ahe prabhu tuma karunare

ଆହେ ପ୍ରଭୁ ତୁମ କରୁଣାରେ ମୋତେ ଦୟାକର
ତୁମ କୃପା ବାହୁଲ୍ୟାନୁସାରେ
ଅଧର୍ମ ମାର୍ଜନା କର ||o||
ମୋ ଅପରାଧର ପ୍ରକ୍ଷାଳନ କର
ମୋତେ ପାପୁ ଶୁଚି କର ।

ଆହେ ପ୍ରଭୁ ତୁମ କରୁଣାରେ ମୋତେ ଦୟା କର
ତୁମ କୃପା ବାହୁଲ୍ୟନୁସାରେ, ଅଧର୍ମ ମାର୍ଜନା କର… (ଘୋଷା)

ମୋ ଅପରାଧର ପ୍ରକ୍ଷାଳନ କର
ମୋର ପପୁ ଶୁଚି କର
କରୁଛି ସ୍ଵୀକାର ଅଧର୍ମ ମୋହର
ପାପ କରେ ନିରନ୍ତର
ପାପ କରେ ମୁହ ନିରନ୍ତର ( ୨ ଥର)
ଧୋଇଦିଅ ପାପ ମୋର… |୧|

ଦେଖ ଅପରାଧେ ନିରିମିତ ହେଲି।
ମାତା ଗରଭେ ରହିଲି
ଧନ୍ୟ ପ୍ରଭୁ ତୁମେ ସତ୍ୟତା ଲୋଡ଼ିଲ
ଜ୍ଞାନ, ଶିକ୍ଷା ଦେବା ପାଇଁ
ଭରିଯାଉ ଜ୍ଞାନେ ମୋ ଅନ୍ତର (୨ ଥର)
ଏତିକି ମନତି ମୋର… |୨|

ଏଶୋବ ଦେଇ ନିରିମଳ କର, ତହିଁରେ ମୁଁ ଶୁଚି ହେବି
ପ୍ରକ୍ଷାଳନ କର ହୀମଠାରୁ ଶୁକ୍ଳ, ତହିଁରେ ପବିତ୍ର ହେବି
ଶରଣ ନେଉ ତୁମ ପୟରେ (୨ ଥର)
ଏ ମିନତି ଘେନ ମୋର…. |୩|

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *