Category: Odia

  • kehi nahi mara jagata nijara

    କେହି ନାହିଁ ମୋର ଜଗତେ ନିଜର
    ଆଶ୍ରା ନେବି ମୁଁ କାହାର
    ଏ ମାୟା ସଂସାର ସବୁ ହିଁ ଅସାର
    ଦିନେ ହେବ ନାରଖାର … (ଘୋଷା)

    ଅସାର ଜଗତେ ଚାଲିବି କେମନ୍ତେ
    ବଳ ଶକ୍ତି ନାହିଁ ମୋର
    ଦିନେ କାନ୍ଦୁଥାଏ ଦିନେ ଭାବୁଥାଏ ।
    ଯୀଶୁ ମୋତେ ଦୟାକର … |୧|

    ଭିକାରୀ ସମାନ ଅଟଇ ଜୀବନ
    କାଟେ ଦୁଃଖେ ଦିନ ମୋର
    ଭୋକିଲା ଜୀବନେ ଚାହେଁ ମୋର ପ୍ରାଣ
    ଦେବ କେ ମୁO ଆହାର …. |୨|

    ସଂସାର ଜଞ୍ଜାଳ ଦିନ ପ୍ରତିଦିନ
    ଆସେ ହୋଇ ଭୟଙ୍କର
    ହେଉଛି କାତର ମୋ ପ୍ରାଣ ଅସ୍ଥିର
    ଦିଅ ସ୍ଥିର ମତି ମୋର … |୩|

    ଆହେ ପ୍ରିୟ ଯୀଶୁ କରଇ ନିର୍ଭର
    ତୁମେ ଏକା ଆଶ୍ରା ମୋର
    ଅରପିବି ଆତ୍ମା କୁଶ ତଳେ ତବ
    ରଖି ସୁସ୍ମିର ନିରନ୍ତର … |୪|

    ସୂଚୀମାଳାକୁ ଫେରନ୍ତୁ

  • keu dina saragaru asibe

    କେଉଁ ଦିନ ସରିଗରୁ ଆସିବେ ମୋ ରାଜା
    କରିବି ତାଙ୍କୁ ମୁଁ ଚରଣେ ପୂଜା …(ଘୋଷା)

    ଝୁରୁଛି ନିତି ଦିବସ ରାତି ଚାହିଁ ବସିଛି ଜାଳି ନୟନ ବତୀ
    ଦେଖିବାକୁ ଅନୁପମ… ମୁଖର ଶୋଭା … |୧|

    ଭକତି ଭରେ, ଲୋତକ ଝରେ ଧୋଇବି ପାଦ ମୁଁ ମମତା ଭରେ
    ମନ ଦେବି ବସାଇବି… ମୋ ହୃଦେ ସଦା … |୨|

    ପୀରତି ଫୁଲ ଗୁଛିଛି ମାଳ ପ୍ରେମ ସରାଗେ ଦେବି ଗଳେ ତାଙ୍କର
    ପ୍ରିୟତମ ଆସିବେ ମୋ… ଜଗିବି ସଦା … |୩|

    ସୂଚୀମାଳାକୁ ଫେରନ୍ତୁ

  • kuhare kahaku khojucha tumbhe

    କୁହରେ …କୁହରେ …ହେ…କୁହ..କୁହରେ କାହାକୁ ଖୋଜୁଛ ତୁମ୍ଭେ
    ନାହାନ୍ତି ଆଉ ସେ ଏଠାରେ
    ସ୍ଵୟଂଜୀବୀ ସ୍ଵୟନ୍ତୁ ସେହି ମୃତ୍ୟୁର ବନ୍ଧନ ଛିଣ୍ଡାଇ…ହୋ
    ସେ ତ ଉଠିଛନ୍ତି କବର ଫିଟାଇ
    ଦେଖ କବର ପଡ଼ିଛି ଶୂନ୍ୟ ହୋଇ
    ଶୁଭେ ବାଣୀ ଦୂତ ମୁଖରେ …(ଘୋଷା)

    ଥର ଥର ହୋଇ କମ୍ପିଲା ଏ ମହୀ
    ସ୍ରଷ୍ଟାଙ୍କୁ ପାରିନି ରଖି କବର ଲୁଚାଇ
    ଛିଣ୍ଡିଲା ଜଞ୍ଜିର ଘୁଞ୍ଚିଲା ପଥର
    ଉଠିଲେ ଜୀବନ ପାଇ ସେ ଯୀଶୁ ମୃତ୍ୟୁଞ୍ଜୟୀ
    ଚହଳ ପଡ଼ିଲା ଧରାରେ, ଜୟଧ୍ବନି ଉଠେ ସ୍ଵର୍ଗରେ… ହୋ…
    ସେ ତ ଉଠିଛନ୍ତି କବର ଫିଟାଇ … |୧|

    ଘୁଞ୍ଚିଲା ଜୀବନ୍ମ ମରଣର ଭୟ
    ମୃତ୍ୟୁକୁ ଗ୍ରାସ କରିଛି ଖ୍ରୀଷ୍ଟଙ୍କର ଜୟ
    ମାନବ ଜଗତ ହୁଅ ଉଲ୍ଲସିତ
    ଯୀଶୁ ଆମ ଖୋଲିଦେଲେ ସରଗର ପଥ
    ଗାଅ ସର୍ବେ ଉଚ୍ଚ କଣ୍ଡରେ ବିଜୟୀ ଯୀଶୁଙ୍କ ନାମରେ… ହୋ…
    ସେ ତ ଉଠିଛନ୍ତି କବର ଫିଟାଇ … |୨|

    ସୂଚୀମାଳାକୁ ଫେରନ୍ତୁ

  • kuha kalabari niraba na rahi

    କୁହ କାଲବରୀ; ନୀରବ ନ ରହି
    କୁଶର କରୁଣ କଥା
    ସତେ କି ତୋ’ ଦେହେ ଝୁଲିଥିଲେ ସେହି ନୂଆଁଇ ଆପଣା ମଥା
    କାଲବରୀ, କାଲବରୀ କୁହ କାଲବରୀ …. (ଘୋଷା)

    ଆକୁଳ କରେ ସିଏ ଉଚ୍ଚାରିଲେ ସେହି ବାଣୀ
    ଏଲୋହି ଏଲୋହି ଲାମା ସବଥାନି ପୂର୍ଣ୍ଣ କରି ଭାବବାଣୀ … |୧|

    ବେଦନାର ଏ ଗୁହାରି ଶୁଭିଲା କି ତୋ ଉପରେ
    ପିତା କ୍ଷମା କର, ପାପ ମନୁଷ୍ୟର ଅଜ୍ଞାନେ ଯାଆନ୍ତି କରି” … |୨|

    ଅନ୍ଧକାର ଭେଦ କରି ନୀରବତା ଛିନ୍ନ କରି
    “ସମାପ୍ତ ହୋଇଲା ତା’ କଣ୍ଟୁ ଶୁଭିଲା ବିଜୟର ଏହି ବାଣୀ …. |୩|

    ସୂଚୀମାଳାକୁ ଫେରନ୍ତୁ

  • kie se jagataku asithila

    କିଏ ସେ ଜଗତକୁ ଆସିଥିଲା ପରିତ୍ରାଣର ପଥ ଖୋଲିଦେଲା
    ପାଇଅଛୁ କିରେ ତାଙ୍କୁ ହୃଦୟରେ
    ଯୀଶୁ ନାମ ଜଗତେ ଚହଟି ଗଲାରେ
    ଜୟ ଜୟ ଗାନେ ଉଡ଼ାଇ ଧୂଜା
    ଆସିବେ ଆମର ସରଗ ରାଜା
    ତାଙ୍କ ପାଇଁ ହୃଦୟ ସଜା …(ଘୋଷା)

    ଆମକୁ ନେବାପାଇଁ ସରଗରୁ
    ଯୀଶୁ ରାଜା ଆସି ଗଲେଣି (ଭାଇ) ଆସି ଗଲେଣି
    ଆକାଶୁ ତୁରୀଶବ୍ଦ ମହାନନ୍ଦେ
    ଆମ ପାଇଁ ଶୁଭି ଯିବଣି (ଭାଇ) ଶୁଭି ଯିବଣି
    ଜଗତ ଯିବ ଜୁଳି ଅନ୍ଧାର ଯିବ ଚାଲି ଆସିଯିବ ଏକ ନୂଆଁ ପୃଥିବୀରେ … |୧|

    କିସ ଭାବି ରହିଛୁ ମନେ ତୋର
    ଦିନ ସବୁ ସରି ଗଲାଣି (ଭାଇ) ସରି ଗଲାଣି
    ଯିବା ପରା ଯୀଶୁଙ୍କ ସାଥେ ତାଙ୍କ
    କଥା ସବୁ ଭୁଲି ଗଲୁଣି (ସବୁ) ଭୁଲି ଗଲୁଣି
    ପ୍ରାର୍ଥନା ନିରନ୍ତର କର ତାଙ୍କ ପୟରେ ପରିତ୍ରାଣ ପାଇ ଯିବୁ ସରଗରେ … |୨|

    ସୂଚୀମାଳାକୁ ଫେରନ୍ତୁ

  • ki dina ki rati jishu amara sathi

    କି ଦିନ କି ରାତି ଯୀଶୁ ଆମର ସାଥି ( ୨ ଥର)
    ତାଙ୍କ ସାଥିରେ ମହା ଆନନ୍ଦ
    ଜୀବନ ଯାଉ ବିତି … (ଘୋଷା)

    ତାଙ୍କ ଆଶିଷ ଧାରା ସଦା ପ୍ରେମରେ ଭରା
    ଅନ୍ଧ ପାଏ ପୁଣି ଆଖି ଖଞ୍ଜି ଚାଲଇ ସଳଖି
    ମୃତ ପାଏ ତା ଜୀବନ ଫେରି
    ଅପାର ତାଙ୍କ ଶକ୍ତି । … |୧|

    ତାଙ୍କ ଚରଣ ତଳେ ଶରଣ ନେଲେ ଥରେ
    ଅଧରେ ଫୁଟେ ହସ ଦୁଃଖର ହୁଏ ଶେଷ
    ସେହି ଯେ ପଥ ସେହି ଜୀବନ
    ସେହି ପରମ ଶାନ୍ତି … |୨|

    ସୂଚୀମାଳାକୁ ଫେରନ୍ତୁ

  • ki utkala se alua

    କି ଉତ୍କଳ ସେ ଆଲୁଅ ! ପ୍ରାଣ ଖୋଲି ଦେଖାଏ
    (ଦେଖ) ସୂର୍ଯ୍ୟ ପାରୁ ନାହିଁ, ସେ ଆଲୁଅରେ ହାରିଯାଏ ….(ଘୋଷା)

    ସେ ଆଲୁଅ ମୋ ହୃଦୟେ ଭଲ ମନ୍ଦ ବୋଧ ଦିଏ
    (ତେଣୁ) ସଦା ଜାଗିଥାଏ କରି ନିର୍ଭର ଯୀଶୁ ପରେ … |୧|

    ଏତେ ଜ୍ଞାନ ପାଇଲେ ହିଁ ବୁଝାଇବା ଭାଷା ନାହିଁ
    (ତେଣୁ) ଯୀଶୁ ଗାନ ନିଜେ ଗାଇ ଧରିଛି ସେ ତାନରେ … |୨|

    ଭକ୍ତଗଣ ସାବଧାନ, ମିଳି ଆଲୁଅରେ ପ୍ରାଣ
    (ସଦା) ଚାଲୁଥାଅ କେ ନ ରୁହ ସର୍ବ ପୂର୍ଣ୍ଣତାଯାଏ … |୩|

    ସୂଚୀମାଳାକୁ ଫେରନ୍ତୁ

  • kandi kandi asichi mu

    କାନ୍ଦି କାନ୍ଦି ଆସିଛି ମୁଁ ଆହେ ଜଗତ ସାଇଁ
    ତୁମେ ଯେ ଆଶ୍ରୟ ଦୁର୍ଗ, ମୋର ରକ୍ଷା ପାଇଁ …(ଘୋଷା)

    ଈଶ୍ଵରରୂପୀ ହେଲେ ହେଁ, ନରରୂପ ନେଇ
    ଜନମ ହେଲ ଜଗତେ ମୋ ରକ୍ଷାର ପାଇଁ
    ଦୀନ ହୀନ ହେଲ, ତୁମେ ମୋ ମଙ୍ଗଳ ପାଇଁ … |୧|

    ଆଦ୍ୟ ଉତ୍ପଭିର ସ୍ଥଳ ଦୀନ ଦୁଃଖୀ ପାଇଁ
    ଅନ୍ଧର ହେଲ ନୟନ ହେ ଜୀବନ ସାଇଁ
    ନୟନାଶୁ ହସ୍ତେ ପୋଛି ନେଲ ଦୁଃଖ ବହି … |୨|

    ନିନ୍ଦିଛି ତୁମ ନାମକୁ ସ୍ୱେଚ୍ଛାଚାରୀ ହୋଇ
    କୁକର୍ମ କରିଛି ବହୁ ଏ ଜଗତେ ରହି
    କରୁଛି ସ୍ଵୀକାର ପ୍ରଭୁ କ୍ଷମ ଦୟା ବହି … |୩|

    ପାପୀ ପ୍ରେମୀ ଯୀଶୁ ମୋର, ତୁମେ ଅଟ ସାହା
    ଦୀନ ବାନ୍ଧବ ମୋ ପ୍ରଭୁ, କର ମୋତେ ଦୟା
    ମୋ ପାପ ତୁମ ରକତେ ଦିଅ ପ୍ରଭୁ ଧୋଇ … |୪|

    ସୂଚୀମାଳାକୁ ଫେରନ୍ତୁ

  • karu aradhana tumari

    କରୁ ଆରାଧନା ତୁମରି…( ୨ ଥର)
    ହେ ପରମଧନ
    ରାଜାରାଜନ
    ଚରଣେ ଶରଣ ଆମ ଗୁହାରି …(ଘୋଷା)

    ତବ କଳପନା କେ କରେ କଳନା
    ତବ ଶ୍ରୀ ମହିମା ଅନନ୍ତ ଅସୀମା
    ସରଗ ଭୁବନ ତବ ସିଂହାସନ
    ଧରାଧାମ ପାଦ ପୀଠ ତୁମରି… |୧|

    ହୋଇଣ ମହାନ ହୋଇଲ ଶ୍ରୀହୀନ’
    ଜନ ମନେ ଆକି ଦେଲ; କି ଦାରୁଣ
    ପାତକୀ ଜୀବନେ ତୁମେ ଏକା ପଥ
    ସେ ପଥେ ନିଅ ହେ ସରଗପୁରୀ…. |୨|

    ସୂଚୀମାଳାକୁ ଫେରନ୍ତୁ

  • kara stuti prasansa gana କର ସ୍ତୁତି ପ୍ରଶଂସା ଗାନ

    କର ସ୍ତୁତି ପ୍ରଶଂସା ଗାନ
    ଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ ହୋ.. ହୋ.. (ଘୋଷା)

    ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେ
    କରି ତାଙ୍କୁ ପ୍ରଶଂସା ଗାନ…. ହୋ… ହୋ….. |୧|

    ମହିମାରେ ପୂର୍ଣ୍ଣ ସେ ତ ସର୍ବ ଶକ୍ତିମାନ
    କରି ତାଙ୍କ, ସମ୍ଭମ ଗାନ… ହୋ… ହୋ… |୨|

    ବଜାଅ ଭେରୀ, ତୂରୀ, ନେବଲ, ବୀଣା
    ବଂଶୀ ବାଦ୍ୟ ସୀତାର ନାନା … ହୋ… ହୋ… |୩|

    ବଜାଅ କରତାଳି କର ନୃତ୍ୟ ଗାନ
    ନାଚି ଉଠୁ ଧରା ଗଗନ ହୋ.. ହୋ…|୪|

    ନିଶ୍ୱାସ ପ୍ରଶ୍ୱାସଧାରୀ ସର୍ବ ପ୍ରାଣୀଗଣ
    କର ତାଙ୍କ ପ୍ରଶଂସା ଗାନ … ହୋ… ହୋ…|୫|

    ସୂଚୀମାଳାକୁ ଫେରନ୍ତୁ