Category: Odia

  • kara ehi sanapilanku asisha

    କର ଏହି ସାନ ପିଲାଙ୍କୁ ଆଶିଷ
    ପ୍ରଭୁ କରି ତବ କରୁଣା ପ୍ରକାଶ …(ଘୋଷା)

    ଆହେ ଇଶ୍ଵରଙ୍କ ପୁତ୍ର ତୁମ୍ଭ ଛାମୁକୁ ଆଣୁଅଛୁ ଆମ ପ୍ରିୟତମ ଶିଶୁଙ୍କୁ
    ଦୟାହସ୍ତ ତୁମ୍ଭର ଥୁଅ ତାଙ୍କ ଉପର
    ଘରୁ ତାଙ୍କୁ ଆବର ପ୍ରେମ ବାହୁ ତୁମ୍ଭର
    ତବ ସ୍ବର୍ଗୀୟ ଗୃହେ ପ୍ରବେଶ ହେବା ଯାଏ।
    ପ୍ରେମ ବଚନେ ତାଙ୍କୁ ଆକର୍ଷ … |୧|

    ଗୁରୁତର ଭାର ଅଟେ ଶିଶୁ ପାଳନ ତେଣୁ ନିରାଶ ହୁଏ ତା’ ଭାବିଲେ ମନ
    ମାତ୍ର ଏହା ନିଶ୍ଚିତ ତୁମ୍ଭ ପ୍ରେମ ଅତ୍ୟନ୍ତ
    ତୁମ୍ଭ ପ୍ରାର୍ଥନା ଶୁଣି ଉତ୍ତର ଦେବ ପୁଣି
    ଏଣୁ ତୁମ୍ଭର ଗୃହେ ତାଙ୍କ ପ୍ରବେଶ ଯାଏ
    ପ୍ରେମ ବଚନେ ତାଙ୍କୁ ଆକର୍ଷ … |୨|

    ଅଟୁ ଆମ୍ଭେମାନେ ନାନା ଦୋଷରେ ପୂର୍ଣ୍ଣ ତାହା ଦେକୁ ତାଙ୍କ ଦୃଷ୍ଟି ସୁତୀଷ୍ଟ
    କୁକର୍ମ ଅନୁବର୍ତ୍ତୀ ଯେହ୍ନ ସେହି ନୁହନ୍ତି
    ଏଣୁ ତାହାଙ୍କ ଦୃଷ୍ଟି ରଖ ତୁମ୍ଭର ପ୍ରତି
    ତବ ସ୍ବର୍ଗୀୟ ଗୃହେ ପ୍ରବେଶ ହେବା ଯାଏ
    ପ୍ରେମ ବଚନେ ତାଙ୍କୁ ଆକର୍ଷ … |୩|

    ସହସ୍ର ସହସ୍ର ଭ୍ରାନ୍ତି ଜନକ ପଥ ସେ ଶିଶୁମାନଙ୍କ ଆଗେ ଅଛି ବିସ୍କୃତ
    କରି ତହିଁ ଭ୍ରମଣ ଘଟାନ୍ତି ବା ମରଣ
    ଏଣୁ ହେ ପ୍ରଭୁ ଧରି ରଖ ହସ୍ତ ତାଙ୍କରି
    ତବ ସ୍ବର୍ଗୀୟ ଗୃହେ ପ୍ରବେଶ ହେବାଯାଏ
    ପ୍ରେମ ବଚନେ ତାଙ୍କୁ ଆକର୍ଷ … |୪|

    ଶିଶୁଙ୍କର ତ୍ରାଣକର୍ତା ତୁମ୍ଭେ ବିଖ୍ୟାତ ତେଣୁ ହୁଏ ଭରସାରେ ଆନନ୍ଦଚିତ
    ଅଛୁ ବିଶ୍ୱାସେ ଜ୍ଞାତ ତବ ସୁଅଭିମତ
    ତୁମେ ପ୍ରାର୍ଥନା ତୁଛି ନ କରିବ କଦାଚ
    ଏଣୁ ତୁମ୍ଭର ଗୃହେ ତାଙ୍କ ପ୍ରବେଶ ଯାଏ
    ପ୍ରେମ ବଚନେ ତାଙ୍କୁ ଆକର୍ଷ_ ….|୫|

    ସୂଚୀମାଳାକୁ ଫେରନ୍ତୁ

  • kantakita ehi bandhura jibana

    କଣ୍ଟକିତ ଏହି ବନ୍ଧୁର ଜୀବନ ପଥପରେ
    ପାରିବୁନି ବାଟ ଗଲିବାକୁ ତୁହି
    ଯୀଶୁ ବିନା ଜଗତରେ …(ଘୋଷା)

    ମରିଚିକାର ପଛେ ଧାଇଁଛି ଶୁନ୍ୟ ହାତେ ତୁ ଝୁରି ମରୁଛୁ
    ଗୁହିଁ ଦେ ଆଜି ଥରେ ସେ କୁଶକୁ
    ପାଇବୁ ଶାନ୍ତି କେତେ ସତେ ପାରିବୁନି ବାଟ…. I୧I

    ମାଟି ମଣିଷ ମାଟି ହୋଇବୁ ଯୀଶୁ ବିନା ତୁ ନରକେ ଯିବୁ
    ଡାକି ଦେ ଆଜି ଥରେ ତୋ ହୃଦୟ
    ଜୀବନ ଦେବେ ନୂଆଁ ତୋତେ ପାରିବୁନି ବାଟି…. |୨|

    ସୂଚୀମାଳାକୁ ଫେରନ୍ତୁ

  • ehi sesakale suni jao thare

    ଏହି ଶେଷକାଳେ ଶୁଣିଯାଅ ଥରେ
    ଫେରିବାକୁ କୁଶପଥେ…( ୨ ଥର)
    ଘେରିଛି ଜୀବନେ ପାପର କାଳିମା
    ଛପିଛି ଅନ୍ତରେ ଆଶା ( ୨ ଥର)
    ଭରିଅଛି ପ୍ରାଣେ ସଂସାରର ମୋହ
    ଅନୀତି ଜୀବନ ଭାଷା …(ଘୋଷା)

    ଚାଲିଯାଏ ବେଳକାଳ ଦିନ
    ସରିଆସେ ମାନ ଅଭିମାନ
    ବିଚାର କରିବେ ଯେଉଁଦିନ
    ହେବୁ ତୁହି ବାଳୁଙ୍ଗା ସମାନ
    ଆଜିବି ରହିଛି, ଭାବିବାକୁ ମନେ ଅନୁତାପର ଏ ସମୟ … |୧|

    ଗର୍ବଦମ୍ଭ, ମାନ, ଅଭିମାନ
    ତେଜି ସବୁ ଜଗତର ମୋହ
    ଯୀଶୁରେ ରଖ ବିଶ୍ବାସରେ ମନ
    ପାଇବୁରେ ଅନନ୍ତ ଜୀବନ
    ଆଜିବି ରହିଛି, ଭାବିବାକୁ ମନେ ଏହି ତୋର ଶେଷ ସମୟ … |୨|

    ସୂଚୀମାଳାକୁ ଫେରନ୍ତୁ

  • ei dekha jishu bahi neuchanti

    ଏଇ ଦେଖ ଯୀଶୁ
    ବହି ନେଉଛନ୍ତି କୁଶ ( ୨ ଥର)
    ନିଜ ନିଜ କୃଶ ବହି ନେଇ ତୁମେ
    ତାଙ୍କ ପଛେ ପଛେ ଆସ (ଘୋଷା)

    କେତେ ଯେ କଷଣ କେତେ ଯେ ଯାତନା, ତଥାପି ସେ ଧୀର
    ଦୁଇ ପାଖେ ଦେଖି କାନ୍ଦୁଛି ଜନତା ଆଖି ଲୁହ ଝର ଝର
    କଣ୍ଟାର ମୁକୁଟ ସତେବା କହୁଛି ଦୁଃଖରେ ବି ତୁମେ ହସ … |୧|

    ସେ ତ କହୁଛନ୍ତି ତୁମେ କାନ୍ଦ ନାହିଁ, ମୋ ପାଇଁ କାନ୍ଦ ନାହିଁ
    ତୁମ ସନ୍ତାନ ପାଇଁ ଯଦି ପାର ଲୁହ ଦିଅ ତୁମେ ଢ଼ାଳି
    କୁଶ ବିଦ୍ଧ ହେଲେ, ପାପ ଅଭିଯୋଗ ହୋଇଯିବ ସବୁନାଶ … |୨|

    ସୂଚୀମାଳାକୁ ଫେରନ୍ତୁ

  • ei achi ei nahi manisha jibana

    ଏଇ ଅଛି ଏଇ ନାହିଁ ମଣିଷ ଜୀବନ… ମଣିଷ ଜୀବନ…
    ତଥାପି ଅସାର ଯେତେ, କାଲିର ସ୍ବପନ
    ମଣିଷ ଜୀବନ…(ଘୋଷା)

    ମନ ଆଖି ଦେଖେ ଯାହା ଆଗାମୀର ପାଇଁ
    ଜାଣେନା ସେ କାଲି ସତେ ଆସିବ କି ନାହିଁ
    କେହି ତ ଭାବେନା ରହେ ଜୀବନେ ମରଣ
    ମଣିଷ ଜୀବନ… |୧|

    ମିଛ ଜୀବନରେ ସଦା ମାୟା ପ୍ରଲୋଭନ
    ଖୋଜେ ନା ମଣିଷ କେବେ ମରଣେ ଜୀବନ
    ଦିଏ ଯା କେବଳ ଭବେ ପ୍ରଭୁଙ୍କ ଶରଣ
    ମଣିଷ ଜୀବନ…|୨|

    ସୂଚୀମାଳାକୁ ଫେରନ୍ତୁ

  • udhara karihe mote prabhu

    ଉଦ୍ଧାର କରିହେ ମୋତେ ପ୍ରଭୁ କର ଉଦ୍ଧାର
    ପାପ ଜଗତରୁ ମୋତେ, ପ୍ରଭୁ କର ଉଦ୍ଧାର
    ଦୁଷ୍ଟ ସିଂହ ନ୍ୟାୟ, କରଇ ଗର୍ଜନ ଗ୍ରାସିବାକୁ ଦିଆବଳ
    କର ଉଦ୍ଧାର…… (ଘୋଷା)

    ଜୀବନ ଯାତ୍ରାର ଚଲାପଥେ ପ୍ରଭୁ
    ସାହାରା ନାହିଁ ମୋ କେହି
    କେତେ ଝଡ଼ଝଞ୍ଜା ଘନେଇ ଆସୁଛି ସହିବାକୁ ବଳ ନାହିଁ
    ଏ ମିଛ ଦୁନିଆ ଅଟେ ଦି ଦିନିଆ
    ଅସାର ସବୁ ଅସାର…କର ଉଦ୍ଧାର … |୧|

    ଦୀନ ଦରିଦ୍ରତା, ମୃତ୍ୟୁ, ଅସୁସ୍ଥତା
    ଜଗତେ ରହିଛି ଭରି
    ଅଶାନ୍ତ ଜଗତେ ଶାନ୍ତି ବୋଲି କିଛି ଜୀବନେ ମୁଁ ପାଉ ନାହିଁ
    କାହାଠାକୁ ଯିବି କା ଆଗେ କହିବି
    କେହି ନୁହେଁ ତ ନିଜର….କର ଉଦ୍ଧାର ! … |୨|

    ପାପେ ପରିପୂର୍ଣ୍ଣ ମୁହିଁ ଦୀନହୀନ
    କରୁଅଛି ନିବେଦନ
    ହେ ଯୀଶୁ ସୁନ୍ଦର ଢ଼ାଳି ରକ୍ତ ଧାର କରି ମୋତେ ପରିତ୍ରାଣ
    ତୁମ ବିନା ଶାନ୍ତି ନାହିଁ ଗତିମୁକ୍ତି
    ଧରିଛି ତବ ପୟର…..କର ଉଦ୍ଧାର … |୩|

    ସୂଚୀମାଳାକୁ ଫେରନ୍ତୁ

  • iswara amaku ede prema kale

    ଈଶ୍ଵର ଆମକୁ ଏତେ ପ୍ରେମ କଲେ
    ସେ ନିଜ ପ୍ରେମ ପ୍ରକାଶିଲେ,
    ଆମକୁ ମୁକ୍ତ କରିବା ପାଇଁ
    ଯୀଶୁ ଖ୍ରୀଷ୍ଟଙ୍କୁ ଦାନ କଲେ (୨ ଥର)
    ସେ ନିଜ ପ୍ରେମ ପ୍ରକାଶିଲେ (୨ ଥର) …. (ଘୋଷା)

    ଆମରି ପାଇଁ ସେ ଗଗଥାରେ
    ନିଜ ପ୍ରାଣ ଦେଲେ କୃଶ ଉପରେ
    କବର ଠାରୁ ସେ ନିଜ ଶକ୍ତି ବଳରେ
    ଜୀବିତ ହୋଇ ପୁଣି ଉଠିଲେ….
    ସେ ପଥର ଯାତ୍ରୀ ଆମେ
    ଚାଲ ତାଙ୍କୁ ପୂଜିବା, ତାଙ୍କ ପ୍ରେମେ ମଜି ଆମେ ….|୧|

    ପ୍ରଭୁଙ୍କ ମହିମା ସ୍ଵର୍ଗ ପୃଥିବୀରେ
    ପ୍ରଶଂସା ଗୌରବ ହେଉ ସଦା ନିରନ୍ତର
    ଆନନ୍ଦମୟ ସେ ଅନନ୍ତ କାଳ
    ଯହିଁରେ ଆତ୍ମାର ହୁଏ ପ୍ରତିକାର
    ଜୀବନର ଜ୍ୟୋତି ବୋଲି
    ଋଲ ତାଙ୍କୁ ଡାକିବା ତାଙ୍କ ପ୍ରେମେ ମଜି ଆମେ ….. |୨|

    ସୂଚୀମାଳାକୁ ଫେରନ୍ତୁ

  • jagi utho abilambhe sakala

    ଜାଗି ଉଠ ଅବିଳମ୍ବେ ସକଳ ଜନତା
    ହେଳା କର ନାହିଁ ଆଉ ଆଗମନ କଥା
    ଆସୁଛନ୍ତି ଯୀଶୁ ରାଜା ହୋଇ ସେ ତ ବିଚାର କରତା =0=

    ଉତ୍ତମ ବୀହନ ଯେତେ ଫଳିଛି ଏହି ଜଗତେ
    ଅମାରରେ ସଂଗ୍ରହ କରିବେ
    ଯଦିବା ଫଳିଛି ସତେ ବାଳୁଙ୍ଗା ବୀହନ କେତେ
    ସେ ସବୁକୁ ଅଲଗା ରଖିବେ
    ସଞ୍ଚିତ ରଖିଛି ଯିଏ ଯୀଶୁଙ୍କ ବାରତା
    ପାଇବ ଶେଷରେ ସିଏ ଫଳ ପ୍ରଚୁରତା
    ଆସୁଛନ୍ତି ଯୀଶୁ ରାଜା ହୋଇ ସେ ତ ବିଚାର କରତା =1=

    ଫଳିଅଛି ଯେଉଁ ଜନ ତିରିଶି ରୁ ଶହେ ଗୁଣ
    କରିବେ ସେ ତାହାଙ୍କ ସନ୍ତାନ
    ଯାହାର ଆତ୍ମା ଜୀବନ ହୋଇ ନାହିଁ ଫଳବାନ
    ଖ୍ୟାତ ସେ ପାପାତ୍ମାର ସନ୍ତାନ
    ଯାହାଙ୍କ ହୃଦୟେ ନାହିଁ ଦୋଷ ଦୁର୍ବଳତା
    ଛୁଇଁବନି କେବେ ତାଙ୍କୁ ନରକର ବ୍ୟଥା
    ଆସୁଛନ୍ତି ଯୀଶୁ ରାଜା ହୋଇ ସେ ତ ବିଚାର କରତା =2=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ

    ସୂଚୀମାଳାକୁ ଫେରନ୍ତୁ

  • satarka tike ruha

    ସତର୍କ ଟିକେ ରୁହ
    ଜୀବନ ବଦଳାଅ
    ମୋହ ମାୟାରୁ ଦୂରେଇ ରୁହ
    ଅଭିଳାଷରୁ ପୃଥକ ହୁଅ
    ଆସୁଛି ଦୁଃସମୟ
    ଯୀଶୁ ପାଶେ ରଖ ହେ ଲୟ
    ଯୀଶୁ ହେବେ ସଦା ସହାୟ….=୦=

    ଆକାଶମଣ୍ଡଳ ବିଚଳିତ ହେବ
    ନକ୍ଷତ୍ର ସକଳ ଖସି ପଡ଼ିଯିବ
    ସୂରୁଜ ଆପଣା ତେଜ ହରାଇବ
    ଚନ୍ଦ୍ର ପୃଷ୍ଠ ସବୁ ରକ୍ତମୟ ହେବ
    ମାଡ଼ି ଆସିବ ମହା ପ୍ରଳୟ
    ସାରା ଜଗତ ହେବ ବିଳୟ
    ପ୍ରାଣ ହେବ ଅଥୟ
    ଯୀଶୁ ପାଶେ ରଖ ହେ ଲୟ
    ଯୀଶୁ ହେବେ ସଦା ସହାୟ….=୧=

    ପ୍ରଚଣ୍ଡ କ୍ରୋଧରେ ଅଗ୍ନି ବରଷିବ
    ସାରା ସୃଷ୍ଟ ବସ୍ତୁ ଜଳି ପୋଡ଼ିଯିବ
    ଆକାଶ ହଲିବ ପୃଥିବୀ କମ୍ପିବ
    ରକ୍ତ ଅଗ୍ନି ଆଉ ଧୂମ ଦେଖାଯିବ
    ଅଧର୍ମ ଯେତେ ବୃଦ୍ଧି ପାଇବ
    ସବୁରି ପ୍ରେମ ଶିଥିଳ ହେବ
    ସରିଯିବ ସମୟ
    ଯୀଶୁ ପାଶେ ରଖ ହେ ଲୟ
    ଯୀଶୁ ହେବେ ସଦା ସହାୟ….=୨=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ

    ସୂଚୀମାଳାକୁ ଫେରନ୍ତୁ

  • jishu mu tumaku hrude rakhibi

    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି
    ସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)
    ତୁମ ନାମ ଭଜୁଥିବି…..
    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି…=୦=

    ତୁମ ପ୍ରେମ ମୁଁ ସ୍ମରିବି
    ତୁମ ଗୁଣ ମୁଁ ଗାଇବି
    ତୁମ ସେବା ମୁଁ କରିବି
    ତୁମ ଆଜ୍ଞା ମୁଁ ମାନିବି
    ପ୍ରାତଃ କାଳରେ ଦିବା ରଜନୀରେ (୨ଥର)
    ପ୍ରାର୍ଥନାରେ ଜାଗି ରହିବି…..
    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି…=୦=

    ତୁମ ରବ ମୁଁ ଶୁଣିବି
    ତୁମ ବାକ୍ୟ ମୁଁ ପଢିବି
    ତୁମ ପଛେ ମୁଁ ଚାଲିବି
    ତୁମ ବିଧି ମୁଁ ଶିଖିବି
    ସ୍ଥିର ଚିତ୍ତରେ ଭୟ ଭକତିରେ
    ତୁମ ସ୍ତୁତି କରୁଥିବି …..
    ଯୀଶୁ ମୁଁ ତୁମକୁ ହୃଦେ ରଖିବି
    ମନ ପ୍ରାଣ ଦେଇ ପୂଜା କରିବି…=୦=

    ଗୀତ ରଚନା ଓ ସ୍ୱର ସଂଯୋଜନା
    ଅମିତ୍ ବଡ଼ନାୟକ

    ସୂଚୀମାଳାକୁ ଫେରନ୍ତୁ