Category: Odia

  • chena chena megha rathe

    ଚେନା ଚେନା ମେଘ ରଥା
    ଆସିବେ ମୋ ରାଜନ
    କି ଦେଇ ତୋଷିବି ତାଙ୍କ ଅନୁପମ ବଦନ… (ଘୋଷା)

    ଗାଇଯିବେ ନାଚିଯିବେ କିରୁବ ଦୂତଗଣ ହେ
    କି ଶୋଭନୀୟ ଦିଶିବ ଆଦର ସୀମାହୀନ ହେ
    ଫାଟିଯିବ କବରୁ ଉଠିବେ ବିଶ୍ବାସୀଗଣ ….|୧|

    ସୂର୍ଯ୍ୟ ଚନ୍ଦ୍ର ନକ୍ଷତ୍ର ଶ୍ରୀପାଦ ତଳେ ଲୋଟିବେ ହେ
    ଜୀବଜନ୍ତୁ ପଶୁପକ୍ଷୀ ତାଙ୍କ ନାମେ ଗାଇବେ ହେ
    ତୁରୀ ଧ୍ବନୀ କମ୍ପିବ ଏ ଧରାପୃଷ୍ଣ ସେ ଦିନ … |୨|

    ଆସ ସର୍ବେ ହେବା ଠୁଳ, ହେଲା ବର ସମୟ ହେ
    ଜାଗ୍ରତେ ତଇଳ ଭରି କରି ରାତ୍ରି କ୍ଷେପଣ ହେ
    ସଫଳିବ-ଭାବବାଣୀ ନିଶ୍ଚ ହେବ ସମ୍ପନ୍ନ … |୩|

    ସୂଚୀମାଳାକୁ ଫେରନ୍ତୁ

  • chiradina priyajishu mu kebala

    ଚିରଦିନ ପ୍ରିୟ ଯୀଶୁ ମୁଁ କେବଳ ତୁମରି
    ପଛେ ପଛେ ଗୁଲୁଥିବି ଜଗତକୁ ପାଶୋରି … (ଘୋଷା)

    ଯଦି ପାଶେ ଆସେ ମୋର ବିପଦ ସଙ୍କଟ ଭୟ
    ଯୀଶୁ ତବ ମହା ନାମେ ଲଭିବି ମୁଁ ଜୟ … |୧|

    ଯଦି ବିଜନେ ଏକାକୀ ରଖ ମୋତେ ଯୀଶୁ ହେ
    ତୁମରି ମଧୁର ରବେ ଲଭିବି ଆନନ୍ଦ ହେ … |୨|

    ଶୋକ, ଦୁଃଖ, କ୍ରେଶ, ତାପେ ନାହିଁ ଭୟ ପରାଣେ
    ତବ ପ୍ରେମେ ମଜି ପ୍ରାଣେ ନ ଡରିବି ମରଣେ … |୩|

    ଯେବେ ବନ୍ଧୁ ପରିଜନେ ତ୍ୟଜି ଯାନ୍ତି ହେ ଦୂରେ
    ଚାଲିଥିବି ପଛେ ତୁମ ଯୀଶୁ ନାମେ ସାହସେ … |୪|

    ସୂଚୀମାଳାକୁ ଫେରନ୍ତୁ

  • chandra surjya tara thile ki labha

    ଚନ୍ଦ୍ର, ସୂର୍ଯ୍ୟ, ତାରା ଥିଲେ କି ଲାଭ ହେବ ?
    ଜଗତରେ ଯେବେ ତାଙ୍କ ଜ୍ୟୋତି ନୋହିବା
    ମଣିଷ ଯେପରି ସାରା ଜଗତ ଜିଣେ
    ଧନ, ଜନ, ମାନ ପାଇଁ ଆତ୍ମା ହରାଏ
    ଜଗତରେ ବଞ୍ଚି ତାର କି ଲାଭ ହେବ ? …(ଘୋଷା)

    ସମୟ ଅଛିରେ ଏବେ ବାଟକୁ ଫେର
    ଯୀଶୁ ତୋତେ ଡାକୁଛନ୍ତି ଦେଇ ରୁଧିର
    ଫେରି ଅନା ଶୁଣି ସେହି କରୁଣା ସ୍ଵର
    ସେ ଅଧରୁ ଝରୁଅଛି ଜୀବନ ଝର ! … |୧|

    କୁପଥ୍ୟ ଗମି ଯେବେ ତୁ ଲଭିବୁ ଧନ
    ବୃଥା ତୋ ଜୀବନ ଏହି ମଣିଷ ପଣ
    ମଣିଷ ପଣରେ ତୋର ଏତେ ଗରିବ
    ଲୁଚି ଯାଆନାରେ ତୋତେ ଦେଖେ ଦଇବ … |୨|

    ସୂଚୀମାଳାକୁ ଫେରନ୍ତୁ

  • gotiye shroto raktare

    ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ,
    ଯେଡ଼େ ପାପୀ ହିଁ ଡୁବିଲେ ତା କଳଙ୍କ ନାଶେ … |୧|

    ମୋର ବିଶ୍ବାସ କୃଶରେ, କଲେ ରକ୍ତଦାନ
    ମୋ ପରା ପାତକୀ ଯେହ୍ନ ଲଭେ ପରିତ୍ରାଣ …(ଘୋଷା)

    ସେ ସ୍ରୋତ ଦେଖି ଦମ୍ଭୀର ଶାନ୍ତି ହେଲା ମନେ
    ହେଲେ ହେଁ ମୁଁ ଅଭାଜନ ବଞ୍ଚିବି ତେସନେ … |୨|

    ସେ ମେଷ ରକ୍ତର ଶକ୍ତି ସରୁନାହିଁ କିଛି
    ଯିବା ଯାଏ ଭକ୍ତ ସ୍ୱର୍ଗ ପ୍ଲାବିତ ହେଉଛି … |୩|

    ସେ ସ୍ରୋତେ ଦେଖି ବିଶ୍ଵାସେ କରେ ଜୟଗାନ
    ଗାଇ ଯିବି ମୁଁ ହରଷେ ତା’ରି କୃତ ପ୍ରାଣ … |୪|

    ଯାଉ ନିସ୍ତେଜ ଏ ରସନା ନିରବ କବରେ
    ଗାଇବି ଗାନ ଏ ବାସନା ସ୍ଵର୍ଗ ମୁଁ ସୁରେ … |୫|

    ସୂଚୀମାଳାକୁ ଫେରନ୍ତୁ

  • gao halleluyah gao hossanna

    ଗାଅ ହାଲିଲୁୟା ଗାଅ ହୋଶାନ୍ନା
    ପ୍ରଭୁଙ୍କର ନାମେ ସ୍ତୁତି ବନ୍ଦନା
    ଧନ୍ୟବାଦ ତାଙ୍କୁ ଦେବାକୁ ଭୁଲି ଯାଅନା ହୋ..ହା.. (ଘୋଷା)

    ଉଛୁଳି ଉଠୁଛି ଉତ୍ତମ ବିଷୟେ ଆମରି ଏହି ହୃଦୟ
    ତବ ବରଦାନ ଆମ ଏ ଜୀବନେ ( ୨ ଥର)
    ଦେଉଅଛୁ ଭକ୍ତି ଲୟ ହେ ପ୍ରେମମୟ
    ସଦାପ୍ରଭୁ ପ୍ରେମମୟ…ହା..ହା… |୧|

    ମନୋନୀତ କରିଛ ମାତାଙ୍କ ଗର୍ଭରୁ ତୁମରି ଯୋଜନା ପ୍ରେମେ
    ତୁମେ ହିଁ ଆମର ମହାନ ଆଶ୍ରୟ ( ୨ ଥର)
    ତୁମେ ନିକଟ ସହାୟ ହେ ଦୟାମୟ
    ସଦାପ୍ରଭୁ ପ୍ରେମମୟ…ହୋ…ହା… |୨|

    ସୂଚୀମାଳାକୁ ଫେରନ୍ତୁ

  • khristian jibana suna pari

    ଖ୍ରୀଷ୍ଟିୟାନ୍ ଜୀବନ ସୁନା ପରି ଜୀବନ
    ହୀରାପରି ଜଳୁଥିବା
    ସେ ପ୍ରଭୁ ଯୀଶୁ ଜୀବନ ଦେଲେ
    ଆନନ୍ଦ ଦେଲେ
    କେଡ଼େ ମହାନ ସେ ଅଟନ୍ତି …(ଘୋଷା)

    ଖ୍ରୀଷ୍ଟଙ୍କ ମଣ୍ଡଳୀ ଦୀପପରି ଜଳିବା
    ଧରା ବୁକେ ଆଲୋକ ଦେବା
    ସେହି ଆଲୋକ ସାରା ଜଗତେ ଚମକି ଯିବା
    ସେ ଆଲୋକ ଜ୍ବଳୁଥିବ … |୧|

    ପବିତ୍ରଆତ୍ମା ଜ୍ଞାନ କଥା କହନ୍ତି
    ସତ୍ୟ ପଥେ ସେ ନିଅନ୍ତି
    ସଦାସର୍ବଦା ସଙ୍ଗରେ ରହି ଚେତନା ଦେଇ
    ଯୀଶୁଙ୍କ ପାଶେ ନିଅନ୍ତି … |୨|

    ସୂଚୀମାଳାକୁ ଫେରନ୍ତୁ

  • krusha pare dekha kiye

    କୁଶ ପରେ ଦେଖ କିଏ
    ରୁଧିରରେ ଅଙ୍ଗମଖା
    କଣ୍ଟାମୁକୁଟ ଶିରେ “ଯିହୁଦୀରାଜ” ଆଖ୍ୟା ଲେଖା …(ଘୋଷା)

    ଅଗତିର ଯିଏ ଗତି ତାଙ୍କୁ ହେଲା ଏ ଦୁର୍ଗତି
    କାଷ୍ଠ ସଂହାସନେ ସ୍ଥିତି ଏହାକି ନେତ୍ରେ ଯାଏ ଦେଖା …|୧|

    ଶିରେ ନାହିଁ ଉପାଧାନ କୁଶୋପରେ ଲମ୍ବମାନ
    ଯାତନାରେ କାତର ପ୍ରାଣ ହସ୍ତ ପଦେ କଣ୍ଟାବିନ୍ଧା …. |୨|

    ଅଦୂରେ ସୃଜନଗଣ କରି ମୁଖ ନିରୀକ୍ଷଣ
    କରୁଛନ୍ତି କ୍ରନ୍ଦନ ବ୍ୟାକୁଳେ ସରିବେ ତଥା … |୩|

    ସୂଚୀମାଳାକୁ ଫେରନ୍ତୁ

  • dauda suta hossanna

    ଦାଉଦ ସୁତ ହୋଶାନ୍ନା ରାଜାଧିରାଜ ହୋଶାନ୍ନା
    ପୁନରୁଥାନ ହୋଶାନ୍ନା…(ଘୋଷା)

    ଆଦି ଓ ଅନ୍ତ ହୋଶାନ୍ନା ଜୀବନ ପଥ ହୋଶାନ୍ନା
    ମୃତ୍ୟୁଞ୍ଜୟୀ ହୋଶାନ୍ନା ପରମପିତା ହୋଶାନ୍ନା….|୧|

    ମୁକତି ଦାତା ହୋଶାନ୍ନା ଶକତିଦାତା ହୋଶାନ୍ନା
    ମୃତ୍ୟୁଞ୍ଜୟୀ ହୋଣାନ୍ନା ପରମପିତା ହୋଶାନ୍ନା…. |୨|

    ସୂଚୀମାଳାକୁ ଫେରନ୍ତୁ

  • dayara sagara prabhu he jishu sundara

    ଦୟାର ସାଗର ପ୍ରଭୁ ହେ ଯୀଶୁ ସୁନ୍ଦର
    ତୁମରି ପ୍ରେମ କରୁଣା ଅନନ୍ତ ଅପାର….ହେ ଦୟାସାଗର
    ପବିତ୍ର ଶୋଣିତେ ଧୋଇ ପତିତ ନର କଲ ଉଦ୍ଧାର …(ଘୋଷା)

    ଡିମ୍ବିରି ଗଛରୁ ପ୍ରଭୁ ଜଖ୍ୟାକୁ ଡାକିଲ ତୁମେ.. ଜଖ୍ୟକୁ ଡାକିଲ
    ଦୂରୁ ତା’ର ଭାବ ଜାଣି ନିକଟକୁ ଗଲ, ତୁମେ.. ନିକଟକୁ ଗଲ
    ନିରାଶ ତା ପରିବାରେ ଆଶା ସଞ୍ଚାରିଲ ହେ ଦୟାସାଗର …|୧|

    ତୁମ ବିନା ମୁହିଁ ପ୍ରଭୁ ପଥହରା ନର ମୁଁ ଯେ ପଥହରା ନର
    ପରସଢ଼ା ଗନ୍ଧ ଅଟେ, ଏ’ ମୃତ ଶରୀର ମୋର, ଏ’ ମୃତ ଶରୀର
    ଅନୁଗ୍ରହେ କ୍ଷମା କରି ପ୍ରାଣ ଦାନ କଲ ହେ ଦୟାସାଗର …|୨|

    ସୂଚୀମାଳାକୁ ଫେରନ୍ତୁ

  • dayara sagara prabhu ma jishu

    ଦୟାର ସାଗର ପ୍ରଭୁ ମୋ ଯୀଶୁଧନ
    କାଲବରୀ କ୍ରିଶୋପରେ ଦେଲ ଜୀବନ …(ଘୋଷା)

    ପୃଷୋପରେ ଦେଖି ତାଙ୍କ କୋରଡ଼ାର ମାଡ଼
    ଝରିପଡ଼େ ସର୍ବାଙ୍ଗରୁ ରକତର ଧାର
    କାଣେ ଭାରି କୁଶ ବୋହି କି ଯାତନା ସହି… |୧|

    ଆସିଥିଲେ ଦିନେ ସିଏ ପାପୀ ମୁକ୍ତି ପାଇଁ
    ପାପ ଧୋଇ କଲେ ମୁକ୍ତି ନିଜ ରକ୍ତ ଦେଇ
    ଯୀଶୁଖ୍ରୀଷ୍ଟ ନାମ ନେଇ ପଥ ସତ୍ୟ ହୋଇ….|୨|

    କରୁଅଛି ନିବେଦନ ହେ ତ୍ରାଣ ରାଜନ
    ଦୟା କରି ଦିଅ ତୁମ୍ଭ ସ୍ଵର୍ଗ ରାଜ୍ୟ ସ୍ଥାନ
    ଆନନ୍ଦରେ ଗାଉଥିବି… ତୁମ ଜୟଗାନ….|୩|

    ସୂଚୀମାଳାକୁ ଫେରନ୍ତୁ