Category: Odia

  • kampi uthe ey dhara dhame

    କମ୍ପି ଉଠେ ଏ ଧରାଧାମ
    ନେଲେ ବୋଲି ଯୀଶୁ ଜନମ
    ଝୁମି ଉଠେ ଏ ତନୁ ପ୍ରାଣ
    ନେଲେ ବୋଲି ଯୀଶୁ ଜନମ
    ହସୁଛି ନୀଳ ଗଗନ
    ନାଚୁଛି ଗିରି କାନନ
    ଆନନ୍ଦିତ ଲାଗେ ଏ ମନ
    ଉଲ୍ଲସିତ ହୁଏ ଏ ପ୍ରାଣ….=୦=

    ସୃଷ୍ଟି କାଳାବଧି ଯାହାଙ୍କ ବିଷୟ
    ଧର୍ମ ଶାସ୍ତ୍ରେ ଥିଲା ଲିଖିତ
    ପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତ
    କଲେ ତାହା ସଫଳିକୃତ
    ପିତାଙ୍କ ଆଦେଶମାନ
    ମାନିଲେ ଯୀଶୁ ରାଜନ
    ଆନନ୍ଦିତ ଲାଗେ ଏ ମନ
    ଉଲ୍ଲସିତ ହୁଏ ଏ ପ୍ରାଣ….=୦

    ସରଗର ଦୂତ ହୋଇ ଉପସ୍ଥିତ
    କହିଲେ ନ ହୁଅ ଭୟାର୍ତ୍ତ
    ଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତ
    ପାପ ତାପ କରିବେ ଧୌତ
    ମାନବ ରୂପ ଧରିଣ
    ଆସିଲେ ମର୍ତ୍ତ୍ୟ ଭୂବନ
    ଆନନ୍ଦିତ ଲାଗେ ଏ ମନ
    ଉଲ୍ଲସିତ ହୁଏ ଏ ପ୍ରାଣ….=୦

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ

    ସୂଚୀମାଳାକୁ ଫେରନ୍ତୁ

  • sesa ghanti bajilani

    ଶେଷ ଘଣ୍ଟି ବାଜିଲାଣି
    ମହା କ୍ଳେଶ ପାଖେ ଆସିଲାଣି
    ଜାଗ ଜାଗ ଜାଗ ବନ୍ଧୁ ଗଣ ଜାଗ
    ଜାଗି ଉଠ ଏହି କ୍ଷଣି
    ସତର୍କର ଶେଷ ବାଣୀ
    ଚଉଦିଗେ ଏବେ ଶୁଭିଲାଣି
    ଶୁଣ ଶୁଣ ଶୁଣ ବନ୍ଧୁ ଗଣ ଶୁଣ
    ମନ ଦେଇ ଯାଅ ଶୁଣି
    ଶେଷ ଘଣ୍ଟି ବାଜିଲାଣି………=୦=

    ଶୋଇବ କେତେ ନିଦ୍ରିତ ହୋଇ
    କ୍ଷଣିକ ହେଲେ ସମୟ ନାହିଁ
    ବିଳମ୍ବ ଆଉ ନ କର କେହି
    ଜାଗ୍ରତ ହୁଅ ମନ ଫେରାଇ
    ଭୂମିକମ୍ପ ଘଟିଲାଣି
    ମହାଯୁଦ୍ଧ ଆରମ୍ଭ ହେଲାଣି
    ଉଠ ଉଠ ଉଠ ବନ୍ଧୁ ଗଣ ଉଠ
    ଚେଇଁ ଉଠ ଏହି କ୍ଷଣି………=୧=

    ଏମିତି ଯଦି ହେଳା କରିବ
    ତେବେ କେମିତି ରକ୍ଷା ପାଇବ
    ଯୀଶୁଙ୍କୁ ଯଦି ହୃଦେ ରଖିବ
    ଶେଷରେ ପରିତ୍ରାଣ ଲଭିବ
    ସମୟଟା ସରିଲାଣି
    ଯୁଗ ଶେଷ ଦିନ ଆସିଲାଣି
    ଫେର ଫେର ଫେର ବନ୍ଧୁଗଣ ଫେର
    ଫେରି ଆସ ଏହି କ୍ଷଣି………=୨=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ

    ସୂଚୀମାଳାକୁ ଫେରନ୍ତୁ

  • kandhe aji mo antara

    କାନ୍ଦେ ଆଜି ମୋ ଅନ୍ତର
    କଥା ଭାବି ସେ କ୍ରୁଶର (୨ଥର)
    ଆହା କି ଯନ୍ତ୍ରଣା ଆହା କି ବେଦନା (୨ଥର)
    ସହିଲ ହେ ପ୍ରଭୁ ମୋର (୨ଥର)…..| ୦|

    କୋରଡ଼ା ପ୍ରହାରେ ପ୍ରଭୁ
    ହେଲ ତୁମେ ପ୍ରହାରିତ
    ସର୍ବାଙ୍ଗ ଶରୀର ତୁମ
    ହେଲା ରକତେ ରଞ୍ଜିତ (୨ଥର)
    ଦାରୁଣ କଷଣ ନିନ୍ଦା ଅପମାନ (୨ଥର)
    ସହିଲ ହେ ଯୀଶୁ ମୋର (୨ଥର)……..|୧|

    ବହି ନେଲ ନିଜ କାନ୍ଧେ
    ଜଗତର ପାପ ଭାର
    ଝରାଇଲ କେତେ ପ୍ରଭୁ
    ତପୋତ ରୁଧିର ଧାର (୨ଥର)
    ମାନବ କାରଣ ଦେଇ ନିଜ ପ୍ରାଣ (୨ଥର)
    ସାଧିଲ ପ୍ରେମ ତୁମର (୨ଥର) …. |୨|

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ

    ସୂଚୀମାଳାକୁ ଫେରନ୍ତୁ

  • kete kalare mana papore thibu

    କେତେ କାଳ ରେ ମନ ପାପରେ ଥିବୁ
    ମିଛ ମାୟା ଜଞ୍ଜାଳେ ପଡ଼ି ରହିବୁ
    ନିଜ ଜୀବନକୁ କେବେ ସଜାଡ଼ିବୁ
    ଯୀଶୁ ନିକଟକୁ କେବେ ତୁ ଫେରିବୁ
    ବିଳାସ ବ୍ୟସନ ଚିତ୍ତବିନୋଦନ
    ଆଉ କେତେ ଦିନ କରୁଥିବୁ…..
    ନିଜ ଜୀବନକୁ କେବେ ସଜାଡ଼ିବୁ
    ଯୀଶୁ ନିକଟକୁ କେବେ ତୁ ଫେରିବୁ =୦=

    ଜଗତର ପଛେ କେତେ ହେବୁ ଧାବମାନ
    ଭୋଗ ବିଳାସରେ କେତେ କାଟୁଥିବୁ ଦିନ
    ଅନ୍ୟାୟ ଭାବରେ କେତେ ଅରଜିବୁ ଧନ
    ମନ୍ଦ ଅଭିଳାଷେ କେତେ ଦେବୁ ତୋର ମନ…
    ରଙ୍ଗ ରସ ସବୁ ଯଦି ନ ଛାଡ଼ିବୁ
    ନରକ ଯନ୍ତ୍ରଣା ଦିନେ ତୁ ଭୋଗିବୁ…
    ନିଜ ଜୀବନକୁ କେବେ ସଜାଡ଼ିବୁ
    ଯୀଶୁ ନିକଟକୁ କେବେ ତୁ ଫେରିବୁ….=୧=

    ଜଗତର ସୁଖ ସବୁ ଅଟେ ଦିଦିନିଆ
    ତଥାପି ବୁଝୁନୁ କାହିଁ ହେଉ ଅମାନିଆ
    ଫେରିଆ ଫେରିଆ ଧନ ଛାଡ଼ି ମୋହମାୟା
    ଯୀଶୁଙ୍କୁ ଦେଇଯା ମନ ହେବେ ତୋର ସାହା…
    ଯଦି ତୁ ଯୀଶୁଙ୍କୁ ହୃଦେ ସ୍ଥାନ ଦେବୁ
    ଅନନ୍ତ ଜୀବନ ନିଶ୍ଚେ ତୁ ଲଭିବୁ….
    ନିଜ ଜୀବନକୁ କେବେ ସଜାଡ଼ିବୁ
    ଯୀଶୁ ନିକଟକୁ କେବେ ତୁ ଫେରିବୁ..=୨=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ

    ସୂଚୀମାଳାକୁ ଫେରନ୍ତୁ

  • emiti pape budithibu kete dina

    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ
    କେବେ ଛାଡ଼ିବୁ ମନ୍ଦ ଗୁଣ
    କେବେ ହେବୁ ପରିବର୍ତ୍ତନ
    କେବେ ଦେବୁ ଯୀଶୁଙ୍କୁ ସ୍ଥାନ
    କେବେ କରିବୁ ତାଙ୍କୁ ଧ୍ୟାନ
    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୦=

    ଆଉ କେତେ ଦିନ ବନ୍ଧୁ କରୁଥିବୁ ହେଳା
    ଜୀବନଟା ଚାଲିଗଲେ ବୁଡ଼ିଯିବ ଭେଳା
    ବଦଳାଇ ଦେ ନିଜକୁ ଥାଉ ଥାଉ ବେଳା
    ନୋହିଲେ ଭୋଗିବୁ ଦିନେ ନରକର ଜ୍ୱାଳା
    ଜାଣି ଶୁଣି ସବୁ କଥା ଭୁଲାଉଛୁ ନିଜ ମଥା (୨ଥର)
    ସଜାଡିବୁ କେବେ ମନ
    ହେବୁ କେବେ ସଂଶୋଧନ
    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୧=

    ମାୟା ମରିଚିକା ପଛେ କେତେ ଧାଉଁଥିବୁ
    ରଙ୍ଗ ରସ ମତ୍ତତାରେ କେତେ ମାତିଥିବୁ
    ଛଳ କୂଟ କପଟରେ କେତେ ବୁଡିଥିବୁ
    ଅସାର ପଥରେ କେତେ ବାଟ ଚାଲୁଥିବୁ
    ଛାଡ଼ି ଏ ମିଛ ଦୁନିଆ ଯୀଶୁ ପାଶେ ତୁ ଫେରିଆ (୨ଥର)
    ଦେବେ ତୋତେ ପରିତ୍ରାଣ
    ଧନ୍ୟ ହେବ ତୋ ଜୀବନ
    ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନ =୨=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ

    ସୂଚୀମାଳାକୁ ଫେରନ୍ତୁ

  • jishu mo prana jishu mo trana

    ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ
    ଯୀଶୁ ହିଁ ଏକା ମୋହର
    ପଥ ସତ୍ୟ ଜୀବନ
    ଯୀଶୁ ମୋ ଧନ ଯୀଶୁ ମୋ ଜ୍ଞାନ
    ଯୀଶୁ ହିଁ ଏକା ମୋହର
    ପଥ ସତ୍ୟ ଜୀବନ …………=୦=

    ଯୀଶୁ ହିଁ ଚାଳକ ଦୁର୍ଗମ ପଥର
    ଯୀଶୁ ହିଁ ନାବିକ ଜୀବନ ନଦୀର
    ଯୀଶୁ ହିଁ ରକ୍ଷକ ବିନାଶ କାଳର
    ଯୀଶୁ ହିଁ ଆଲୋକ ଅନ୍ଧାର ବାଟର
    ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ
    ଯୀଶୁ ହିଁ ଏକା ମୋହର
    ପଥ ସତ୍ୟ ଜୀବନ…………..=୧=

    ନାଥ ସେ ଅଟନ୍ତି ଅନାଥ ଜନର
    ଆଶା ସେ ଅଟନ୍ତି ନିରାଶା ମନର
    ବଳ ସେ ଅଟନ୍ତି ଦୁର୍ବଳ ପ୍ରାଣର
    ଢାଲ ସେ ଅଟନ୍ତି ବିଶ୍ୱାସୀ ଗଣର
    ଯୀଶୁ ମୋ ଧନ ଯୀଶୁ ମୋ ଜ୍ଞାନ
    ଯୀଶୁ ହିଁ ଏକା ମୋହର
    ପଥ ସତ୍ୟ ଜୀବନ
    ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣ
    ଯୀଶୁ ହିଁ ଏକା ମୋହର
    ପଥ ସତ୍ୟ ଜୀବନ ………..=୨=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ

    ସୂଚୀମାଳାକୁ ଫେରନ୍ତୁ

  • ame ta jishunka choto choto

    ଆମେ ତ ଯୀଶୁଙ୍କର ଛୋଟ ଛୋଟ ପିଲା
    ହେବୁନି ଆଉ କେବେ ଚଗଲା, ହେ ଭାଇ
    ପୁର୍ଥନରେ, ବାଇବଲ ପଢ଼ରେ (୨ଥର)
    କରିବୁନି ଜମା ହେଳା ହେଳା ହେଳା..

    ସୂଚୀମାଳାକୁ ଫେରନ୍ତୁ

  • ahe pabitra prabhu iswara

    ଆହେ ପବିତ୍ର ପ୍ରଭୁ ଈଶ୍ବର ରସନାରେ
    ରାଜ ରସନାରେ ତବ ଏ ମନ୍ଦିରେ …(ଘୋଷା)

    ବସିଅଛୁ ତବ ପୟରେ (ଆ1)
    ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେ
    କର ଅଧ୍ୟଷ୍ଠାନ ନାଶି ପାପତମ
    ଜ୍ବଳି ଉଠୁ ହୃଦୟ ଭକ୍ତି ଭରେ … |୧|

    ତୁମେ ଜ୍ୟୋତଃ, ତୁମେ ଶକତି (ପ୍ରଭୁ)
    ତୁମେ ମୁକ୍ତି, ତୁମେ ଜୀବନ
    ଜାଳ ପ୍ରେମାନଳ ଉଠୁ ଭକ୍ତିରୋଳ
    ପ୍ରତି ଅନ୍ତରେ ଶାନ୍ତି ଆନନ୍ଦରେ … |୨|

    ଭକ୍ତି ପ୍ରତି ଅମୀୟ ଜଳେ ଦିଅ ଭରି ସର୍ବ ଅନ୍ତରେ
    ସ୍ତୁତି ପ୍ରଶଂସାରେ ପୂଜା ବନ୍ଦନାରେ
    ଯାଉ ଜୀବନ ମଜି ଶ୍ରୀ ନାମରେ … |୩|

    ସୂଚୀମାଳାକୁ ଫେରନ୍ତୁ

  • ame re saraga basi

    ଆମେରେ ସରଗ ବାସୀ, ଜଗତେ ଆମେ ବିଦେଶୀ
    ବଞ୍ଚିଥିବୁ ଯେତେ ଦିନ, ଗାଉଥିବୁ ଯୀଶୁ ନାମ
    ଦେଖାଇବୁ ସତ୍ୟାଲୋକ ଅନ୍ଧକାରକୁ ନାଶି…ନାଶି…ନାଶି (ଘୋଷା)

    ଆଜି ସିନା ଆସିଅଛି ଦୁଃଖଭରା ଦିନ
    ପ୍ରେମ ଶାନ୍ତି ସତେ ଅବା ଅଳୀକ ସପନ
    ଅନାହାର, ରୋଗ, ଦୁଃଖ, ମୃତ୍ୟୁର କ୍ରନ୍ଦନ
    ଏ ଧରାରେ ରହିଥିବ ସେ ତ ଚିରଦିନ
    ସୁଖେ ଦୁଃଖେ ସାଥି ଆମ ରହିଥିବ ଯୀଶୁ ନାମ
    ରହିଥିବା ଯେତେ ଦିନ ଆମେ
    ଏ ଜଗତେ ହସି ହସି ହସି …. |୧|

    ଦୀନ ଦୁଃଖୀ ଲୋତକକୁ ଆମେ ପୋଛି ଦେବା
    ପ୍ରେମ ଦେଇ ଶତୁମନେ ଯୀଶୁ ଛବି ଆଙ୍କି ଦେବା
    ଯୀଶୁ ଏକା ପଥ, ସତ୍ୟ, ଜୀବନ ଓ ଜ୍ୟୋତି
    ପ୍ରକାଶିବା ପ୍ରାର୍ଥନାରେ ଯୀଶୁଙ୍କର ଶକ୍ତି
    ଚିର ମୁକ୍ତ, ଚିର ଶାନ୍ତି ପାଇବା ସେ ଦିବ୍ୟଶକ୍ତି
    ହେବା ଆମେ ଯେବେ ସେହି ସରଗର ନିବାସୀ…ନିବାସୀ..ନିବାସୀ … |୨|

    ସୂଚୀମାଳାକୁ ଫେରନ୍ତୁ

  • aradhana ho aradhana

    ଆରାଧନା ହୋ ଆରାଧନା ଖୁଦାବନ୍ ଈଶୁକ ଆରାଧନା … (ଘୋଷା)

    ଶାନ୍ତିଦାତା କି ଆରାଧନା ମୁକ୍ତିଦାତା କି ଆରାଧନା … |୧|
    ମେରେ ମଶୀହା କି ଆରାଧନା ଜୀବନ୍ ଦାତା କି ଆରାଧନା … |୨|
    ଦୂତୋ କେ ସଙ୍ଗ-ସଙ୍ଗ ଆରାଧନା ସ୍ତୁତି ପ୍ରଶଂସା କି ଆରାଧନା ..|୩|
    ତାଲି ବଜାକେ ଆରାଧନା ନାତେ ଗାତେ ଆରାଧନା .. |୪|
    ପବିତ୍ର ଦିଲ୍ ସେ ଆରାଧନା ପ୍ରେମି ମସେ ଆରାଧନା … |୫|
    ହାତ୍ ଉଠାକେ ଆରାଧନା ଈଶୁ ରାଜାକି ଆରାଧନା … |୬|

    ସୂଚୀମାଳାକୁ ଫେରନ୍ତୁ