jishu namo priya namo

ଯୀଶୁ ନାମ ପ୍ରିୟ ନାମ
ଯୀଶୁ ନାମ ମଧୁ ନାମ
ଯୀଶୁ ନାମେ ଅଛି ଅନନ୍ତ ଜୀବନ (୨ ଥର)
ଯୀଶୁ ନାମେ ପରିତ୍ରାଣ… (ଘୋଷା)

ଯୀଶୁ ନାମେ ଅନ୍ଧ ଦେଖେ
ଯୀଶୁ ନାମେ ମୃତ ଜାଗେ
ଯୀଶୁ ନାମ ଦିଏ ତ୍ରାଣ
କରି ତାଙ୍କ ଜୟ ଗାନ…. |୧|

ସେହି ନାମେ ଅଛି ଶାନ୍ତି
ସେହି ନାମେ ଅଛି ମୁକ୍ତି
ତାଙ୍କ ନାମେ ଅଛି ଶକ୍ତି
ସଂଭ୍ରମରେ କର ଭକ୍ତି
ହୃଦେ ନିଅ ଯୀଶୁ ନାମ
ସେହି ପ୍ରିୟ ଯୀଶୁ ନାମ… |୨|

ସେହି ମୋର ପ୍ରିୟତମ
ସବୁଠାରୁ ମହୀୟାନ
ତାଙ୍କଠାରେ ଦେଲେ ମନ
ପାଇବ ନୂଆ ଜୀବନ
ପ୍ରିୟ ଯୀଶୁ ରାଜା ଆମ
ଜୟ ତାଙ୍କ ମହା ନାମ… |୩|

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *