Category: Odia

  • prabhunka jibanta bakya

    ପ୍ରଭୁଙ୍କ ଜୀବନ୍ତ ବାକ୍ୟ, ପ୍ରଭୁଙ୍କ ଜୀବନ୍ତ ବାକ୍ୟ
    କାର୍ଯ୍ୟସାଧକ ପ୍ରତି ଜୀବନର ( ୨ ଥର)
    ଅମର ତାହାର ସାକ୍ଷ୍ୟ (ଘୋଷା)

    ବୁଣାଳୀ ଯେ ଆମେ ସବୁ ଜଗତ ଆମରି କ୍ଷେତ୍ର
    ବୁଣିଯିବା ବାକ୍ୟ ବୀଜ ରଖି ପ୍ରେମ ଯୋଗ ସୂତ୍ର
    ହସି ହସି ପୁଣି କାଟିବା ଫସଲ ( ୨ ଥର)
    ଏଇ ହେବ ଆମ ଲକ୍ଷ୍ୟ ||୧||

    ଜାଗ୍ରତ ପ୍ରହରୀସମ ହେବା ଆମେ ଆଗୁଆନ
    ଦୁର୍ବଳେ ଭରିଦେବା ଶକତିର ସନ୍ଧାନ
    କ୍ଷୁତ ପରାଣେ ଯୋଗାଇବା ଆମେ ( ୨ ଥର)
    ଅମୃତ ସେହି ବାକ୍ୟ ||୨||

    ସୂଚୀମାଳାକୁ ଫେରନ୍ତୁ

  • au ki subhiba bhanga bina tare

    ପ୍ରଭୁ………ପ୍ରଭୁ. ……..ପ୍ରଭୁ……….ପ୍ରଭୁ
    ଆଉକି ଶୁଭିବ ଭଙ୍ଗା ବୀଣା ତାରେ ଆଦ୍ୟ ପ୍ରେମର ଝଙ୍କାର ?
    ଫେରିକି ଆସିବ ଜୀବନେ ଯୀଶୁ ହେ ସାତ ରଙ୍ଗ ସାତ ସ୍ଵର
    ଆଦ୍ୟ ପ୍ରେମର ଝଙ୍କାର (ଘୋଷା)

    ଭୁଲିଗଲି ସବୁ………ପ୍ରଭୁ…….
    ପୁରୁଣା ସ୍ମୃତିକି ପ୍ରାର୍ଥନାରେ ଥିଲି କହି
    ଯେତେ ଦୁଃଖ ଝଡ଼ ଆସିଲେ ଯୀଶୁ ହେ
    ସବୁକୁ ଦେଲି ଏଡ଼ାଇ
    ତୁମେ ମୋ ଶାରୋଣ ଗୋଲାପ ସୁରଭି ( ୨ ଥର)
    ଅଟ ଆଶିଷର ବାରି
    ଆଉକି ଝରିବ ମୋ ଆଖି ପତାରେ ( ୨ ଥର)
    ଅନୁତାପର ସେ ନୀର ଆଦ୍ୟ ପ୍ରେମର ଝଙ୍କାର || ୧ ||

    ନ ଚାହିଁବି ବୋଲି…ପ୍ରଭୁ…..
    ଆଖି ବୁଜି ଦେଲେ ହୃଦୟ ଭିତରେ ଦିଶ
    ନ ଶୁଣିବି ବୋଲି କାନ ରୁଦ୍ଧି ଦେଲେ
    ଚେତନାରେ ନିତି ଆସ
    ତୁମରି ସାନ୍ନିଧ୍ୟ-ଭରସା ପବନ ( ୨ ଥର)
    ଲାଗେ ମୋତେ ନିତି ନୂଆଁ
    ଆଉ କି ବହିବ ଏ ମରୁ ଅନ୍ତରେ ( ୨ ଥର)
    କାଲବରୀର ରୁଧୁର, ଆଦ୍ୟ ପ୍ରେମର ଝଙ୍କାର
    ଅନୁତାପର ସେ ନୀର, କାଲବରୀର ରୁର || ୨ ||

    ସୂଚୀମାଳାକୁ ଫେରନ୍ତୁ

  • pratidhwoni hue aaji nahanti

    ପ୍ରତିଧ୍ବନୀ ହୁଏ ଆଜି ନାହାନ୍ତି ଏଠାରେ
    ମୂକ ସମାଧୁ କହେ ମୋ ପ୍ରଭୁ ମୃତ୍ୟୁଞ୍ଜୟୀରେ
    ମୃତ୍ୟୁ କାହିଁ ତୋର ନାହୁଡ଼,
    କାହିଁ ତୋର ଜୟ କାହିଁ ତୋର ଜୟ ((ଘୋଷା)

    ଶତାବ୍ଦୀ ଶତାବ୍ଦୀ ଧରି ମୃତ୍ୟୁ ଥିଲା ଅଧୁକାରୀ
    ବିକିରିତ ନୋହିଲା ଜୀବାଲୋକ ସଂଚାରୀ
    ଜୀବନର ଜ୍ୟୋତି ସମାଧୁର କତି, ଜଳିଲା ହୋଇ ସାଇତି ||୧||

    ମୃତ୍ୟୁର ଅନ୍ଧକାରୀ ଶୟତାନ ଗଲା ହାରୀ
    ଉଠିଲେ ଯୀଶୁ ବଳିୟାନ ସମାଧୁକୁ ଚିରି
    ମରଣର ଭୀତି କରି କୁଶେ ଇତି, ଆଣିଲେ ଶାନ୍ତି ମୁକତି || ୨ ||

    ସୂଚୀମାଳାକୁ ଫେରନ୍ତୁ

  • prabhu mu kemiti paibi tumaku

    ପ୍ରଭୁ ମୁଁ କେମିତି ପାଇବି ତୁମକୁ
    ପାପ ଦେଷ, ହିଂସା, ଅହମିକା ସବୁ ବୋଝ ତୁମେ ନିଅ (ଘୋଷା)

    ଅନ୍ଧ ମୁଁ ଥିଲି ଜାଣି ତ ନ ଥିଲି
    ଏ ଭବ ସାଗରେ ଭାସି ଯାଉଥିଲି
    ଦିଗହରା ହୋଇ ପଥ ନ ପାଇଲି
    ତୁମରି ପଥ ଦେଖାଅ ||୧||

    ଜୀବନ ମୋର ଦୁଃଖରେ ଭରା
    ସାହା ନାହିଁ କେହି ଲାଗେ ଦିଶାହରା
    ତୁମକୁ ମୁଁ ଛାଡ଼ି ଯିବି କେଉଁଠାକୁ
    କିଏ ଆଉ ମୋର ସାହା || ୨ ||

    ସୂଚୀମାଳାକୁ ଫେରନ୍ତୁ

  • papi marijare krusa pare

    ପାପୀ ମରିଯାରେ କୁଶପରେ
    ମୁହିଁ ମୁହିଁ ବୋଲି ବଜା ନାହିଁ ଆଉ ( ୨ ଥର)
    ଫମ୍ପା ଢୋଲ ତୁ ବୃଥାରେ (ଘୋଷା)

    ଅସଂଖ୍ୟ ପରଜା କଲେ ଯାର ପୂଜା
    କାହିଁ ସେ ପ୍ରତାପୀ ଫାରୋ ମହାରାଜା
    ସମୁଦ୍ରରେ ତା’ର ଗରବ ଭାଙ୍ଗିଲା
    ମଢ଼ା ଭାସିଲା ପାଣିରେ; ହେଲା ବିଭୁଙ୍କର ନିର୍ଦ୍ଦେଶରେ || ୧ ||

    ଧନରେ ଧନୀର ଫାଟିଲା ଭଣ୍ଡାର
    ଲାଜାରକୁ କଲା କେତେ ହତାଦର
    ସମ୍ପତ୍ତି ବାଡ଼ି ତା’ ମର୍ତ୍ତ୍ୟରେ ରହିଲା
    ନ ନେଲା ତାକୁ ସ୍ୱର୍ଗରେ, ଅବ୍ରାହମ କୋଳେ ଲାଜାରରେ || ୨ ||

    ରାଜା ଶଲୋମନ ଅତି ଜ୍ଞାନବାନ
    ଧନ ଜନ ମାନେ ଥିଲା ପରିପୂର୍ଣ୍ଣ
    ଭୋଗି ତା’ ସଂସାର ହୋଇଲା ଅସାର
    ଅସାର ସବୁ ଅସାର; ସାର କିଛି ନାହିଁ ଜଗତରେ ||୩||

    ଲାଭ, ଯଶ ଇଛା ଆଉ ତୁ ନ କର
    ସୁଖ ଲାଳସାକୁ କୁଶରେ ତୁ ମାର
    ସ୍ଵାର୍ଥଟିକୁ ନିଜ ବଳି ରୂପେ ଦେଇ
    ମରି ଯା’ରେ କୁଶପରେ, ଫଳ ଫଳିବୁ ଶହେ ଗୁଣରେ ||୪||

    ସୂଚୀମାଳାକୁ ଫେରନ୍ତୁ

  • palibi mu e niyama

    ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ (ଘୋଷା)

    ପର ହସ୍ତଗତ ରାତ୍ର ଯୀଶୁ ଶିଷ୍ୟଙ୍କ ସଙ୍ଗତେ
    ପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ || ୧ ||

    ଏ ନିୟମେ ତାଙ୍କ ପ୍ରେମ କରିବି ମୁହିଁ ସୁରଣ
    ଯେଉଁ ପ୍ରେମେ ମରିଥିଲେ ମୋହର ପାପ କାରଣ || ୨ ||

    ଏ ନିୟମେ ତାଙ୍କ ଦୁଃଖ ଯାତନା କ୍ରନ୍ଦନ ଶୋକ
    କରିବି ମୁହିଁ ସ୍ମରଣ, ମୋ କାରଣ ସେ କଷଣ ||୩||

    ଏ ରୋଟୀ କରେ ପ୍ରକାଶ ତାଙ୍କର ବିକ୍ଷତ ମାଂସ
    ହୋଇଥିଲା ଖଣ୍ଡ ଖଣ୍ଡ ତାଙ୍କ ଦେହ ମୋ କାରଣ ||୪||

    ଏ ଦ୍ରାକ୍ଷାରସେ ଦର୍ଶନ ତାଙ୍କ ରୁଧିର ପତନ
    ସର୍ବାଙ୍ଗରୁ ଧାର ଧାର ବହିଥିଲା ମୋ କାରଣ ||୫||

    ସୂଚୀମାଳାକୁ ଫେରନ୍ତୁ

  • pape bhara andha muje

    ପାପେ ଭରା ଅନ୍ଧ ମୁଁ ଯେ ଆଶ୍ରାହୀନ ଜଗତେ
    ପାପ ମୋର ଧୋଇଦିଅ ତୁମ କୁଶ ରକତେ (ଘୋଷା)

    ପାପିନୀର ଅଶ୍ରଜଳେ ତୁମର
    ଧୋଇଥିଲା ପବିତ୍ର ଶ୍ରୀପୟର
    ଶାନ୍ତି ଦାନେ କଲ ତାଙ୍କୁ ଉଦ୍ଧାର
    ଭାସୁଅଛି ଆତ୍ମା ମୋର ପାପ ସାଗର ସ୍ରୋତେ || ୧ ||

    ଗଭୀର ସାଗର ଜଳେ ମଗନ…
    ଯୁନସର ଅନୁତାପର କ୍ରନ୍ଦନ
    କ୍ଷମା ଦେଇ ଉଦ୍ଧାରିଲ ଜୀବନ
    ସେହି ମହାକରୁଣାରୁ କିଛି ଦିଅ ହେ ମୋତେ || ୨ ||

    ଭାରାକ୍ରାନ୍ତ ପାପ ମୋର ଜୀବନ
    କରିହେ ମୋତେ ପାପରୁ ମୋଚନ
    ଶାନ୍ତି ଦାନେ ଦିଅ ନୂଆଁ ଜୀବନ
    ଅରପିବି ଦେହ ଆତ୍ମା ରଖ ତୁମର ହାତେ ||୩||

    ସୂଚୀମାଳାକୁ ଫେରନ୍ତୁ

  • pabitra iswara sadaprabhu moro

    ପବିତ୍ର ଈଶ୍ବର ସଦାପ୍ରଭୁ ମୋର ( ୨ ଥର)
    ତୁମେ ପଥ, ତୁମେ ସତ୍ୟ, ତୁମେ ଜୀବନର ନିର୍ଟର
    ତୁମେ ଆଦି, ତୁମେ ଅନ୍ତ, ତୁମେ ଦୟାର ସାଗର ( ୨ ଥର)
    ପୂଜା ସ୍ତୁତି ଆରାଧନା ସଦା ତୁମ୍ଭର ପବିତ୍ର ଈଶ୍ବର ସଦାପ୍ରଭୁ ମୋର (ଘୋଷା)

    ମଙ୍ଗଳ ଦାନ ତୁମର, ଭରି ଦେଇଛି ପ୍ରଚୁର
    ଭୂଲିବନି ଜୀବନେ ମୋର ଆହେ ଆରାଧ୍ୟ ଈଶ୍ଵର ( ୨ ଥର)
    ନାନା ରୋଗ ସଙ୍କଟରେ କରିଲ ମୋତେ ଉଦ୍ଧାର
    କ୍ଷମା କରି ପାପ ଦୋଷ ତ୍ରାଣ କଲ ମୋ ପ୍ରାଣର ( ୨ ଥର)
    ତୁମ ନାମ ଜପୁ ଥିବି ପ୍ରଭୁ ମୋହର ପବିତ୍ର ଈଶ୍ବର ସଦାପ୍ରଭୁ ମୋର ||୧||

    ପ୍ରେମ ତୁମ ଯେ ଅପାର ସାଗରଠୁ ବି ଗଭୀର
    ବିଶ୍ବାସ ଭରସା କେବଳ ତୁମେ ହିଁ ମୋର ପ୍ରାଣର ( ୨ ଥର)
    ସ୍ନେହଶୀଳ କୃପାମୟ ପ୍ରଭୁ ତୁମେ କ୍ରୋଧେ ଧୂର
    ମୋ ପାଳକ ମୋ ରକ୍ଷକ ଆହେ ଶାନ୍ତିର ଆକର ( ୨ ଥର)
    ତୁମ ବିନା ପ୍ରଭୁ କେହି ନାହିଁ ମୋହର ପବିତ୍ର ଈଶ୍ଵର ସଦାପ୍ରଭୁ ମୋର ||୨||

    ସୂଚୀମାଳାକୁ ଫେରନ୍ତୁ

  • pasori deichu jishunka prema

    ପାଶୋରି ଦେଇଛୁ ଯୀଶୁଙ୍କ ପ୍ରେମ ହେଜି ମନେ ଆଜି କରି ସ୍ମରଣ
    ସେହି ପ୍ରେମେ ପାଇଥିଲୁ ଯେ ପ୍ରାଣ
    କରିବା ମନକୁ ପରିବର୍ଭନ (ଘୋଷା)

    ଆମ ପାପ ଲାଗି କୁଶେ ପ୍ରାଣ ଦେଇ ଧାର ଧାର ରକ୍ତ ଛାତିରୁ ବୁହାଇ
    ଏ ପର୍ଯ୍ୟନ୍ତ ତାଙ୍କ ପ୍ରେମେ ବଞ୍ଚିଣ ( ୨ ଥର)
    ହରାଇ ବସିଛୁ ଯୀଶୁଙ୍କୁ ଜାଣ ||୧||

    କହୁଥିବା ଯଦି ଭାଷା ଭାବବାଣୀ ସମସ୍ତ ନିଗୁଢ ତତ୍ତ୍ୱ ଜ୍ଞାନ ପୁଣି
    କିନ୍ତୁ ଅନ୍ତରରେ ପ୍ରେମ ନଥିଲେ ( ୨ ଥର)
    ଝମ୍ ଝିମ୍ ଶବ୍ଦ କରତାଳ ସ୍ଵରୂପ || ୨ ||

    ଆମ ବିରୁଦ୍ଧରେ ଏହି କଥା ଅଛି କରିଅଛୁ ଯାହା ଆଦ୍ୟପ୍ରେମ ତ୍ୟାଗି
    ଏଣୁ କେଉଁଠାରୁ ହେଲା ପତନ ( ୨ ଥର)
    କରିବା ମନକୁ ପରିବର୍ତ୍ତନ ||୩||

    କର ପ୍ରଭୁ କ୍ଷମା ଆମ ପାପ ସବୁ ଫେରି କରିଯିବୁ ଆଦ୍ୟ କର୍ମ ସବୁ
    ପହଞ୍ଚାଅ ଶେଷ ସରଗଧାମ (୨ ଥର)
    ଗାଇବୁ ତୁମରି ପ୍ରଶଂସା ଗାନ ||୪||

    ସୂଚୀମାଳାକୁ ଫେରନ୍ତୁ

  • paribartita jibana madhura subase

    ପରିବର୍ତ୍ତିତ ଜୀବନ ମଧୁର ସୁବାସେ ପୂର୍ଣ୍ଣ
    ଯୀଶୁଙ୍କୁ ପାଇଅଛି ଯିଏ ଧନ୍ୟ ତାର ଜୀବନ (ଘୋଷା)

    ପ୍ରଭୁ ପରେ ବିଶ୍ବାସ ରକ୍ଷା କରେ ପାପୀଙ୍କୁ
    ପୁରୁଣା ବିଷୟ ଚାଲିଯାଏ
    ହୁଏ ସବୁ ନୂତନ (୪ଥର) || ୧ ||

    ଅନୁତାପ ହୃଦୟେ ଲଭେ ସେ ପୁନର୍ଜନ୍ମ
    ସୂର୍ଗୀୟ ଧନେ ସେ ଧନବାନ
    ଆନନ୍ଦିତ ସେ ଜନ (୪ ଥର) || ୨ ||

    ମୁକ୍ତି ପ୍ରାପ୍ତ ଜୀବନ ପବିତ୍ରତା ପଥରେ
    କରଇ ସର୍ବଦା ଗମନ
    କରେ ଉତ୍ତମ କର୍ମ (୪ ଥର) ||୩||

    ମନ ପରିବର୍ତ୍ତନ କରିଛି ଯେଉଁ ଜନ
    ସ୍ଵଭାବ ତା’ ଯୀଶୁ ଅଧୀନ
    କରଇ ସଂଶୋଧନ (୪ ଥର) ||୪||

    ସୂଚୀମାଳାକୁ ଫେରନ୍ତୁ