santidata pabitra atma

ଶାନ୍ତିଦାତା ପବିତ୍ର ଆତ୍ମା, ଶୁଣ ବିନତି ବାରେ
ଶୁଦ୍ଧକାରୀ ଅଗ୍ନିସମ, ଆସ ମୋ ହୃଦୟରେ (ଘୋଷା)


କଳୁଷ ଭରା ଅନ୍ତର ମୋର ତବ ଆଗମେ ପବିତ୍ର କର
ପକାଇ ତବ ସିଂହାସନ ରୁହ ସଦା ଅନ୍ତରେ
ଶାନ୍ତିଦାତା ରୁହ ସଦା ଅନ୍ତରେ … ରୁହ ସଦା ଅନ୍ତରେ |୧||


ପାପ ସାଗରୁ ଉଦ୍ଧରି ମୋତେ କିଏ ନେବ ସେ ସିୟୋନ ପଥେ
କେ ଦେବ ଜ୍ୟୋତି କେ ଦେବ ଶାନ୍ତି ତୁମ ବିହୁନରେ
ଜ୍ୟୋତିର୍ମୟ ଜ୍ୟୋତି ଦିଅ ଅନ୍ତରେ … ଶାନ୍ତି ଦିଅ ଅନ୍ତରେ ।୨ ||


ପରାଣ ଭରୁ ମୋ ତୁମରି ପ୍ରେମେ, କଣ୍ଠ ଭରୁ ହେ ତୁମରି ଗାନେ
ବିଜୟୀ କର ଶକତି ଦାନେ ଜୀବନ ସଂଗ୍ରାମରେ
ଶାନ୍ତିଦାତା ରହି ସଦା ସାଥିରେ … ରହି ସଦା ସାଥିରେ I୩I


ଚଲାଅ ମୋ ଜୀବନ ତରୀ, ହେ ପବିତ୍ରାପା ହୋଇ ନାଉରୀ
ମିଳାଅ ଶେଷେ ସ୍ଵର୍ଗ ସିୟୋନେ, ପ୍ରାଣପତି ସାଥିରେ
ପ୍ରେମମୟ ପ୍ରାଣପତି ସାଥିରେ … ଦୂତଗଣ ମେଳରେ I୪I

ସୂଚୀମାଳାକୁ ଫେରନ୍ତୁ

Comments

  1. Prakash mallick Avatar
    Prakash mallick

    Thanks Christian family

    1. Get Christian Lyrics Avatar

      thank you Prakash Mallick sir. keep growing with us for Christ. do share with others too. God bless you thank you

Leave a Reply

Your email address will not be published. Required fields are marked *