Category: Odia

  • parbata gana prati mu chahinbi

    ପର୍ବତଗଣ ପ୍ରତି ମୁଁ ଚାହିଁବି
    କେଉଁଠାରୁ ଆସିବ ମୋ ସାହାଯ୍ୟ
    ଆକାଶ ଓ ପୃଥିବୀର ନିର୍ମାଣକାରୀ
    ସେଇ ସଦାପ୍ରଭୁ ମୋର ସାହାଯ୍ୟକାରୀ
    ତାଙ୍କଠୁ ଲଭିବି ସାହାଯ୍ୟ (ଘୋଷା)

    ବିଚଳିତ ହେବ ନାହିଁ ଚରଣ ତୋର
    ଘୁମାଇବେ ନାହିଁ ପ୍ରଭୁ ରକ୍ଷକ ତୋର
    ସେ ଘୁମାଇବେ ନାହିଁ, ସେ ନିଦ୍ରା ଯିବେ ନାହିଁ
    ସଦାପ୍ରଭୁ ଇସ୍ରାୟେଲ ରକ୍ଷକ ତାଙ୍କଠୁ ଲଭିବି ସାହାଯ୍ୟ ||୧||

    ଦକ୍ଷିଣ ପାର୍ଶ୍ଵର ଛାୟା ପ୍ରଭୁ ଯେ ତୋର
    ସୂର୍ଯ୍ୟ ଚନ୍ଦ୍ର କରିବେନି କ୍ଷତି ତୋହର
    ସେ ବିପଦୁ ରଖିବେ ସେ ରକ୍ଷା ଯେ କରିବେ
    ବାହାରେ ଭିତରେ ପ୍ରଭୁ ରକ୍ଷକ ତାଙ୍କଠୁ ଲଭିବି ସାହାଯ୍ୟ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • nirabe kete kandibi jishu he

    ନୀରବେ କେତେ କାନ୍ଦିବି ଯୀଶୁ ହେ
    କିଏ ଶୁଣିବ ମୋ କାନ୍ଦଣା
    କିଏ ସେ ମୋ ଦୁଃଖ ଦେଖିବ ପ୍ରଭୁ ହେ
    କିଏ ଫେଡ଼ିବ ମୋ ଯାତନା (ଘୋଷା)

    ପଡ଼ିଛି ପରା ମୁଁ ଚରଣ ତଳେ
    ବିକଳେ ପରାଣ କାନ୍ଦ ଆକୁଳେ
    ଦିଅ ଦେଖା ହୃଦୟ ସଖା, ନିବାରି ମରମ ବେଦନା || ୧ ||

    ସେ ରୂପ ମାଧୁରୀ ଦେଖିବା ଦିନୁ
    ନିରବଧୂ ନୀର ଝରେ ନୟନୁ ।
    ଅରୂପ ରୂପ ପ୍ରଣୟ-ଦୀପ ଦେଖା ଦେଇ ଲୁଚିଯାଅନା || ୨ ||

    ଜାଣିଛି ଅନ୍ତର, ଅନ୍ତରଯାମୀ
    ଜାଣିଶୁଣି କିମ୍ପା କନ୍ଦାଅ ପୁଣି
    ଆହେ ଦୟାମୟ, କରୁଣା ନିଳୟ ମୋରେ କିମ୍ପା ଉଣା କରୁଣା ||୩||

    ସୂଚୀମାଳାକୁ ଫେରନ୍ତୁ

  • niti dina bhajuthibi jishu nama

    ନିତି ଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମ
    ସେହି ମୋର ପରିତ୍ରାଣ ୨ ଥର)ମୁକତି ଧାମ (ଘୋଷା)

    ସେ ନାମରେ ମିଳେ ଶାନ୍ତି ସେ ନାମେ ମିଳଇ ମୁକ୍ତି
    ସେହି ମୋର ଯୀଶୁ ପ୍ରିୟତମ ସେ ନାମେ ଯାଏ ଦୁଃଖ
    ଯେ ନାମେ ଅନନ୍ତ ସୁଖ ଗାଉଥିବି ସଦା ସେହି ଯୀଶୁଙ୍କ ନାମ ||୧||

    ସେହି ନାମେ ଅଛି ଶକ୍ତି ସେ ନାମରେ ଦିନ ରାତି
    ବିତି ଯାଉ ମୋର ପ୍ରତିକ୍ଷଣ ପାପୀ ପାଇଁ ସେହି ନାମ
    କ୍ଷମା ଭରା ସଖୀବନ ଅଛି ପୁଣି ସେହି ନାମେ ଅମୃତ ପ୍ରେମ ||୨||

    ସୂଚୀମାଳାକୁ ଫେରନ୍ତୁ

  • nahi samaya kala dina

    ନାହିଁ ସମୟ କାଳ ଦିନ, ପାଖେଇ ଆସିଲା ପ୍ରଭୁଙ୍କ ଆଗମନ
    ପାପଠାରୁ ରହି ଭିନ୍ନ ହୋ… ପାଇ ଆମେ ପରିତ୍ରାଣ
    ଯୀଶୁଙ୍କୁ ଦେବାଏ ମନରେ… ମନରେ… ମନରେ (ଘୋଷା)

    ଛାଡ଼ିଯିବା ଆମେ ମରତ ପୁର ସୂର୍ଗ ହେବ ଆମ ଘର
    ସର୍ଗ ସିଂହାସନେ ବସାଇବେ ପ୍ରଭୁ କ୍ଷୁଧା ତୃଷା ହେବ ଦୂର
    ପାଇଲେ ଶାଶ୍ୱତ ପ୍ରେମ ହିଁ ପୁଲକିତ ହେବ ମନ
    ଧନ୍ୟ ହେବ ଆମ ଜୀବନ… ଜୀବନ…ଜୀବନ || ୧ ||

    ଯିଏ ଜାଣି ନାହିଁ ଜଣାଇ ଦେବା ପ୍ରଭୁ ଆଗମନ କଥା
    ଜାଣିଶୁଣି ଯିଏ ବୁଲାଇବ ମଥା ଭୋଗିବ ନରକ ବ୍ୟଥା
    ଆଉ ଭାଇ ବେଳ ନାହିଁ, ହୋ…. ଉଦ୍ଧାର ପାଇବ ନାହିଁ
    ବେଳ ଥାଉ ଥାଉ ଫେରା ମନରେ…ମନରେ…ମନରେ || ୨ ||

    ସୂଚୀମାଳାକୁ ଫେରନ୍ତୁ

  • dhanyabada prasansa kara sadhugana

    ଧନ୍ୟବାଦ ପ୍ରଶଂସା କର ସାଧୁଗଣେ ହୋଇ ଏକ ଚିତ୍ତ
    ପ୍ରଭୁମାନଙ୍କର ପ୍ରଭୁଙ୍କର, ରାଜାମାନଙ୍କର ରାଜାଙ୍କର
    ହାଲିଲୁୟା…..ହାଲିଲୁୟା….. ହାଲିଲୁୟା…..(ଘୋଷା)

    ଦୟାମୟ ପିତା କରୁଛି ଅର୍ପଣ ପାପ ଭରା କଳୁଷିତ ଜୀବନ
    ଭଙ୍ଗା ହୃଦୟକୁ କରି ହେ ଗଠନ, ଚଳାଇ ନିଅ ମୋ ସାରା ଜୀବନ
    ତୁମ ଛଡ଼ା ନାହିଁ କାହିଁ ପରିତ୍ରାଣ, ସ୍ବର୍ଗ ମର୍ଭ ପାତାଳ ତ୍ରିଭୂବନ || ୧ ||

    ଉଦ୍ଦୀପିତ କର ଶିଥିଳ ଜୀବନ, ଢ଼ାଳିଦିଅ ପ୍ରଭୁ ଆଶିଷ ଦାନ
    ପବିତ୍ର ଆତ୍ମାରେ କର ପରିପୂର୍ଣ୍ଣ, ଜାଗି ଉଠିବ ହୋଇ ବଳବାନ
    ଗାଉଥିବି ସଦା ପ୍ରିୟ ଯୀଶୁ ନାମ, ତ୍ୟାଗ କରି ସବୁ ପାପମାନ || ୨ ||

    ଏ ଭବ ସାଗରୁ କର ମୋତେ ପାର, ହାତ ଧରିଥାଅ ସଦା ମୋହର
    ତୁମ ଠାରେ ପ୍ରଭୁ କରୁଛି ନିର୍ଭର ପାଇବାକୁ ସ୍ୱର୍ଗ ପୁରସ୍କାର
    ହୃଦୟ ମନ୍ଦିରେ କର ଅଧିଷ୍ଠାନ ସଦାପ୍ରଭୁ ମୋର ପ୍ରିୟତମ ||୩||

    ସୂଚୀମାଳାକୁ ଫେରନ୍ତୁ

  • na bhulare jisunka abhulaa prema

    ନ ଭୁଲରେ ଯୀଶୁଙ୍କ ଅଭୁଲା ପ୍ରେମ ନ ଭୁଲରେ ଯୀଶୁଙ୍କ ଅତୁଳ ପ୍ରେମ
    ତୋହରି ପାଇଁ କୃଶରେ ସେହି… ଦେଲେ ଜୀବନ (ଘୋଷା)

    ତୋହରି ପାପ ମୁକତି ପାଇଁ ଆସିଲେ ସରଗ ଛାଡ଼ି
    ସାଧୁ, ସରାଫ, କିରୁବଙ୍କର ପୂଜା ଆରାଧନା ଏଡ଼ି,
    ତୋହରି ପାଇଁ…ରକତ ଦେଇ… ଦେଲେ ଜୀବନ ||୧||

    ଶୟତାନର ପାପ ବନ୍ଧନୁ ମୁକୁଳାଇବାର ପାଇଁ
    ନରକ ଦୁଃଖ ଯନ୍ତ୍ରଣା ଯେତେ ଯେହ୍ନ ନ ଭୋଗିବୁ ତୁହି
    ତୋହରି ପାଇଁ…ଦୁଃଖ ସେ ସହି…ଦେଲେ ଜୀବନ || ୨ ||

    ମୁଣ୍ଡରେ ପିନ୍ଧି କଣ୍ଟା ମୁକୁଟ ଖାଇଲେ ଗୁପୁଡ଼ା ମାଡ଼
    କୋରଡ଼ା ଛାଟେ ହୋଇଥିଲା ଯେ, ଶରୀର ଯାକ ଶିଆର
    ତୋହରି ପାଇଁ… ଯନ୍ତ୍ରଣା ସହି…ଦେଲେ ଜୀବନ ||୩||

    ସୂଚୀମାଳାକୁ ଫେରନ୍ତୁ

  • dhanyabado gheno prabhu

    ଧନ୍ୟବାଦ ଘେନ ପ୍ରଭୁ… ଭଙ୍ଗା ମୋ ଅନ୍ତରର
    ସ୍ତୁତି ପ୍ରଶଂସା ହେଉ; ସଦାପ୍ରଭୁ ହେ ତୁମର
    ଧନ୍ୟବାଦ ହେଉ…..(୪ ଥର)
    ଆହେ ସତ୍ୟ ସନାତନ ପରମେଶ୍ଵର (ଘୋଷା)

    ତୁମେ ପଥ, ତୁମେ ସତ୍ୟ, ଜୀବନ ଏ ଜଗତର
    ଶାନ୍ତିଦାତା, ମୁକ୍ତିଦାତା, ଶକ୍ତିଦାତା ପରମେଶ୍ଵର
    ହେ କରୁଣାମୟ…. ହେ ମଙ୍ଗଳମୟ ( ୨ ଥର)
    ଧନ୍ୟ, ଧନ୍ୟ, ଧନ୍ୟ ହେଉ ନାମ ତୁମର || ୧ ||

    ସୃଷ୍ଟିକର୍ତ୍ତା, ତ୍ରାଣକର୍ତ୍ତା, ରକ୍ଷାକର୍ଷା ଜଗତର
    ଦୟାମୟ, କ୍ଷମାମୟ, ପ୍ରେମମୟ, ସତ୍ୟ ଈଶ୍ଵର
    ଆହେ ସୁଧାମୟ…. ଆହେ ମଧୁମୟ (୨ ଥର)
    ଯୁଗେ ଯୁଗେ ଧନ୍ୟ ହେଉ ନାମ ତୁମର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • dhanyabada ghena prabhu prasansa

    ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ (ଘୋଷା)

    ମଙ୍ଗଳମୟ ପ୍ରଭୁ ତୁମେ
    କରୁଣାମୟ ଯୀଶୁ ତୁମେ
    ପାଇଛୁ ଯାହା ଜୀବନେ ଆମ
    ସବୁ ତ ତୁମରି କରୁଣା ଦାନ || ୧ ||

    ଜୀବନଦାତା, ପ୍ରଭୁ ତୁମେ
    ମୁକତିଦାତା, ଯୀଶୁ ତୁମେ
    କୁଶେ ଚଢ଼ିଲ ଜୀବନ ଦେଲ
    ତୁମ ପ୍ରେମ ଅନୁପମ || ୨ ||

    ଭୁଲିବୁନି କେବେ ପ୍ରଭୁ ତୁମରି ପ୍ରେମ
    ପାଇଛୁ ଯାହା ମଙ୍ଗଳ ଦାନ
    ଦେବାକୁ ପ୍ରଭୁ ଚରଣେ ତୁମ
    ନାହିଁ କିଛି ପ୍ରତିଦାନ ||୩||

    ସୂଚୀମାଳାକୁ ଫେରନ୍ତୁ

  • dhanyabada gouraba kara sadaprabhunkara

    ଧନ୍ୟବାଦ ଗଉରବ
    କର ସଦାପ୍ରଭୁଙ୍କର
    ଜୟ ଜୟ କାରେ ଉଚ୍ଚ କରତାଳେ
    ତାହାଙ୍କର ସ୍ତୁତି ବାଦ କର (ଘୋଷା)

    କ୍ଷମା କରିବାରେ କେତେ ଯେ କୋମଳ
    ତାହାଙ୍କର ଧନ୍ୟବାଦ କର
    ଦଣ୍ଡ ଦେବା ପାଇଁ ସେ ତ ଭୟଙ୍କର
    ତାହାଙ୍କର ଧନ୍ୟବାଦ କର
    ଯାହାଙ୍କର ବାକ୍ୟ ତ୍ରାଣ କରିପାରେ ( ୨ ଥର)
    ତାହାଙ୍କର ଧନ୍ୟବାଦ କର || ୧ ||

    ଅନନ୍ତ ପ୍ରେମ ସ୍ଵରୂପ ଯେ ହେଲେ
    ତାହାଙ୍କର ଧନ୍ୟବାଦ କର
    ନିଜେ ବଳି ହୋଇ ଜୀବନ ଯାଚିଲେ
    ତାହାଙ୍କର ଧନ୍ୟବାଦ କର
    ଦୟା ଦଣ୍ଡ ଯା’ର ହସ୍ତର ଭୂଷଣ ( ୨ ଥର)
    ତାହାଙ୍କର ଧନ୍ୟବାଦ କର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • dhanya hela ehi jibana

    ଧନ୍ୟ ହେଲା ଏହି ଜୀବନ…. ହୋ….
    ଯୀଶୁ ନାମ ଗାଇ ଗାଇ କି….
    ମୋହ ମାୟା ଭରା ଏ ପଥେ
    ଯୀଶୁ ନାମ ସାଥେ ପାଇ କି (ଘୋଷା)

    ଆସିଲେ ଝଡ଼ କି ବତାସ
    ହେବି ନାହିଁ ମୁଁ ଯେ ନିରାଶ
    ଅଭେଦ ପ୍ରାଚୀର ସେ ନାମ
    ଭୟ ମୋର ଆଉ କାହିଁକି ||୧||

    ଯେ ଦିନ ସରିବ ଏ ବାଟ
    ଯୀଶୁଙ୍କ ସାଥେ ହେବ ଭେଟ
    ଲଭିବି ଅମର ଜୀବନ
    କେଡ଼େ ଭାଗ୍ୟ ସତେ ହେବ କି ?_|| ୨ ||

    ସୂଚୀମାଳାକୁ ଫେରନ୍ତୁ