ଯୀଶୁ ହେ, ତୁମରି କରୁଣା ଦାନେ jishu hai tumori korunaa daane

ଯୀଶୁ ହେ, ତୁମରି କରୁଣା ଦାନେ
ଜଗାଅ ମୋହନ ଛବି ଗୋପନେ,
ନିତି ନିତି ନବ ପ୍ରେମର ଦୀପ କାଳିମା ବୋଳା ଏହି ସମାଜେ ପ୍ରାଣେ
ଜଳାଅ ପ୍ରଭୁ ତବ ସମାଜ ପ୍ରାଣେ    ା ଘୋଷା ।

ଯୀଶୁ ହେ ଜୀବନ ଜୀବଧାରୀ,
ପତିତପାବନ ପାପହାରୀ,
ଯୀଶୁ ହେ ଆସ, ହୃଦୟେ ବସ,
ଦିଅହେ ପ୍ରିୟ ଧର୍ମ-କିରଣ,
ମାଗୁଁ ଆଜି ଏହି ବର-ପ୍ରିୟ ହେ ପ୍ରିୟ,
ପରଶ ଦିଅ ଏହି ମିଳନେ  ା ୧ ।

ପାପରେ ପତିତ ଏ ଜୀବନ,
ପାପର ଶୃଙ୍ଖଳେ ବନ୍ଦୁଆନ,
ଯୀଶୁ ହେ, ଆସ, ପାପାତ୍ମା ନାଶ, ମୁକ୍ତ କରି ଗୁପ୍ତ ଫାଶ
ଆଣ ଆଜି ଜାଗରଣ ହେ ଆମ ତ୍ରାଣ,

ଆଶିଷ ଦାନେ ଏହି ମିଳନ       ା ୨ ।

Comments

Leave a Reply

Your email address will not be published. Required fields are marked *