Category: Odia

  • Jishu Janamara SuAbhibadana ଯୀଶୁ ଜନମର ସୁଅଭିବାଦନ

    ଯୀଶୁ ଜନମର ସୁଅଭିବାଦନ…
    ଘେନ ବନ୍ଧୁଗଣ… ଶୁଭ ସମ୍ଭାଷଣ

    ଯୀଶୁ ଜନମର ସୁଅଭିବାଦନ… ଏ ବଡଦିନର ଶୁଭ ସମ୍ଭାଷଣ
    ଜଣାଉଛି ଏହି କ୍ଷଣ… ଆହେ ପ୍ରିୟ ବନ୍ଧୁଗଣ …କରହେ ଗ୍ରହଣ
    ଅଭିନନ୍ଦନ ଘେନ ଅଭିନନ୍ଦନ

    ଆନଂଦ ଜନକ ଏହି ସୁସମାଚାର (ସୁସମାଚାର)
    ଈଶ୍ୱରଙ୍କ ଦୂତ ମରତେ କଲେ ପ୍ରଚାରେ (କଲେ ପ୍ରଚାରେ)
    ମୁକ୍ତି ସାଧିବାକୁ ସାରା ବିଶ୍ୱଜନର (ବିଶ୍ୱଜନର
    ଆସିଲେ ଧାରାକୁ ଛାଡ଼ି ସରଗପୁର (ସରଗପୁର)
    ବାକ୍ୟରୁପି ଇସସୁତ ଯୀଶୁରୂପେ ହେଲେ ଜାତ
    ମାନବ କାରଣ…

    ଅଭିନନ୍ଦନ ଘେନ ଅଭିନନ୍ଦନ

    ଆସିଅଛି ବୋଲି ଯୀଶୁଙ୍କ ଜନ୍ମଦିନ (ଜନମଦିନ)
    ଆନନ୍ଦେ ସଭିଙ୍କ ମନ ହୁଏ ଉତଛନ୍ନ (ହୁଏ ଉତଛନ୍ନ)
    ଆସ ଆସ ପ୍ରିୟ ଖ୍ରୀଷ୍ଟ ବିଶ୍ୱାସୀ ଗଣ (ବିଶ୍ୱାସୀ ଗଣ)
    ମଧୁଗିତୀ ଗାଇ କରିବା ଜୟଗାନ (ଜୟଗାନ)
    ପରସ୍ପର ମିଳିମିଶି ବାଣ୍ଟି ନେବା ହସଖୁସି (୨ଥର )
    ହୋଇ ଏକ ମନ ….

    ଅଭିନନ୍ଦନ ଘେନ ଅଭିନନ୍ଦନ

    ସୂଚୀମାଳାକୁ ଫେରନ୍ତୁ

  • ଧନ୍ୟବାଦ ମହିମା ପାଇବାକୁ dhanyabada mahima paibaku

    ଧନ୍ୟବାଦ ମହିମା ପାଇବାକୁ
    ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ
    ହାଲ୍ଲେଲୁୟା। (୪ଥର)

    ରାଜାମାନଙ୍କର ରାଜା ତୁମେ
    ପ୍ରଭୁମାଙ୍କର ପ୍ରଭୁ
    ରାଜାମାନଙ୍କର ରାଜା ତୁମେ
    ପ୍ରଭୁମାଙ୍କର ପ୍ରଭୁ

    ପ୍ରେମ,ଭକ୍ତି ପାଇବାକୁ ଶୁଭାଜନ
    କାରଣ ଜଗତେ ତୁମେ କର ସୃଜନ
    ଗୌରବ (ସମ୍ଭ୍ରମ …୩ଥର) ହୋ …
    ଗୌରବ ସମ୍ଭ୍ରମ ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ (୨ଥର)

    ହାଲ୍ଲେଲୁୟା (୪ଥର)
    ରାଜାମାନଙ୍କର ରାଜା ତୁମେ ପ୍ରଭୁମାନଙ୍କର ପ୍ରଭୁ…
    ଧନ୍ୟବାଦ…

    ପାପୀଙ୍କର ମୁକ୍ତି ତୁମେ କଲ ସାଧନ
    କାଳବରୀ କ୍ରୁଶେ ହୋଇ ବଳିଦାନ
    ଗୌରବ (ପ୍ରଶଂସା…୩ଥର) ହୋ…
    ଗୌରବ ପ୍ରଶଂସା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ (୨ଥର)

    ହାଲ୍ଲେଲୁୟା (୪ଥର)
    ରାଜାମାନଙ୍କର ରାଜା ତୁମେ ପ୍ରଭୁମାନଙ୍କର ପ୍ରଭୁ…
    ଧନ୍ୟବାଦ…

    ସୂଚୀମାଳାକୁ ଫେରନ୍ତୁ

  • ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି he prabhu kemiti banchinbi

    ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି
    ତୁମ ବିନା ଦୁନିଆ ତ ଅନ୍ଧାର ଲାଗେ। 2ଥର
    ମତେ ଭୁଲିବନି ମତେ ଛାଳୀବନି।2ଥର
    ତୁମଭିନା ଦୁନିଆ ତ ଅନ୍ଦାର ଲାଗେ..(ଘୁଷା)

    ହାରିଗଲି ମୁଁ ତଖୀଗଲି ମୁ
    ଏ ଦୁନିଆରେ ପ୍ରଭୁ ଠକି ଗଲି ମୁଁ
    ନାହିଁ କେ ସାହାରା ନହିଁ କେ ଭରଷା
    ତୁମ ଭିନା ଦୁନିଆରେ ନାହିଁ କେ ଆସୋର।(2ଥର)
    ତୁମ ଭିନା ଦୁନିଆ ତ ଅଜଣା ଲାଗେ। (୨ଥର)
    ହେ ପ୍ରଭୁ…………..୧

    ପାପ ଭରା ଦୁନିଆରେ ନାହିଁ ମ କରୁଣ
    ଭରି ଯାଏ ହୃଦୟ ମର ଦୁଃଖ ଓ ଯାତନା
    ହେ ଜଗତ ଜୀବନ ଇଶ୍ୱର ନନ୍ଦନ
    ଢାଳିଦିଅ ତୁମରି ଆଶିଷ ଦାନ…ଓ ଓ…(୨ଥର)
    ମଧୁର ମନରମ ସେ ଯୀଶୁ ନାମ
    ସରଗ ହୁଇଛି ସେ ନାମ ପ୍ରଦାନ।
    ହେ ପ୍ରଭୁ…….୨

    ସୂଚୀମାଳାକୁ ଫେରନ୍ତୁ

  • ବେସାହାରା , ହୋଇଚି ମୁଁ ଜୀବନ ସାରା be sahara hoichi mu jibana sara

    ବେସାହାରା , ହୋଇଚି ମୁଁ ଜୀବନ ସାରା
    ଜୀବନଟା ଅନ୍ଧାର ଲାଗେ
    ତୁମ ବିନା ହେ ପ୍ରଭୁ ମୋର
    ଦୁନିଆ ଟା ଅଲୋଗା ଲାଗେ
    ତୁମ ବିନା ହେ ଯୀଶୁ ମୋର
    ଏ ଜିଁବାଟା ଅଧୁରା ଯୀଶୁ ବିନା ଲାଗେ ଆକେଲା
    ବେସାହାରା ହୋଇଚି ମୁଁ , (4 times)
    ବେସାହାରା ହୋଇଚି ମୁଁ ଜୀବନ ସାରା …

    ଚାଲୁ ଚାଲୁ ଚାଲି ଗଲି
    ଅନ୍ଧକାର ରେ ମୁହିଁ
    ଭାବନା ମୋ ପାପ ଖାଲି
    ରହିଛି ହୃଦୟେ ଭୋରି
    ମରୀଚିକା ଜଗତ ରେ
    ମିଛ ରେ ବୁଡି ରହିଲି
    ସମୟକୁ ନଷ୍ଟ କଲି
    ଅଯଥା ରେ ମୁଁ ଚାଲିଲି
    ଏ ଜିଁବାଟା ଅଧୁରା ଯୀଶୁ ବିନା ଲାଗେ ଆକେଲା
    ବେସାହାରା ହୋଇଚି ମୁଁ , (4 times)
    ବେସାହାରା ହୋଇଚି ମୁଁ ଜୀବନ ସାରା …

    ଏ ପୃଥିବୀ ଟା ଏ ସମୟଟା
    ଲାଗୁନି ମୋତେ ନିଆରା
    ଜଣିଗଲି ସବୁ ଦେଖି
    କେହି ନାହିଁ ମୋ ସାହାରା
    ତୁମ ଛଡ଼ା କେହି ନାହିଁ
    ରକ୍ଷକ ତୁମେ ଏକା
    କ୍ଷମା ଦେଇ ଦୟାକରି
    ହୁଅ ମୋର ସାହାରା

    ଏ ଜିଁବାଟା ଅଧୁରା ଯୀଶୁ ବିନା ଲାଗେ ଆକେଲା
    ବେସାହାରା ହୋଇଚି ମୁଁ , (4 times)
    ବେସାହାରା ହୋଇଚି ମୁଁ ଜୀବନ ସାରା …

    ସୂଚୀମାଳାକୁ ଫେରନ୍ତୁ

  • (ପ୍ରଭୁ) ଦିଅ ଦେଖା ମୋତେ ବାରେ diya dekha bare

    (ପ୍ରଭୁ) ଦିଅ ଦେଖା ମୋତେ ବାରେ,
    ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା ।
    ଅରୁପାନନ୍ଦ ସୁନ୍ଦର ଅନୁପମ କଳେବର
    ଆଙ୍କି ଏ ହୃଦରେ ମୋର ପୂଜୁଥିବି ପ୍ରେମ-ଫୁଲେ । ୧ ।

    ଜ୍ୟୋତିପୁଞ୍ଜ ରୂପରାଶି ହୃଦୟ-କନ୍ଦରେ ପଶି
    ଜୀବନର ଅମାନିଶି ନାଶି ଶୋଭୁ କାଳେ କାଳେ । ୨ ।

    କାମନା-ମୋହ ମାଦକ ପାପଜ ଅଳୀକ ସୁଖ
    ଦେଖି ଶ୍ରୀମୁଖ ମୟୁଖ ନିବର୍ତ୍ତିବ ଅବହେଳେ । ୩ ।

    ଦାସେ ଦେଇ ଦରଶନ କିଣି ରଖ ଏ ଜୀବନ,
    ସଫଳ ହେଉ ଜନମ ତୁମ ମହାକୃପା ବଳେ । ୪

    ସୂଚୀମାଳାକୁ ଫେରନ୍ତୁ

  • ହିନ୍ଦୁଙ୍କ ଦେଶରେ ଖ୍ରୀଷ୍ଟିୟାନ ପାଇଁ ଦିନ ଟିଏ

    ହିନ୍ଦୁଙ୍କ ଦେଶରେ ଖ୍ରୀଷ୍ଟିୟାନ ପାଇଁ ଦିନ ଟିଏ

    କଣ କହିଲେ ଆଜ୍ଞା ! ଜୁଲାଇ ୩ ତାରିଖ I ଭାରତୀୟ ଖ୍ରୀଷ୍ଟିୟାନ ଦିବସ I ବିଶ୍ୱାସ ବି କରି ହେଉନି I ବଡ଼ଦିନ , ଶୁଭ ଶୁକ୍ରବାର , ପୁନରୁଥାନ ଦିବସ କଥା ଜାଣିଥିଲୁ I କିନ୍ତୁ ଖ୍ରୀଷ୍ଟିୟାନ ଦିବସ ଯେ ଭାରତରେ ପାଳନ ହେବ ତାହା ଜାଣି ନ ଥିଲୁ I ଲାଗି ପଡ଼ି ଆମ ଲୋକ କରିଦେଲେ ନା I ଖାଲି କଣ ଯୋଗ ଦିବସ , ଶ୍ରମ ଦିବସ , ହିନ୍ଦୀ ଦିବସ ପାଳନ ହେବ ଭାରତରେ I କାହିଁକି ଖ୍ରୀଷ୍ଟିୟାନ ଦିବସ ପାଳନ ହେବ ନାହିଁ ଯେ ଭାରତରେ !

    ଭାରତୀୟ ବୋଲି କାହିଁ କେତେ ଯେ ଗର୍ବ ଆମ ମନରେ I ଅଧିକ ଗର୍ବ ଲାଗୁଛି ଆମେ ଭାରତୀୟ ଖ୍ରୀଷ୍ଟିୟାନ ବୋଲି I ଭାରତ ଏମିତି ସେମିତି ଦେଶ ନାହିଁ ମ ! ଯୀଶୁଙ୍କ ଶିଷ୍ୟ ଥୋମା ଆମ ଦେଶକୁ ଆସିଥିଲେ I କିଛି ନ ଦେଖି ବିଶ୍ୱାସ କରିବାର ଲୋକ ସେ ନ ଥିଲେ I ପିତରଙ୍କ ଭଳି ଟିକେ ଆଗବଢି କହିବାର ଲୋକ ସେ ନ ଥିଲେ ସତ l କିନ୍ତୁ ସତ କୁ ଜାଣିବାର ଆଗ୍ରହ ଥିଲା ତାଙ୍କର l ପୁନରୁଥିତ ଯୀଶୁଙ୍କୁ ଦେଖି ବିଶ୍ୱାସ ତାଙ୍କ ବଢି ଯାଇଥିଲା I ଯୀଶୁଙ୍କ ସେବା କୁ ନେଇ ପହଞ୍ଚି ଥିଲେ ଭାରତକୁ I ସେବା କରୁ କରୁ ମୃତ୍ୟୁ ବରଣ ମଧ୍ୟ କଲେ ଭାରତରେ I କି ଭାଗ୍ୟ ସତରେ ଆମର I ଯୀଶୁଙ୍କ ଶିଷ୍ୟ ଥୋମାଙ୍କ ପାଦ ଆମ ଦେଶରେ ପଡିଛି I ଆଜି ବି ଅନେକ ଦେଶ ଅଛି ସେମାନଙ୍କର ଏଭଳି ସୌଭାଗ୍ୟ ଜୁଟି ନାହିଁ I ଏମିତି ବାଇବଲରେ ଭାରତ ର ବି ନାମ ଅଛି I ଯୀଶୁଙ୍କ ସେବାକାର୍ଯ୍ୟ ଓ ପୁରାତନ ନିୟମ ସହିତ ଆମ ଦେଶ ଭାରତର ଭାରୀ ସମ୍ପର୍କ ରହିଛି I ତଥାପି ଆମେ ଆଜି ସଂଖ୍ୟାଲଘୁ l

    ଦେଶ ସ୍ୱାଧିନତାରେ କଣ ଭାରତୀୟ ଖ୍ରୀଷ୍ଟିୟାନ ନ ଥିଲେ I ଖାଲି ହିନ୍ଦୁ , ମୁସଲମାନ ଆଉ ଶିଖ ଭାଇମାନେ ଥିଲେ I ନାହିଁ ମ I ଆମ ଖ୍ରୀଷ୍ଟିୟାନ ଭାଇ ଭଉଣୀମାନେ ମଧ୍ୟ ସ୍ୱାଧୀନତା ଆନ୍ଦୋଳନ ପାଇଁ ବାହାରି ଆସିଥିଲେ I ପରିବାରକୁ ଛାଡି ଦେଶ କୁ ରକ୍ଷା କରିବାକୁ ଆଗଭର ଥିଲେ I ସ୍ବଦେଶୀ ଆନ୍ଦୋଳନ ପାଇଁ ବର୍ମାବାନ୍ଧବ ଉପାଧ୍ୟୟକୁ କିଏ ନ ଜାଣେ I ପୁଲଲି ଚାକୋ କେରଳ ରାଜ୍ୟର ସ୍ୱାଧୀନତା ସଂଗ୍ରାମୀ ଥିଲେ I କାଳି ଚରଣ ବାନାର୍ଜୀ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୁଦ୍ଧରେ ସ୍ୱର ଉଠାଇଥିଲେ I ଏମାନେ ସବୁ ସଚ୍ଚା ଖ୍ରୀଷ୍ଟିୟାନ ଥିଲେ I ଦେଶ ମାତୃକାର ସେବାପାଇଁ ସେମାନେ ବାହାରି ଆସିଥିଲେ I ସେମାନଙ୍କ ଉତ୍ସର୍ଗିକୃତ ଜୀବନ ଭାରତୀୟ ଭୁଲିଯିବା ଦରକାର କି ! ଆଜି ବି ଖ୍ରୀଷ୍ଟିୟାନ ଭାଇମାନଙ୍କୁ ଦେଶର ସୈନ୍ୟ ବିଭାଗରେ ଦେଖିବାକୁ ମିଳୁଛି I ଦେଶର ସୁରକ୍ଷା କରୁଛନ୍ତି I ଏପରିକି ଦେଶ ପାଇଁ ସହିଦ ହେବା କଥା ମଧ୍ୟ ନଜର ଅଛି I ଯେଉଁ ମାନେ ଆମ ଧର୍ମ ହିଁ ଚାଲିବ ଭାରତରେ I ଅନ୍ୟ ଧର୍ମ ବିଦେଶୀ ଧର୍ମ ବୋଲି କହୁଛନ୍ତି ଆଉ ଅଡ଼ି ବସୁଛନ୍ତି I ସେମାନେ କଣ ଏହା ବୁଝିପାରିବେ ! ତୁମେ ଖାଲି କଣ ସ୍ୱାଧୀନତା ଆଣିଦେଲ l ଆମ ଲୋକ ଆଉ କିଛି କରୁ ନ ଥିଲେ କି l ଇତିହାସ ଟିକେ ପଢ଼ l ଆମ ଲୋକ ଙ୍କ ବଳିଦାନ କଥା ଜାଣି ପାରିବ ଭଲରେ l

    ଦେଶରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବାରେ ଖ୍ରୀଷ୍ଟିୟାନ ସ୍କୁଲ ଏବଂ କଲେଜ ର ଚାହିଦା କାହିଁ ରେ କଣ ! ସେହି ଅନୁଷ୍ଠାନ କାହି କେତେ ଡ଼ାକ୍ତର , ଇଞ୍ଜିନିଅର , ଆଇଏସ , ଓଏସ , ଖେଳାଳୀ ମାନଙ୍କୁ ଦେଶ ପାଇଁ ତିଆରି କରିଛି ତାର ହିସାବ କଲେ ସରିବ ନାହିଁ I ଆଜି ଯେଉଁମାନେ ଦେଶର ବଡ଼ ବଡ଼ ସ୍ଥାନରେ ଅଛନ୍ତି ସେମାନେ ଵି ଦିନେ ଆମ ଖ୍ରୀଷ୍ଟିୟାନ ସ୍କୁଲ ଆଉ କଲେଜ ରେ ପଢ଼ିଥିଲେ I ବିଜେପିର ନେତା ଏଲ. କେ. ଆଡଭାନୀ କୁ କିଏ ନ ଜାଣେ ! କଂଗ୍ରେସ ର ନେତା ଶଶୀ ଥରୁର ର ଭାଷଣ ଯିଏ ଶୁଣୁଛି ସେ ଆଶ୍ଚଯ୍ୟ ହୋଇ ଯାଉଛି I କି ଭାଷାର ଜ୍ଞାନ ତାଙ୍କ ପାଖରେ ଅଛି ! ଥରେ ଶୁଣିଲେ ଦୁଇଥର ଶୁଣିବାକୁ ତାଙ୍କ ଭାଷଣ ଇଛା ହେଉଛି I ଏମାନେ ବି ଦିନେ ଆମ ଖ୍ରୀଷ୍ଟିୟାନ ସ୍କୁଲ ଆଉ କଲେଜ ରେ ପଢୁଥିଲେ I ଯେଉଁ ଠାରୁ ସେମାନେ ଉତ୍ପନ ସେମାନେ କେମିତି ଭୁଲି ପାରିବେ ତାକୁ ! ସେମାନଙ୍କୁ ବଡ଼ କରିବାରେ ଆମ ଖ୍ରୀଷ୍ଟିୟାନ ସ୍କୁଲ ଆଉ କଲେଜରେ ହାତ ଅଛି I

    ଭାରତ ସରକାର ଖ୍ରୀଷ୍ଟିୟାନ ମାନଙ୍କ କାର୍ଯ୍ୟ କୁ ଦେଖିଛନ୍ତି I ପ୍ରଂଶସା ମଧ୍ୟ କରିଛନ୍ତି I ସେଣ୍ଟ ଥୋମାସ ଙ୍କ ନାମରେ ଡାକ ଟିକଟ ପ୍ରଚଳନ କରିଛନ୍ତି I ଉଇଲିୟମ କେରୀ, ସେଣ୍ଟ ଫ୍ରାନ୍ସିସ ଜାଭିଏରଙ୍କ ନାମରେ ମଧ୍ୟ ଡାକ ଟିକଟ ପ୍ରଚଳନ ହୋଇଛି I ସେବାର କାର୍ଯ୍ୟ ପାଇଁ ଭାରତରତ୍ନ ଉପାଧିରେ ମଦର ଟେରେସାଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି I ଭାରି ଉତ୍ତମ କଥା l ଆଜି ବି ରାସ୍ତା , ଛକ , ବିଲଡିଂ , ସହର ର ନାମ କରଣ କରାଯାଉଛି I ପୁରୁଣା ନାମକୁ ପରିବର୍ତ୍ତନ କରି ନୂଆ ନାମ ଦିଆଯାଉଛି I କିନ୍ତୁ ଆମ ଖ୍ରୀଷ୍ଟିୟାନ ଲୋକମାନଙ୍କ ନାମ ଆଗକୁ ଆସିପାରୁନି I ଲାଗୁଛି ଏହି ନାମକରଣ ପଛରେ ଏକ ସ୍ୱାର୍ଥବାଦୀ ଗୋଷ୍ଠୀ କାମ କରୁଛି I ଖ୍ରୀଷ୍ଟିୟାନ ମାନଙ୍କ କାମକୁ ତାଙ୍କର ଆଖିକୁ ବୋଧେ ଦେଖାଯାଉନି I ପୋଜିସନ ମାୟାରେ ବାୟା ହୋଇ ଯାହା ଚାହିଁଲେ ତାହା କରି ଦେଉଛନ୍ତି I ସମୟ ଆସୁ ଖ୍ରୀଷ୍ଟିୟାନ ମାନଙ୍କ ନାମ ଗ୍ରାମ , ସହର , ଛକ , ରାସ୍ତା , ବିଲଡିଂରେ ସ୍ଥାନ ପାଉ I

    ମାର୍ଟିନ ଲୁଥର କିଙ୍ଗ କହିଲେ ଆମକୁ ମିଳିତ ହୋଇ ରହିବାକୁ ପଡିବ I ନଚେତ ଆମେ ଧ୍ୱଂସ ହୋଇଯିବା I ସତକଥା I ଆମେ ଭାରତୀୟ ଖ୍ରୀଷ୍ଟିୟାନ I ସଂଖ୍ୟାରେ ବି ବହୁତ କମ I କିନ୍ତୁ ଆମ ଭିତରେ କାମୁଡ଼ା କାମୁଡି I ଟଣା ଟଣି ନୀତି ଯାଉନି I ମୁଁ ପ୍ରୋଟେଷ୍ଟାଣ୍ଡ I ସେ କ୍ୟାଥଲିକ I ଆମେ ପେଣ୍ଟିକୋଷ୍ଟାଲ l ସେମାନେ ଲୁଥରାନ I ସତେ ଯେମିତି ଆମ ଭିତରେ ସହନଶୀଳତା ନାହିଁ କି ଏକତା ବି ନାହିଁ I ମୋ ଚର୍ଚ୍ଚ I ମୋ ବିଶ୍ୱାସୀ ଭିତରେ କିଛି ପାଳକ ଆଉ ନେତା ସୀମିତ ହୋଇଯିବାକୁ ଚାହାନ୍ତି I ସେଥିପାଇଁ ବାହ୍ୟ ବଳ ଆସି ଆଇନ ଆଣି ଆମକୁ ଧରାଶାୟୀ କରିଦେଉଛି I ଯଦି ଆମେ ଏକାଠି ହୋଇଥାନ୍ତୁ ବାହ୍ୟବଳ ଯେତେ ମାରାତ୍ମକ ହେଲେ ବି ତାକୁ ପଙ୍ଗୁ କରିଦେଇ ହୁଅନ୍ତା I ପବନରେ ଫୁ କରିଦେଇ ହୁଅନ୍ତା I ଆମର ତ ଏକତା ନାହିଁ I ସେ ବଳ ମିଳିବ କେଉଁଠୁ I

    ପ୍ରଥମଥର ଖ୍ରୀଷ୍ଟିୟାନ ଦିବସ ପାଳନ ହେଉଛି ଭାରତରେ I ଭାରି ଭଲ କଥା I ଲକଡାଉନ ଟିକେ କୋହଳ ହେଉଛି l ବ୍ୟାନର , ଲିଫଲେଟ ମରା ହେଉଛି l ଜୂମ ମିଟିଂ ରେ ସବୁ କାର୍ଯ୍ୟକ୍ରମ ଚାଲୁଛି I ଲୋକେ ଆଗ୍ରହ ପ୍ରକାଶ କରିଛନ୍ତି I ସମୟ ଦେଉଛନ୍ତି I ପଦକ୍ଷେପକୁ ସ୍ୱାଗତ କରିଛନ୍ତି I କିନ୍ତୁ ଅନେକଙ୍କ ପାଇଁ ତାହା ଅଜଣା ହୋଇଯାଇଛି I ସେମାନଙ୍କ ପାଖରେ ଆଗ୍ରହ ଅଛି ନା ଉତ୍ସାହ ଅଛି I କିଛି ଦେଖିବାକୁ ମିଳୁନି I ଆଶା ଅଛି ଆସନ୍ତା ବର୍ଷ ଜୁଲାଇ ୩ ତାରିଖ ପୁଣି ଆସିବ I ଲକଡାଉନ ନ ଥିବ I ସବୁ ଠିକ ଠାକ ଥିବ I ଦେଖିବାକୁ ମିଳିବ ଲୋକେ ରାସ୍ତାରେ ପ୍ଲା କାର୍ଡ ଧରିଥିବେ I ରାସ୍ତାରେ ପରିକ୍ରମା କରୁଥିବେ I ଗାଉଥିବେ ଯୀଶୁଙ୍କ ଗୀତ I କହୁଥିବେ ଯୀଶୁ ଭାରତୀୟଙ୍କୁ ପ୍ରେମ କରନ୍ତି I ତାଙ୍କ ପାଇଁ ଜୀବନ ଦେଇଛନ୍ତି I


    Rev. Simion Malli Photo
    Rev. Simion Mali
    Founder & Director of MOC, India.
  • Aa pasora se premaku ଅ ପାସୋରା ସେ ପ୍ରେମକୁ

    ହୋ… ହୋ…ହୋ…
    ଅ… ପାସୋରା ସେ… ପ୍ରେମକୁ (୨ଥର)
    ମୁଁ ପାଇଚି — (୨ଥର)
    ହଜି ମୁଁ ଯିବି ହୋ… ମଜି ମୁଁ ଯିବି
    ହଜି ମୁଁ ଯିବି ମଜି ମୁଁ ଯିବି
    ଗାଉଥିବି ମୋ ଜୀବନ ସାରା
    ତୁମ ପ୍ରେମର ସେ ଧାରା ସେହି ଏକା ମୋ ସାହାରା
    ଅ… ପାସୋରା ସେ… ପ୍ରେମକୁ
    ମୁଁ ପାଇଚି —(୨ଥର)

    ଗଲଗଥା ପରେ ଝରଇ… ଆଜି ବି ସେ ରକ୍ତ ଧାର
    ଚାହିଁ ଦେଖ ଫେରି ଥରେ…ଝରୁଛି ପ୍ରେମର ଝର…
    ହୋ… ହୋ…ହୋ… (୨ଥର)
    ଫେରିଆ ତୁ ବାରେ… ସେ ପ୍ରେମ ଉହାଡ଼େ
    ପ୍ରସାରିତ ବାହୂ କହେ ହୋ…(୨ଥର)
    ଅ… ପାସୋରା ସେ… ପ୍ରେମକୁ
    ମୁଁ ପାଇଚି (୨ଥର)

    ଶୂନ୍ୟ ସମାଧି କହଇ…ଭାଙ୍ଗିଛି ମୃତ୍ୟୁ ନାହୁଡ଼
    ଦେଖ ଯୀଶୁ ସଂଜୀବିତ…ସେ ଏକା ମୁକ୍ତିର ପଥ ହୋ…
    ପ୍ରେମରେ ସେ ତୋତେ…ତୋଳିନେବେ ହାତେ
    ଅନନ୍ତ ଜୀବନ ପଥେ…
    ଅ… ପାସୋରା ସେ… ପ୍ରେମକୁ
    ମୁଁ ପାଇଚି — (୨)

    ସୂଚୀମାଳାକୁ ଫେରନ୍ତୁ

  • Ananta jibana paibaku chahen ଅନନ୍ତ ଜୀବନ ପାଇବାକୁ ଚାହେଁ

    ଅନନ୍ତ ଜୀବନ ପାଇବାକୁ ଚାହେଁ
    କଣ କରିବି ମୁହିଁ (୪ଥର)
    ପଚାରିଲେ ଜଣେ ଧନମାନ ବ୍ୟକ୍ତି…ଯୀଶୁଙ୍କ ଆଗ୍ରହୀ ହୋଇ -0-

    ନୈତିକ ଜୀବନ କାଟୁଅଛି ନୀତି ବ୍ୟବସ୍ଥା ପାଳନ କରି ହୋ…(୨ଥର)
    ଯୌବନ କାଳର ବିଧ୍ଵ ବିଧାନକୁ ନେଇଛି ମୁଁ ଆଦରି
    କୁହ ଏବେ ମୋତେ କର୍ତବ୍ୟ ମୋହର (୨ଥର)
    କରିବାକୁ ଚାହେଁ ମୁହିଁ (୨ଥର)
    ଅନନ୍ତ ଜୀବନ…

    ଯୀଶୁ ତାଙ୍କୁ ଚାହିଁ କହିଲେ ପ୍ରେମରେ ଉଣା ଗୋଟିଏ ବିଷୟ ହୋ…(୨ଥର)
    କର ବିତର ଦରିଦ୍ର ମାନଙ୍କୁ ସର୍ବସ୍ବ କରି ବିକ୍ରୟ
    ଅନୁଗାମୀ ହୁଅ ଅନନ୍ତ ଜୀବନ (୨ଥର)
    ପାଇବାକୁ ଚାହଁ ଯଦି (୨ଥର)
    ଅନନ୍ତ ଜୀବନ…

    ସୂଚୀମାଳାକୁ ଫେରନ୍ତୁ

  • HE PRIYA JISU TUME MO PRANARA ହେ ପ୍ରିୟ ଯୀଶୁ ତୁମେ ମୋ ପ୍ରାଣର

    HE PRIYA JISU TUME MO PRANARA ହେ ପ୍ରିୟ ଯୀଶୁ ତୁମେ ମୋ ପ୍ରାଣର

    ହେ ପ୍ରିୟ ଯୀଶୁ

    ତୁମେ ମୋ ପ୍ରାଣର ବନ୍ଧୁ
    ତୁମେ ହିଁ ସତ୍ୟ ସ୍ୱୟଂମ୍ଭୁ

    ଦୟାର ସିନ୍ଧୁ

    ହାଲ୍ଲେଲୁୟା ଗାଉଥିବି ମୁଁ
    ଯୀଶୁ ନାମ ଜପୁଥିବି ମୁଁ –0–

    ତୁମ ବିନା ନାହିଁ ତ୍ରାଣ
    ପରିତ୍ରାତା ଯୀଶୁ ଧନ

    କ୍ରୁଶ କାଠେ ଦେଇ ପ୍ରାଣ
    ଦେଲ ମୋତେ ପରିତ୍ରାଣ

    ଶାଶ୍ୱତ ସେ ପ୍ରେମ କଲ ମୁଁ ପାପୀଙ୍କୁ
    ଧନ୍ୟ ପ୍ରେମିକ ଯୀଶୁ

    ହାଲ୍ଲେଲୁୟା ଗାଉଥିବି ମୁଁ
    ଯୀଶୁ ନାମ ଜପୁଥିବି ମୁଁ –1–

    ଯୀଶୁ ନାମେ ନିତି ଦିନ
    କରିବି ଗୁଣ କୀର୍ତ୍ତନ

    କରୁଣାରେ ପରିପୂର୍ଣ୍ଣ
    ପ୍ରେମରେ ତୁମେ ମହାନ

    ସର୍ବଦା ବର୍ଣ୍ଣିବି ତୁମରି ପ୍ରେମକୁ
    ତ୍ରାଣକାରି ମୋ ଯୀଶୁ

    ହାଲ୍ଲେଲୁୟା ଗାଉଥିବି ମୁଁ
    ଯୀଶୁ ନାମ ଜପୁଥିବି ମୁଁ –2–

    ସୂଚୀମାଳାକୁ ଫେରନ୍ତୁ

  • Jishu tumo pado tole /ଯୀଶୁ ତୁମ ପାଦ ତଳେ

    ଯୀଶୁ ତୁମ ପାଦ ତଳେ
    ନେଉଅଛି ମୁଁ ଶରଣ
    ମୋ ଶରୀର ମୋ ଜୀବନ
    କରୁଅଛି ସମର୍ପଣ
    ଘେନ ମୋର ଭଙ୍ଗା ଜୀବନ
    ଗଢ଼ି ଦିଅ କରି ନୂତନ
    ଶୁଣ ଶୁଣ ମୋର କ୍ରନ୍ଦନ
    ଆକୁଳେ ଡାକୁଛି ରାଜନ… =0=

    ଆସିଛି ଫେରି ପାପ ସ୍ବୀକାରି
    ପୂଣ୍ୟ ଚରଣେ ତୁମରି
    ଅଶ୍ରୁ ମୋହରି ଯାଉଛି ଝରି
    ତବ ପ୍ରେମ ଦେଲେ ସ୍ମରି
    ନିଅ ହେ ଆଦରି ବକ୍ଷରେ ତୁମରି
    ରଖ ହେ ଆବୋରି ହସ୍ତକୁ ବିସ୍ତାରି
    ସବୁ ପାପ ଦୋଷ ଅଧର୍ମ
    ତବ ରକ୍ତେ କର ଶୋଧନ
    ଶୁଣ ଶୁଣ ମୋର କ୍ରନ୍ଦନ
    ଆକୁଳେ ଡାକୁଛି ରାଜନ….=1=

    ମୁଁ ଯେ ଅକ୍ଷମ ନୁହେଁ ସକ୍ଷମ
    କରିବାକୁ ସେବା ତୁମ
    ମୋର କରମ ନୁହେଁ ଉତ୍ତମ
    ପାପରେ ମୋର ଜନମ
    ମୁଁ ପାପୀ ମୁଁ ଦୋଷୀ ମୁଁ ଅଟେ ଅଧମ
    ନାହିଁ ମୋ ଜୀବନେ କିଛି ସୁକରମ
    କରୁଅଛି କୋଟି ପ୍ରଣାମ
    ଦିଅ ସେବା ଭକ୍ତିର ମନ
    ଶୁଣ ଶୁଣ ମୋର କ୍ରନ୍ଦନ
    ଆକୁଳେ ଡାକୁଛି ରାଜନ….=2=

    ସୂଚୀମାଳାକୁ ଫେରନ୍ତୁ

    SONG CREDITS :
    Singer : Amit Pani (Gospel Singer)
    Lyrics : Amit Badanayak