subhe aji subha barota

ଶୁଭେ ଆଜି ଶୁଭ ବାରତା ପ୍ରତି କର୍ଣ କୁହରରେ
କିଏ ଯିବ ନେଇ ସମ୍ବାଦ ଗ୍ରାମେ, ନଗରେ, ସହରେ
ଯା’ ସୁସମାଚାର ଅଟେ ଅଗୋଚର ନିବିଡ଼ ଅନ୍ଧକାରେ
ଯାଅରେ ବିତରି କୁଶର କାହାଣୀ ଅର୍ଶୀଳ ଜଗତରେ (ଘୋଷା)

ଶତ ପ୍ରାଣର ଆକୁଳ କ୍ରନ୍ଦନ, ପ୍ରତିନି ତୋଳି କରଇ ଚିତ୍କାର
ଜଗତେ ନାହିଁ ଶାନ୍ତି, ଭରିଛି ପାପ କ୍ରାନ୍ତି, କାହିଁରେ ଅଛି ମୁକ୍ତି
ଯାଅରେ ବିତରି କୁଶର କାହାଣୀ
ଯୀଶୁର ସତ୍ୟ ଶାନ୍ତି (୨ ଥର)
ଯୀଶୁ ନାମେ ଅଛି ପାପ କ୍ଷମା ଭାଇ,
ଯୀଶୁ ହିଁ ଆନନ୍ଦ ମୁକ୍ତି (୨ ଥର)… ।୧।

ତାଙ୍କରି ଆହ୍ବାନ ଆଜି ଯଦି ଶୁଣ,
ହୃଦୟ ତୁମର ନ କର କଠିନ
ନାହଁରେ ଆଉ ବେଳ, ହେଲାଣି ଶେଷ କାଳ,
ନାହିଁ କି ମନେ ଡର
ଅଛନ୍ତି ତୋ ସାଥେ ଯୁଗ ଶେଷ ଯାଏ ଅକ୍ଷୟ,
ଅମର କୁମର (୨ ଥର)
କହନ୍ତି ସରାଗେ ରହିଛି ତୋ ପାଇଁ,
ଅକ୍ଷୟ, ଅମର, ଅଜର (୨ ଥର)… ।୨।

ସୂଚୀମାଳାକୁ ଫେରନ୍ତୁ

Comments

Leave a Reply

Your email address will not be published. Required fields are marked *