Author: GospelBooth

  • ଭାବନା କିମ୍ବା ମନ ନିରତ bhaabonaa kimbaa mono niroto

    ଭାବନା କିମ୍ବା ମନ ନିରତ ?

    ପ୍ରଭୁ ଅଟନ୍ତି ତୋ ପ୍ରାଣ ନାଥ । ଘୋଷା ।

    କିପାଇଁରେ ମନ ହେଉ ଛନଛନ ଅସାର ଚିନ୍ତାରେ ଅବିରତ ?

    ତୋର ଜନ୍ମାବଧି ସେହି ଦୟାନିଧି ସଦା ଅନୁଗ୍ରହେ କଲେ ପରିତୃପ୍ତ । ୧ । 

     

    କିପାଇଁ ନିରାଶ, ଧର ହେ ସାହସ, ଆଗ ବଢ଼ି ଚାଲ ଧର୍ମପଥ,

    ଯାର ବାହୁବଳ ଅଟେ ତୋର ଢାଲ ତାଙ୍କ ଚରଣେ ସମର୍ପି ଦେହ ଚିତ୍ତ ୨ା 

     

    ବିପଦେ ସହାୟ ଅଟନ୍ତି ଆଶ୍ରୟ, ଆଉ କିମ୍ବା ତୋର ଭୟଚିତ୍ତ ?

    ପାପ ତାପ ସର୍ବ ହୋଇବ ବିନଷ୍ଟ, ଶତ୍ରୁ ଗର୍ବବଳ ସବୁ ହେବ ନତ । ୩ । 

     

    ରଖିବେ ସେ ଧରି କରୁଣା ଆବୋରି, ସବୁ ଶୋକ ଦୁଃଖ ଦୂର କରି,

    ରାତ୍ର ଦିବସରେ ଚାହିଁ କଟାକ୍ଷରେ ପ୍ରହରୀ ରଖିବେ ସେ ଦିବ୍ୟଦୂତ । ୪ । 

     

    ବିଷମ ଦୁର୍ଦ୍ଦଶା ସନ୍ନିକଟ କାଳେ ଦୟାରୂପ ଢାଲ ଦେବେ କରେ

    ଜୀବନ ସରିକି ପାରିବେ କରି କି ପାପ ତାପ ଆଉ ଶୟତାନ ଭୂତ ?

    ସୂଚୀମାଳାକୁ ଫେରନ୍ତୁ

  • କିପାଇଁ ଭାବିତ ମୁହିଁ ki pain bhaabibi muhin

    କିପାଇଁ ଭାବିତ ମୁହିଁ

    ପ୍ରତିଜ୍ଞାନୁସାରେ ପ୍ରଭୁଙ୍କ ଉପରେ ଚିନ୍ତା ଭାର ନ ପକାଇ । ଘୋଷା ।

    ଏହା ଜାଣଇ ଅନୁଭବେ ମୁହିଁ ଚିନ୍ତା ବିଅର୍ଥ ଅଟଇ,

    ଗତ କାଳେ କେତେ ଚିନ୍ତା କରି ନିତ୍ୟେ ଉଶ୍ୱାସ ମୁଁ ପାଇ ନାହିଁ । ୧ ।

     

    ଉପାୟ ନାନା କରୁଅଛି ସିନା ହୋଇ କାତର ମୁହିଁ,

    ପ୍ରଭୁ ବିନା କେହି ମୋର ଦୁଃଖ ନେଇ ସୁଖ ନ ପାରଇ ଦେଇ । ୨ । 

     

    ତେବେ କି ପାଇଁ ଚିନ୍ତାଭାର ମୁହିଁ ପ୍ରଭୁ ପରେ ନ ପକାଇ,

    ବିଅର୍ଥେ କିପାଇଁ ଚିନ୍ତାନଳେ ମୁହିଁ ନିତ୍ୟ ହେଉଅଛି ଦହି । ୩ । 

     

    ବିନତି ମୋର କର୍ଣ୍ଣେ କି ତାଙ୍କର ପ୍ରବେଶ କରିବ ନାହିଁ ?

    ମୋର ଦୁଃଖ ପ୍ରତି ନ ପକାଇ ଦୃଷ୍ଟି ନିର୍ଦ୍ଦୟ ହେବେ କି ସେହି ? । 

     

    ଏହା ନୁହଇ, ନିଶ୍ଚେ ମୁଁ ଜାଣଇ ଦୟାଳୁ ଅଟନ୍ତି ସେହି,

    ଆଶ୍ରିତ ତାଙ୍କର ନିରାଶ ହେବାର କାହିଁ ଦେଖା ଶୁଣାନାହିଁ । ୫

    ଯଦି ଅଟଇ ଦୀନହୀନ ମୁହିଁ ମୋତେ ସେ ଭୂଲନ୍ତି ନାହିଁ,

    ନିତ୍ୟ ମୋହ ପାଇଁ ମନଯୋଗ ସେହି କରୁଛନ୍ତି ସ୍ନେହ ବହି । ୬ ।

    ସୂଚୀମାଳାକୁ ଫେରନ୍ତୁ

  • କିପାଇଁ ସଦା ଅସ୍ଥିର ହେଉ ମନ ମୋହର ki paain sodaa osthiro heu mono mohoro

    କିପାଇଁ ସଦା ଅସ୍ଥିର ହେଉ ମନ ମୋହର ?

    ସର୍ବ ଦୁଃଖ ଯିବ ଦୂର, ଧର ପ୍ରଭୁ ପୟର । ଘୋଷା । 

     

    ସେ ଅଟନ୍ତି ପର୍ବତ ସତ୍ୟବାଦୀ ବିଶ୍ୱସ୍ତ,

    ପଦାଶ୍ରିତ ପ୍ରତି ଦୟା ସଦା ସ୍ଥିର ତାଙ୍କର । ୧ । 

     

    ସେ ସର୍ବଶକ୍ତିମାନ ସର୍ବ ତାଙ୍କ ଅଧୀନ,

    କୃପାଦୃଷ୍ଟି ମାତ୍ରେ ଦୁଃଖ ହେବ ଦୂର ତୋହର । ୨ ।

    କୃପା ଦୟା ତାଙ୍କର ଅଟଇ ଅକୂପାର,

    କେବେ ବି ହୋଇଛି ଭକ୍ତ ପ୍ରତି ଊଣା ତାହାର ? । 

     

    କେଡ଼େ କେଡ଼େ ବିପତ୍ତି ସେ ପ୍ରଭୁ ନାଶିଛନ୍ତି !

    କେତେକ ମାତ୍ର ବା ଏହି ତୋର ବିପତ୍ତି ଛାର । ୪ । 

     

    ତାଙ୍କ ଅଭୟ ପାଦ ଧର ତେଜି ବିଷାଦ,

    ନୋହିବ କିଛି ଅଭାବ ଥିଲେ ସେ ତୋ ସଙ୍ଗର । ୫ ।

    ସୂଚୀମାଳାକୁ ଫେରନ୍ତୁ

  • କିମ୍ପା ମନରେ ଏତେ ଚିନ୍ତା ଭାବନା kimpaa monore ete chintaa bhaabonaa

    କିମ୍ପା ମନରେ ଏତେ ଚିନ୍ତା ଭାବନା

    ପ୍ରଭୁ ପ୍ରତିଜ୍ଞା ତୋ ମନେ କି ପଡ଼େନା ? ଘୋଷା ।

    ଐହିକ  କ୍ଷୟଣୀୟ ଯେ ସୁଖ ସମ୍ପଦ କିମ୍ପା ଉଠାଏରେ ମନେ ତୋର ବିଷାଦ ?

    ଘନେ ବିଜୁଳି ପରି ମନେ ଉଠେ ଉଚ୍ଛୁଳି

    କରି ନିରାଶ ବୃଷ୍ଟି, ନାଶେ ତୋ ସତ୍ୟ ଶାନ୍ତି, ମନରେ ହୁଅ ଦମ୍ଭ, ପ୍ରଭୁ ତୋର ଆଲମ୍ବ

    ଉଦୟ ହେବ ମନେ ସାନ୍ତ୍ୱନା    ା ୧ ।

    ଦିନେ ନୋହିଲା ମନରେ କି ବିବେଚନା କେ କରନ୍ତି ଆକାଶ ପକ୍ଷୀଙ୍କି ପାଳନା ?

    ନାହିଁ ଅମାର ଗୋଲା, ନାହିଁଟି କ୍ଷେତଖଳା,

    କାଟନ୍ତି ନାହିଁ ସୂତା, ତଥାପି ନାହିଁ ଚିନ୍ତା,

    ବୁଣା କଟାହିଁ ନାହିଁ, କୁଶଳେ ଭକ୍ଷ୍ୟ ପାଇ,

    ଶିଖାନ୍ତି ଧୈର୍ଯ୍ୟ, ଶାନ୍ତି ନମୁନା           ା ୨ ।

    ଆହୁରି  ମନରେ ତୁହି ବିବେଚି ଦେଖ,

    ନାନାବିଧ ସୁଗନ୍ଧି ପୁଷ୍ପାଦି ଯେତେକ,

    ବିଚିତ୍ର ରଙ୍ଗ ଦଳ ଦିଶେ କେଡ଼େ ସୁଡୌଲ !

    ତାର ରୂପ ସୁଗନ୍ଧ ଦିଏ ମନେ ଆହ୍ଲାଦ,

    ସେହି ଐଶ୍ୱର୍ଯ୍ୟ ରଙ୍ଗେ, ସରି କେ ତାର ସଙ୍ଗେ ?

    କେଉଁ ରାଜା ନୁହନ୍ତି ତୁଳନା      ା ୩ ।

    ଆରେ ମନ ହେଜ ତୁ ପ୍ରଭୁଙ୍କ କରୁଣା,

    ତୋ ମସ୍ତକ କେଶ ସବୁ ହୋଇଛି ଗଣା,

    କିମ୍ପାଇଁ ତୁ ନିରାଶ, ଧର ଧୈର୍ଯ୍ୟ ସାହସ

    ପ୍ରଭୁ ରଖିବେ ଧରି, ଦୟା ଢାଲ ଆବୋରି,

    ଦେବେ ଆନନ୍ଦ ଶାନ୍ତି, ପାଇବ ପ୍ରାଣେ ତୃପ୍ତି,

    ସିଦ୍ଧ କରିବେ ମନ କାମନା      ା ୪ ।

    ସୂଚୀମାଳାକୁ ଫେରନ୍ତୁ

     
     

    click the link below to listen full song and know the tune

  • ସର୍ବଶକ୍ତିମାନ ପ୍ରଭୁ ଯାର ଉଚ୍ଚ ପାହାଡ଼ sorbo saktimaano probhu jaaro

    ସର୍ବଶକ୍ତିମାନ ପ୍ରଭୁ ଯାର ଉଚ୍ଚ ପାହାଡ଼

    ଘେରି ତାର ଚାରିଆଡ଼ ହେବେ ତା ଦୃଢ଼ ବାଡ଼ 

    ଦୁଃଖ କ୍ଳେଶ ସଙ୍କଟ ହେଲେ ତା ସନ୍ନିକଟ    ା ଘୋଷା ।

    ନ କରିବ ତା ଅନିଷ୍ଟ ନୋହିବ ସେ ଉଜାଡ଼ 

    ଯଦି ତାର ବିରୁଦ୍ଧ କରନ୍ତି ଶତ୍ରୁ ଯୁଦ୍ଧ    ା ୧ ।

    କରି ଶତ୍ରୁ ପଥ ରୁଦ୍ଧ ହେବେ ସେ ତା ଉହାଡ଼ 

    ହେବାରୁ ସେ ଅଚଳ ଶାନ୍ତି-କୃପା-କଲ୍ଲୋଳ    ା ୨ ।

    ବହିବ ହୋଇ ପ୍ରବଳ ବ୍ୟାପୀ ତା ଚାରିଆଡ଼ 

    ହୋଇ ଶତ୍ରୁ ସଜ୍ଜିତ ହୋଇଲେ ତା ନିକଟ   ା ୩ ।

    ନୋହିବ ସେ ଭୟଚିତ୍ତ ଯୀଶୁ ତା ଦୃଢ଼ ଗଡ଼ ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର sarbasaktimaano aashrya dhaalo jaahaaro

    ସର୍ବଶକ୍ତିମାନ ଆଶ୍ରୟ ଢାଲ ଯାହାର

    କି କରିବ ତାର ସଙ୍କଟ ଦୁର୍ଗତି, କି କରିବ ବଳୀୟାର । ଘୋଷା । 

     

    ମହାପ୍ରଭୁଙ୍କର ଆବୋରା ସ୍ଥାନରେ ନିବାସ ଯେଉଁ ଜନର

    ତାଙ୍କ ମହାବାହୁ ଛାୟାତଳେ ସଦା ନିବାସ ହୋଇବ ଯାର

     ଅଟନ୍ତି ସେ ତାର ଆଶ୍ରୟ ନଗର ଆଉ ଉଚ୍ଚ ଗଡ଼ ତାର       ା ୧ ।

    ବ୍ୟାଧର ଫାନ୍ଦରୁ ମହାମାରୀଠାରୁ ରକ୍ଷା ହୋଇବ ତାହାର 

    ତାଙ୍କ ଡେଣା ତଳେ ହୋଇବ ରକ୍ଷଣ ସଦାକାଳ ହିଁ ତାହାର  ା ୨ ।

    ତାଙ୍କର ସତ୍ୟତା ହୋଇବ ତାହାର ସୁଦୃଢ଼ ଆଶ୍ରୟ ଢାଲ 

    ଦିବସ ବେଳର ଯେ ଉଡ଼ନ୍ତା ବାଣ ଅବା ଆଶଙ୍କା ରାତ୍ରର       ା ୩ ।

    ମଧ୍ୟାହ୍ନ ନାଶକ ଡିଆଁ ରୋଗାଦିରୁ ଭୟ ନୋହିବ ତାହାର 

    ବାମରେ ହଜାର ଦକ୍ଷିଣେ ଅୟୁତ ଲୋକ ହେଲେ ସୁସଜ୍ଜିତ    ା ୪ ।

    କି କରିବେ ଅରି ଚାରିଆଡ଼େ ଘେରି ମହାପ୍ରଭୁ ବଳ ତାର         ା ୫

  • mo sworgostho pitaa bochono

    ମୋ ସ୍ୱର୍ଗସ୍ଥ ପିତା ବଚନ

    ଜନ୍ମାଇଲା କି ଆନନ୍ଦ କରନ୍ତେ କର୍ଣ୍ଣେ ଶ୍ରବଣ ! । ଘୋଷା ।

    ପ୍ରଭୁ ଯେତେବେଳେ କହିଲେ ଆମ୍ଭର ମୁଖ ଲୋଡ଼ ସତ୍ୱରେ,

    ଶୁଣି ମନ ଏ ବଚନ ଉତ୍ତର ଦେଲା ବହନ,

    ଲୋଡ଼ିବି ମୁଁ ତୁମ୍ଭ ମୁଖ, ହୁଅ ମୋଠାରେ ପ୍ରସନ୍ନ । ୧ ।

    ପ୍ରିୟ ବନ୍ଧୁଗଣ କଲେ ମୋତେ ଦୁଃଖେ ତ୍ୟାଗ ବା ହେୟଜ୍ଞାନ,

    ଅବା ପିତାମାତା ଜ୍ଞାତି ଯଦିବା ତ୍ୟାଗ କରନ୍ତି,

    ତଥାପି ଈଶ୍ୱର ମୋତେ ଗୋଟାଇ ନେବେ ବହନ । ୨ ।

     

     ମୁହିଁ ଯାହାଠାରେ ଭରସା କରିଛି ମନେ ଅତି ନିଶ୍ଚଳେ,

    ଅବା ଯେଉଁ ଭୁଜୋପରେ ଆଉଜିଛି ମୁଁ ଯତ୍ନରେ,

    ଜାଣେ ତାଙ୍କ ପରାକ୍ରମ, ସେ କରିବେ ମୋ ରକ୍ଷଣ । ୩ ।

    ଆହେ ପ୍ରିୟ ତାତ, ନ ହେଉ ତୁମ୍ଭ ମୁଖ ମୋଠୁଁ ଆଚ୍ଛାଦିତ,

    ଶ୍ରୀମୁଖ ତେଜ ତୁମ୍ଭର ମୋ ପ୍ରତି ପ୍ରକାଶ କର,

    ସର୍ବଦା କର ହେ ରକ୍ଷା ତୁମ୍ଭର ଆଶ୍ରିତ ଜନ । ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ dekho ki obhuto premo upomaare onupomo

    ଦେଖ, କି ଅଦ୍ଭୁତ ପ୍ରେମ ଉପମାରେ ଅନୁପମ

    ପକାଇ କୃପା-ନୟନ ପିତା କଲେ ପ୍ରକାଶନ ା ଘୋଷା ।

    ପାପୀ ଶତ୍ରୁଗଣ ପ୍ରତି ଦେଖାଇ କି ପ୍ରେମମତି 

    ଈଶ୍ୱରଙ୍କ ପୁତ୍ରଗଣ ବୋଲି ଦେଲେ କେଡ଼େ ନାମ    ା ୧ ।

    ôଲୁ ପୂର୍ବରେ ଦୁରସ୍ଥ, ଏବେ ଅଟୁ ନିକଟସ୍ଥ,

    ଦୟାସନର ଛାମୁରେ କରୁ ପିତା ସମ୍ବୋଧନ           ା ୨ ।

     

     ପିତା ଅଟନ୍ତି ଈଶ୍ୱର, ଏ ନାମ କେଡ଼େ ମଧୁର !

    ନାହିଁ ଏହି ନାମ ପରି ପାପୀ କର୍ଣ୍ଣେ ମନୋରମ        ା ୩ ।

    ପୁତ୍ର ହେଲେ କେଡ଼େ ଭାଗ୍ୟ ! ହୋଇବ ସକଳ ଭୋଗ୍ୟ

    ପିତାଙ୍କ ରାଜ୍ୟ ସମ୍ପତ୍ତି ଗୌରବ ସୁଖ ସମ୍ଭ୍ରମ           ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର  aahaa ki osimo premo taahaankara premomoyo ote

    ଆହା କି ଅସୀମ ପ୍ରେମ ତାହାଙ୍କର ପ୍ରେମମୟ ଅଟେ ନାମ ଯାହାଙ୍କର      ା ଘୋଷା ।

    ଯେହ୍ନେ ଜଳନିଧି ଅଛି ଜଳେ ପୂର୍ଣ୍ଣ ତେହ୍ନେ ଛନ୍ତି ସେହି-ପ୍ରେମେ 

    ପରିପୂର୍ଣ୍ଣ ପ୍ରେମର ଦୀର୍ଘ ପ୍ରସାର ନୁହଇ ଗମ୍ୟ କାହାର,

    ସ୍ୱର୍ଗଦୂତେ ଅଟେ ତାହା ଅଗୋଚର   ା ୧ ।

     

    ତାରାଗଣଙ୍କର ମଧ୍ୟରେ ଯେସନ

    ଚନ୍ଦ୍ରମା କିରଣ ଦିଶେ ତେଜୋବାନ,

    ସୃଷ୍ଟିର ମଧ୍ୟେ ତେସନ ତାଙ୍କର ପ୍ରେମ-କିରଣ ଦୃଷ୍ଟିକି ଦିଶଇ କେତେ ସୁସୁନ୍ଦର । ୨ ।

    ଛାର ପାପୀ ଦୀନହୀନ ଉଦ୍ଧାରଣେ

    ନିଜ ପୁତ୍ର ଦେଲେ ସେହି ମହାପ୍ରେମେ,

    କଲେ ତାଙ୍କୁ ପ୍ରାୟଶ୍ଚିତ୍ତ, ତହିଁ ହୁଏ ପାପ ହତ,

    ଆଉ ନରକ ଯାତନା ଯାଏ ଦୂର         ା ୩ ।

     

    ଆହେ ମନ, ସେହି ପ୍ରଭୁଙ୍କ ଚରଣ

    ଯତନେ ସେବ ସମର୍ପି ଦେହ ପ୍ରାଣ, କରି ସେହି କୃପାଦାନ,

    କରିବେ ଦୁଃଖ ନାଶନ, ଶେଷେ ସ୍ୱର୍ଗେ ଦେବେ ମହା ପୁରସ୍କାର    ା ୪ ।

    ସୂଚୀମାଳାକୁ ଫେରନ୍ତୁ

  • ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେ, ଧନ୍ୟବାଦ ଗୀତ ସୁସ୍ୱରେ utthaao uche probhu udeshyo

    ଉଠାଅ ଉଚ୍ଚେ ପ୍ରଭୁ ଉଦ୍ଦେଶ୍ୟେ, ଧନ୍ୟବାଦ ଗୀତ ସୁସ୍ୱରେ । ଘୋଷା । 

     

    ସର୍ବଶକ୍ତିମାନ କୃପାରେ ମହାନ, ନିସ୍ପୃହ ପାପୀ-ବିନାଶରେ

    ଭୟକାରୀ ପ୍ରତି ବିଶ୍ୱସ୍ତ ସେ ଅତି, ଅଟନ୍ତି ସକଳ ସମୟରେ । ୧ ।

     

    ପ୍ରଭୁଙ୍କର ପ୍ରଭୁ, ବିଶ୍ୱର ସେ ବିଭୁ, ତାଙ୍କ ସମ ନାହିଁ ଆନରେ,

    ସେ ରାଜାଧିରାଜ ନିତ୍ୟ ତାଙ୍କୁ ଭଜ, ଦେଇ ମନ ସୁଶ୍ରଦ୍ଧା ଚିତ୍ତରେ    ା ୨ ।

     

    ନୀଳ ମେଘମାଳ ଗଗନମଣ୍ଡଳ, ସୃଜିଲେ ସେ ଆଜ୍ଞା ମାତ୍ରରେ,

    ଚନ୍ଦ୍ରମା ଆଦିତ୍ୟ ଅସଂଖ୍ୟ ନକ୍ଷତ୍ର, ସ୍ଥାପିଲେ ଦୀପ୍ତି ଦେବା ଅର୍ଥରେ । ୩ ।

     

    ଅସୀମ ଜ୍ଞାନରେ ଜଗତ ସୃଜିଲେ, ଆବର ଯେତେ ତନ୍ମଧ୍ୟରେ,

    ଫଳ ପୁଷ୍ପ ନାନା ଯା’ ନୁହେଁ ଗଣନା, ଦେଇଛନ୍ତି ଭୋଗ ନିମିତ୍ତରେ । ୪ ।

     

    ଆହା ! ତାଙ୍କ କାର୍ଯ୍ୟ କେମନ୍ତ ଆଶ୍ଚର୍ଯ୍ୟ ! 

    କି ଶୋଭା ଅଟଇ ସୃଷ୍ଟିରେ ବଳ ବୁଦ୍ଧି ଜ୍ଞାନ ଆଉ ମହା ପ୍ରେମ,

    ସୁପ୍ରକାଶ ହୁଅଇ ତହିଁରେ  ା ୫ । 

     

    ସେ ପ୍ରିୟ ସୂତକୁ ପେଷିଲେ ମର୍ତ୍ତ୍ୟକୁ ପାପୀମାନଙ୍କ ନିମିତ୍ତରେ,

    ଏମନ୍ତ ଅଦ୍ଭୁତ ଜଗତେ ଅଶ୍ରୁତ, ପ୍ରେମ ଦେଖା ନାହିଁ କେଉଁଠାରେ  ା ୬ । 

     

    ସେ ପ୍ରଭୁ ଉଦ୍ଦେଶ୍ୟେ ଏଣୁ ସର୍ବେ  ହର୍ଷେ, ଉଠାଅ ସୁନାଦ ସୁସ୍ୱରେ,

    ମହିମା ସମ୍ଭ୍ରମ ରାଜ୍ୟ କର୍ତ୍ତାପଣ, ହେଉ ତାହାଙ୍କର ନିରନ୍ତରେ      ା ୭ ।

    ସୂଚୀମାଳାକୁ ଫେରନ୍ତୁ