୁଃଖ ରାତି
    କରିବେ ବିଚାର ଆମ ନ ଦେଶ ପରେ
    ନେଇ ଯିବେ ମନୋନୀତ ଅମର ପୁରରେ
    ଆସିବେ ସେ ମୋ ପ୍ରିୟ ଯୀଶୁ ରାଜା…ମୋ ପ୍ରିୟ ଯୀଶୁ ରାଜା
    ବିଚାରର ଶେଷ ନେବେ ଗଉରବେ…ସ୍ଵର୍ଗପୁରେ
    ମୋ ପ୍ରିୟଯୀଶୁ ରାଜା…ମୋ ପ୍ରିୟ ଯୀଶୁରାଜା … |୨|

    ସୂଚୀମାଳାକୁ ଫେରନ୍ତୁ

  • asa jiba samaste chala jiba

    ଆସ ଯିବା ସମସ୍ତେ ଚାଲିଯିବା…
    ଚାଲ ଯିବା ସମସ୍ତେ ଆସଯିବା
    ଆସୁଛନ୍ତି ଯୀଶୁରାଜା ତାଙ୍କୁ ଭେଟିବା …(ଘୋଷା)

    ବିଶ୍ଵାସୀମାନଙ୍କୁ ନେବା ପାଇଁ
    ଅନେକ ଦୂତ ସାଧୁଙ୍କୁ ନେଇ
    ସୁଲଳିତ ସ୍ଵରେ ଆଜି ଗୀତ ଗାଇବା
    ହରଷିତ ମନେ ଆଜି ବାଜା ବଜାଇ ….|୧|

    ଜାଗିଥାଅ ପ୍ରସ୍ତୁତ ହୋଇ
    ପ୍ରଦୀପ ସବୁ ଢଳାଇ ଦେଇ
    ପ୍ରଦୀପ ନ ଥିଲେ ଭେଟି ପାରିବା ନାହିଁ ।
    ସ୍ଵର୍ଗ ରାଜ୍ୟରେ ପ୍ରବେଶି ପାରିବା ନାହିଁ … |୨|

    ଆଉ ଡେରି ନ କର ଭାଇ
    ବିଳମ୍ବ ବୋଲି ଭାବ ନାହିଁ
    ପରିଷ୍କାର ହୁଅ ବେଗେ କୁଶକୁ ଯାଇ
    ଝରୁଅଛି ସେ କୁଶରୁ ରକ୍ତର ନଈ … |୩|

    ସୂଚୀମାଳାକୁ ଫେରନ୍ତୁ

  • asa prasansa gaiba

    ଆସ ପ୍ରଶଂସା ଗାଇବା, ଯୀଶୁ ତାନେ ଜାଗିବା
    ଆତ୍ମା-ପିତାଙ୍କୁ ଗୌରବ ଧନ୍ୟବାଦ ଦେବା … |୧|

    ଆହା କି ସୁଗନ୍ଧରେ ! ମୋ ପ୍ରାଣ ମନରେ
    ସେ ଯୀଶୁ ପ୍ରେମ ଭରି ଯାଏ କହି ନ ସରେ … (ଘୋଷା)

    ଆସ ଯୀଶୁଙ୍କୁ କୁଶରେ ଆଖି ଭରି ଦେଖିବା
    ସେ ଦୁଇ ଚରଣ ଧରି ବକ୍ଷରେ ରଖିବା … |୨|

    ଆସ ହେ ସେ ପୁଣ୍ୟରକ୍ତ ପାନ କରି ମାତିବା
    ସେ ନିଶାରେ ସବୁ ନରେ ଯାଇ ମତାଇବା … |୩|

    ସୂଚୀମାଳାକୁ ଫେରନ୍ତୁ

  • ahe ananta asima

    ଆହେ…ଅନନ୍ତ ଅସୀମ….
    ତୁମରି ମଧୁର ପ୍ରେମ
    କେ କରିପାରେ ବର୍ଣ୍ଣନା
    ତୁମ ପ୍ରେମ ପାଇଁ ଧନ୍ୟ… ଏ ଧରା ଧାମ … (ଘୋଷା)

    କାଗଜ ହୁଅନ୍ତା ଯଦି ଆକାଶର ବକ୍ଷ
    ଲେଖନୀ ହୁଅନ୍ତା ଯଦି ପ୍ରତି ଲତା ବୃକ୍ଷ
    ସାଗରର ନୀଳ ନେଇ ସେ ଲେଖନୀ ଯାକ
    ପ୍ରତିଟି ମଣିଷ ଯଦି ହୁଅନ୍ତେ ଲେଖକ
    ତଥାପି ସରନ୍ତା ନାହିଁ ଆକାଶର ସୀମା ଡେଇଁ
    ବଣ୍ଡିବାକୁ ପ୍ରଭୁ ତୁମ… ଅମୃତ ପ୍ରେମ … |୧|

    ଜଗତକୁ ପ୍ରେମ କଲ ପ୍ରଭୁ ହେ ଏମନ୍ତ
    ଦାନ କଲ ଏକମାତ୍ର ପ୍ରାଣ ପ୍ରିୟ ପୁତ୍ର
    ତପତ ରୁଧିର ଜାଳି କଲ ପ୍ରାୟଶ୍ଚିତ୍ତ
    ପାପୀ ପାଇଁ ଏଡ଼େ ପ୍ରେମ ଦେଖିଲା ମରତ
    ସେ ପ୍ରେମରୁ କଣିକାଏ, ଦିଅ ପ୍ରଭୁ ଏ ହୃଦୟ
    ସାରା ବିଶ୍ୱ ଭରିଯାଉ… ସେ ଦିବ୍ୟ ପ୍ରେମ … |୨|

    ସୂଚୀମାଳାକୁ ଫେରନ୍ତୁ

  • aha ki jatana mahara

    ଆହା କି ଯାତନା ମୋହର ହେ ପ୍ରଭୁ ପରାତ୍ପର
    ବନ୍ଦୀରୁ ଉଦ୍ଧାର କର, ପାପରୁ ଉଦ୍ଧାର କର …(ଘୋଷା)

    ଜଗତେ ଅଛି କଳଙ୍କ, ଜଗତେ ଅଛି ସଂକଟ
    ଏଥିରୁ ଉଦ୍ଧାର କରି ପ୍ରଭୁ, କର ମୋର ପାପ ଦୂର … |୧|

    ଜଗତରେ ନାହିଁ ଶାନ୍ତି ଭରିଅଛି ପାପ କ୍ରାନ୍ତି
    କର ହେ ମୋତେ ଉଦ୍ଧାର, ପ୍ରଭୁ କର ମୋର ପାପ ଦୂର … |୨|

    ପାପର ଅଭିଳାଷରେ ବୁଡ଼ିଛି ଏ ଜଗତରେ
    ଡାକୁଛି ଅତି କାତରେ ପ୍ରଭୁ ରଖ ହେ ତୁମ ସାଥିରେ … |୩|

    ସୂଚୀମାଳାକୁ ଫେରନ୍ତୁ

  • asa ahe asa

    ଆସ ..ଆହେ ଆସ,
    ଈଶ୍ଵରଙ୍କ ସ୍ତୁତି କରିବା
    ସେ ଯେ ଆମ ପରିତ୍ରାଣ ଶୈଳ ସ୍ବରୂପ
    ତାହାଙ୍କ ଉଦ୍ଦେଶେ ଜୟଧ୍ବନି କରିବା
    ଧନ୍ୟବାଦ ସହକାରେ ତାଙ୍କ ପାଶେ ଚାଲ
    ସଙ୍ଗୀତ ଗାଇ ତାଙ୍କ ଜୟଗାନ କରିବା … (ଘୋଷା)

    ସଦାପ୍ରଭୁ ପରମେଶ୍ବର ଅଟନ୍ତି ମହାନ
    ସର୍ବ ଦେବତାଙ୍କ ଉଦ୍ଧରେ ମହାନ ରାଜନ
    ଉଚ୍ଚ ପରବତ କିବା ସୁଗଭୀର ସ୍ଥାନ
    ସବୁ ତ ଅଟଇ ତାଙ୍କ ହସ୍ତାଧୀନ … |୧|

    ଆମେ ତାଙ୍କ ଚରାଭୂମି ଲୋକ, ସେ ଆମ ପାଳକ
    ତାହାଙ୍କ ହସ୍ତରେ ସୁରକ୍ଷିତ ମେଷ ସଦୃଶ
    ନିତ ମସ୍ତକେ ଆସ ପ୍ରଣାମ କରିବା
    ସେ ଆମ ଈଶ୍ବର, ତାହାଙ୍କୁ ପୂଜିବା … |୨|

    ସୂଚୀମାଳାକୁ ଫେରନ୍ତୁ

  • ahe bhaja mana khrista nama

    ଆହେ ଭଜ ମନ
    ଖ୍ରୀଷ୍ଟ ନାମରେ ହୋଇବ ପରିତ୍ରାଣ
    ଚିରେ ଭାବିଲେ ପାଇବ ଦରଶନ (ଘୋଷା)

    ଶୁନ୍ୟର ଉପରେ ମହା ଶୂନ୍ୟ
    ସେ ସବି ଉପରେ ତାଙ୍କ ସ୍ଥାନ
    ଜ୍ୟୋତିର୍ମୟ ସିଂହାସନର ଉପରେ
    ବିଜୟ ବିରାଜ ଦୟାବାନ … |୧|

    ସିଂହାସନ ଆଗେ ବିଦ୍ୟମାନ
    ଖର୍ବ ଖର୍ବ ଧର୍ମ ଦୂତଗଣ,
    ଚବିଶ ପ୍ରାଚୀନ ମୁକୁଟ କାଢ଼ିଣ
    ବୋଲୁଥାନ୍ତି ଧର୍ମ ଧର୍ମ ଧର୍ମ … |୨|

    ଅଗଣ୍ୟ ଜନତା ସାଧୁମାନ
    ସେବା ଭଜନାରେ କରି ଧ୍ୟାନ
    ପ୍ରେମେ ପରିପୂର୍ଣ୍ଣ ଆନନ୍ଦ କରନ୍ତି,
    ବିଜୁଳିର ପରି ତେଜୋବାନ … |୩|

    ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ବ୍ରହ୍ମ
    ଈଶ୍ଵର ଦକ୍ଷିଣେ ବିଦ୍ୟମାନ
    ବିଶ୍ବାସୀଙ୍କ ପାଇଁ କରନ୍ତି ପ୍ରାର୍ଥନା
    ଦିଅ ଧର୍ମ ଆତ୍ମା ଶାନ୍ତି ଦାନ … |୪|

    ଆହେ ସର୍ବ ଭକ୍ତଜନ ଶୁଣ
    ଈଶ୍ଵର ଦକ୍ଷିଣେ କର ଧାନ
    ମରଣ ପର୍ଯ୍ୟନ୍ତ ବିଶ୍ବାସୀ ହୋଇଣ
    ଅନ୍ତେ ଭୋଗ ସ୍ଵର୍ଗ ସୁଖମାନ … |୫|

    ସୂଚୀମାଳାକୁ ଫେରନ୍ତୁ

  • ahe mo dayasagara dhara

    ଆହେ ମୋ ଦୟାସାଗର ଧର ଦୟାରେ ହାତ ମୋହର
    ଦୟା ତୁମ ପାରିବାର ଆଶାବାଡ଼ି ଦୁର୍ବଳର
    ଧର ଦୟାରେ ହାତ ମୋହର … (ଘୋଷା)

    କାନ୍ଦି କାନ୍ଦି ବକ୍ଷ ଯାଏ ଭିଜି
    ପ୍ରତିଦିନର ମୋ ପାପ ହେଜି ପ୍ରତି ରାତ୍ରିର ମୋ ଦୋଷ ହେଜି
    ପହଞ୍ଚିବ ସ୍ଵର୍ଗ ତୁମର ମୋର ପ୍ରାର୍ଥନା ଅନୁତାପର … |୧|

    ଆସିଛି ନେଇ ମୋ ଅନ୍ତର
    ଭାଙ୍ଗିବାକୁ ଚରଣେ ତୁମର ଧୋଇବାକୁ ଚରଣେ ତୁମର
    ଅନୁତାପର ଲୁହକୁ ନେଇ କେଶେ ପୋଛିବି ପାଦ ତୁମର … |୨|

    ବଳ ତୁମେ ହିଁ ଦୁର୍ବଳର
    ନାଥ ତୁମେ… ଅନାଥର, ଆଶ୍ରୟ… ନିରାଶ୍ରୟର
    ଦୃଜ ଗଢ଼ ହେ ଯୀଶୁ ମୋହର ନାହିଁ ତ୍ରାଣ ବିନା ତୁମର … |୩|

    ସୂଚୀମାଳାକୁ ଫେରନ୍ତୁ

  • ananta jibana pathe mate ଅନନ୍ତ ଜୀବନ ପଥେ ମୋତେ ନେଇଯାଅ

    ଅନନ୍ତ ଜୀବନ ପଥେ ମୋତେ ନେଇଯାଅ
    ଯୀଶୁ ରାଜା ମୋର ସାଥେ ହାତ ଧରିଥାଅ …(ଘୋଷା)

    ଶୟତାନ ଆଣେ କେତେ ପରୀକ୍ଷା ଜୀବନେ
    ଆଘାତ କରଇ ସେ ଯେ ଖାଲି ଅକାରଣେ
    ଡରିବିନି ପ୍ରଭୁ କେବେ ସାହା ହୋଇଥାଅ …|୧|

    ବିଶ୍ବାସ ନାବରେ ମୋର ଆସେ ଯେ ଭଉଁରୀ
    ଧରିଥାଅ ମଙ୍ଗ ମୋର ହୋଇ ତ ନାଉରୀ
    ବିଶ୍ବାସ ନଉକା ମୋର ପାରି କରି ନିଅ … |୨|

    ସୂଚୀମାଳାକୁ ଫେରନ୍ତୁ