bandhu re bandhu chahinja tu

ବନ୍ଧୁରେ ବନ୍ଧୁ ଚାହିଁଯା ତୁ ଚାହିଁଯା
ଗଲଗଥା ଶିଖକୁ ତୁ ଚାହିଁ ଯା ଥରେ ଚାହିଯା
ତୋର ଦୁଃଖ ନେଇ ସୁଖ ଦେବା ପାଇଁ
ଝୁଲୁଛନ୍ତି କୁଶେ ତୋ ପାଇଁ…..ଚାହିଁଯା..(ଘୋଷା)

ଥିଲୁ ଯେବେ ତୁହି ପାପେ ଦାସହୋଇ
ନ ଥିଲା କେହି ତୋ ମୁକତି ପାଇଁ
ମୁକତିର ପଥ ଦେଖାଇବେ ବୋଲି
ଆସିଥିଲେ ସେ ଜୁଗତ ସାଇଁ

ବନ୍ଧୁ ଶୁଣି କେତେ….. ଏ … ଏ … ଏ… (୨ଥର)
ବନ୍ଧୁ ଶୁଣୀ କେତେ…ନିନ୍ଦା ଅପମାନ ବନ୍ଧୁରେ
ନୂଆଁଇଲେ ମଥା ତୋ ପାଇଁ ରେ…..
ଥରେ ଚାହିଯା ଗଲଗଥା ଶିଖକୁ ତୁ ଚାହିଯା … |୧|

ତୋ ପାପ ବେତନ ଥୁଲା ଯେ ମରଣ,
ଆସିଥୁଲେ ତୋ ଜୀବନ ସାଜି
ତୋର ଦୁଃଖେ ଦୁଃଖି ହୋଇ ସୁଖେ ସୁଖି
ହୋଇଲେ ସେ ପାପୀର ସମାନ
ବନ୍ଧୁ ସହି କେତେ…….ଏ…..ଏ……ଏ (୨ ଥର)
ବନ୍ଧୁ ସହି କେତେ ଦାରୁଣ କଷଣ
ବନ୍ଧୁରେ କୁଶେ ଦେଲେ ପ୍ରାଣବାୟୁ ଛାଡ଼ିରେ
ଥରେ ଚାହିଯା ଗଲଗଥା ଶିଖକୁ ତୁ ଚାହିଯା … |୨|

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *